Author: sanitelevision

ହଙ୍ଗା ପଡ଼ିଲା ଟ୍ୟାକ୍ସ ଫାଙ୍କିବା। ଶିବଶଙ୍କର ଯାତ୍ରୀବାହୀ ବସ୍‌ ମାଲିକ ଗଣିଲେ ୧୦ ଲକ୍ଷ ଟଙ୍କାର ଫାଇନ୍‌ । ଫାଇନ୍‌ ଦେଇ ଗାଡ଼ି ଛଡ଼ାଇଲେ ମାଲିକ । ଗାଡ଼ିର ଫିଟ୍‌ନେସ, ଇନ୍‌ସରାନ୍ସ କିମ୍ବା ପରମିଟ୍, ପଲ୍ୟୁସନ ନଥାଇ ରାସ୍ତାରେ ଗଡ଼ୁଥିବାରୁ ୧୦ ଲକ୍ଷ ଟଙ୍କା ଫାଇନ କରିଥିଲା କଟକ ଆଟିଓ।ତେବେ ଫିଟନେସ୍ ପାଇଁ ୫ହଜାର, ପଲ୍ୟୁସନ ପାଇଁ ୧୦ ହଜାର, ପର୍ମିଟ ବାବଦକୁ ୧୦ ହଜାର, ବୀମା ପାଇଁ ୨ ହଜାର, ଟ୍ୟାକ୍ସ ୩ ଲକ୍ଷ ୭ହଜାର ୬୬୪ ଓ ପେନାଲ୍ଟି ବାବଦକୁ ୬ଲକ୍ଷ ୮୫ ହଜାର ୯୨ ଟଙ୍କା ସମୁଦାୟ ୧୦ ଲକ୍ଷ ୧୯ ହଜାର ୭୫୬ ଟଙ୍କା ଫାଇନ କରାଯାଇଥିଲା ।

Read More

ପୁରୀରୁ ରାଉରକେଲା ମଧ୍ୟରେ ଚଳାଚଳ କରୁଥିବା ଦ୍ରୁତ ଏବଂ ଆରାମଦାୟକ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସରେ କୋଚ୍‌ ସଂଖ୍ୟା ଦୁଇଗୁଣ ବଢ଼ିଲା । ଏହି ଟ୍ରେନ ପୂର୍ବରୁ ୮ଟି କୋଚ୍‌ରେ ଚାଲୁଥିବା ବେଳେ ଆସନ୍ତା ଅଗଷ୍ଟ ୭ରୁ ୧୬ଟି କୋଚ୍‌ ସହିତ ଚଳାଚଳ କରିବ । କୋଚ୍‌ ସଂଖ୍ୟା ବଢ଼ାଇବା ପାଇଁ ଆଠଟି ନୂଆ ଏସି ଚେୟାର କାର୍‌ କୋଚ୍‌ ଯୋଡ଼ାଯାଇଛି । ଯାହାଦ୍ୱାରା ଯାତ୍ରୀଙ୍କୁ ଆଉ ଲମ୍ବା ୱେଟିଂ ତାଲିକାରେ ରହିବାକୁ ପଡ଼ିବ ନାହିଁ । କୋଚ୍‌ ସଂଖ୍ୟା ବଢ଼ିବା ପରେ ୧୨ଟି ଏସି ଚେୟାର କାର୍‌ କୋଚ୍‌, ୨ଟି ଏକଜିକ୍ୟୁଟିଭ୍‌ ଚେୟାର କାର୍‌ କୋଚ୍‌ ଏବଂ ୨ଟି କ୍ରିୟୁ ଏବଂ ଏସି ଚେୟାର କାର୍‌ କୋଚ୍‌ ରହିବ । କୋଚ ସଂଖ୍ୟା ବଢ଼ିବା ଦ୍ୱାରା ଅଧିକ ଯାତ୍ରୀ ଲାଭ ପାଇପାରିବେ । ଏହି ଟ୍ରେନ ପ୍ରାୟ ୭.୫ ଘଣ୍ଟାରେ ୫୦୫ କିଲୋମିଟର ଦୂରତା ଯାତ୍ରା କରିଥାଏ । ଟ୍ରେନ୍‌ଟି…

Read More

ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାରେ ଆଜି ଏନଆଇଏର ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇଛନ୍ତି । ୨୦୦୮ ମସିହାରେ ହୋଇଥିବା ଏହି ବିସ୍ଫୋରଣରେ ୬ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ଶହରୁ ଅଧିକ ଲୋକ ଗୁରୁତର ହୋଇଥିଲେ । ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା, ଲେଫ୍ଟାନାଣ୍ଟ କର୍ନଲ ପ୍ରସାଦ ପୁରୋହିତଙ୍କ ସମେତ ୭ ଜଣଙ୍କ ବିରୋଧରେ ଏନେଇ ମାମଲା ଚାଲିଥିଲା । ଏହି ମାମଲାରେ, NIA ସ୍ୱତନ୍ତ୍ର କୋର୍ଟ ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟ କହିଛନ୍ତି ଯେ ସନ୍ଦେହ ଆଧାରରେ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ । ଏହାସହ ଯାଂଚ କରୁଥିବା ଏଜେନ୍ସି ପ୍ରମାଣ କରିପାରିନାହିଁ କି, ଯେଉଁ ମୋଟରସାଇକେଲ ମାଧ୍ୟମରେ ବିସ୍ଫୋରଣ କରାଯାଇଥିଲା ତାହା ସାଧ୍ୱୀପ୍ରଜ୍ଞାଙ୍କର ବୋଲି ।

Read More

ଉଚ୍ଚଶିକ୍ଷା ବିଭାଗ ଅଧୀନ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ତଥ୍ୟ ଗୋଟିଏ ପୋର୍ଟାଲରେ ରହିବ । ଏନେଇ ସମସ୍ତ ମହାବିଦ୍ୟାଳୟକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକଙ୍କ ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।ଶିକ୍ଷାନୁଷ୍ଠାନରେ ନିର୍ଯାତନା ସମ୍ପର୍କିତ ଅଭିଯୋଗ ଗ୍ରହଣ ଏବଂ ଏହାର ସମାଧାନ ସୁନିଶ୍ଚିତ କରିବା ପାଇଁ ସି-ବକ୍ସ ପାର୍ଟାଲ୍‌(https://shebox.wcd.gov.in/) ରେ ଅପଲୋଡ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ନିକଟରେ ବାଲେଶ୍ୱର ଏଫଏମ୍‌ କଲେଜ ଛାତ୍ରୀ ଆତ୍ମଦାହ ଘଟଣାରେ ତତ୍ପର ହୋଇଛି ଉଚ୍ଚଶିକ୍ଷା ବିଭାଗ । କଲେଜ, ବିଶ୍ୱବିଦ୍ୟାଳୟରେ କିଭଳି ଭାବେ ନିର୍ଯାତନା ପ୍ରତିରୋଧ କରାଯିବ, ଏପରି ଅଭିଯୋଗ ଆସିଲେ ତ୍ୱରିତ ତଦନ୍ତ କରି ସମାଧାନ କରାଯିବ ସେଥିପ୍ରତି ତତ୍ପରତା ପ୍ରକାଶ କରିଛି । ଆଇସିସି କମିଟି ଗଠନ…

Read More

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡାକ୍ତରଖାନାରେ ଜଣେ ୪ ବର୍ଷର ଶିଶୁକୁ ଜ୍ବର ହେବାରୁ ଡାକ୍ତରଖାନା ଆଣିଥିଲେ ପରିବାର ଲୋକେ । ପ୍ରେସକ୍ରିପ୍ସନରେ ଡାକ୍ତର ଜ୍ବର ବଦଳରେ କୁକୁର କାମୁଡା ଇଞ୍ଜେନ ଲେଖିଥିଲେ । ମେଡିସିନ୍ ଆଣିବାକୁ ଗଲା ବେଳେ ପ୍ରେସକ୍ରିପ୍ସନ ଦେଖି କୁକୁର କାମୁଡିଛି କି ବୋଲି ପଚାରିଥିଲେ ଦୋକାନୀ । ଶିଶୁଙ୍କ ସମ୍ପର୍କୀୟ ମନା କରିଥିଲେ ବି କୁକୁର କାମୁଡା ଇଞ୍ଜେକ୍ସନ ଦେଇଥିଲେ। ପରେ ଡାକ୍ତରଙ୍କୁ ପଚାରିବାରୁ ଡାକ୍ତର ଜଣକ ପ୍ରେସକ୍ରିପ୍ସନକୁ ଚିରି ଦେଇଥିଲେ ବୋଲି କହିଛନ୍ତି ଶିଶୁଙ୍କ ସମ୍ପର୍କୀୟ ।

Read More

ରାଜ୍ୟରେ ଲଗାଣ ବର୍ଷା ଜାରି । ଓଡ଼ିଶା ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବିଶେଷକରି ଉତ୍ତରଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିଛି ।କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟ୍‌କା ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ । ଏହା ସହ ଅନ୍ୟ ୧୭ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ପୁରୀ,…

Read More

କୁମ୍ଭୀର ଆକ୍ରମଣକୁ ଦୃଷ୍ଟିରେ ରଖି ଜଙ୍ଗଲ ବିଭାଗର ମାଷ୍ଟର ପ୍ଲାନ । ଏଣିକି ନଦୀ ତଟରେ ଚିହ୍ନଟ ହେବ ବ୍ଲାକସ୍ପଟ୍ । ବ୍ୟାରିକେଡ କରାଯିବା ସହ ସାଇନବୋର୍ଡ ଲଗାଇବ ଜଙ୍ଗଲ ବିଭାଗ ।ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ନଦୀ ତଟରେ ବ୍ଲାକ୍ ସ୍ପଟ୍ ଚିହ୍ନଟ କରାଯିବା ସହ ବ୍ୟାରିକେଡ୍ କରାଯିବ । ଏହାସହ ସତର୍କତା ସାଇନ୍ ବୋର୍ଡ ଲାଗିବ । ଯେଉଁ ସ୍ଥାନରେ କୁମ୍ଭୀରଙ୍କ ଗତିବିଧି ଅଧିକ ରହୁଛି ସେ ସ୍ଥାନରେ ସରକାର ଅଧିକ ସତର୍କତା ଅବଲମ୍ବନ କରିବେ । କେନ୍ଦ୍ରାପଡ଼ା ଓ ଜଗତସିଂପୁରରେ ଅଧିକ ବ୍ଲାକ୍ ସ୍ପଟ୍ ଚିହ୍ନଟ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Read More

ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ଦୂଷଣ ରୋକିବା ପାଇଁ ଓଡ଼ିଶା ସରକାର ସରକାରୀ ଅଫିସ୍‌ଗୁଡ଼ିକରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ଉପରେ କଡ଼ା କଟକଣା ଲଗାଇଛନ୍ତି। ଏହି ସଂପର୍କରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ବିଭାଗୀୟ ସଚିବଙ୍କୁ ଏକ ଚିଠି ଜାରି କରି ନିର୍ଦ୍ଦେଶ ଦେଇଛନ୍ତି।ସରକାରୀ ବୈଠକ, ସଭାସମିତିରେ ପ୍ଳାଷ୍ଟିକ ଜରି ଲାଗିଥିବା ଫୁଲତୋଡ଼ାକୁ ନାଁ। ପ୍ଲାଷ୍ଟିକ ଉପହାର, ପ୍ଲାଷ୍ଟିକ ଖାଦ୍ୟ ପୁଡିଆ, ପ୍ଲେଟ୍ ବ୍ୟବହାର ଉପରେ ମଧ୍ୟ ଲାଗିଲା କଟକଣା।ଏହି ନିଷ୍ପତ୍ତି ରାଜ୍ୟରେ ପ୍ଲାଷ୍ଟିକ ଦୂଷଣ ହ୍ରାସ କରିବା ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ନିଆଯାଇଛି। ଓଡ଼ିଶା ସରକାର ପୂର୍ବରୁ ମଧ୍ୟ ୨୦୧୮ରେ ସହରାଞ୍ଚଳରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲଗାଇଥିଲେ, ଏବଂ ଏବେ ଏହି ନିର୍ଦ୍ଦେଶ ସରକାରୀ ଅଫିସ୍‌ଗୁଡ଼ିକରେ କଡ଼ାକଡ଼ି ପାଳନ ପାଇଁ ଜୋର ଦିଆଯାଇଛି।

Read More

ଓଟିଇଟି ପ୍ରଶ୍ନପତ୍ର ମାମଲାରେ ୬ ଜଣ ଗିରଫ ହୋଇଛନ୍ତି । ଏନେଇ ପ୍ରେସମିଟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।ଏକ ପ୍ରେସ୍‌ମିଟ୍‌ରେ କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇ କହିଛନ୍ତି ଯେ, ଏହି ଲିକ୍‌ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ଜରିଆରେ ହୋଇଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୪୦ ହଜାର ଟଙ୍କା ଆସିଥିବାର ପ୍ରମାଣ ମିଳିଛି।ଗତକାଲି ଏହି ମାମଲାରେ ରାୟଗଡା ଜିଲ୍ଲାରୁ ଜଣେ ଶିକ୍ଷକଙ୍କୁ ଉଠାଇଥିଲା କ୍ରାଇମବ୍ରାଞ୍ଚI ତେବେ ରାୟଗଡ଼ା, ଓଟିଇଟି ପ୍ରଶ୍ନପତ୍ର ଲିକ ଯୋଗୁଁ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା। ତେବେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା। ସ୍ଥାନୀୟ ପୋଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ଉଠାଇ ନେଇଥିଲା। ଏବେ ପୁଣି ଆଉ ଜଣେ ବୋର୍ଡ ଅଫିସର କର୍ମଚାରୀଙ୍କୁ…

Read More

କଟକ ଶିଶୁଭବନରେ ବିନା ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପି ପଦ୍ଧତିରେ ଏକ ଶିଶୁର ଶ୍ବାସ ନଳୀରୁ ଦେଢ ଇଞ୍ଚ ଲମ୍ବ ଏକ ଲୁହା କଣ୍ଟା ବାହାର କରାଯାଇଛି। ଶିଶୁଟି ଏବେ ସୁସ୍ଥ ଥିବା ବେଳେ ଜୀବନ ପ୍ରତି କୌଣସି ବିପଦ ନ ଥିବା ଡାକ୍ତରୀ ଟିମ୍ ପକ୍ଷରୁ କୁହାଯାଇଛି ।ସୂଚନାଯୋଗ୍ୟ, ଯାଜପୁରଜିଲ୍ଲା କାଳିଆପାଣି ଥାନା ଗିରିଙ୍ଗାମାଳିର ଦୁର୍ଗା ପୂର୍ତ୍ତୀଙ୍କ ୬ ବର୍ଷର ପୁଅ ବିନୁ ଖେଳୁଥିବା ବେଳେ କଳଙ୍କି ଲଗା କଣ୍ଟାକୁ ଢୋକି ଦେବାରୁ ତାହା ଶ୍ବାସନଳୀରେ ଅଟକି ଯାଇଥିଲା । ଗତ ୨୩ ତାରିଖରେ ଏହି ଘଟଣା ଘଟିଥିଲା । ଶ୍ବାସକ୍ରିୟାରେ ଯନ୍ତ୍ରଣା ହେବାରୁ ଶିଶୁଟିକୁ ତାର ପରିବାର ଲୋକେ ପ୍ରଥମେ ସୁକିନ୍ଦାରେ ଥିବା ଏକ ସରକାରୀ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସି ନ ଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ୍ସ-ରେ କରିବା ସମୟରେ ଶ୍ବାସନଳୀରେ ଏକ କଣ୍ଟା ଥିବା…

Read More