ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ ଅଛନ୍ତି। ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା । ପର୍ଯ୍ୟଟକମାନେ ଭିତରକନିକାରେ ଲୁଣା ଜାତୀୟ ଗଛଗୁଡ଼ିକର ଚାରାକୁ ମ୍ୟାନ୍ଗ୍ରୁଭ୍ ନର୍ସରୀରେ ଦେଖିବାର ସୁଯୋଗ ପାଇବେ। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟଟକମାନେ ଗୁପ୍ତି, ଚାନ୍ଦବାଲି, ଖୋଳା ଓ ଡାଙ୍ଗମାଳ ପ୍ରଭୃତି ୪ଟି ପ୍ରବେଶ ପଥ ଦେଇ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ । ଭିତରକନିକାରେ ପର୍ଯ୍ୟଟକମାନେ ଜଳପଥରେ ବଉଳା କୁମ୍ଭୀର, ଦେଶୀ ଓ ବିଦେଶୀ ପକ୍ଷୀ, ହରିଣ, ବାର୍ହା, ସମ୍ବର, ଝିଙ୍କ ଆଦି ନାନା ପଶୁପକ୍ଷୀ ଓ ମ୍ୟୁଜିୟମ ଦେଖିବା ସହ ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା…
Author: sanitelevision
ବିସ୍ମୟ ଶିଶୁ ସ୍ମୃତି ସାଲୋମ । ୨ ମିନିଟ୍ ରେ ୧୦୦ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ପାଇଲେ ସ୍ଥାନ । ବରଗଡ଼ ସଦର ବ୍ଲକ ଧାଙ୍ଗେର ଗାଁର ଉତ୍ସାହ ର ମାହୋଲ । ଗାଁର ରଞ୍ଜନା ଏବଂ ପ୍ରେମାନନ୍ଦ ଭୋସାଗରଙ୍କ ଶିଶୁ ପୁତ୍ର ହେଉଛନ୍ତି ସ୍ମୃତି ସାଲୋମ ।୫ ବର୍ଷ ୯ ମାସର ଶିଶୁ । ହେଲେ ଅନର୍ଗଳ କହୁଛନ୍ତି ଦେଶ , ବିଦେଶର ନାଁ ସାଙ୍ଗକୁ କବି , ଲେଖକ , ଖେଳାଳୀ , ମହାପୁରୁଷଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଙ୍କ ନାଁ । ଆଉ ମାତ୍ର ୨ ମିନିଟ୍ ରେ ୧୦୦ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ପାଇଛନ୍ତି ସ୍ଥାନ । ବରଗଡ଼ ସଦର ବ୍ଲକ ଧାଙ୍ଗେର ଗ୍ରାମର ମଧ୍ୟବିତ୍ତ ପରିବାର ରଞ୍ଜନା ଏବଂ ପ୍ରେମାନନ୍ଦ ଭୋସାଗର ଙ୍କ ପୁଅ ହେଇଛନ୍ତି ସ୍ମୃତି…
ଆଜି ରାଜ୍ୟ ସରକାର ୪ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ..୧.ଅବୋଲି ସୁନିଲ ନରାଭାନେ କଟକ ଶିଳ୍ପ ବିଭାଗର ନିର୍ଦ୍ଦେଶକ ଥିଲାବେଳେ କଟକ, କ୍ଷୁଦ୍ର ଶିଳ୍ପ ବିଭାଗର ଉପ ନିର୍ଦ୍ଦେଶକ ହେଲେ । ୨.ଦିନ୍ହା ଦାସ୍ତଜିର ହେଲେ ରାଉରକେଲା ମହାନଗର ନିଗମର ସଚିବ ।୩.ରେହାନ ଖାତ୍ରୀଙ୍କୁ ସମ୍ବଲପୁର ଉନ୍ନୟନ କର୍ତ୍ତୁପକ୍ଷ ଉପାଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ ମିଳିଛି ।୪.କୀରନଦୀପ କୌର ସାହୁତାଙ୍କୁ କଟକ ଉନ୍ନୟନ କର୍ତ୍ତୁପକ୍ଷ ଉପାଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ ମିଳିଛି । ୫.ପ୍ରଥମେଶ ଅରବିନ୍ଦ ରାଜେଶିରକେଙ୍କୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷର ଅତିରିକ୍ତ ଦାୟିତ୍ୱ ମିଳିଛି ।
ଦିଲ୍ଲୀ ଏମସରେ ସଫଦରଜଙ୍ଗ ଅଦାଲତଙ୍କ ନିର୍ଦ୍ଦେଶରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ସହ ପାଡ଼ିତାଙ୍କ ଚତୁର୍ଥ ଥର ବୟାନ ରେକର୍ଡ ହୋଇଛି । ଦନ୍ତକାରୀ ଅଧିକାରୀ ଡିଏସପି କଳ୍ପନା କାହଁରୀଙ୍କୁ ପୀଡ଼ିତା ଦେଇଥିବା ବୟାନରେ ସମ୍ପୂର୍ଣ୍ଣ ତଥ୍ୟା ଜଣାପଡ଼ିଥିବା ସୂଚନା ।ତେଣୁ ପୁଲିସକୁ ଗୁରୁତ୍ବପୂର୍ଣ ପ୍ରମାଣ ହସ୍ତଗତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଚଳିତ ସପ୍ତାହରେ ପୁଲିସ ରହସ୍ୟର ଉନ୍ମୋଚନ କରିବ। ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ପୀଡ଼ିତାଙ୍କୁ ୩ ଜଣ ଉଠାଇ ନେଇଥିବା କଥା ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କୁ ସ କହିନଥିବା ପୁଲିସ ଆଗରେ ବୟାନ ଦେଇଛନ୍ତି ଛାତ୍ରୀ I ଫଳରେ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ବି ପ୍ରଶ୍ନ ଉଠିବା ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତକାରୀ ଅଧିକାରୀ ତଥା ଡିଏସ୍ ପି କଳ୍ପନାଙ୍କ ସହ ବଳଙ୍ଗା ଥାନା ଅଧିକାରୀ ଦିଲ୍ଲୀ ଗସ୍ତରେ ଯାଇ…
ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସ ଭରପୂର ହୋଇ ରହିଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଇଲାକାରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି। ଏମିତି ଏକ ଅନ୍ଧବିଶ୍ୱାସକୁ ଦେଖିବାକୁ ମିଳିଛି କୋରାପୁଟ ଜିଲା ରାଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାତ୍ରଗୁଡ଼ା ଗାଁରେ। ଦୁଇଟି କାଉର ମିଳନ ଦେଖିବା ପରେ ଦୁଇ ଯୁବକ ଜୀଇଁ ଥାଉ ଥାଉ ମୃତ ବୋଲି ଘୋଷଣା କରିଥିଲେ ପରିବାର ଲୋକେ। କାଉ ମିଳନ ଦେଖିଲେ, କାଳେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ବୋଲି କୋରାପୁଟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନ୍ଧବିଶ୍ବାସ ରହିଛି। ତେଣୁ ପ୍ରତିକାର ସ୍ବରୂପ, ସେହି ବ୍ୟକ୍ତିଙ୍କୁ ବଂଚି ଥାଉ ଥାଉ ତୁରନ୍ତ ମୃତ ଘୋଷଣା କରାଯାଏ ଆଉ ମୃତ୍ୟୁ ପରର ରୀତିନୀତି ବି ପାଳନ କରାଯାଏ। ସେହି ଅନ୍ଧବିଶ୍ବାସ ଅନୁସାରେ ପାତ୍ରଗୁଡ଼ା ଗାଆଁରେ ମଧ୍ୟ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା। ପରେ ଦୁଇ ଯୁବକ କୁଶପୁତ୍ତଳିକାକୁ କୋକେଇରେ ଶୁଆଇ ଶବ ନେବା ଭଳି ନିଆଯାଇଥିଲା। ଯାହାର ଦୃଶ୍ୟ…
ମାଇକ୍ରୋସଫ୍ଟର ଏକ ଅଧ୍ୟୟନ ଅନୁସାରେ, ଇଣ୍ଟରପ୍ରେଟର ଏବଂ ଟ୍ରାନ୍ସଲେଟର (ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରୁଥିବା ବ୍ୟକ୍ତି), ଇତିହାସକାର, ସେଲ୍ସ ରିପ୍ରେଜେଣ୍ଟେଟିଭ୍, ପ୍ୟାସେଞ୍ଜର ଆଟେଣ୍ଡାଣ୍ଟ ଆଦି ନୌକରୀଗୁଡ଼ିକ ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବିପଦ ମାଡ଼ି ଆସୁଛି। ଏହି ଅଧ୍ୟୟନରେ ଏଆଇ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା ୪୦ଟି ଚାକିରିର ତାଲିକା ପ୍ରକାଶ କରାଯାଇଛି।AI ଯୋଗୁ ହାଇ-ଓଭରଲାପ ତାଲିକାର ଶୀର୍ଷରେ ଗ୍ରାହକ ପ୍ରତିନିଧି ଅଛନ୍ତି, ସେମାନଙ୍କ ସହିତ ପ୍ରାୟ ୨.୮୬ ନିୟୁତ ଲୋକ ଜଡିତ ଅଛନ୍ତି। ଏହା ବ୍ୟତୀତ, AI ଉପରେ ଏହି ଅଧ୍ୟୟନ ଲେଖକ, ସାମ୍ବାଦିକ, ସମ୍ପାଦକ, ଅନୁବାଦକ ଏବଂ ପ୍ରୁଫ ରିଡରଙ୍କ ପାଇଁ ଏକ ସତର୍କ ଘଣ୍ଟିଠାରୁ କମ ନୁହେଁ। ଏହା ସହିତ, ୱେବ ଡେଭଲପର, ଡାଟା ବୈଜ୍ଞାନିକ, PR ବୃତ୍ତିଗତ, ବ୍ୟବସାୟ ବିଶ୍ଳେଷକଙ୍କ କ୍ଷେତ୍ରରେ ଦୀର୍ଘକାଳୀନ ଚାକିରି ସୁରକ୍ଷା ବିଷୟରେ ପ୍ରଶ୍ନ ଉଠାଯାଉଛି, ଯେତେବେଳେ ChatGPT ଏବଂ Copilot ଭଳି AI ଉପକରଣଗୁଡ଼ିକ…
ଗଜପତି ଜିଲ୍ଲା ଆର୍. ଉଦୟଗିରି ସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗରୁ ଆସିଛି ଏକ ଅଭାବନୀୟ ଘଟଣା।ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁରୁପ୍ରସାଦ ପଟ୍ଟନାୟକ ଥାନାରେ ଏକ ଲିଖିତ ଅଭିଯୋଗ କରି କହିଛନ୍ତି ଯେ ଗତ ୨୩ ତାରିଖ ରାତିରେ ପିଅନ ପାଣି ବଦଳରେ ପରିସ୍ରା ଦେଇଥିଲେ ।ଯନ୍ତ୍ରୀ ଜଣକ ଜାଣି ନ ପାରି ପରିସ୍ରା ପିଇ ଦେବାରୁ ଅସୁସ୍ଥ ହୋଇପଡ଼ିଥିଲେ। ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ପରେ ଥାନାରେ ଯନ୍ତ୍ରୀ ଅଭିଯୋଗ କରିଥିଲେ।ଯନ୍ତ୍ରୀଙ୍କ ଅଭିଯୋଗ ଅନୁସାରେ, ଗତ ଜୁଲାଇ ୨୩ ତାରିଖ ରାତିରେ ସେ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ପିଅନ ଭାବେ କାର୍ଯ୍ୟରତ ସୁବାଷ ଚନ୍ଦ୍ର ବେହେରାଙ୍କୁ ପିଇବା ପାଇଁ ପାଣି ମାଗିଥିଲେ । କିନ୍ତୁ ଅଭିଯୁକ୍ତ ପିଅନ ଜଣକ ଏକ ପାଣି ବୋତଲରେ ପରିସ୍ରା ଭର୍ତ୍ତି କରି ତାଙ୍କୁ ଦେଇଥିଲେ । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଯନ୍ତ୍ରୀ ଜଣକ କିଛି ନ ଜାଣିପାରି ସେହି ପରିସ୍ରାକୁ…
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ରଖିଲେ ପ୍ରତିକ୍ରିୟା । କହିଲେ, ଯେଉଁମାନେ ବ୍ୟତିକ୍ରମରେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧ ତଦନ୍ତ କରି ଗିରଫ କରିଛି କ୍ରାଇମବ୍ରାଞ୍ଚ । ଯେତେବଡ଼ ଲୋକ ହେଲେ ବି କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ ।କ୍ୟୁଆର କୋଡ ଥିବା ସତ୍ତ୍ବେ ଏଭଳି ଘଟଣା ଘଟିଛି। ତେଣୁ ଏଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଆଗକୁ କିପରି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ବିଭାଗ ସଜାଗ ଅଛି । ସ୍ୱଚ୍ଛତା ସହ ପରୀକ୍ଷା ହେବ ପାଇଁ ଯୋଜନା କରାଯାଉଛି। ଖୁବଶୀଘ୍ର ପୁଣି ଥରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।
କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ମାସେ ଭିତରେ ସବୁ କଲେଜରେ ଆଇସିସି କମିଟି ଗଠନ କରାଯିବାକୁ ଟାର୍ଗେଟ୍ ରଖାଯାଇଛି।ଏହି କମିଟି ନ କଲେ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି , ଯେଉଁମାନେ ଭୁଲ ଅଭିଯୋଗ କରୁଛନ୍ତି, POSH ACT ଅନୁସାରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ POSH ACT ବାବଦରେ ଲୋକସେବା ଭବନରୁ ଆରମ୍ଭ ହୋଇଥିବା ସଚେତନ କାର୍ଯ୍ୟକ୍ରମ ଆଗକୁ ବ୍ଲକ୍ ସ୍ତରରେ ମଧ୍ୟ ହେବ ।
ଆସନ୍ତା ଅଗଷ୍ଟ ୯ ‘ରାକ୍ଷୀ ପୂର୍ଣ୍ଣିମା’ରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି । ଜୟପୁରରୁ କୋଟିଏରୁ ଅଧିକ ସୁଭଦ୍ରା ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ। ଲୋକଙ୍କ ଫିଡବ୍ୟାକ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର । ସୁଭଦ୍ରା ଅର୍ଥ କିପରି ବ୍ୟବହାର ହେଉଛି ମତାମତ ନେବାକୁ ଷ୍ଟିଅରିଂ କମିଟିରେ ନିଷ୍ପତ୍ତି ହୋଇଛି । ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନହୁଅନ୍ତି ସେଥିପାଇଁ ସର୍ଭେ କରାଯାଉଥିବା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।ଅଗଷ୍ଟ ୯ ତାରିଖ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ଯେଉଁମାନଙ୍କୁ ୨୧ ବର୍ଷ ହୋଇଥିବ, ସେମାନେ ଏ ଯୋଜନାରେ ଆବେଦନ କରିପାରିବେ । ତେବେ ଯେଉଁ ହିତାଧିକାରୀମାନଙ୍କୁ ୬୦ ବର୍ଷ ଛୁଇଁଛି ସେମାନଙ୍କୁ ସିଧାସଳଖ ଭତ୍ତାରେ ଯୋଡ଼ାଯିବ । ପ୍ରାୟ ୯୩ ହଜାର ମହିଳା ସୁଭଦ୍ରାରୁ ବଞ୍ଚିତ ହେଲେ ମଧ୍ୟ ଭତ୍ତାରେ ଯୋଡ଼ି ହେବେ ।









