Author: sanitelevision

ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ମଡେଲ ମଣ୍ଡି ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରେ ହେବ ୩୮ଟି ମଡେଲ ମଣ୍ଡି । ଆବଶ୍ୟକତା ଦେଖି ବଡ ଜିଲ୍ଲାରେ ୨ଟି ମଣ୍ଡି ହେବ । ମଡେଲ ମଣ୍ଡିରେ ରହିବ ବିଶ୍ରାମଗାର ଓ ଟିଫିନ ସେଣ୍ଟର । ପାନୀୟ ଜଳ, ଶୌଚାଳୟ ଓ ପାର୍କିଂ ସୁବିଧା ବି ରହିବ । ମଡେଲ ମଣ୍ଡିର ରୂପ ରେଖ କେମିତି ରହିବ ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେଜେଣ୍ଟେସନ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।

Read More

ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ବା ବରିଷ୍ଠ ରାଜସ୍ବ ସହାୟକ ହେମନ୍ତ କୁମାର ପେରେଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ସୂଚନା ମୁତାବକ, ବ୍ୟକ୍ତିଗତ ଜମିର ସୀମା ନିର୍ଦ୍ଧାରଣ ପାଇଁ କୋରେଇ ଥାନା ବରୁଣ୍ଡେଇ ଅଞ୍ଚଳର ଲକ୍ଷ୍ମୀଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ କିରାଣି ପେରେଇ । କାର୍ଯ୍ୟ କରାଇ ଦେବାକୁ କହି ଲକ୍ଷ୍ମୀଧରଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ କିରାଣି ପେରେଇ । ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିଥିଲେ ମଧ୍ୟ ସଂପୃକ୍ତ କିରାଣି କିଛି ଶୁଣି ନ ଥିଲେ । ଶେଷରେ ନିରାଶ ହୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଲକ୍ଷ୍ମୀଧର । ପୂର୍ବ ଯୋଜନା ମୁତାବକ ଶୁକ୍ରବାର କାର୍ଯ୍ୟାଳୟରେ ସେ ୫ ହଜାର ଟଙ୍କା ଲାଞ୍ଚ…

Read More

ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଗୁରୁତ୍ଵପୂର୍ଣ୍ଣ ସୂଚନା। ସେ କହିଛନ୍ତି, ୨ ଜଣ ଏକ୍ସପର୍ଟ ଦେବା ପାଇଁ ସରକାର ଆରବିଆଇକୁ ଚିଠି ଲେଖିଥିଲେ। ଆରବିଆଇ ମଧ୍ୟ ୨ ଜଣ ଏକ୍ସପର୍ଟଙ୍କ ନାମ ଦେଇଛନ୍ତି।ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ। କମିଟି ଅନୁମତିରେ ରତ୍ନ ସବୁ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସେ ପ୍ରକ୍ରିୟା ସରିବା ପରେ RBI ଅଧିକାରୀଙ୍କୁ ତାରିଖ ଜଣାଯିବ। ଏହାପରେ ଏକ୍ସପର୍ଟ ଆସି ଗଣତିମଣତି କରିବେ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ। ସୂଚନାମୁତାବକ ୨୦୨୪ ଜୁଲାଇ ୧୪ ରୁ ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଖୋଲା ଯାଇଥିଲା। ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଥିଲା। ୧୭ ଡିସେମ୍ବର ୨୦୨୪ରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା । ୬ ମାସ ଧରି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଥିଲା। ମହାପ୍ରଭୁଙ୍କ ବିଭନ୍ନ ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ…

Read More

ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ପରେ ଶେଷରେ ଥାନାରେ ହାଜର ହୋଇଛନ୍ତି ଓଏଏସ୍ ବାବୁ ସାର୍ଥକ ସୌରଭ ମହାପାତ୍ର । ଦୁଇ ଦିନ ତଳେ ଓଏଏସ୍ ବାବୁଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ । ଏନେଇ ମହିଳା ଥାନା ମାମଲା ରୁଜୁ କରି ନୋଟିସ୍ ପଠାଇବା ପରେ ଆଜି ଥାନାରେ ହୋଇଛନ୍ତି ଓଏଏସ୍ ବାବୁ ।ଅଭିଯୋଗ ଘଟଣାରେ ତାଙ୍କୁ ପଚରାଉଚରା ଚାଲିଛି । ତାଙ୍କ ନାଁରେ ପତ୍ନୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱହୀନତା, ଇଛାକୃତ ଭାବରେ ପରିତ୍ୟାଗ କରିବା ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ କରିଛନ୍ତି । ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା । ଗୋଟି ଗୋଟି…

Read More

ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୨୧ ଅଗଷ୍ଟ ଯାଏ ନାମାଙ୍କନପତ୍ର ଦାଖଲ ହେବ । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ହେବ ଭୋଟିଂ । ୨୫ ଅଗଷ୍ଟ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ ।୨୩୩ ରାଜ୍ୟସଭା ସାଂସଦ, ୧୨ ରାଜ୍ୟସଭା ମନୋନୀତ ସାଂସଦ ଏବଂ ୫୪୩ ଲୋକସଭା ସାଂସଦ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ଭୋଟ ଦେବେ । ଜଗଦୀପ ଧନଖଡ ଇସ୍ତଫା ପରଠାରୁ ଏହି ପଦବୀ ଖାଲି ପଡ଼ିଛି। ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଧନଖଡ଼ ଉପରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେଇଥିଲେ।

Read More

ଗଜପତି ଜିଲା ଆର୍‌. ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀଙ୍କୁ ପିଅନ ପରିସ୍ରା ପିଆଇବା ଅଭିଯୋଗ ଘଟଣାରେ RWSS କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ ପରିସ୍ରା ନମୁନା lପିଅନ ପାଣି ବୋତଲରେ ପରିସ୍ରା ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଯନ୍ତ୍ରୀ ସଚିନ ଗୌଡ଼। ଅଟକ ପିଅନ ଶିବ ନାରାୟଣଙ୍କୁ ୪୧ ବଣ୍ଡ୍‌ରେ ଛାଡ଼ିଛି ପୋଲିସ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର.ଉଦୟଗିରି SDPO ସୁରେଶ ତ୍ରିପାଠୀ କହିଛନ୍ତି ।ସୂଚନା ଅନୁଯାୟୀ, ଗତ ୨୨ତାରିଖ ଦିନ ଆର.ଉଦୟଗିରି RWSS କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ ସଚିନ ଗୌଡ଼ ଯୋଗଦେଇଥିଲେ । ୨୩ ତାରିଖ ରାତିରେ ଯନ୍ତ୍ରୀ ତାଙ୍କ ବାସଭବନରେ ଖାଇ ସାରିବା ପରେ ପିଅନ ଶିବ ନାରାୟଣକୁ ପାଣି ମାଗିଥିଲେ । ପିଅନ ଏକ ପ୍ଲାଷ୍ଟିକ ବୋତଲରେ ପାଣି ଆଣି ଦେଇଥିଲେ । ପାଣି ପିଇବା ପରେ ଯନ୍ତ୍ରୀଙ୍କୁ ତାହା ପରିସ୍ରା ଭଳି ଲାଗିବାରୁ ଅଫିସ ଲ୍ୟାବରେ ପରୀକ୍ଷା…

Read More

-ୟୁପିଆଇ କାରବାରରେ ପରିବର୍ତ୍ତନ-ଦିନକୁ ସର୍ବାଧିକ ୫୦ଥର ଯାଏ ବାଲାନ୍ସ ଯାଞ୍ଚ କରିପାରିବେ-ଅଟୋ ପେ କାରବାରରେ କିଛି ପରିବର୍ତ୍ତନ ହୋଇଛି-ନିର୍ଦ୍ଦିଷ୍ଟ ସମୟରେ ଅଟୋ ପେ କାରବାର ହେବ-ୟୁପିଆଇ ପେମେଣ୍ଟ ବିଫଳ ହେଲେ, ସ୍ଥିତି ଯାଞ୍ଚ ପାଇଁ ୩ଟି ସୁଯୋଗ ମିଳିବ-ପ୍ରତ୍ୟେକ ପ୍ରୟାସ ମଧ୍ୟରେ ୯୦ସେକେଣ୍ଡ ସମୟ ଅପେକ୍ଷା କରିବାକୁ ପଡିବ-ବ୍ୟାଙ୍କିଂ ଆଇନ-୨୦୨୫ ଆଜିଠାରୁ କାର୍ଯ୍ୟକାରୀ ହେବ କାହିଁକି ଚାର୍ଜ ଲାଗୁ କରାଯାଉଛି? ସରକାର କୌଣସି ବ୍ୟବସାୟୀଙ୍କଠାରୁ (ମର୍ଚ୍ଚାଣ୍ଟ ଡିସକାଉଣ୍ଟ ହାର) ଆଦାୟ କରେ ନାହିଁ। କିନ୍ତୁ NPCI ବ୍ୟାଙ୍କ ଗୁଡ଼ିକରୁ ସ୍ୱିଚ୍ ଫି ଆଦାୟ କରେ। କିଛି ବ୍ୟାଙ୍କ ପେମେଣ୍ଟ ଏଗ୍ରିଗେଟରଙ୍କଠାରୁ ଏହି ଫି ଆଦାୟ କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ପେମେଣ୍ଟରେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି। ସମ୍ପ୍ରତି, UPI ପେମେଣ୍ଟ କରିବା ସମୟରେ ବ୍ୟବହାରକାରୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। UPI ସର୍ଭର ପ୍ରତିଦିନ ଡାଉନ୍ ହେଉଥିଲା। NPCI ଏହି ସମସ୍ୟାର ଏହି ସମାଧାନ ଖୋଜି ବାହାର କରିଛି।

Read More

ଆଜି ସମ୍ବଲପୁରୀ ଦିବସ । ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ନୂଆ ପୋଷାକ ପିନ୍ଧି , ନାଚି ଗାଇ ଉତ୍ସବ ପାଳନ କରୁଛନ୍ତି ପଶ୍ଚିମ ଓଡିଶାବାସୀ । ଭାଷା ସାହିତ୍ୟର ପୁରୋଧା ସତ୍ୟାନାରାୟଣ ବୋହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପ୍ରତିବର୍ଷ ପାଳନ କରୁଛନ୍ତି, ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାବାସୀ । ଦୀର୍ଘବର୍ଷ ଧରି ବିଭିନ୍ନ ସଂଗଠନ ଏହାକୁ ବିଭିନ୍ନ ଜିଲ୍ଲାରେ ପାଳନ କରିଆସୁଛନ୍ତି । ସମ୍ବଲପୁରୀ ଭାଷାର ସଂସ୍କୃତିର ପ୍ରଚାର ହିଁ ଏହି ଦିବସର ଏକମାତ୍ର ଲକ୍ଷ୍ୟ । ଅନ୍ୟପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରୀ ସାହିତ୍ୟ ସାଧକ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପବିତ୍ର ଜନ୍ମଦିନ ଅବସରରେ ପାଳିତ ହେଉଥିବା “ସମ୍ବଲପୁରୀ ଦିନ୍”ର ଶୁଭେଚ୍ଛା ଜଣାଇଛନ୍ତି ।କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଆଜିର ସମୟ ହେଉଛି ଆମର ଭାଷା, ସାହିତ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ଉଜାଗର କରିବା । ସମ୍ବଲପୁର…

Read More

ଆଜି ଠାରୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ । କିଛି ନିୟମରେ ପରିବର୍ତ୍ତନ ହେଉଥିବା ବେଳେ ଏହା ଜନସାଧାରଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ପରିବର୍ତ୍ତନ ଗୁଡ଼ିକ ମଧ୍ୟରେ ୟୁପିଆଇରେ ବାଲାନ୍ସ ଚେକ୍ କରିବା ଠାରୁ ନେଇ ଏଲପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ ଓ ବ୍ୟାଙ୍କିଂ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ଅନ୍ତର୍ଭୁକ୍ତ । ଜାଣନ୍ତୁ କେଉଁ ସବୁ ନିୟମରେ ଆଜିଠୁ ହେବ ବଡ ପରିବର୍ତ୍ତନ। ତେବେ ତୈଳ ବିପଣନ କମ୍ପାନୀମାନେ ୧୯ କିଲୋଗ୍ରାମର ବାଣିଜ୍ୟିକ LPG ସିଲିଣ୍ଡରର ମୂଲ୍ୟ ୩୩.୫୦ ଟଙ୍କା ହ୍ରାସ କରିଛନ୍ତି। ଏହି ନୂଆ ମୂଲ୍ୟ ଆଜି, ଅଗଷ୍ଟ ୧, ୨୦୨୫ ଗୁରୁବାରଠାରୁ ଦେଶବ୍ୟାପୀ ଲାଗୁ ହେବ। ଏହି ମୂଲ୍ୟ ହ୍ରାସ ଦେଶର ବାଣିଜ୍ୟିକ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଛି, ବିଶେଷକରି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ।ତଥାପି, ସାଧାରଣ ଗ୍ରାହକଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ।…

Read More

OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆଉ ଦୁଇ ଜଣ ଗିରଫ ହୋଇଛନ୍ତି । ଘଟଣାରେ କ୍ରାଇମବ୍ରାଞ୍ଚ ପୁଣି ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ କୋରାପୁଟ ଓ କଳାହାଣ୍ଡିର ଶିକ୍ଷକ ବୋଲି ଜଣାପଡିଛି ।ଗିରଫଦାରୀ ମଧ୍ୟରେ ଶିକ୍ଷକ ଓ ପେଷାଦାର ଭାଇରଲକାରୀ ମଧ୍ୟ ଥିଲେ । ପୂର୍ବରୁ ଗିରଫ ହୋଇଛନ୍ତି ଜିତନ ମହାରଣା, ବିଜୟ କୁମାର ମିଶ୍ର, ସନାତନ ବିଶୋଇ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତ । ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣା ହିଁ ପ୍ରଶ୍ନ ପତ୍ର ଭାଇରାଲ କରିଥିଲେ। ଏଥିରେ ମନିଟ୍ରେଲ ମଧ୍ୟ ହୋଇଛି ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି । ଜିତନ ମହାରଣା ପତ୍ନୀଙ୍କ ଆକାଉଣ୍ଟକୁ ଆସିଥିଲା ୨ ଲକ୍ଷ ୫୦ ହଜାର ଟଙ୍କା । ଏପରିକି ପର୍ଜ୍ୟାପ୍ତ ପରିମାଣର କ୍ୟାସ କାରବାର ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ଅନୁମାନ କରୁଛି ବୋଲି କ୍ରାଇମବ୍ରାଞ୍ଚ ଡିଜି ସୂଚନା…

Read More