ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା ଏବଂ ବଳଙ୍ଗା ନାବାଳିକାଙ୍କୁ ପୋଡ଼ି ଦେବା ଘଟଣା ମନରୁ ନଲିଭୁଣୁ ପୁଣି ଏକ ଆତ୍ମାହୁତି ଘଟଣା। ବିଲ ମଝିରେ ପେଟ୍ରୋଲ ଢ଼ାଳି ମହିଳା ଓ ପୁରୁଷ ଆତ୍ମାହୁତି ଉଦ୍ୟମ। ସୂଚନା ଅନୁସାରେ ଖିଚିଂ କଲେଜ ସମ୍ମୁଖରେ ଏହି ଜୀବନ ହରିବାକୁ ଉଦ୍ୟମ ହୋଇଛି । ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜୀବନ ହରିବା ଉଦ୍ୟମରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଛି । କିନ୍ତୁ ପୁୁରୁଷ ଜଣଙ୍କ ଏଥିରେ ଗୁରୁତର ହୋଇଛନ୍ତି । ତାଙ୍କ ନାମ ଶୁକ୍ରୁଳି ବୋଲି ଜଣାପଡିଥିବା ବେଳେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟ ମହିଳା ଓ ପୁରୁଷ ଖିଚିଂ ଗାଁର । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ରରୁଆଁ ପୁଲିସର ତଦନ୍ତ ଜାରି ରଖିଛି ।
Author: sanitelevision
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତିରେ ଜଡ଼ିତ ହୋଇ ଇଓଡବ୍ଲୁ ଦ୍ୱାରା ଗିରଫ ବିଜେଡି ନେତା ରାଜା ଓରଫ ସୌମ୍ୟଶଙ୍କର ଚକ୍ରଙ୍କୁ ୧୫ ଦିନ ଜାମିନ ମିଳିଛି । ଶଶୁରଙ୍କ ପରଲୋକରେ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଏହି ଜାମିନ ମିଳିଛି । କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ଜାମିନ ଅବଧି ପରେ କୋର୍ଟରେ ହାଜର ହେବା ସର୍ତ୍ତ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତିର ମୁଖ୍ୟ କାର୍ପଟଦାର ରାଜା ଚକ୍ର । ରାଜା ଜେଲ୍ ଯିବା ପରେ ରାଜାଙ୍କ ବିରୋଧରେ ଖଣି ଅଞ୍ଚଳର ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି । ରାଜା ଚକ୍ର ଯେଉଁମାନଙ୍କ ଛତ୍ରଛାୟା ତଳେ କାମ କରୁଥିଲେ, ଯାହା ନିର୍ଦ୍ଦେଶରେ କାମ କରୁଥିଲେ , ସେମାନେ ସମସ୍ତେ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି ।ରାଜାଙ୍କ ଶଶୁର କେନ୍ଦୁଝର ପୁରୁଣା ବଜାର ଅଞ୍ଚଳର ଖ୍ୟାତନାମା ଚିତ୍ରଶିଳ୍ପୀ ବିଜୟ ପଟ୍ଟନାୟକ ଗତ ଶୁକ୍ରବାର ହୃଦ୍ଘାତରେ ପ୍ରାଣ…
ମୁମ୍ୱାଇରୁ କୋଲକାତା ଯାଉଥିବା ଇଣ୍ଡିଗୋର ଫ୍ଲାଇଟ୍ରେ ଶୁକ୍ରବାର ( ୧ ଜୁଲାଇ) ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କୁ ଚାପୁ଼ଡ଼ା ମାରିଥିଲେ। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଚାପୁଡ଼ା ମାରିବା ପରେ ଅନ୍ୟ ଯାତ୍ରୀମାନେ ସେହି ଯାତ୍ରୀ ଉପରେ ଅସନ୍ତୁଷ୍ଟ ହୋଇଥିଲେ। ଏହି ସମୟରେ , ଏୟାରହୋଷ୍ଟେସ ମଧ୍ୟ ଯାତ୍ରୀଙ୍କୁ ଏମିତି ବ୍ୟବହାର ନକରିବାକୁ ଅପିଲ କରିବାର ଦେଖିବାକୁ ମିଳିଥିଲା। ଅନ୍ୟପଟେ ଚାପୁଡ଼ା ଖାଇଥିବା ବ୍ୟକ୍ତି ତୁରନ୍ତ କାନ୍ଦି ପକାଇ ଥିଲେ।ବିମାନ କୋଲକାତାରେ ଅବତରଣ କରିବା ପରେ ଆକ୍ରମଣକାରୀଙ୍କୁ “ଅନିୟମିତ” (unruly) ଘୋଷଣା କରାଯାଇ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)କୁ ହସ୍ତାନ୍ତର କରାଯାଇଛି । କୋଲକାତା ଏୟାରପୋର୍ଟରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲେ । ପରେ ଚେତାବନୀ ଦେଇ ଛାଡ଼ି ଦିଆଯାଇଥିଲା । ଘଟଣାକୁ ଇଣ୍ଡିଗୋ ନିନ୍ଦା କରିଛି । ଏ ନେଇ ଡାଇରେକ୍ଟୋରେଟ ଜେନେରାଲ ଅଫ୍ ସିଭିଲ ଏଭିଏସନ- DGCAକୁ ରିପୋର୍ଟ କରାଯାଇଛି ।…
ମହାନଦୀ ଜଳ ବିବାଦକୁ ନେଇ ଶନିବାର ଟ୍ରିବ୍ୟୁନାଲର ଶୁଣାଣି ହେବ । ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ମହାନଦୀ ଜଳକୁ ନେଇ ଯେଉଁ ବିବାଦ ରହିଛି, ତାହା ଉପରେ ଟ୍ରିବ୍ୟୁନାଲ କି ନିଷ୍ପତ୍ତି ନେବେ, ତାହା ଉପରେ ଓଡ଼ିଶା ସରକାରଙ୍କ ନଜର ରହିଛି ।ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ଏହି ଶୁଣାଣିରୁ କିଛି ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି । ଶୁଣାଣି ପୂର୍ବରୁ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ବିଭିନ୍ନ ଦଳର ନେତା ଏକାଠି ହୋଇ ବିବାଦର ଆପୋଷ ସମାଧାନ ନେଇ ଆଲୋଚନା କରିଛନ୍ତି ।
ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର। ଆଜି ଆସିବ ପିଏମ କିଶାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରାଯିବ । ବିହାରର ୭୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସପର ହେବ ୨ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ମୋଦି ବାରଣାସୀରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ । ଏହି କାର୍ଯ୍ୟକ୍ରମ ସକାଳ ୧୧ଟା ପରେ ଆରମ୍ଭ ହେବ ।ପ୍ରଧାନମନ୍ତ୍ରୀ କିଷାନର ୨୦ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହେବ । କେନ୍ଦ୍ର ସରକାର ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ ଥର ପାଇଁ ଫେବୃଆରୀ ୨୪, ୨୦୨୫ ରେ ତାଙ୍କ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତି…
ଏଣିକି ଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ରହିବେ ‘ଶକ୍ତିଶ୍ରୀ’ ସଂଯୋଜିକା। ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଏନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ହୋଇଛି। ବାଲେଶ୍ୱର ଏଫଏମ ଘଟଣା ପରେ ଉଚ୍ଚ ଶିକ୍ଷା ବିଭାର ପକ୍ଷରୁ ଏହି ବଡ ପଦକ୍ଷେପ ଗ୍ରହଣ କରାଯାଇଛି|ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସହ ଘଟି ଚାଲିଥିବା ଅଘଟଣକୁ ଏଡ଼ାଇବା ପାଇଁ ଗତ ଜୁଲାଇ ମାସ ୧୯ ତାରିଖରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ ରାଜ୍ୟ ସରକାର। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଗତ ଦିନରେ ଶିକ୍ଷାନୁଷ୍ଠାନରେ ଘଟୁଥିବା ଅଘଟଣକୁ ଆଖି ଆଗରେ ରଖି ୧୬ ବିଶ୍ୱବିଦ୍ୟାଳୟ ଓ ୭୩୦ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’।ଅଗଷ୍ଟ ୪ ସୁଦ୍ଧା ‘ଶକ୍ତିଶ୍ରୀ’ ସଂଯୋଜିକା ମନୋନୀତ କରି ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି…
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ କମିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି। ବର୍ଷା କମିବା ସହିତ ତାପମାତ୍ରା ସାମାନ୍ୟ ବଢ଼ିପାରେ। ତାପମାତ୍ରାରେ ପ୍ରାୟ ୨ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।ଆଗାମୀ ୪ ଓ ୫ ଜୁଲାଇ ବେଳକୁ ରାଜ୍ୟରେ ଆହୁରି ବର୍ଷା କମିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ଆସନ୍ତା ୬ ତାରିଖ ପରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାପାତ୍ର କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ରେକର୍ଡ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଠାରେ ସର୍ବାଧିକ ବର୍ଷା ୩୪ ମିଲିମିଟର ରେକର୍ଡ ହୋଇଛି। ସମ୍ପୂର୍ଣ୍ଣ ରାଜ୍ୟରେ ୬୧୬.୧ ମିଲିମିଟର ବର୍ଷା…
ବୋର୍ଡ ପକ୍ଷରୁ OTET ପରୀକ୍ଷାର୍ଥୀଙ୍କ ପାଇଁ ଶୁକ୍ରବାର ଏକ ବଡ଼ ସୂଚନା ଦିଆଯାଇଛି। ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବା ନେଇ ଅବଗତ କରାଯାଇଛି।ସ୍ପେଶାଲ OTET ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍-୧ ପରୀକ୍ଷା ହେବ। ଏପରିକି ପୂର୍ବାହ୍ନ ୨ଟାରୁ ସାଢେ ୪ଟା ଯାଏ ପେପର୍-୨ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।ଅଗଷ୍ଟ ୨୨ରୁ ୱେବସାଇଟ୍ରେ ପରୀକ୍ଷାର୍ଥୀ ନିଜ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ଲିକ୍ ଯୋଗୁ ପୂର୍ବ ପରୀକ୍ଷା ବୋର୍ଡ ପକ୍ଷରୁ ବାତିଲ କରାଯାଇଥିଲା।ଗତ ୨୦ ତାରିଖରେ ହେବାର ଥିଲା ଓଟିଇଟି ପରୀକ୍ଷା। ପ୍ରଶ୍ନପତ୍ର ଭାଇରଲ ହେବା ପରେ ସରକାର ପରୀକ୍ଷାକୁ ସ୍ଥଗିତ ରଖିଥିଲେ । ପ୍ରଶ୍ନପତ୍ର ଲିକ୍ ର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । OTET ପ୍ରଶ୍ନପତ୍ର ଲିକ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମୋହନ ମାଝୀଙ୍କ ସରକାରରେ ଶୁନ୍ୟ…
କର୍ନାଟକ ହାଇକୋର୍ଟ ବଳାତ୍କାର ଏବଂ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ଜନତା ଦଳ (ଏସ) ଏମ୍ପି ପ୍ରଜ୍ୱଳ ରେଭାନ୍ନାଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। କୋର୍ଟ ଏହି ମାମଲାରେ ରେଭାନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।ଆସନ୍ତା କାଲି କୋର୍ଟ ଦଣ୍ଡବିଧାନ କରିବେ । କୋର୍ଟଙ୍କ ରାୟ ଶୁଣିବା ପରେ ରେବନ୍ନା ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ଏହି ମାମଲାର ଶୁଣାଣି ବେଙ୍ଗାଲୁରୁ ସ୍ଥିତି ନିର୍ବାଚିତ ଜନପ୍ରତିନିଧୀଙ୍କ ସହ ଜଡ଼ିତ ମାମଲାର ଶୁଣାଣି ପାଇଁ ଗଠନ ହୋଇଥିବା ବିଶେଷ ଅଦାଲତ କରିଛନ୍ତି । ଅଭିଯୋଗ ହେବାର ୧୪ ମାସ ପରେ କୋର୍ଟ ରାୟ ଶୁଣାଇଛନ୍ତି । ରେଭାନାଙ୍କ ବିରୋଧରେ ଯୌନ ନିର୍ଯାତନାର ଅନେକ ମାମଲା ରୁଜୁ ହୋଇଛି। ଏହା ସହିତ, ସେ ଅନେକ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାର ଶୁଣାଣି ୨୦୨୪ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିଲା । ପ୍ରଜ୍ୱଳଙ୍କ ବିରୋଧରେ ୨୩ ଜଣ ସାକ୍ଷୀ…
ଶରୀରର ଯେକୌଣସି ଅଙ୍ଗରେ କର୍କଟ ବିପଦପୂର୍ଣ୍ଣ ଏବଂ ସାଂଘାତିକ । ମାରାତ୍ମକ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 1 ତାରିଖକୁ ‘ବିଶ୍ୱ ଫୁସଫୁସ କର୍କଟ ଦିବସ’ ଭାବରେ ପାଳନ କରାଯାଏ । ବିଶେଷକରି ଭାରତରେ ଫୁସଫୁସ କର୍କଟ ଏକ ସାଧାରଣ କର୍କଟ ମଧ୍ୟରୁ ଅନ୍ୟତମ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା WHOର ତଥ୍ୟ ଅନୁସାରେ 2020 ମସିହାରେ ଫୁସଫୁସ କର୍କଟ ହେତୁ ବିଶ୍ବରେ 158 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । 2012 ମସିହାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମକୁ ଫୋରମ୍ ଅଫ୍ ଇଣ୍ଟରନ୍ୟାସନାଲ୍ ରେସପେରେଟାରୀ ସୋସାଇଟିସ୍ ଦ୍ୱାରା ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର ଫୁସଫୁସ୍ କ୍ୟାନ୍ସର ଏବଂ ଆମେରିକୀୟ କଲେଜ ଅଫ୍ ଚେଷ୍ଟ ଫିଜିସିଆନଙ୍କ ସହାୟତାରେ ଆୟୋଜିତ କରାଯାଇଥିଲା । ବିଶ୍ବବ୍ୟାପୀ ପୁରୁଷ ଏବଂ ମହିଳାମାନଙ୍କଠାରେ ଦ୍ୱିତୀୟ ସାଧାରଣ ପ୍ରକାରର କର୍କଟ ଭାବରେ ଫୁସ୍ଫୁସ୍ କ୍ୟାନ୍ସର, ଏକ ପ୍ରମୁଖ ସମସ୍ୟା ଭାବରେ…









