ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ପିଲାମାନଙ୍କ ପାଇଁ ଅଣ୍ଡା ଯୋଗାଇ ଦେଉଛନ୍ତି ସରକାର। ହେଲେ ଅନେକ ପିଲା ଅଣ୍ଡା ଖାଉ ନ ଥିବା ନଜର ଆସୁଛି। ତେଣୁ ସରକାର ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି।ସପ୍ତାହକୁ ୩ ଥର ସୋମବାର,ବୁଧବାର,ଶୁକ୍ରବାର ଏହି ୩ ଦିନ ପିଲାଙ୍କୁ ଫଳ ଦିଆଯିବ । ରାଜ୍ୟରେ କୁପୋଷଣ ଦୂରେଇବା ସହ ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନରେ ରହିଛି ବିଭିନ୍ନ ଖାଦ୍ୟ ସାରଣୀ। ଏହା ମଧ୍ୟରେ ଅଣ୍ଡା ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିଛି । କିନ୍ତୁ କିଛି ପିଲା ଆମିଷ ଖାଉନଥିବାରୁ ସେମାନଙ୍କ ପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ପିଏମ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ଚିଠି ଲେଖି ନିର୍ଦେଶ ଜାରି କରିଛନ୍ତି।
Author: sanitelevision
OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ପଚରାଉଚରା କରାଯାଉଛି। କ୍ରାଇମବ୍ରାଞ୍ଚ ଅଫିସକୁ ଡାକି ବୋର୍ଡ ଉପସଭାପତିଙ୍କୁ ପଚରାଉଚରା କରାଯାଉଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନାରୁ ଜଣାପଡ଼ିଛି।ବୋର୍ଡ ଉପସଭାପତି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି । କହିଛନ୍ତି, ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛି । ନିହାର ମହାନ୍ତିଙ୍କ ଆଉ ଜଣେ ବ୍ୟକ୍ତିଗତ ମହିଳା ଡାଟା ଏଣ୍ଟ୍ରି ଅପେରେଟରଙ୍କୁ ମଧ୍ୟ ପଚରାଉଚରା ଚଳାଇଛି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ କିଛି ଶିକ୍ଷକ ଅଛନ୍ତି । ଜୁଲାଇ ୨୦ରେ ହେବାକୁ ଥିବା OTET ପରୀକ୍ଷା ପୂର୍ବ ଦିନ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ବାତିଲ କରାଯାଇଥିଲା। ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (BSE) କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ ହୋଇଛନ୍ତି। ସେ BSE…
ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ଜୁଲାଇ ସତ୍ର ପାଇଁ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ନାମଲେଖା ସହ ପୁନଃ ପଞ୍ଜୀକରଣ କରିପାରିବେ ଆଶାୟୀ। ନାମ ଲେଖାଇବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣ ଦେୟ ୫୦% ଛାଡ଼ କରାଯାଇଛି । ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ, ସେମାନେ ଇଗ୍ନୋ ରିହାତି ପାଇବାକୁ ଯୋଗ୍ୟ ହେବେନାହିଁ । ଛାତ୍ରଛାତ୍ରୀ ଇଗ୍ନୋର ୱେବସାଇଟ୍ କିମ୍ବା ଆଞ୍ଚଳିକ କେନ୍ଦ୍ରକୁ ଇ-ମେଲ୍ରେ ଯୋଗାଯୋଗ କରିପାରିବେ ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ମନୋଜ ଦାଶ ସୂଚନା ଦେଇଛନ୍ତି ।
ଅଭିନେତାରୁ ରାଜନେତା ପାଲଟିଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ମାଆଙ୍କ ବିୟୋଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା ଶନିବାର ଶୋକ ପ୍ରକାଶ କରିଛନ୍ତି। ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମା’ କନକ ମହାପାତ୍ର କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ସେ ଜଣେ ଧର୍ମପରାୟଣା, ପରୋପକାରିଣୀ ମହିଳା ଭାବେ ବେଶ ଜନପ୍ରିୟ ଥିଲେ ।ମା’ଙ୍କ ବିୟୋଗରେ ଭାଙ୍ଗିପଡ଼ିଛନ୍ତି ପୁଅ। ତେବେ ତାଙ୍କ ମା’ଙ୍କ ଦେହାନ୍ତ ଖବର ଶୁଣି ସବୁଆଡ଼େ ଶୋକର ଛାୟା ଖେଳିଯାଇଛି।
ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ । ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖାଯାଇଛି । ଅନୁଦାନପ୍ରାପ୍ତ ହାଇସ୍କୁଲ ଏବଂ ବ୍ଲକ୍ଗ୍ରାଣ୍ଡ ସ୍କୁଲରେ ଏହି ଶିକ୍ଷକମାନଙ୍କୁ ନିଯୁକ୍ତି ମିଳିବ। ସେହିପରି ସଂସ୍କୃତ ଟୋଲ୍ ସ୍କୁଲରେ ଅତିଥି ଶିକ୍ଷକମାନେ ମଧ୍ୟ ନିଯୁକ୍ତି ପାଇବେ।ନୂଆ TGT ନିଯୁକ୍ତ ହେବା ଯାଏଁ ଏମାନେ ଶିକ୍ଷକତା କରିପାରିବେ । ତେବେ ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବୀ ବିଷୟରେ ଅବଗତ କରିବେ ଡିଇଓ । ଏହାପରେ ଖାଲି ପଡିଥିବା ପଦବୀରେ TGT ନିଯୁକ୍ତ ହେଲେ ଅତିଥି ଶିକ୍ଷକ ଅପସାରିତ ହେବେ ।
ଭୁବନେଶ୍ବର ବିମାନ ବନ୍ଦରରୁ ଶନିବାର ୮ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟ୍ରେ ଆସୁଥିବା ବେଳେ DRI ଧରିଥିବା ସୂଚନା ମିଳିଛି। ସେହିପରି ଗତକିଛି ତତେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ କରିଥିଲା କଷ୍ଟମ ବିଭାଗ । ବ୍ୟାଙ୍କରୁ ଭୁବନେଶ୍ୱର ଆସୁଥିଲେ ଜଣେ ଯାତ୍ରୀ । କୌଣସି ସୁତ୍ରରୁ ଖବର ପାଇ ଏୟାରପୋର୍ଟରେ ଉପସ୍ଥିତ ଥିବା କଷ୍ଟମ ବିଭାଗର ଅଧିକାରୀମାନେ ଉକ୍ତ ଯାତ୍ରୀଙ୍କୁ ପଚରାଉଚରା କରିଥିଲେ , ପରେ ସେ ଆଣିଥିବା ସାମଗ୍ରୀକୁ ଯାଞ୍ଚ ବି କରିଥିଲେ । ୩ଟି ବ୍ୟାଗ୍ ଜବତ ହୋଇଥିଲା । ଯେଉଁଥିରେ ବିପୁଳ ପରିମାଣରେ ମାରିଜୁଆନା ଥିବା କଷ୍ଟମ ବିଭାଗକୁ ମିଳିଥିଲା । ଯାହାର ମୂଲ୍ୟ ୩୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି ।
ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳୀଖୁଣ୍ଟି ଗ୍ରାମର ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଶନିବାର ଝିଟିପିଟି ପଡିଥିବା ଜଣାପଡିଛି। ଖାଦ୍ୟ ଖାଇବା ପରେ କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିବା ଘଟଣା ସମ୍ପର୍କରେ ଜାଣି ଅଭିଭାବକ ମହଲରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ଅସୁସ୍ଥ ହୋଇପଡିଥିବା ଛାତ୍ରଛାତ୍ରୀଙ୍କୁ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ଲାଷ୍ଟିକ ବୋତଲରେ କାରବାର ଉପରେ କଟକଣା । ଏନେଇ ସବୁ ଜିଲ୍ଲାପାଳଙ୍କୁ ନୋଟିସ ଜାରି କଲେ ସରକାର । ବିକ୍ରି ଯୋଗାଣ ଓ ଗଚ୍ଛିତ ରଖିବା ଉପରେ ଲାଗିଲା କଟକଣା । କାଯ୍ୟକାରୀ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ପ୍ଲାଷ୍ଟିକ୍ ବୋତଲ କିମ୍ବା ସେଭଳି କିଛି ପାତ୍ରରେ ପେଟ୍ରୋଲିୟମ ଉତ୍ପାଦର ବିକ୍ରୟ, ଯୋଗାଣ ଏବଂ ପରିବହନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଖୁଚୁରା ଦୋକାନ, ଇନ୍ଧନ ଷ୍ଟେସନ ଏବଂ ଖୁଚୁରା ଦୋକାନଗୁଡ଼ିକରେ ସ୍ପଟ୍ ଯାଞ୍ଚ ଏବଂ ଅଚାନକ ଯାଞ୍ଚ କରିବାକୁ ସିଭିଲ୍ ସପ୍ଲାଏ ଇନ୍ସପେକ୍ଟର, ଏନଫୋର୍ସମେଣ୍ଟ ସ୍କ୍ୱାଡ୍, ପୋଲିସ ଅଧିକାରୀ, ତହସିଲଦାର ଏବଂ ଅନ୍ୟାନ୍ୟ ଏନଫୋର୍ସମେଣ୍ଟ କର୍ମଚାରୀଙ୍କ ସମେତ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ଲାଷ୍ଟିକ୍ ପାତ୍ର କିମ୍ବା ଅନ୍ୟାନ୍ୟ ଅନୁମୋଦିତ ପ୍ୟାକେଜିଂରେ ପେଟ୍ରୋଲିୟମ୍ ଯୋଗାଣ କରୁଥିବା ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ , ଏହା ବ୍ୟତୀତ ସମସ୍ତ ଇନ୍ଧନ ଯୋଗାଣ କେନ୍ଦ୍ର ଏବଂ ପେଟ୍ରୋଲିୟମ୍…
ଓଡିଶା- ଛତିଶଗଡ ମହାନଦୀ ଜଳବିବାଦ ମାମଲାରେ ଟ୍ରିବ୍ୟୁନାଲରେ ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଲା ଶୁଣାଣି । ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକସ୍ତରରେ ଆଲୋଚନା ଆଗକୁ ବଢିଛି । ସାମାଧାନ ପାଇଁ ପକ୍ଷ ରାଜିଥିବା ଏଜି ପୀତାମ୍ବର ଆଚାଯ୍ୟ ଅବଗତ କଲେ ।ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ମହାନଦୀ ଜଳବିବାଦ ପ୍ରସଙ୍ଗ ଆପୋଷ ବୁଝାମଣାରେ ସମାଧାନ ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ମାମଲା ବିଚାରାଧୀନ ଥିବା ଛତିଶଗଡ଼ ସିଏମ ଉତ୍ତରରେ ଉଲ୍ଲେଖ କରିଛନ୍ତି । ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ଜଳବିବାଦର ଆପୋସ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି।
ହୋଟେଲ ଭିତରେ ମହିଳା କର୍ମଚାରୀଙ୍କ ହଙ୍ଗାମା। ମାରପିଟ୍ କଲେ ଯାହା ହାବୁଡ଼ରେ ପଡ଼ିଲା ଭାଙ୍ଗିଲେ। ଫୁଲ କୁଣ୍ଡ ଠାରୁ ଆରମ୍ଭ କରି କମ୍ପ୍ୟୁଟର ଯାଏଁ ସବୁ କିଛି ଭାଙ୍ଗି ଗୁଣ୍ଡ କରିଦେଲେ। ଏପରିକି ଗ୍ଲାସ୍ ଡୋର୍କୁ ଲୁହା ରଡରେ ଭାଙ୍ଗି ଚୁରମାର୍ କରିଦେଲେ। ଭୁବନେଶ୍ଵର ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଇନଫୋସିଟି ଥାନାରେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ ।ତେବେ ସମ୍ପୃକ୍ତ ମହିଳା କିଏ ଏବଂ କାହିଁକି ଏମିତି କଲେ ତାହାର ପ୍ରତିକ୍ରିୟା ମିଳିପାରି ନାହିଁ।









