୧୮୬୬ ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ପ୍ରକାଶ ପାଇଥିଲା।ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ। ପ୍ରଥମେ ଏହା ସାପ୍ତାହିକ ଏବଂ ପରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା | ନଅଙ୍କ ଦୁର୍ଭିକ୍ଷର ପଞ୍ଝାରେ ପଡ଼ି ଗୋଟିଏ ପଟେ ଭୋକରେ ଆଉଟୁପାଉଟୁ ହେଉଥିବା କଙ୍କାଳ ଶରୀର ଏବଂ ସେପଟେ ଇଂରେଜ ଶାସନରେ ରହି ପରାଧୀନ ଓ ମୃତ ପ୍ରାୟ ଏ ଜାତିର ପିଣ୍ଡରେ ପ୍ରାଣ ଭରିଥିଲା ‘ଉତ୍କଳ ଦୀପିକା’, ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ବର ହୋଇ ପ୍ରତିଟି ଓଡ଼ିଆଙ୍କ ମଧ୍ୟରେ ଦେଶମାତୃକାର ବହ୍ନି ଜାଳିଥିଲା ଏହି ଖବରକାଗଜ, ସେହି ଦିନଟିକୁ ମନେ ପକେଇବାକୁ ପ୍ରତିବର୍ଷ ଅଗଷ୍ଟ ୪ ତାରିଖରେ ପାଳନ କରାଯାଏ ଓଡ଼ିଆ ସାମ୍ବାଦିକତା ଦିବସ | ତେବେ ପୂର୍ବରୁ ଓଡ଼ିଆ ସାମ୍ବାଦିକତାରେ ଏତେ ସୁଯୋଗ ନ ଥିଲା। ମାତ୍ର ଏବେ ଖବରକାଗଜଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍, ଓ୍ବେବ୍ ମିଡିଆ ରହିଛି। ସେହିପରି ଏ କ୍ଷେତ୍ରରେ…
Author: sanitelevision
ଦୀର୍ଘଦିନ ଧରି ଘରୋଇ ପ୍ରତିଷ୍ଠାନରେ ମହିଳାମାନେ ରାତିରେ କାର୍ଯ୍ୟ କରିବା ନେଇ ଥିବା ସରକାରୀ ବାଧ୍ୟବାଧକତାକୁ ଏବେ କୋହଳ କରାଯାଇଛି। ରାଜ୍ୟରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିିରେ ରଖି ଶ୍ରମ ବିଭାଗ ପକ୍ଷରୁ ଓଡ଼ିଶା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୧୯୫୬ରେ କେତେକ ପରିବର୍ତ୍ତନ କରାଯାଇଛି।ରାତିରେ କାମ କରିବାକୁ ଇଚ୍ଛୁକ ମହିଳା କର୍ମଚାରୀଙ୍କ ସମ୍ମତି ଲିଖିତ ଭାବରେ ନିଆଯିବ । ରାତିରେ ଅତି କମ୍ରେ ୩ ଜଣ ମହିଳା କର୍ମଚାରୀ ରହିବେ । ସେଥିପାଇଁ ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ବାସସ୍ଥାନରୁ ନେବା ଆଣିବା କରିବା ପାଇଁ GPS ଟ୍ରାକିଂ ସିଷ୍ଟମ ସହିତ ପରିବହନ ସୁବିଧା ଯୋଗାଇ ଦିଆଯିବ । ସମ୍ପୃକ୍ତ ସଂସ୍ଥା ରାତ୍ରିରେ ନେବା ଆଣିବା ପାଇଁ ରହିଥିବା ପ୍ରତ୍ୟେକ ଡ୍ରାଇଭରଙ୍କ ବାୟୋଡାଟା ପୁଲିସ ଯାଞ୍ଚ କରିବ ।ବିଜ୍ଞପ୍ତିରେ ଶ୍ରମବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗ୍ମ ଦର୍ଶାଇଛନ୍ତି, ରାଜ୍ୟ ସରକାର ଏହା ମାଧ୍ୟମରେ ସମସ୍ତ ଦୋକାନ…
ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ପରେ ଏବେ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଚାଲିବ ।ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ବଗିଗୁଡ଼ିକୁ BEML ଇଣ୍ଟିଗ୍ରଲ କୋଚ୍ ଫ୍ୟାକ୍ଟ୍ରିର ଉପାୟରେ ତିଆରି କରାଯାଇଛି । ଏହି ଟ୍ରେନ୍କୁ ବିଶେଷ କରି ରାତି ସମୟର ଅଧିକ ଦୂରତା ବିଶିଷ୍ଟ ଯାତ୍ରାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ରହିବ । ବନ୍ଦେ ଭାରତ ସ୍ଲିପର୍ ଟ୍ରେନରେ ମୋଟ ୧୬ଟି କୋଚ୍ ରହିବ। ଏଥିରେ ଏସି ଫାଷ୍ଟ କ୍ଲାସ୍, ଏସି ସେକେଣ୍ଡ ଟାୟାର, ଏସି ଥାର୍ଡ ଟାୟାର କୋଚ୍ ରହିବ। ଏଥିରେ ୧୧୨୮ ଜଣ ଯାତ୍ରୀଙ୍କ ପାଇଁ ସିଟ୍ ରହିବ। ପ୍ରତ୍ୟେକ ବର୍ଥରେ ରିଡିଂ ଲାଇଟ୍ ଏବଂ USB ଚାର୍ଜିଂ ପଏଣ୍ଟର ସୁବିଧା ରହିବ। ସାର୍ବଜନୀକ ଘୋଷଣା ସୁବିଧା ସହିତ ଭିଜୁଆଲ୍ ଡିସପ୍ଲେ, ସିସିଟିଭି କ୍ୟାମେରା ଏବଂ ଡିଜିଟାଲ୍ ସୂଚନା ପ୍ୟାନେଲ୍ ମଧ୍ୟ…
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ବାପା ତଥା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍ଙ୍କର ଦେହାନ୍ତ ହୋଇଛି । ୮୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପୁଅ ହେମନ୍ତ ସୋରେନ କହିଛନ୍ତି, ଗୁରୁଜୀ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି।ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଆଜି ସକାଳ ୮:୪୮ରେ ଦେହାନ୍ତ ହୋଇଥିଲା। ତାଙ୍କୁ ଗଙ୍ଗାରାମ ହସ୍ପିଟାଲର ନେଫ୍ରୋଡ ବିଭାଗରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଥିଲା। ଏହା ବ୍ୟତୀତ ଶରୀରରେ ଅନ୍ୟ କିଛି ସମସ୍ୟା ଥିଲା। ବାପା ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ପୁଅ ହେମନ୍ତ ସୋରେନ୍ । ତାଙ୍କ ମୁଣ୍ଡ ଉପରୁ ବାପାଙ୍କ ହାତ ଚାଲିଯାଇଛି । ଗତ ୩୮ ବର୍ଷ ଧରି ଛାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମଙ୍ଗ ଧରିଥିଲେ ଶିବୁ ସୋରେନ୍ । ତାଙ୍କୁ ସଙ୍ଗଠନ ସଂସ୍ଥାପକ ତଥା ସଂରକ୍ଷକ ଭାବେ…
ରହସ୍ୟରେ ରହିଗଲା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ । ଏଯାଏଁ ଜଣାପଡ଼ିଲାନି ଅଭିଯୁକ୍ତ କିଏ? ୨ ସପ୍ତାହ ଧରି ତନାଘନା କରୁଛି ପୁଲିସ । କ୍ରାଇମବ୍ରାଞ୍ଚ ବି ଘଟଣାସ୍ଥଳକୁ ଯାଇ କରୁଥିଲା ତନାଘନା । ରହସ୍ୟରେ ରହିଗଲା ସମ୍ୱେଦନଶୀଳ ମାମଲା । ଗତ ୧୯ ତାରିଖ (ଶନିବାର) ଦିନ ଜଳନୀୟ ଦ୍ରବ୍ୟ ମାଧ୍ୟମରେ ଜଳି ଯାଇଥିବା ବଳଙ୍ଗା ପୀଡ଼ିତାଙ୍କ ଆଜି ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶନିବାର ଦିନ ଅଘଟଣର ଶିକାର ହୋଇଥିବା ନାବାଳିକାଙ୍କର ଶନିବାର ମୃତ୍ୟୁ ଘଟିଛି। ୧୫ଦିନ ଚିକିତ୍ସାଧୀନ ଅବସ୍ଥାରେ ରହିଲା ପରେ ନାବାଳିକାଙ୍କର ମୃତ୍ୟୁ ନେଇ ରାଜ୍ୟବାସୀ ଗଭୀର ଶୋକ ପ୍ରକାଶ କରୁଛନ୍ତି। ଶରୀରର ୭୫ ପ୍ରତିଶତ ଜଳି ଯାଇଥିବା ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ୍ ଓ ସରକାର ପୂରା ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କର ମୃତ୍ୟୁ ନେଇ ନାନା ଚର୍ଚ୍ଚା ହେଉଛି। ସେପଟେ ପୁଲିସ ଆଉ କ୍ରାଇମବ୍ରାଞ୍ଚ ଲଗାତାର ତଦନ୍ତ ଜାରି…
ରାଜ୍ୟରେ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏଡ୍, ଏମ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ଆଜିଠୁ ଅନଲାଇନ ଆବେଦନ ଆରମ୍ଭ ହେବ ।ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ରେଗୁଲାର ମୋଡ୍ରେ ପାଠପଢ଼ା ସୁବିଧା ଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ ମୋଡ୍ରେ ପାଠପଢ଼ିବାକୁ ନାମଲେଖା ହେବ। ଏଥିପାଇଁ କୌଣସି ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ ନାହିଁ। କେବଳ ମାର୍କ ଓ ସଂରକ୍ଷଣ ମାଧ୍ୟରେ ପାଠପଢ଼ି ପାରିବେ।ପ୍ରଥମ ରାଉଣ୍ଡ ନାମଲେଖା ପାଇଁ ୨୨ରେ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୮ ତାରିଖରେ ତୃତୀୟ ରାଉଣ୍ଡ (ୱେଟିଂ ଲିଷ୍ଟ) ନାମଲେଖା ପାଇଁ ମେଧା ଅନୁଯାୟୀ ୱେଟିଂ ରାଙ୍କ ତାଲିକା ପ୍ରକାଶ ପାଇବ । ୯ ତାରିଖରେ ନାମଲେଖା ପାଇଁ ଯୋଗ୍ୟ ଆବେଦନକାରୀଙ୍କ ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଆବେଦନକାରୀ ସେପ୍ଟେମ୍ବର ୧୦ରୁ ୧୧ ତାରିଖ…
ଶେଷଯାତ୍ରାରେ ବଳଙ୍ଗା ପୀଡ଼ିତା । ଆଜି ନିଜ ଗାଁରେ ହେବ ଶେଷକୃତ୍ୟ । ଦିଲ୍ଲୀରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୀଡ଼ିତାଙ୍କ ଗାଁ ବାୟାବରକୁ ମୃତଦେହ ନିଆଯାଇଛି । ସ୍ବତନ୍ତ୍ର କାରକେଡ ଜରିଆରେ କଡା ସୁରକ୍ଷାରେ ଭୁବନେଶ୍ବରୁ ବଳଙ୍ଗା ନିଆଯାଇଥିଲା । ଆଜି ସକାଳୁ ତାଙ୍କର ଶେଷକୃତ୍ୟ ହେବ ସହ ପୀଡ଼ିତାଙ୍କୁ କବର ଦିଆଯିବ । ତେବେ ଭୁବନେଶ୍ବର ବିମାନ ବନ୍ଦରରେ ବଳଙ୍ଗା ପୀଡ଼ିତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମୃତ ପୀଡ଼ିତାଙ୍କ ପିତାଙ୍କୁ ଭେଟିବା ସହ ସନ୍ତ୍ବନା ଦେଇଛନ୍ତି । ତାଙ୍କ ସହ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପିପିଲି ବିଧାୟକ ଅଶ୍ରିତ ପଟ୍ଟନାୟକ ଏବଂ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ ଉପସ୍ଥିତ ଥିଲେ ।
୨୦ ଦିନ ପରେ କ୍ରାଇମବ୍ରାଞ୍ଚର ଆକ୍ସନ । ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣାରେ ୨୦ ଦିନ ପରେ ଆକ୍ସନ ନେଇଛି କ୍ରାଇମବ୍ରାଞ୍ଚ । ଛାତ୍ରୀ ଆତ୍ମହୁତି ପଛରେ ଥିବା ମାଷ୍ଟର ମାଇଣ୍ଡ ୨ ଜଣ ଛାତ୍ରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଗିରଫଙ୍କ ମଧ୍ୟରେ ଜଣେ ଛାତ୍ର ଓ ଜଣେ ଅଣଛାତ୍ର ରହିଛନ୍ତି। ସେମାନେ ହେଲେ ଛାତ୍ରୀଙ୍କ ଉଦଦ୍ଧାର କରିଥିବା ଜ୍ୟୋତି ପ୍ରକାଶ ବିଶ୍ବାଳ ଓ ଶୁଭ୍ର ସମ୍ବିତ ନାୟକ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଫଳରେ ଏହି ଘଟଣାରେ ମୋଟ ଗିରଫଦାରୀ ସଂଖ୍ୟା ୪ରେ ପହଞ୍ଚିଛି।ଛାତ୍ରୀ ଆତ୍ମହୁତି ବେଳେ ମୋବାଇଲ ଭିଡ଼ିଓ କରିବା ସହିତ ଜୀବନ ହାରିବା ଉଦ୍ୟମ ପାଇଁ ସହଯୋଗ କରିଥିଲେ । ଏମାନଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଶୁଭ୍ର ସମ୍ବିତ ନାୟକ ABVP ର ରାଜ୍ୟ ସହ ସମ୍ପାଦକ…
ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ତେବେ ଆସନ୍ତା ୭ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପରେ ଏହି ଘୂର୍ଣ୍ଣିବଳୟ ରହିବ । ଏହା ପ୍ରଭାବରେ ୯ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି । ସୋମବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଢେଙ୍କାନାଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନର ଆଶଙ୍କା ରହିଛି। ଅନ୍ୟପଟେ…
ନୂଆ ଟିମ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଯେଉଁ ଦିନ କେନ୍ଦ୍ର ସଭାପତି ଘୋଷଣା ହୋଇଯିବ, ତାପରେ ଟିମ ଓଡିଶା ଘୋଷଣା ହବ l ଏହା ହେଉଛି ଦଳର ସମ୍ଭିଧାନିକ ବ୍ୟବସ୍ଥା l ତାପରେ ଚୂଡାନ୍ତ ହେବ ନିଗମ ବୋର୍ଡ l ଖୁବ ଶୀଘ୍ର ଠିକ ସମୟରେ ଘୋଷଣା ହବ l ଯଦିଓ ନିର୍ଦ୍ଦିଷ୍ଟ ତାରିଖ ନାହିଁ । ସୂଚନାମୁତାବକ ଗତ ଜୁଲାଇ ୭ ତାରିଖରେ ରାଜ୍ୟ ବିଜେପି ସଭାପତି ନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରି ପୁଣିଥରେ ରାଜ୍ୟ ବିଜେପିର ମଙ୍ଗ ଧରିଥିଲେ ମନମୋହନ ସାମଲ। ତେବେ ମନମୋହନ ପୁନର୍ବାର ଦାୟିତ୍ୱ ନେବାପରଠାରୁ ତାଙ୍କର ନୂଆ ଟିମ୍ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଥିବାବେଳେ ଉଭୟ ନୂଆ ଅଭିଜ୍ଞତାକୁ ପ୍ରାଧାନ୍ୟ ମିଳିବ ବୋଲି ମନମୋହନ କହିଛନ୍ତି ।









