Author: sanitelevision

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ଭାବେ ପୁଣି ଥରେ ନିଯୁକ୍ତି ପାଇଛନ୍ତି ଡ. ମୃତ୍ୟୁଞ୍ଜୟ ମହାପାତ୍ର । ସାଇକ୍ଲୋନମ୍ୟାନ୍‌ ଭାବେ ପରିଚିତ ତଥା ଓଡ଼ିଆ ପୁଅ ଶ୍ରୀ ମହାପାତ୍ର ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ଯ୍ୟ କରୁଥିଲେ । ତାଙ୍କ ନିଯୁକ୍ତି ଅବଧି ସରୁଥିବାରୁ କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି ବ୍ୟାପାର କମିଟି ତାଙ୍କୁ ପୁନଃ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । କେନ୍ଦ୍ର ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ଅଧୀନରେ ଆସୁଥିବା ଆଇଏମ୍‌ଡିର ଡିଜି ଭାବେ ଆସନ୍ତା ଦୁଇ ବର୍ଷ ପାଇଁ ସେ କାର୍ଯ୍ୟ କରିବେ ।ଭାରତୀୟ ପାଣିପାଗ ବିଭାଗରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କର ରହିଛି ବେଶ୍ ଉଲ୍ଲେଖନୀୟ ଅବଦାନ। ପ୍ରଥମ ଓଡ଼ିଆ ଭାବେ ମୃତ୍ୟୁଞ୍ଜୟ ମହାପାତ୍ର ୨୦୧୯ରେ ଆଇଏମଡି ମହାନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଥିଲେ। ଏହି ପଦ ଗ୍ରହଣ କରିବା ପୂର୍ବରୁ ସେ ଭାରତୀୟ ପାଣିପାଗ ବିଭାଗର ଏଡିଜି ସହ ସାଇକ୍ଲୋନ୍…

Read More

ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଲଘୁଚାପ ବର୍ଷା ହୋଇପାରେ । ୧୩ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରେ ଏହା ଲଘୁଚାପ ରୂପ ନେବ । ଏହାର ପ୍ରଭାବରେ ୧୭ ତାରିଖ ଯାଏ ପ୍ରବଳ ବର୍ଷା ଲାଗି ରହିବ। ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବଳା ପବନ ଓ ବିଜୁଳି ହେବାର ସମ୍ଭାବନା ରହିଛି।ବଙ୍ଗୋପସାଗରୀୟ ଲଘୁଚାପ ବା ମୌସୁମୀ ଟ୍ରଫ୍‌ ଠିକ୍‌ ସ୍ଥାନରେ ସ୍ଥାନିତ ହେଲେ ରାଜ୍ୟରେ ଭଲ ବର୍ଷା ହୋଇଥାଏ। କିନ୍ତୁ ବର୍ତ୍ତମାନ ମୌସୁମୀ ଟ୍ରଫ୍‌ ଉତ୍ତରାଭିମୁଖୀ ହୋଇଛି। ଏବେ ହିମାଳୟ ଅଞ୍ଚଳରେ…

Read More

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୮୩୫ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ। ଗ୍ରାମ ପଞ୍ଚାୟତର ମୁଖ୍ୟାଳୟରେ ନିର୍ମାଣ କରାଯିବ ସ୍କୁଲ । ଏହି ବିଦ୍ୟାଳୟ ଗୁଡିକ ରାଜ୍ୟର ଉଚ୍ଚ ବିଦ୍ୟାଳୟ ପାଇଁ ଏକ ଫିଡର ସ୍କୁଲ ଭାବରେ କାର୍ଯ୍ୟ କରିବ । ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୭ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ଅଟକଳ ରଖା ଯାଇଛି । ଦୁର୍ଗମ ଅଂଚଳର ପିଲାଙ୍କ ଯିବା ଆସିବା ପାଇଁ ମାଗଣା ପରିବହନ ସୁବିଧା କରାଯିବ।ଯେଉଁ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବେ , ୨ ଏକରରୁ ଅଧିକ ଜମି ଉପଲବ୍ଧ ହେଉଥିବ, ଏବଂ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେଉଥିବ , ସେହି ସ୍କୁଲ ଗୁଡିକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ନିର୍ମାଣ କରାଯିବ ।

Read More

ଆମେରିକାର ସାନ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନରେ ଦେଖିବାକୁ ମିଳିଛି ଅସରପା। ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ, ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କ୍ଷମା ମାଗିଛି। ଏୟାରଲାଇନ୍ସ କହିଛି ଯେ, ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ।ବିମାନରେ ଅସରପା ମିଳିବା ପରେ ବିବାଦ ବଢ଼ିଥିଲା, ଯାହା ପରେ ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କ୍ଷମା ମାଗିଛି। ଏୟାରଲାଇନ୍ସ କମ୍ପାନୀ କହିଛି, ସାନ ଫ୍ରାନ୍ସିସ୍କୋରୁ କୋଲକାତା ଦେଇ ମୁମ୍ବାଇ ଯାଉଥିବା ବିମାନ AI180 ରେ ଦୁଇଜଣ ଯାତ୍ରୀ ଦୁର୍ଭାଗ୍ୟବଶତଃ କିଛି ଛୋଟ ଅସରପା ଦେଖିବା ପରେ ଅସହଜ ଅନୁଭବ କରିଥିଲେ। ଆମର କ୍ୟାବିନ କ୍ରୁ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ଉଭୟ ଯାତ୍ରୀଙ୍କ ସିଟ ପରିବର୍ତ୍ତନ କରି ସମାନ କ୍ୟାବିନରେ ଅନ୍ୟ ଏକ ସ୍ଥାନରେ ବସାଇଥିଲେ, ଯେଉଁଠାରେ ସେମାନେ ପରେ ଆରାମଦାୟକ ଥିଲେ।ଏୟାର ଇଣ୍ଡିଆ କହିଛି,…

Read More

ଗୋଟିଏ ସିଲିଣ୍ଡରରୁ ଦୁଇ ଶିଶୁଙ୍କୁ ଅକ୍ସିଜେନ। ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଆସିଲା ଅବ୍ୟବସ୍ଥା ଓ ଅବହେଳାର ବିକଳ ଚିତ୍ର ।ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ଦୁଇ ଜଣ ନବଜାତ ଶିଶୁଙ୍କୁ ଅକ୍ସିଜେନ୍ ପ୍ରଦାନ କରାଯାଉଛି । ବ୍ରହ୍ମପୁର ବଡ଼ ମେଡିକାଲ ଶିଶୁ ବିଭାଗର ଏସଏନସିୟୁରେ ଚିକିତ୍ସିତ ହେଉଥିଲେ ପାତ୍ରପୁର ବ୍ଲକ୍ ପଦାଦିଗୀ ଗ୍ରାମର କୌଶଲ୍ୟା ସାହୁଙ୍କ ୮ ଦିନର ଶିଶୁ ପୁତ୍ର ଏବଂ ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ପଦପଦା ଗ୍ରାମର ପଦ୍ମାଳୟା ବେହେରାଙ୍କ ୧୪ ଦିନର ଶିଶୁ କନ୍ୟା । ଶିଶୁ ବିଭାଗ ଅଧୀନରେ ଚିକିତ୍ସିତ ହେଉଥିବା ଶିଶୁଙ୍କୁ ସୁପର ସ୍ପେସିଆଲିଟି କୋଠାକୁ ଇକୋ ନିମନ୍ତେ ଅଣାଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ଏମିତି ଅବହେଳାର କାହାଣୀ ସାମ୍ନାକୁ ଆସିଥିଲା। ଆଜି ସମାନ ଘଟଣା ପୁନରାବୃତ୍ତି ହୋଇଛି ।

Read More

ଭାରତ-ଚୀନ ବିବାଦ ନେଇ ରାହୁଲଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। କହିଲେ ସତ ଭାରତୀୟ ହୋଇଥିଲେ ଏପରି କହି ନଥାନ୍ତ। ତେବେ ଡିସେମ୍ବର ୯, ୨୦୨୨ରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷ ପରେ ଭାରତୀୟ ସେନା ଉପରେ ତାଙ୍କର କଥିତ ମନ୍ତବ୍ୟ ପାଇଁ ଏବେ ସୁପ୍ରିମକୋର୍ଟ ଲୋକସଭା ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି।ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି ଯେ ତାଙ୍କ ପାଖରେ ଏହି ବୟାନକୁ ପ୍ରମାଣିତ କରିବାକୁ କିଛି ଠୋସ୍ ପ୍ରମାଣ ଅଛି କି ? ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଭାରତୀୟ ସେନା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ସୁପ୍ରିମକୋର୍ଟ କଠୋର ଟିପ୍ପଣୀ ରଖିଛନ୍ତି । କୋର୍ଟ ରାହୁଲ ଗାନ୍ଧୀଙ୍କୁ ପଚାରିଥିଲେ ଯେ ସେ କିପରି ଜାଣିଲେ ଯେ ୨୦୦୦ କିଲୋମିଟର ଜମି ଚୀନ୍ ଦ୍ୱାରା ଦଖଲ କରାଯାଇଛି। ଆପଣ ବିରୋଧୀ ଦଳର ନେତା, ସୋସିଆଲ…

Read More

ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସୁବାସ ପାଣିଙ୍କ ପରଲୋକ ହୋଇଛି। ସେ ଜଗନ୍ନାଥ ସଂସ୍କୃତି ଗବେଷକ ଓ ଲେଖକ ଭାବେ ବେଶ ପରିଚିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିବା ବେଳେ ଭୁବନେଶ୍ୱରରେ ତାଙ୍କର ପରଲୋକ ହୋଇଛି।ଡ. ସୁବାସ ପାଣିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଡ. ସୁବାସ ପାଣିଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତାଙ୍କ ବିୟୋଗ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ସାହିତ୍ୟ, ଶାସନ ଓ କଳାକ୍ଷେତ୍ରରେ ତାଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ। ଶୋକସନ୍ତପ୍ତ ପରିବାକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

Read More

ବଳଙ୍ଗା ନାବାଳିକା ମୃତ୍ୟୁ ଘଟଣା ।ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଥିଲା । ଯେଉଁଥିରେ ଆସନ୍ତା ୭ ତାରିଖରେ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ହରତାଳ କରାଯିବ ବୋଲି ଘୋଷଣା କରାଯାଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ହରତାଳ କରିବ ବିଜୁ ଜନତା ଦଳ । ଅନ୍ୟପଟେ ରବିବାର ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ମହିଳା ନେତ୍ରୀ ପ୍ରମିଳା ମଲ୍ଲିକ, ଟୁକୁନି ସାହୁ ଓ ଲେଖାଶ୍ରୀ ସାମନ୍ତ ସିଂହାର ସାମ୍ବାଦିକ ସମ୍ମିଳନୀ କରିବା ସହିତ ଏହି ପ୍ରସଙ୍ଗରେ ମୋହନ ସରକାର ଉପରେ ବର୍ଷିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ ଆଣିଛନ୍ତି ଯେ ଏହି ଘଟଣାରେ ସରକାରୀ ଦଳର ଲୋକଙ୍କ ସମ୍ପୃକ୍ତି ଅଛି ବୋଲି ଘଟଣାକୁ ଘୋଡାଇଛନ୍ତି ସରକାର। ଘଣ୍ଟ ଘୋଡାଇବା ବ୍ୟବସ୍ଥା ସରକାରୀ କର୍ମଚାରୀ କରିଛନ୍ତି। ମାସେ ଦୁଇ ମାସ ଭିତରେ ଦୁଇଟି ଘଟଣା ଘଟିଗଲା। ଯେଉଁଥିରୁ…

Read More

ରୋଗୀଙ୍କ ପାଇଁ ଔଷଧକୁ ଅଧିକ ସୁଲଭ କରିବା ଲକ୍ଷ୍ୟରେ, ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍‌ପିପିଏ) ପ୍ରମୁଖ ଔଷଧ କମ୍ପାନୀଗୁଡ଼ିକ ଦ୍ୱାରା ବିକ୍ରି ହେଉଥିବା ୩୫ଟି ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ହ୍ରାସ କରିଛି। ସୂଚନା ଅନୁଯାୟୀ, ମୂଲ୍ୟ ହ୍ରାସ କରାଯାଇଥିବା ଔଷଧ ଗୁଡ଼ିକ ସଂକ୍ରମଣ, ହୃଦରୋଗଠାରୁ ଆରମ୍ଭ କରି ମଧୁମେହ ଏବଂ ଭିଟାମିନ୍ ଅଭାବ ପର୍ଯ୍ୟନ୍ତ ବିଭିନ୍ନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ।ଏଥିମଧ୍ୟରୁ ପାରାସିଟାମଲ୍, ଆଟୋରଭାଷ୍ଟାଟିନ୍, ଆମୋକ୍ସିସିଲିନ୍, ମେଟଫର୍ମିନ୍ ପରି ପ୍ରାୟତଃ ନିର୍ଦ୍ଧାରିତ ଔଷଧ ଏବଂ ଦୀର୍ଘକାଳୀନ ରୋଗ ପରିଚାଳନାରେ ବ୍ୟବହୃତ ଔଷଧ ଅନ୍ତର୍ଭୁକ୍ତ। ମୂଲ୍ୟ ହ୍ରାସ ହୋଇଥିବା ଔଷଧ ମଧ୍ୟରେ ଆସେକ୍ଲୋଫେନାକ୍, ପାରାସିଟାମଲ୍ ଏବଂ ଟ୍ରିପ୍ସିନ୍ କାଇମୋଟ୍ରିପ୍ସିନ୍‌ର ଏକ ଅଂଶ ରହିଛି। ତଥାପି, ଏକେମ୍ସ ଡ୍ରଗ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ ଦ୍ୱାରା ନିର୍ମିତ ଏବଂ ଡକ୍ଟର ରେଡ୍ଡିଜ୍ ଲାବୋରେଟୋରି ଦ୍ୱାରା ବିକ୍ରୟ କରାଯାଇଥିବା ଗୋଟିଏ ଏସିକ୍ଳୋଫେନାକ-ପାରାସେଟାମଲ୍‌-ଟ୍ରିପ୍‌ସିନ୍‌ କାଇମୋଟ୍ରିପ୍ସିନ ଟାବଲେଟର ମୂଲ୍ୟ ଏବେ ୧୩ ଟଙ୍କା ସ୍ଥିର କରାଯାଇଛି,…

Read More

ବାଲେଶ୍ବର ଏଫଏମ କଲେଜରେ ଛାତ୍ରୀ ପୋଡ଼ି ଘଟଣାରେ ମିଳିଥିବା ସିସିଟିଭି ଫୁଟେଜ୍ ଅନୁସାରେ , ଘଟଣା ଦିନ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ସହ ମିଟିଙ୍ଗ ପରେ ବାହାରକୁ ଯାଇଥିଲେ । ସେଠାରୁ ନିଜେ ଏକ ସାଇକେଲରେ ଯାଇ ନିକଟ ପେଟ୍ରୋଲ ପମ୍ପରୁ ବୋତଲରେ ପେଟ୍ରୋଲ ଆଣିଥିଲେ ।ପେଟ୍ରୋଲ ବୋତଲ ଥିବା ବ୍ୟାଗକୁ ବାହାରେ ରଖି ପୁଣି ଅଧ୍ୟକ୍ଷଙ୍କ ରୁମକୁ ଯାଇଥିଲେ , ଯେଉଁଠି କଲେଜ ଅଧ୍ୟକ୍ଷଙ୍କ ସହ ବିଭାଗର ଏଚଓଡିଙ୍କ ସହ ଅନ୍ୟ ଛାତ୍ରମାନେ ଉପସ୍ଥିତ ଥିଲେ । ସେଠାରୁ ବାହାରକୁ ଆସି କଲେଜ୍ ଗେଟ୍ ପାଖରେ ନିଜେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏବେସୁଦ୍ଧା ୪ ଜଣଙ୍କୁ ଗିରଫ କରିଛି ପୋଲିସ | ତେବେ ଛାତ୍ରୀ ଆତ୍ମାହୁତି ପଛରେ ମାଷ୍ଟର ମାଇଣ୍ଡ ଦୁଇ ଛାତ୍ର ନେତା । ୨୦ ଦିନ ପରେ ଉଭୟଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ। ତା ଭିତରୁ ଜଣେ ଏବିଭିପିର ରାଜ୍ୟ…

Read More