ଆସୁଛି ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ସେଥିପାଇଁ ଗାଁରୁ ସହର ହୋଇଉଠିଛି ଚଳଚଞ୍ଚଳ । ଦେଶ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ବୀର ସୈନିକଙ୍କ ପାଇଁ ନିଜ ହାତରେ ରାକ୍ଷୀ ପ୍ରସ୍ତୁତ କରି ପଠାଇଲେ ଛାତ୍ରଛାତ୍ରୀ । ଦେଶ ପ୍ରେମର ଏଭଳି ଝଲକ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜେନାପୁର ଅଂଚଳରେ । ସ୍ଥାନୀୟ ଚଉଷଠିପଡ଼ା ନୋଡାଲ ସ୍କୁଲର ଛାତ୍ରଛାତ୍ରୀଙ୍କ ଏଭଳି ପ୍ରୟାସକୁ ବେଶ ପ୍ରଶଂସା କରାଯାଇଛି ।ଯବାନ ମାନେ ଦିନରାତି ସୀମାରେ ରହି ସୁରକ୍ଷା ଦେଉଛନ୍ତି ସେମାନଙ୍କ ପାଇଁ ବୈତରଣୀ ଛାତ୍ରୀ ନିବାସର ଛାତ୍ରୀ ମାନେ ରକ୍ଷାବନ୍ଧନର ଗୀତ ଗାଇ ରାକ୍ଷୀ ପଠାଇଛନ୍ତି । ତୁଳା, କାଗଜ, ଷ୍ଟୋନରେ ପାଖାପାଖି ୨ ହଜାର ରାକ୍ଷୀ ତିଆରି କରିଛନ୍ତି । ରାକ୍ଷୀକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ନିକଟସ୍ଥ ଉପ-ଡାକଘର ମାଧ୍ୟମରେ ଦୁଇଟି ସେନା ମୁଖ୍ୟାଳୟକୁ ପଠାଇଛନ୍ତି । ଛାତ୍ରଛାତ୍ରୀଙ୍କୁ ଏଥିରେ ସହଯୋଗ…
Author: sanitelevision
କଟକରେ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ରୌପ୍ୟ ତାରକସି ସର୍ବ ସାଧାରଣ ସୁବିଧା କେନ୍ଦ୍ର । ଆଜି ଏହାର ଶିଳାନ୍ୟାସ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏଠାରେ ପ୍ରଶିକ୍ଷଣ ଓ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଦେଖିବା ପାଇଁ ଏକ ସୁନ୍ଦର ତାରକସି ଗ୍ୟାଲେରୀ ରହିବ । ଅନ୍ୟପଟେ ଏହି ଉତ୍କର୍ଷ ତାରକସୀ କେନ୍ଦ୍ର ନିର୍ମାଣ କାମ ଓଡିଶା ପୋଲିସ ହାଉସିଂ କର୍ପୋରେସନ ନେଇଛି ଯାହାକୁ ବର୍ଷେ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାରଙ୍କ ଏ ପଦକ୍ଷେପକୁ ତାରକସି ଶିଳ୍ପ ସହ ଜଡ଼ିତ କାରିଗର, ବିଶେଷଜ୍ଞ ଓ ସହରବାସୀ ସ୍ୱାଗତ କରିଛନ୍ତି। ୮ କୋଟି ୮୦ ଲକ୍ଷ ଟଙ୍କାରେ ପ୍ରାୟ ୧୫ ହଜାର ବର୍ଗଫୁଟ ଅଞ୍ଚଳରେ ଏହାର ନିର୍ମାଣ ହେବ। ଏଠାରେ ପ୍ରାୟ ୫୦୦ କାରିଗରଙ୍କୁ ନିଯୁକ୍ତି ମିଳିବ । ଯନ୍ତ୍ରାଂଶ ପାଇଁ ଆଉ ୫ କୋଟି ଟଙ୍କା ବୟନଶିଳ୍ପ ବିଭାଗ ପ୍ରଦାନ କରିବ। ଏହି…
ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ ହୋଇଛି । ଆରଏମଏଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଥିବା ସୂଚନା ମିଳିଛି । ୭୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୧୯୪୬ ଜୁଲାଇ ୨୪ରେ ଉତ୍ତରପ୍ରଦେଶର ବାଗପତରେ ଜନ୍ମଗ୍ରହଣ କରିଥିବା ମଲିକ ୨୦୧୮-୨୦୧୯ ମସିହାରେ ଜମ୍ମୁ-କାଶ୍ମୀର, ୨୦୧୯-୨୦୨୦ରେ ଗୋଆ ଏବଂ ୨୦୨୦-୨୦୨୨ ପର୍ଯ୍ୟନ୍ତ ମେଘାଳୟର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଜମ୍ମୁ-କାଶ୍ମୀର ରାଜ୍ୟପାଳ କାର୍ଯ୍ୟକାଳରେ ଅନୁଚ୍ଛେଦ ୩୭୦ ରଦ୍ଦ ହୋଇଥିଲା। ଏହା ସହ ସେ ୨୦୧୯ ପୁଲଓ୍ଵାମା ଆକ୍ରମଣ ସମୟରେ ଗୁଇନ୍ଦା ବିଫଳତା ଓ ସୁରକ୍ଷା ତ୍ରୁଟି ନେଇ ଗମ୍ଭୀର ଅଭିଯୋଗ ଉଠାଇଥିଲେ। ତେବେ ମଲ୍ଲିକଙ୍କୁ ଚଳିତ ବର୍ଷ ମେ ମାସରେ ମୂତ୍ରନଳୀରେ ସଂକ୍ରମଣ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ଯୋଗୁଁ ଭର୍ତ୍ତି କରାଯାଇଥିଲା । ମଲ୍ଲିକଙ୍କୁ ମେ ୧୧ ତାରିଖରେ ପ୍ରବଳ ଯନ୍ତ୍ରଣା ହୋଇଥିଲା ।
ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତ ହେଲେ । ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ନିଯୁକ୍ତ ହେଲେ । ୩ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ନିଯୁକ୍ତି ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।୨୦୨୪ ମସିହାରେ ମହିଳା କମିଶନ ଆୟୋଗକୁ ଭଙ୍ଗ କରିଥିଲେ ରାଜ୍ୟ ସରକାର । ଏହାପରଠାରୁ ପ୍ରାୟ ବର୍ଷେ ହେବ ଖାଲି ପଡିଥିଲା ମହିଳା କମିଶନ ଅଧ୍ୟକ୍ଷା ପଦ । ହେଲେ ମଙ୍ଗଳବାର ଦିନ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯେଉଁଥିରେ ଶୋଭନା ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନର ନୂତନ ଅଧ୍ୟକ୍ଷା ଭାବେ ନିଯୁକ୍ତି କରାଯାଇଛି। ସେହିପରି ୬ ଜଣ ସଦସ୍ୟାଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି ସରକାର । ତେବେ ନିଯୁକ୍ତି ହୋଇଥିବା ୬ ସଦସ୍ୟ ହେଲେ କଳ୍ପନା…
ଲିଫ୍ଟ ଭିତରେ ଇଭେଣ୍ଟ ହୋଷ୍ଟଙ୍କୁ ପିଟି ପିଟି ଲହୁଲୁହାଣ କଲେ ଯୁବକ। ବିଧା ଗୋଇଠା ସହ ମରଣାନ୍ତକ ଆକ୍ରମଣ ପରେ ଘଟଣା ସ୍ଥଳରୁ ଫେରାର ହୋଇଛନ୍ତି ହୋଷ୍ଟ । ଘଟଣା ଘଟିଛି ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁରରେ ଥିବା ରୟାଲ ଆର୍କେଡ ଲିଫ୍ଟ ଭିତରେ । ପୀଡ଼ିତଙ୍କ ନାମ ଯଯାତି ପାରେଖ ହୋଇଥିବା ବେଳେ ଅଭିଯୁକ୍ତର ନାମ ଅଶ୍ୱତ୍ ବୋଲି ଜଣାପଡ଼ିଛି।ଗତ ୩ ତାରିଖ ରାତି ପ୍ରାୟ ୧୨ଟା ବେଳେ ରୟାଲ ଆର୍କେଡର ଷଷ୍ଠ ମହାଲାରେ ଥିବା ଏକ ବାର୍ରେ ଏଭଳି ଘଟଣା ଘଟିଛି । ଇଭେଣ୍ଟ୍ ସାରି ତଳକୁ ଓହ୍ଲାଇଥିଲେ ଇଭେଣ୍ଟ ହୋଷ୍ଟ କରୁଥିବା ଯଯାତି ପାରେଖଙ୍କ ଲିଫ୍ଟ ଭିତରେ ଆସୁଥିବା ଲୋକମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଯେଉଁଥିରେ ଉତକ୍ଷୀପ୍ତ ହୋଇ ଯଯାତିଙ୍କୁ ଆକ୍ରମଣ କରିଥିଲେ । ଜୀବନ ବିକଳରେ ସେଠାରୁ କୌଣସି ମତେ ଖସି ଆସିଥିଲେ ଇଭେଣ୍ଟ୍ ହୋଷ୍ଟ ।ଏ ନେଇ ନନ୍ଦନକାନନ…
ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁଙ୍କ ସହ ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କ ବିବାଦର ଏକ ପ୍ରକାର ସମାଧାନ ହୋଇଛି। ନରି ନେଇଥିବା ୧୦ ଲକ୍ଷ ଟଙ୍କାକୁ ବାଲିଚନ୍ଦ୍ରପୁର ଥାନା ଅଧିକାରୀଙ୍କ ଜରିଆରେ ଫେରାଇଛନ୍ତି। ତୁଳସୀ ଗଣନାଟ୍ୟରେ ଆଗାମୀ ଯାତ୍ରା ସିଜିନ୍ରେ କାମ କରିବା ପାଇଁ ଯାତ୍ରା କଳାକାର ନରି ପଣ୍ଡା ଅଗ୍ରୀମ ଟଙ୍କା ନେଇଥିଲେ । ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳଙ୍କ ଠାରୁ ନରି ପଣ୍ଡା ୧୦ ଲକ୍ଷ ଟଙ୍କା ନେଇଥିଲେ ନରି ପଣ୍ଡା । ପରେ ଯାତ୍ରା ମାଲିକ ନାଣ୍ଡୁ ବାବୁ ଓ ନରି ପଣ୍ଡାଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏପିରିକି ପରି ପଣ୍ଡାଙ୍କୁ ଯାତ୍ରା ମାଲିକ ନାଣ୍ଡୁ ବାବୁ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା । ଏନେଇ ବାଲିଚନ୍ଦ୍ରପୁର ଥାନାରେ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଯାହାକୁ ନେଇ ଯାତ୍ରା ମାଲିକ ଓ କଳାକାରଙ୍କ ମଧ୍ୟରେ ବିବାଦ…
କେଉଁ ବିଭାଗରେ କେତେ ଅପାରଗ ଅଧିକାରୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ତାହାର ତଥ୍ୟ ମାଗିଲେ ରାଜ୍ୟ ସରକାର। ଏ ନେଇ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ କରାଯାଇଛି ଚିଠି । ୭ ତାରିଖ ସୁଦ୍ଧା ସମସ୍ତ ସଥ୍ୟ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହାକୁ ନେଇ ସବୁ ବିଭାଗରେ ଏବେ ଘଣ୍ଟାଚକଟା ଆରମ୍ଭ ହୋଇଯାଇଛି। ବିଭାଗରେ କେତେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି, ସେନେଇ ଖୋଳତାଡ଼ ଆରମ୍ଭ ହୋଇଥିବାବେଳେ ସୋମବାର ଜଳସମ୍ପଦ ବିଭାଗ ପକ୍ଷରୁ ମୁଖ୍ୟସଚିବଙ୍କ ନିର୍ଦ୍ଦେଶକୁ ନେଇ ଅତିରିକ୍ତ ସଚିବ ସମସ୍ତ ଅଧିକାରୀଙ୍କଠାରୁ ରିପୋର୍ଟ ଲୋଡ଼ିଛନ୍ତି।ସାଧାରଣ ପ୍ରଶାସନ ବିଭାଗର ୨୦୧୯ ସେପ୍ଟେମ୍ବର ୨୪ରେ ସର୍କୁଲାର ଅନୁଯାୟୀ, ସଂପୃକ୍ତ ଅପରାଗ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ।
ରାଜ୍ୟରେ ବନ୍ଦ ହେବ ମହାପ୍ରୟାଣ, ଆରମ୍ଭ ହେବ ନୂଆ ଶବବାହନ ସେବା । ୧୦୮ ଆମ୍ବୁଲାନ୍ସରେ ମାଗଣାରେ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାକୁ ଆସୁଛନ୍ତି ରୋଗୀ । କିନ୍ତୁ ଶବବାହନ ସେବା ବ୍ୟବସ୍ଥାରେ ମୃତକଙ୍କୁ ମାଗଣାରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବେ ସରକାର । ଆରମ୍ଭରୁ ଏହି ଶବ ବାହନ ସେବାର ନମ୍ବର ୧୦୯ ରହିବା ନେଇ ସରକାରୀ ସ୍ତରରେ ଆଲୋଚନା ହେଉଥିଲା । ମାତ୍ର ବର୍ତ୍ତମାନସୁଦ୍ଧା କୌଣସି ନମ୍ବର ସ୍ଥିର ହୋଇନାହିଁ । ସୂଚନା ଅନୁସାରେ, ରାଜ୍ୟରେ ଏବେ କାର୍ଯ୍ୟକାରୀ ହେଉଥିବା ‘ମହାପ୍ରୟାଣ’ ଯୋଜନା ମାଗଣା ନୁହେଁ। କିଛି ଜିଲ୍ଲାରେ ଏହା ରେଡ୍କ୍ରସ ଦ୍ଵାରା ପରିଚାଳିତ ହେଉଥିବା ବେଳେ ଆଉ କିଛି ଜିଲ୍ଲାରେ ଏହା ଜିଲ୍ଲାପାଳଙ୍କ ଅଧୀନରେ ରହିଛି । ଏହା ବ୍ୟବସ୍ଥିତ ନ ଥିବାରୁ ମହାପ୍ରୟାଣକୁ ସଂପୂର୍ଣ୍ଣ ବନ୍ଦ କରାଯିବ ନୂଆ ଶବ ବାହନ ବ୍ୟବସ୍ଥା କିଭଳି ଢଙ୍ଗରେ ପରିଚାଳିତ ହେବ ସେଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ…
ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ରବିବାର ବିଳମ୍ବିତ ରାତିରେ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳ ଓ ଅଣଛାତ୍ର ଶୁଭ୍ରସମ୍ବିତ ନାୟକ୍ରଙ୍କୁ ଗିରଫ କରିଛି । ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ୨ଜଣଙ୍କ ଗିରଫ ପରେ ଟିମ୍ ହାତରେ ଆହୁରି ଲମ୍ବା ତାଲିକା ଥିବା ଶୁଣିବାକୁ ମିଳୁଛି । ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବର ଏକ ସିସିଟିଭି ଫୁଟେଜ ପଦାକୁ ଆସିଛି। ଆତ୍ମାହୁତି ପୂର୍ବରୁ ପୀଡ଼ିତା ଏକ ସାଇକେଲରେ ଯାଉଥିବା ସିସିଟିଭିରେ କଏଦ ହୋଇଛି। ପୀଡ଼ିତା ସାଇକେଲେରେ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିବା କୁହାଯାଉଛି। ଜୁଲାଇ ୧୨ ତାରିଖର ପୂର୍ବାହ୍ନ ୧୦ଟା ୪୪ ମିନିଟରେ ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅନ୍ୟପକ୍ଷେ ସିସିଟିଭି ଫୁଟେଜକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ପ୍ରମାଣ ମିଳିଛି। ଏହି ଫୁଟେଜ FM କଲେଜରୁ ଚାନ୍ଦିପୁର ଆଡ଼କୁ…
୨୦୨୨ ମସିହାରେ ଗୋଟିଏ ସିଲିଣ୍ଡରରୁ ତିନିଶିଶୁଙ୍କୁ ଅକ୍ସିଜେନ୍ ପ୍ରଦାନ ଘଟଣା ଏମ୍କେସିଜି ବଡ଼ଡାକ୍ତରଖାନାକୁ ଚର୍ଚ୍ଚାକୁ ଆଣିଥିଲା। ୩ ବର୍ଷ ପରେ ଆଜି ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ଦୁଇ ନବଜାତକଙ୍କୁ ଅକ୍ସିଜେନ୍ ଦିଆଯିବା ଘଟଣା ସାମ୍ନାକୁ ଆସିଛି। ତେବେ ଦକ୍ଷିଣାଞ୍ଚଳ ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ଏଭଳି ହେଲା, ତାହାର ତଦନ୍ତ ହେବ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରଡିସି କହିଛନ୍ତି । ଏକ ବଡ଼ ଡାକ୍ତରଖାନା ହୋଇ ବି କେମିତି ସର୍ବନିମ୍ନ ଆକ୍ସିଜେନ ସୁବିଧା ନାହିଁ, ତାହାର ଅସଲ ଚିତ୍ର ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଏମକେସିଜି ସୁପର ସ୍ପେଶାଲିଟି କୋଠା ପାଖରେ ସ୍ୱାସ୍ଥ୍ୟାବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ଦୁଇଜଣ ନବଜାତ ଶିଶୁଙ୍କୁ ଇକୋ ଚିକିତ୍ସା ଲାଗି ଏଠାକୁ ପରିବାର ଲୋକେ ଆଣିଥିଲେ । କିନ୍ତୁ ଦୁଇ ଶିଶୁଙ୍କ ଲାଗି ଦୁଇଟି ଆକ୍ସିଜେନ ସିଲିଣ୍ଡର ମିଳିନଥିଲା । ବାଧ୍ୟ ହୋଇ ଦୁଇ…









