Author: sanitelevision

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ରହିଛି। ବୁଧବାର ଏହି ଘଟଣାର ଅନ୍ୟତମ ମୁଖ୍ୟ ସାକ୍ଷୀ କହାଯାଉଥିବା ତତ୍କାଳୀନ ବ୍ରଜରାଜନଗର ଥାନାଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ ହେବ।ଗତ ମାର୍ଚ୍ଚରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହୋଇଥିବାବେଳେ ଘଟଣା ଦିନ ପୁଲିସର ବନ୍ଧୁକ ଛଡ଼ାଇଥିବା ବିଜେଡି କର୍ମୀ ସରୋଜ ସା’ ଦେଇଥିବା ବୟାନ ଶ୍ରୀ ସ୍ବାଇଁଙ୍କୁ ବିବାଦ ଘେରକୁ ଟାଣି ଆଣିଥିଲା। ଘଟଣା ଦିନ ଆଇଆଇସି ସ୍ବାଇଁ କାହିଁକି ନିଜର ପିସ୍ତଲ ହୋଲ୍ଷ୍ଟର ଖୋଲା ରଖିଥିଲେ ତାକୁ ନେଇ ବି ପ୍ରଶ୍ନ ଉଠିଥିଲା। ୨୦୨୩ ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ନବ ଦାସଙ୍କୁ ଗୁଳି ଚଳାଇ ହତ୍ୟା କରାଯାଇଥିଲା।ଗୋପାଳର ଓକିଲ ନରେଶ ନାୟକ କହିଛନ୍ତି. ସାକ୍ଷ୍ୟ ଗ୍ରହଣ ସମୟରେ ତମାମ ପ୍ରସଙ୍ଗରେ ଶ୍ରୀ ସ୍ବାଇଁଙ୍କୁ ଜେରା କରାଯାଇପାରେ ବୋଲି କହିଛନ୍ତି।

Read More

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକର ପରିଣାମ ଆସିଛି । ଏଥର ରେପାରେଟ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅର୍ଥାତ ରେପୋ ଅପରିବର୍ତ୍ତିତ ରହିଛି । ୫.୫ ପ୍ରତିଶତରେ ସ୍ଥିର ରହିଛି ସୁଧହାର । ସୁଧ ହାର ନିର୍ଦ୍ଧାରଣ କରୁଥିବା ଆରବିଆଇର ୬ ଜଣିଆ ପ୍ୟାନେଲ, ସର୍ବସମ୍ମତିରେ ରେଟ୍ ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ଜୁନ ମାସରେ ଆରବିଆଇ ସମସ୍ତଙ୍କୁ ଚକିତ କରି ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ କାମାଇଥିଲା । ଏହାସହ ସିଆରଆରକୁ ଶହେ ବେସିସ ପଏଣ୍ଟ କମାଇଥିଲା ଆରବିଆଇ ।ଆର୍‌ବିଆଇ ଗଭର୍ଣ୍ଣର କହିଛନ୍ତି କି, ଖାଦ୍ୟ ଓ ଇନ୍ଦନକୁ ଛାଡି ଅନ୍ୟ ବସ୍ତୁର ଦର ବୃଦ୍ଧି ୪ ପ୍ରତିସତରେ ସ୍ଥିର ରହିଛି । ଯାହା ଆଶା ଅନୁସାରେ ରହିଛି । ଗତ ଦିନରେ ସୁଧ ଦରରେ ହୋଇଥିବା ପରିବର୍ତ୍ତନ ୧ ପ୍ରତିଶତ କମ୍‌ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ…

Read More

ଭିଜିଲାନ୍ସ ଜାଲରେ ସମ୍ବଲପୁର ରାଜ୍ୟ ଡ୍ରଗ୍ସ ଟେଷ୍ଟିଂ ଲ୍ୟାବର ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବାଶିଷ ପଣ୍ଡାଙ୍କ ଘରେ ରେଡ ଚାଲିଛି । ଭୁବନେଶ୍ୱର, ସମ୍ବଲପୁର ଏବଂ ବ୍ରହ୍ମପୁରର ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଉଛି । ଏହି ରେଡ୍‌ରେ ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ନୟାପଲ୍ଲୀ ବେହେରା ସାହି ସ୍ଥିତ ମେଟ୍ରୋ ସିଟିରେ ୨ଟି ଫ୍ଲାଟ୍‌, ଏସପ୍ଲାନେଡ୍ ୱାନ୍ ମଲ୍‌ରେ OU-୬୩୪, ଭୁବନେଶ୍ୱର ବଳଭଦ୍ରପୁର ସ୍ଥିତ ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟର ଏକ ଫ୍ଲାଟ୍, ସମ୍ୱଲପୁର ବରେଇପାଲି ସ୍ଥିତ ତାଙ୍କ ଭଡ଼ା ଘର, ବ୍ରହ୍ମପୁର ସ୍ଥିତ ପୈତୃକ ଘର ଏବଂ ସମ୍ୱଲପୁର ସ୍ଥିତ ତାଙ୍କ ଅଫିସ ଚାମ୍ୱରରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।

Read More

ଏମ୍ସ ହସ୍ପିଟାଲକୁ ସବୁ ରୋଗୀ ଯିବା ପାଇଁ ପସନ୍ଦ କରିଥାନ୍ତି କାରଣ ଏଠାରେ ସ୍ୱଳ୍ପ ମୂଲ୍ୟ ଏବଂ ଭଲ ଚିକିତ୍ସା ହୋଇଥାଏ । ଗରିବ ଠୁ ନେଇ ଧନୀ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏମ୍ସ ହସ୍ପିଟାଲର ସୁବିଧା ପାଇବାକୁ ଆଗ୍ରହୀ ଥିଲେ ମଧ୍ୟ ଏହାର ସ୍ବାସ୍ଥ୍ୟ ସେବା ପାଇବାରେ ହଇରାଣ ହୁଅନ୍ତି । କାରଣ ସେମାନେ କେଉଁଠିକୁ ଯାଇ ଟିକେଟ କାଟିବେ ଓ ଚିକିତ୍ସା ପାଇଁ ଆବଶ୍ୟକ ପରୀକ୍ଷା ଓ ପଦ୍ଧତିଟି ପାଇଁ କେଉଁଠିକୁ ଯିବେ ବାଟବଣା ହୋଇଯା’ନ୍ତି । ଏହା ପ୍ରାୟତଃ ଦୂର ଓ ଗ୍ରାମାଞ୍ଚଳରୁ ଆସିଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କ କ୍ଷେତ୍ରରେ ଦେଖା ଯାଇଥାଏ । ତେବେ ଏମ୍ସରେ ଅନଲାଇନ୍ ଟିକେଟ ବୁକିଂ ବ୍ୟବସ୍ଥା ରହିଛି । ଯାହା ସାହାଯ୍ୟରେ ଆପଣଙ୍କୁ ଆଉ ହସ୍ପିଟାଲରେ ଲମ୍ବା ଧାଡ଼ିରେ ଠିଆ ହେବାର ଆବଶ୍ୟକତା ପଡ଼ିବନି । ଆପଣ ଘରେ ବସି ମଧ୍ୟ ପଞ୍ଜୀକରଣ କରି ପାରିବେ । ସାରା…

Read More

ଏଫ୍ଏମ କଲେଜ ଛାତ୍ରୀ ଜୀବନ ହାରିବା ଘଟଣା । ଗିରଫ ଅଧ୍ୟକ୍ଷଙ୍କ ବେଲ୍ ଆବେଦନ ଖାରଜ । ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନିଲମ୍ବିତ ତଥା ଗିରଫ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ଆଜି ଜାମିନ ଆବେଦନ ଶୁଣାଣି ଖାରଜ ହୋଇଛି । ଏହି ଆବେଦନକୁ ଏସ୍ ଡି ଜେ ଏମ୍ କୋର୍ଟ ଖାରଛ କରିଛନ୍ତି । ତାଙ୍କର ଏହା ଦ୍ବିତୀୟ ଥର ପାଇଁ ୧୪ ଦିନ ଅବଧି ଖାରଜ ହୋଇଛି । ତାଙ୍କର ବେଲ୍ କୁ ଏସ୍ ଡି ଜେ ଏମ୍ କିଶୋର କୁମାର ନାଥ ଖାରଜ କରିଛନ୍ତି ।

Read More

ଶ୍ରୀମନ୍ଦିର ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ତେବେ ଖୁବଶୀଘ୍ର ଆନନ୍ଦବଜାରରେ ଅବଢାର ଦର ତାଲିକା ନିର୍ଦ୍ଧାରଣ କରାଯିବ ବୋଲି ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି । ଶୁଖୁଲି ଭୋଗ ଓ ମହାପ୍ରସାଦ ପାଇଁ ଅଲଗା ଅଲଗା ଦୋକାନରେ ବିତରଣ ସହ ସେବନ କରିବା ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର ବ୍ୟତୀତ ଅନ୍ୟ ଘିଅ ବ୍ୟବହାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁଆରମହାସୁଆର ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ହୋଇଛି । ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ହେଲେ ଆନନ୍ଦବଜାରରେ ଶୃଙ୍ଖଳା ଆସିପାରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଦୈନିକ ୩୫ କୁଇଣ୍ଟାଲ କାଠ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ବେଳେ ଆଗକୁ ଏହାର ପର୍ଯ୍ୟାପ୍ତ ପରିମାଣ ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।…

Read More

ଆସନ୍ତା ସୋମବାର ଅଗଷ୍ଟ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ସେଦିନ ପୂର୍ବାହ୍ନ ୧୧ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଆସନ୍ତା କାଲି ଅଗଷ୍ଟ ୬ ତାରିଖ ପୂର୍ବାହ୍ନ ୧୧ ଠାରୁ ଆରମ୍ଭ ହୋଇ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ । ଏଥି ନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ…

Read More

ମଙ୍ଗଳବାର, ଅଗଷ୍ଟ ୫, ୨୦୨୫ରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ଏକ ବାଦଲ ଫଟା ବର୍ଷା ବନ୍ୟା ସୃଷ୍ଟି କରିଥିଲା। ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ଉତ୍ତରାଖଣ୍ଡର ଧରାଲି ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଥିବା ରିପୋର୍ଟ କରାଯାଇଛି, ଯେଉଁଠାରେ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି।ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି । ସୂଚନା ମିଳିବା ମାତ୍ରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଭାଟୱାଡିରୁ ଏସଡିଆରଏଫ ଦଳ ମଧ୍ୟ ଧରାଲି ଅଭିମୁଖେ ଯାଇଛି । ଗଙ୍ଗୋତ୍ରୀ ଧାମ ଓ ମୁଖୱା ନିକଟରେ ସ୍ଥିତ ଧରାଲି ଗାଁରେ ବାଦଲ ଫଟା ବର୍ଷା ପରେ ପାଣି ମାଡ଼ି ଆସିଛି । ପାଣି ଖୁବ୍ ଜୋରରେ ମାଡ଼ି ଆସିବାରୁ ତଳିଆ ଅଞ୍ଚଳକୁ ଭସାଇ ନେଇଛି । ଅନେକ ଘର ଏଥିରେ…

Read More

ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ସହ ଏହାର ସୁରକ୍ଷା ଦିଗ ରେ କାମ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛିନ୍ତି । ରାଜ୍ୟ ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ରେ ୬ କୋଟି ୫୨ ଲକ୍ଷ ଗଛ ଲାଗିଛି । ଚଳିତ ବର୍ଷ ଆହୁରି ୧ କୋଟି ଗଛ ଲଗାଇବାକୁ ଯୋଜନା କରାଯାଇଛି । ସେପ୍ଟେମ୍ବର ୭ ରେ ପ୍ରଧାନମନ୍ତ୍ରୀ ଙ୍କ ୭୫ ତମ ଜନ୍ମଦିନ ରେ ଗୋଟିଏ ଦିନ ରେ ଲାଗିବ ୭୫ ଲକ୍ଷ ଗଛ । ସେହିଦିନ ଓଡିଶା ଆସିବାକୁ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବି କହିଲେ ମୁଖ୍ୟମନ୍ତ୍ରୀ । ତେବେ ଆଜି ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Read More

ୟୁପି ଷ୍ଟାଇଲରେ ସାଇଲେନ୍ସର ଉପରେ ଚଢ଼ିଲା ରୋଲର । ଭଦ୍ରକ ସହରରେ ବିକଟାଳ ଶବ୍ଦ କରି ଆତଙ୍କ କରୁଥିବା ବାଇକ ଚାଳକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଭଦ୍ରକ ଟାଉନ ପୋଲିସ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛି ।ଏହି ଏକ ମାସ ମଧ୍ୟରେ ପ୍ରାୟ ୨୫୦ ରୁ ଅଧିକ ସାଇଲେନ୍ସର ଜବତ କରାଯାଇଥିଲା । ତାକୁ ଆଜି ଥାନା ପରିସରରେ ରୋଲର ଚଢାଇ ନଷ୍ଟ କରାଯାଇଥିଲା।ତେବେ ମୋଡି ଫାୟାଡ଼ ସାଇଲେନ୍ସର ଲଗାଉଥିବା ଅମାନିଆ ମୋଟର ସାଇକେଲ ଆରୋହୀ ମାନଙ୍କ ପାଇଁ ଏକ କଡା ସନ୍ଦେଶ ବୋଲି ଟାଉନ ଥାନା ଅଧିକାରୀ କହିବା ସହିତ ମୋବାଇଲରେ କଥା ହୋଇ ଗାଡି ଚଳାଉଥିବା ଏବଂ ଏପରି ସାଇଲେନ୍ସର ଲଗାଇ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ବିରୋଧ ଆଗାମୀ ଦିନରେ ଆହୁରି ଅଧିକ କଡା ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

Read More