ସପିଙ୍ଗ ମଲରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର୍ ଖୋଲିବାକୁ ବ୍ୟବସାୟୀ ଅନୁଷ୍ଠାନକୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ । ଆଗକୁ ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ଖୋଲାଯିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର । ସରକାରୀ ଅଫିସ ଓ ଅଭିଯୋଗ ଶୁଣାଣି ସ୍ଥାନରେ ମଧ୍ୟ ୮ଟି ସେଣ୍ଟର ଖୋଲାଯିବ। ବିଶ୍ଵ ସ୍ତନପାନ ସପ୍ତାହ ଉପଲକ୍ଷେ ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସ୍ତନ୍ୟପାନ ଯୋଗୁଁ ଶିଶୁ ମା’ର କ୍ଲୋଜ଼ ଟୁ ହାର୍ଟ ଅର୍ଥାତ ମା’ ହୃଦୟର ଆହୁରି ନିକଟତର ହୋଇପାରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ଅବସରରେ ମତବ୍ୟକ୍ତ କରିଛନ୍ତି । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନ କନଭେନସେନ ସେଣ୍ଟରରେ ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ପାଳିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ…
Author: sanitelevision
ଓଡ଼ିଶାର ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକର ଅଧୀନରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାକୁ ଗୁରୁତ୍ବ । ଏହିସବୁ ସ୍ଥାନରେ ଓଡ଼ିଆରେ ସାଇନ୍ ବୋର୍ଡ ଲେଖିବାକୁ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ଏହାକୁ କାର୍ଯ୍ୟକାରୀ କରିବାକୁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ।ଓଡ଼ିଆରେ ସାଇନ୍ ବୋର୍ଡ ନଲେଖିଲେ ଜରିମାନା।ଦିନକୁ ୫୦୦ ଟଙ୍କା ଦେବା କୁ ପଡିବ ଜରିମାନା । ଏନେଇ ୫୫ ଦିନର ସମୟ ସୀମା ଦେଲେ ରାଜ୍ୟ ସରକାର ।।ଓଡ଼ିଶାର ସାଂସ୍କୃତିକ ଓ ଭାଷାଗତ ଐତିହ୍ୟର ପ୍ରୋତ୍ସାହନ ତଥା ଯେଉଁମାନେ ଅନ୍ୟ କୌଣସି ଭାଷା ବା ଲିପି ବୁଝି ନଥାନ୍ତି ସେମାନଙ୍କ ସୁବିଧା ପାଇଁ, ଓଡ଼ିଆ ଭାଷାର ବ୍ୟବହାର ସୁନିଶ୍ଚିତ କରିବା ଅତ୍ୟନ୍ତ ଫଳପ୍ରଦ ହେବ । ଏହି ନିର୍ଦ୍ଦେଶର ଅନୁପାଳନକୁ ପ୍ରୋତ୍ସାହିତ କରିବା…
ବାଲେଶ୍ବର ଏଫ୍ଏମ୍ କଲେଜ୍, ପୁରୀ ବଳଙ୍ଗା ପରେ ଏବେ କେନ୍ଦ୍ରାପଡା । ପୁଣି ଜଳିଗଲେ ଆଉ ଜଣେ ଯୁବତୀ । ରାଜ୍ୟରେ ଏବେ ଦିନକୁ ଦିନ ଏଭଳି ମାମଲା ବୃଦ୍ଧି ପାଇବାରେ ଲାଗିଛି । ନିଜକୁ ଜାଳି ଦେବାକୁ ପଛାଉ ନାହାନ୍ତି ଯୁବପିଢି । କେନ୍ଦ୍ରାପଡା ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୁଣି ଜଣେ ଯୁବତୀ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଛନ୍ତି । ଘଟଣା ସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ କେନ୍ଦ୍ରାପଡା ଏସପିଙ୍କୁ ପୋଲିସ ଡିଜି ୱାଇ.ବି.ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଘଟଣାସ୍ଥଳକୁ ଯାଇ କେଉଁ ପରିସ୍ଥିତିରେ ଛାତ୍ରୀ କଲେ ଆତ୍ମହତ୍ୟା ତଦନ୍ତ କରି ରିପୋର୍ଟ ଦିଅ । ଅନ୍ୟପଟେ ଘଟଣାସ୍ଥଳରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କହିଛନ୍ତି, ଆମେ ଘଟଣାର ତଦନ୍ତ ଆରମ୍ଭ…
ଭାରତରେ UPIର ଲୋକପ୍ରିୟତା ବେଶ୍ ବୃଦ୍ଧି ପାଇଛି। ଭାରତରେ ଗୋଟିଏ ଦିନରେ ଆମେରିକାର ଜନସଂଖ୍ୟାର ଦୁଇଗୁଣ UPI ମାଧ୍ୟମରେ କାରବାର ହୋଇଛି। 2024 ମସିହାର ତଥ୍ୟ ଅନୁଯାୟୀ, ଆମେରିକାର ଜନସଂଖ୍ୟା ପ୍ରାୟ 341.2 ନିୟୁତ ଥିଲା, କିନ୍ତୁ ଭାରତରେ, 2 ଅଗଷ୍ଟ, 2025 ରେ, ଗୋଟିଏ ଦିନରେ UPI ମାଧ୍ୟମରେ ରେକର୍ଡ 707 ନିୟୁତ କାରବାର ହୋଇଛି।UPI କେବଳ ଗତ କିଛି ବର୍ଷ ମଧ୍ୟରେ ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। 2023 ମସିହାରେ, ପ୍ରତିଦିନ ପ୍ରାୟ 350 ନିୟୁତ (35 କୋଟି) UPI କାରବାର ହେଉଥିଲା। ଅଗଷ୍ଟ 2024 ସୁଦ୍ଧା, ଏହି ସଂଖ୍ୟା 500 ନିୟୁତ (50 କୋଟି) କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଏହି ସଂଖ୍ୟା 700 ନିୟୁତ (70 କୋଟି) କୁ ପହଞ୍ଚିଛି।ବର୍ତ୍ତମାନ ଭାରତରେ ପ୍ରାୟ ୮୫% ଡିଜିଟାଲ୍ କାରବାର UPI ମାଧ୍ୟମରେ ହୁଏ। କେବଳ ଏତିକି ନୁହେଁ, ସାରା ବିଶ୍ୱରେ ହେଉଥିବା ମୋଟ ଡିଜିଟାଲ୍ କାରବାରର…
କର୍ତ୍ତବ୍ୟ ଭବନ-୩ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଏହି ଆଧୁନିକ କୋଠା ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ନୂତନ ମୁଖ୍ୟାଳୟ ହେବ। ଦିଲ୍ଲୀର ଅଲଗା ଅଲଗା ବିଲିଡିଂରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଖୁବଶୀଘ୍ର କର୍ତ୍ତବ୍ୟଭବନକୁ ସ୍ଥାନାନ୍ତର ହେବ ।ମୋଟ ୧୦ଟି ବିଲ୍ଡିଂ ନିର୍ମାଣ ହେବ । ଆସନ୍ତା ୨୦୨୭ ଜୁନ୍ ସୁଦ୍ଧା ସମସ୍ତ ନିର୍ମାଣ ସରିବ । ମନ୍ତ୍ରଣାଳୟଗୁଡ଼ିକୁ ଏକାଠି କରି ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ନୀତି କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବ କର୍ତ୍ତବ୍ୟ ଭବନ । ଏହା ପ୍ରାୟ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ନିର୍ମାଣ ହୋଇଥିବାବେଳେ ଦୁଇଟି ବେସମେଣ୍ଟ ଏବଂ ସାତ ମହଲା ରହିଛି ।କର୍ତ୍ତବ୍ୟ ଭବନରେ ଗୃହ ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଏମଏସଏମଇ, ଡିଓପିଟି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅଫିସ ରହିବ । ଏହି କୋଠାକୁ ୩୦ ପ୍ରତିଶତ କମ୍…
ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଛନ୍ତି । ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ।ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପାରିପାର୍ଶ୍ୱିକ ସ୍ଥିତି ଓ ପରିବାର ଲୋକଙ୍କ ବୟାନ ଆଧାରରେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି ।କେହି ଜଣେ ଯୁବକ ବ୍ଲାକ୍ମେଲ୍ କରୁଥିଲେ ବୋଲି ଯୁବତୀଙ୍କ ବାପା କହିଛନ୍ତି। ପୂର୍ବରୁ ଏନେଇ ଥାନାରେ ଅଭିଯୋଗ ହୋଇଥିବା କୁହାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଯଦି ଅଭିଯୋଗ ସତ ହୋଇଥାଏ ତାହେଲେ ସାଙ୍ଘାତିକ୍। ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସିଜରିଆନକୁ ସି –ସେକସନ ମଧ୍ୟ କୁହାଯାଏ। ଦୀର୍ଘ ଦଶନ୍ଧି ଧରି ଏପରି ସାଂଘାତିକ ଖେଳ ଖେଳି ଚାଲିଥିବା ବ୍ୟକ୍ତିଙ୍କୁ ଏବେ ଅପରେସନ ଥିଏଟରରୁ ଗିରଫ କରାଯାଇଛି। ଆସାମର ସିଲଚରରୁ ଏପରି ଘଟଣା ସାମ୍ନାକୁ ଆସିଛି।ଗିରଫ ବ୍ୟକ୍ତି ଜଣଙ୍କ ହେଲେ ପୁଲକ ମଲକାର। ସେ ନିଜକୁ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଭାବେ ପରିଚୟ ଦେଉଥିଲେ। ଏହି ନକଲି ପରିଚୟ ଦ୍ୱାରା ସେ ପ୍ରାୟ ୧୦ ବର୍ଷ ହେବ ସିଲଚରର ଦୁଇ ଘରୋଇ ହସ୍ପିଟାଲରେ ସିଜରିଆନ କରି ଚାଲିଥିଲେ। ୫୦ରୁ ଅଧିକ ସିଜରିଆନ ସେ କରିଥିଲେ। ଏବେ ସେ ଗୋଟିଏ ଅପରେସନ ଥିଏଟରରେ ସିଜରିଆନ ସେକସନ କରୁଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରିଛି। ତେବେ ତଦନ୍ତ ବେଳେ ସମସ୍ତ ଦସ୍ତାବିଜ ଯାଞ୍ଚ କରିଥିଲେ ପୋଲିସ | ସେଗୁଡ଼ିକ ନକଲି ବୋଲି ପ୍ରମାଣିତ ହୋଇଥିଲା। ସେ ଜଣେ ନକଲି ଡାକ୍ତର ଓ ଦୀର୍ଘ ବର୍ଷ ହେଲାଣି ନକଲି ପ୍ରମାଣପତ୍ର ଜରିଆରେ ସେ…
ଖୁବ୍ ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ । ଏ ନେଇ ରାଜସ୍ବ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି । ନକ୍ସା ପରିବର୍ତ୍ତନ ସର୍ଭେ ପାଇଁ ନିର୍ଦ୍ଦେଶକ, ଜିଲାପାଳ ଓ ଆର୍ ଡିସିଙ୍କୁ ଚିଠି ଲେଖାଯାଇଛି । ପୁରୁଣା ରାଜସ୍ୱ ଗାଁ ରେକର୍ଡ ଯେମିତି ମିଶି ନ ଯାଏ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରତି ତହସିଲରେ ହେବ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସେଲ ।ରାଜସ୍ବ ଗାଁ ହେଲା ପରେ ସ୍ଵତନ୍ତ୍ର ମ୍ୟାପ୍ ହେବ ବୋଲି ସୁରେଶ ପୂଜାରୀ କହିଛନ୍ତି । ମୂଳ ଗାଁରେ ଥିବା ଲୋକଙ୍କ ଖାତା ନମ୍ବର ପ୍ଲଟ ନମ୍ବର ମଧ୍ୟ ପରିବର୍ତ୍ତନ ହୋଇ ନୂଆ ହେବ । ଭୂ-ଲେଖରେ ମଧ୍ୟ ଗାଁର ନାମ ସ୍ଥାନ ପାଇବ । ୨୫୦ରୁ ଅଧିକ ଜନସଂଖ୍ୟା ଏବଂ ମୂଳ ରାଜସ୍ୱ ଗାଁକୁ ୫୦୦ ମିଟର ଦୂରତା ଥିବା ପଡ଼ା ଗାଁ ଗୁଡ଼ିକୁ…
ଜର୍ମାନୀରେ ବାହାଘର ଆଉ ଦିଲ୍ଲୀରେ ଦେଲେ ରିସେପ୍ସନ | ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ଥିବା ଯୋଡି ପିନାକୀ ମିଶ୍ର ଓ ମହୁଆ ମଇତ୍ର ଗତକାଲି ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି ଦେଇଛନ୍ତି | ତେବେ ଏହି ଭୋଜିରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରମୁଖ ଯୋଗ ଦେଇଥିଲେ | ସେହିପରି ମହୁଆଙ୍କ ସହକର୍ମୀ ଭାବେ ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ, ବିଜେଡିର ସୁଲତା ଦେଓ, ସୁପ୍ରିୟା ସୁଲେ, କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ପ୍ରମୁଖ ଯୋଗ ଦେଇଥିଲେ |୬୫ ବର୍ଷୀୟ ପିନାକୀ ମିଶ୍ରଙ୍କ ଏହା ଦ୍ବିତୀୟ ବିବାହ ଥିଲା । ପୂର୍ବରୁ ସେ ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଝିଅ ଅଛନ୍ତି। ପିନାକୀ…
ଯାଜପୁର ବାଲିଚନ୍ଦ୍ରପୁର ପୋଲିସ ବିରୋଧରେ ଥାର୍ଡ ଡିଗ୍ରୀ ଅଭିଯୋଗ ଆସିଛି। ଥାର୍ଡ ଡିଗ୍ରୀ ପରେ ଯୁବକ ବିଷ ପିଇଦେବାରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଏକ କେସ୍ ରେ ସମ୍ପୃକ୍ତି ନେଇ ଅଣକା ପଞ୍ଚାୟତ ମହୀପୁର ଗାଁର ରବୀନ୍ଦ୍ର ମଲିକଙ୍କୁ ପୋଲିସ ଥାର୍ଡ ଡିଗ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ମାଡ଼ରେ ରବୀନ୍ଦ୍ର ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ହେଲେ ପରିବାରକୁ ଏନେଇ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଥିଲା । ମେଡିକାଲରେ ରବୀନ୍ଦ୍ରଙ୍କର ଚିକିତ୍ସା ଚାଲିଛି । ୪ଜଣ ପୋଲିସ କର୍ମଚାରୀ ତାଙ୍କୁ ମେଡ଼ିକାଲରେ ଜଗି ରହିଛନ୍ତି ।









