Author: sanitelevision

କେନ୍ଦ୍ରାପଡ଼ା ଛାତ୍ରୀ ଆତ୍ମାହୂତି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ବିଜେଡି । ଦଳର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ ଦେବ, ଯଦି ପୋଲିସ ଆରମ୍ଭରୁ ପଦକ୍ଷେପ ନେଇଥାନ୍ତା,ଆଜି ସେହି ଛାତ୍ରୀ ଜଣକ ଜୀବିତ ଥାଆନ୍ତେ । ପୋଲିସ ଏତଲା ରଖିଲା ନାହିଁ । ମାମଲାକୁ ଖାମଖିଆଲି ଭାବେ ନେଇ ଅଶ୍ଲୀଳ ଭିଡିଓ ଡିଲିଟ କରିବାକୁ ଓ ମୋବାଇଲ ସ୍ଵିଚ୍ ଅପ୍ କରିବାକୁ କହି ଚୁପ୍ ବସିଲା। ଯଦି ଆରମ୍ଭରୁ ଆକ୍ସନ ନେଇଥାନ୍ତା, ତେବେ ଏତେ ବଡ଼ ଅଘଟଣ ଘଟିନଥାନ୍ତା। ତା ପରିଣାମରେ ଆଜି ଝିଅଟିର ଜୀବନ ଚାଲିଗଲା । ପୋଲିସ ହେଲମେଟ୍ ଚେକ୍ କରୁଛି । ପୋଲିସ କାହିଁକି ଅଭିଯୋଗ ରଖିଲା ନାହିଁ । ପୋଲିସ ଘଟଣା ଘଟିବାର ୪ ଘଣ୍ଟା ପରେ ପହଞ୍ଚିଲେ କାହିଁକି । ପୋଲିସ ଡିଜିପି ନିର୍ଦ୍ଦେଶ ଦେବେ କି ତଦନ୍ତ ପାଇଁ ? ସେ ପିଲା କିଏ, କାହିଁକି ଏଫ୍‌ଆଇଆର ରଖାଗଲା…

Read More

ଘରୁ ଟଙ୍କା ମିଳିବା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଯଶଓ୍ବନ୍ତ ବର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ତାଙ୍କୁ ଦୋଷୀ ବୋଲି ଦର୍ଶାଇଥିବା ତଦନ୍ତ କମିଟିର ରିପୋର୍ଟ ଏବଂ ପ୍ରଧାନ ବିଚାରପତିଙ୍କ ଦ୍ଵାରା ପଦବୀରୁ ତତ୍କାଳ ହଟାଯିବା ଲାଗି ସୁପାରିସକୁ ଚ୍ୟାଲେଞ୍ଜ କରି ବର୍ମା ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। ତଦନ୍ତ କମିଟି ଧାର୍ଯ୍ୟ ପ୍ରକ୍ରିୟାର ଅନୁପାଳନ କରିଥିବା ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ ପିଟିସନକୁ ଖାରଜ କରିଦେଇଥିଲେ।ସୁପ୍ରିମକୋର୍ଟ କହିଛନ୍ତି ଯେ ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଆଚରଣ ଆତ୍ମବିଶ୍ୱାସ ସୃଷ୍ଟି କରେ ନାହିଁ, ତେଣୁ ତାଙ୍କ ଆବେଦନ ଉପରେ ବିଚାର କରାଯିବା ଉଚିତ ନୁହେଁ।ଜଷ୍ଟିସ ବର୍ମା ତାଙ୍କ ଆବେଦନରେ ଦାବି କରିଥିଲେ ଯେ ଆଭ୍ୟନ୍ତରୀଣ ତଦନ୍ତ ପ୍ରକ୍ରିୟା ଅସାମ୍ବିଧାନିକ ଏବଂ ଏହା ସଂସଦର ବିଶେଷାଧିକାରକୁ କ୍ଷୁର୍ଣ୍ଣ କରେ, କାରଣ ସମ୍ବିଧାନର ଧାରା ୧୨୪ ଏବଂ ୨୧୮ରେ ଉଲ୍ଲେଖ ଥିବା ଅନୁଯାୟୀ କେବଳ ସଂସଦର ବିଚାରପତିମାନଙ୍କୁ ହଟାଇବାର ଅଧିକାର ଅଛି।ସୁପ୍ରିମକୋର୍ଟ ଏହା ମଧ୍ୟ…

Read More

ବାଲେଶ୍ବର ଫକୀରମୋହନ ଛାତ୍ରୀ ଆତ୍ମାହୁତି ଘଟଣା ତଦନ୍ତରୁ ହଟିଲେ ଏସ୍‌. ସାଇନି । CAW ଆଇଜି ଏସ୍‌. ସାଇନି ତଦନ୍ତରୁ ଅନ୍ତର ହୋଇଛନ୍ତି । ତଦନ୍ତ ନୀରିକ୍ଷଣ କରିବେ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟ ।ସେ କହିଛନ୍ତି, ମୁଁ ତଦନ୍ତର ରିଭ୍ୟୁ କରିବାକୁ ଆସିଛି । ଅଗ୍ରଗତି ନେଇ ଡିଜିଙ୍କୁ ରିପୋର୍ଟ ଦେବି । ଏହା ଏକ ନିରନ୍ତର ପ୍ରକ୍ରିୟା, ପ୍ରତ୍ୟେକ ଦିଗକୁ ବିଚାର କରୁଛୁ । ଆମେ ସତ୍ୟ ଓ ତଥ୍ୟ ବାହାର କରୁଛୁ । ତେବେ ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାରେ ଶୁଭ୍ର ସମ୍ବିତ ନାୟକ , ଜ୍ୟୋତି ପ୍ରକାଶ ବିଶ୍ୱାଳଙ୍କୁ କ୍ରାଇବ୍ରାଞ୍ଚ ଗିରଫ କରି ପଚରା ଉଚରା ଜାରି ରଖିଛି ।

Read More

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଟାରିଫ ଯୁଦ୍ଧକୁ ତୀବ୍ର କରିଥିବାର ଦିନକ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ବାର୍ତ୍ତା ଦେଇ କହିଛନ୍ତି ଯେ ଭାରତ କେବେ ବି ତା’ର ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ବାର୍ଥ ସହ ଆପୋଷ କରିବ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କୁ ଏଥିପାଇଁ ବ୍ୟକ୍ତିଗତ ଭାବେ ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ, କିନ୍ତୁ ସେ ଏଥିପାଇଁ ପ୍ରସ୍ତୁତ।ଦିଲ୍ଲୀରେ ଆୟୋଜିତ ଏମଏସ ସ୍ବାମୀନାଥନ ଶତବାର୍ଷିକୀ ଆନ୍ତର୍ଜାତୀୟ ସମ୍ମିଳନୀରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ଏହି କଥା କହିଛନ୍ତି |ପୂର୍ବ ଘୋଷଣା ଅନୁସାରେ ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ ହୋଇଛି । ଅଗଷ୍ଟ ୨୭ରୁ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲାଗୁ ହେବ । ଆମେରିକା କହିଛି, ଋଷରୁ ଭାରତ ତେଲ ଆମଦାନୀ କରୁଥିବାରୁ ଜବାବରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

Read More

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ଯେତେବେଳେ ବଙ୍ଗଳା ବିଭାଜନ ହୋଇଥିଲା ସେତେବେଳେ ସ୍ବଦେଶୀ ଆନ୍ଦୋଳନ ଶକ୍ତି ବୃଦ୍ଧି ହୋଇଥିଲା। ସର୍ବପ୍ରଥମେ ୧୯୦୫ ଅଗଷ୍ଟ ୭ରେ କୋଲକାତା ଟାଉନ ହଲରେ ବିଦେଶୀ ସାମଗ୍ରୀକୁ ବର୍ଜନ କରିବା ଏବଂ ଭାରତୀୟ ଉତ୍ପାଦ ଉପରେ ନିର୍ଭର କରିବା ପାଇଁ ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଏକ ଶତାବ୍ଦୀ ପରେ ଅର୍ଥାତ୍‌ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଜାତୀୟ ହସ୍ତତନ୍ତ ଦିବସର ଶୁଭ ଉଦ୍‌ଘାଟନ କରିଥିଲେ। ହସ୍ତତନ୍ତ ଏବଂ ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଆଜିକାଲି ଯୁବପିଢୀଙ୍କ ଠାରୁ ଆରମ୍ଭ କରି ମଧ୍ୟ ବୟସ୍କ ଓ ବୟସ୍କଙ୍କ ଠାରେ ହସ୍ତତନ୍ତ ପୋଷାକ ପ୍ରତି ଚାହିଦା ଥିବା ପରୀଲକ୍ଷିତ ହେଉଛି । ଫ୍ୟାସନ୍ରେ ବି ହ୍ୟାଣ୍ଡଲୁମ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଦେଖିବାକୁ ମିଳୁଛି । ହାତବୁଣା ଟସର ବସ୍ତ୍ର…

Read More

ଆମ ବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍ ଥିରୁମାଲା ନାଏକ କ୍ରୁଟ୍‌ର ସମସ୍ତ ସଦସ୍ୟମାନଙ୍କୁ ସପ୍ତାହରେ ଅନ୍ତତଃ ଦୁଇଥର ଆମବସ୍‌ରେ ଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବସ୍‌ରେ ଯାତ୍ରା କରି ବିସୃତ ଅନ୍‌ଲାଇନ୍ ଫର୍ମ ମାଧ୍ୟମରେ ଆମ ବସର ପ୍ରତ୍ୟେକ ସେବା ଉପରେ ମତାମତ ସଂଗ୍ରହ ହେବ। ମତାମତକୁ ଆଧାର କରି ଯଥାସମ୍ଭବ ସେବାର ଉନ୍ନତୀକରଣ ପାଇଁ କାର୍ଯ୍ୟ କରାଯିବ। ଡକ୍ଟର ଏନ୍ ଥିରୁମାଲା ନାଏକ ଗତକାଲି ନିଜେ କ୍ରୁଟ୍‌ର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ରୁଟ୍ ବସରେ କ୍ରୁଟ୍ କାର୍ଯ୍ୟାଳୟରୁ ବାହାରି ୧୦ ନମ୍ବର ରୁଟ୍‌ରେ କିଟ୍ ଛକରୁ ଇନ୍‌ଫୋସିଟି ଏବଂ ୧୩ ନମ୍ବର ରୁଟ୍‌ରେ ଟ୍ରାଇଡ଼େଣ୍ଟ ମହାବିଦ୍ୟାଳୟରୁ କେଶରୀ ଟକିଜ୍ ଯାଏଁ ଯାତ୍ରା କରି ପ୍ରକୃତ ଅବସ୍ଥା ପରଖିଛନ୍ତି । ନିଜେ ଟିକେଟ୍…

Read More

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା ପୁରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟ କରିଛି । ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପୀଡିତାଙ୍କ ମୃତଦେହର ବ୍ୟବଚ୍ଛେଦ ହେବ। ବଡ଼ପଡ଼ା ମହାବିଦ୍ୟାଳୟର ଯୁକ୍ତି ତିନି ତୃତୀୟ ବର୍ଷ ଛାତ୍ରୀ କିରାସିନ ଢାଳି ହୋଇ ନିଜକୁ ଜାଳି ଦେଇଛନ୍ତି । ଛାତ୍ରୀ ଜଳିଯିବା ଖବର ଆସିବା ପରେ ତୁରନ୍ତ ହସ୍ତକ୍ଷେପ କରିଥିଲା ରାଜ୍ୟ ପୁଲିସ । ତେବେ ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ । ଏଏସ୍‌ଆଇଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କରାଯାଇଛି।

Read More

ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାକୁ ପ୍ରବଳ ବର୍ଷା ଚେତାବନୀ । ରାଜ୍ୟରେ ୧୧ ତାରିଖ ପର୍ଯ୍ୟନ୍ତ ଭାରି ବର୍ଷା । ଏଥିସହ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଏହି ଜିଲ୍ଲା ଗୁଡ଼ିକ ହେଉଛି-: କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା. ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର , ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି । ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।

Read More

ଓଡ଼ିଶାର ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ାଗଡ଼ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କର ଗୁରୁବାର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ସେ ପୂର୍ବତନ ମନ୍ତ୍ରୀ ଭାବେ ରାଜ୍ୟ ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।ମୃତ୍ୟୁ ବେଳେକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଖଣ୍ଡପଡ଼ା ଆସନରୁ ସେ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟୁକୁ ନେଇ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ଦୀର୍ଘଦିନ ଧରି କଂଗ୍ରେସ ଦଳରେ ଜଡ଼ିତ ଥିଲେ।ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ କଂଗ୍ରେସ ଟିକେଟରୁ ୧୯୮୦ ମସିହାରେ ଖଣ୍ଡପଡ଼ା ଆସନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ୧୯୮୫ ଏବଂ ୧୯୯୫ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାନସଭାରେ ଉପବାଚସ୍ପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ।

Read More

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଉଭୟ ନେତାଙ୍କ ମଧ୍ୟରେ ୱାନ ଟୁ ୱାନ ଆଲୋଚନା ହୋଇଛି । ଭେଟଘାଟ୍ ବେଳେ କଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇନାହିଁ।ଏକ୍ସ ପୋଷ୍ଟରେ ଉପମୁଖମନ୍ତ୍ରୀ ଲେଖିଛନ୍ତି, ‘ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଆଜି ସୌଭାଗ୍ୟ ମିଳିଲା । ଓଡ଼ିଶାର ଅନନ୍ୟ ଆତ୍ମା ଏବଂ ଅବଦାନକୁ ହୃଦୟରେ ରଖି ବିକଶିତ ଭାରତ ଗଠନ ପାଇଁ ଗଭୀର କୃତଜ୍ଞତା, ପ୍ରତିଫଳନ ଏବଂ ମିଳିତ ପ୍ରତିବଦ୍ଧତାର ଏକ ମୁହୂର୍ତ୍ତ ଥିଲା । ଏକ ସଶକ୍ତ, ସମାବେଶୀ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ଭାରତ ଆଡକୁ ଆମର ସାମୂହିକ ଯାତ୍ରାକୁ ମହାପ୍ରଭୁ ଜଗନ୍ନାଥ ମାର୍ଗଦର୍ଶନ କରିବା ଜାରି ରଖନ୍ତୁ ।’ପୂର୍ବରୁ ଦିଲ୍ଲୀରେ ଅଛନ୍ତି କେଭି ସିଂହଦେଓ । ଏହି ତିନି ହେଭିୱେଟଙ୍କ ଉପସ୍ଥିତି ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ସମ୍ପ୍ରସାରଣ ଚର୍ଚ୍ଚା ଜୋରଦାର ହୋଇଛି । ଠିକ୍ ଏତିକିବେଳେ ଉପ…

Read More