Author: sanitelevision

ନିଶାରେ ଶୋଇପଡ଼ିଲେ ଡ୍ରାଇଭର । ଅଧାବାଟରେ ଅଟକିଲେ ରୋଗୀ । ଜଣେ ଗର୍ଭବତୀ ରୋଗୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ୧୦୮ ଆମ୍ବୁଲାନ୍ସ ଭିତରେ ରୋଗୀ ଥିବା ବେଳେ ଡ୍ରାଇଭର ଜଣଙ୍କ ନିଶାରେ ଶୋଇପଡ଼ିଛନ୍ତି । ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ କାନିକିପଦର୍‌ରେ ନଜର ଆସିଛି ଏପରି ଘଟଣା । ସୂଚନାନୁଯାୟୀ କାନିକିପଦର୍ ଗାଁର ବିଜୟ ରଇତଙ୍କ ପତ୍ନୀ ନନ୍ଦିନୀ ରଇତଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ବିଳମ୍ବିତ ରାତିରେ ପରିବାର ଲୋକେ ତାଙ୍କୁ ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ l ହେଲେ ଗର୍ଭସ୍ତ ଶିଶୁର ଅବସ୍ଥା ଭଲ ନଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲକୁ ସ୍ତାନାନ୍ତର କରିଥିଲେ l ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ଯିବା ବେଳେ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିବା ଯୋଗୁଁ ବେପରୁଆ ଗାଡ଼ି ଚାଳନା ସହ ଅଧା ରାସ୍ତାରେ ଆମ୍ବୁଲାନ୍ସ ରଖି ଦେଇ ଡ୍ରାଇଭର ଜଣଙ୍କ ଗାଡ଼ିରେ…

Read More

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଛାତ୍ରୀ ପୋଡି ଘଟଣାରେ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କ ସାମ୍ବାଦିକ ସମ୍ମିଳନୀ l ଘଟଣାର ନିରପେକ୍ଷ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି l ତେବେ ବ୍ଲାକମେଲ କରିଥିବା ଅଭିଯୋଗରେ ଚେନ୍ନାଇରୁ ପ୍ରେମିକ ଗିରଫ । ରାଜ୍ୟ ବାହାରରୁ ଅଭିଯୁକ୍ତକୁ ପଟ୍ଟାମୁଣ୍ଡାଇ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ତାକୁ ପୋଲିସ ଓଡ଼ିଶା ଆଣୁଛି । ଖୁବଶୀଘ୍ର ଛାତ୍ରୀ ମୃତ୍ୟୁ ଘଟଣାରୁ ପରଦା ହଟିବ । ବ୍ରେକଅପ ପରେ ଯୁବକ ଜଣଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ବ୍ଲାକମେଲ କରୁଥିଲା ବୋଲି ଥାନାରେ ଅଭିଯୋଗ ହୋଇଥିଲା ।ଛାତ୍ରୀଙ୍କ ବାପା କହିଛନ୍ତି ଝିଅର ପ୍ରେମିକ ବ୍ଲାକ ମେଲ କରିବା ସହ ଅଶ୍ଳୀଳ ଭିଡିଓ ଭାଇରାଲ କରୁଥିଲେ । ହେଲେ ଥାନାରେ ଦିଆଯାଇଥିବା ଏତଲାରେ ପ୍ରେମିକଙ୍କ ନାଁ ନାହିଁ । ସେହିପରି ତାଙ୍କ ବାପାଙ୍କ କହିବା ଅନୁଯାୟୀ ୬ ମାସ ତଳେ ପ୍ରେମିକ ବିରୋଧରେ ଥାନାରେ ଏତଲା ଦିଆ…

Read More

ଢେଙ୍କାନାଳ ଜିଲାର ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓକାଟେଣି ନିକଟରେ ରେଙ୍ଗାଲି ଶାଖା କେନାଲରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଫଳରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।ବସଟି ପରଜଙ୍ଗରୁ ଭୁବନେଶ୍ୱର ଯାଉଥିଲା । ରେଙ୍ଗାଳି ଶାଖା କେନାଲକୁ ବସ ଖସି ପଡିଛି l ବସରେ ୫୦ରୁ ଅଧିକ ଯାତ୍ରୀ ଥିବାବେଳେ ୨୦ଜଣ ଗୁରୁତର ହୋଇଛନ୍ତି ।କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଅନେକ ଯାତ୍ରୀଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ କେତେକଙ୍କ ଗୋଡ଼, ହାତରେ ଗଭୀର ଆଘାତ ଲାଗିଛି ।ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

Read More

କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇର ଜଣେ ଛାତ୍ରୀ ଜଳିଯିବା ଘଟଣାରେ ବିରୋଧୀ ଦଳର ନେତା ନବୀନ ଟ୍ୱିଟ କରି କହିଛନ୍ତି , ଆଉ ଜଣେ ଝିଅ ନ୍ୟାୟ ପାଇଁ ପୁଣି ଥରେ ନିବେଦନ କରିବା ପରେ ହତାଶରେ ନିଜକୁ ନିଆଁ ଲଗାଇ ଦେଇଥିବା ଜାଣି ମୁଁ ଗଭୀର ଦୁଃଖିତ ଏବଂ ମର୍ମାହତ । ଯୁବତୀଙ୍କ ପ୍ରତି ମୋର ସମବେଦନା ଏବଂ ଦୁଃଖର ଏହି ଘଡ଼ିରେ ପରିବାର ସଦସ୍ୟଙ୍କ ସହିତ ପ୍ରାର୍ଥନା । ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଭଗବାନ ପରିବାର ସଦସ୍ୟଙ୍କୁ ଶକ୍ତି ଦିଅନ୍ତୁ।

Read More

ସହରାଞ୍ଚଳ ମାନଙ୍କରେ ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ ଅଳିଆ ବ୍ୟବହାର ଉପରେ ବିଚାର ବିମର୍ଶ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଶ୍ରୀମତୀ ପାଢୀ ସହରାଞ୍ଚଳ ଭିତ୍ତିଭୂମି ବିକାଶରେ ସ୍ଥାୟୀ ଏବଂ ପରିବେଶ-ଅନୁକୂଳ ଅଭ୍ୟାସ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆଲୋକପାତ କରିଥିଲେ ଯେ ପ୍ଲାଷ୍ଟିକ୍ ଅଳିଆ, ବିଶେଷକରି ବୋତଲ ଏବଂ କ୍ୟାରୀ ବ୍ୟାଗ ଭଳି ଜିନିଷରୁ ବାହାରୁଥିବା ଅଳିଆକୁ ଖଣ୍ଡ ଖଣ୍ଡ କରି ଗରମ ବିଟୁମେନ୍ ଏବଂ ସମାହାର ସହିତ ମିଶ୍ରିତ କରି ରାସ୍ତା ନିର୍ମାଣ କରାଯାଇପାରିବ। ଏହି ପଦ୍ଧତି, ଯାହା ପୂର୍ବରୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦ୍ୱାରା ସଫଳତାର ସହିତ କାର୍ଯ୍ୟକାରୀ କରାଯାଉଛି, କେବଳ ରାସ୍ତାର ସ୍ଥାୟୀତ୍ୱ ଏବଂ ଗୁଣବତ୍ତା ବୃଦ୍ଧି କରେ ନାହିଁ ବରଂ ପ୍ଲାଷ୍ଟିକ୍ ଅଳିଆ ପରିଚାଳନା ପାଇଁ ଏକ କାର୍ଯ୍ୟକାରୀ…

Read More

ହାତଗୁଞ୍ଜା ନେଇ ଗଳା ବାଟରେ ଭକ୍ତଙ୍କୁ ଛାଡୁଥିଲେ ଜେଟିପି ସ୍କ୍ବାର୍ଡ । ଭିଡ଼ିଓ ଭାଇରାଲ ପରେ କାର୍ଯ୍ୟରୁ ଅନ୍ତର କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ । ସିଂହଦ୍ବାର ସମ୍ମୁଖରେ ସେବାୟତଙ୍କ ପାଇଁ ଉଦ୍ଧିଷ୍ଟ ରାସ୍ତାରେ ଟଙ୍କା ନେଇ ଜଣେ ଜେଟିପି ସ୍କ୍ବାର୍ଡ ଲୋକଙ୍କୁ ଛାଡୁଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା । ଏ ସଂକ୍ରାନ୍ତୀୟ ଭିଡ଼ିଓ ଭାଇରାଲ ହେବାପରେ ଆକ୍ସନ ମୋଡ଼କୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ । ଦୋଳମଣ୍ଡପ ସାହି ଓ ଏହା ସଂଲଗ୍ନ ସାହିଗୁଡ଼ିକର ସେବାୟତଙ୍କ ସମେତ ଡ୍ୟୁଟି କରୁଥିବା କର୍ମଚାରୀମାନେ ସହଜରେ ଯାତାୟାତ ନିମନ୍ତେ ସିଂହଦ୍ୱାର ଆଗରେ ଏକ ବାଟ କରାଯାଇଛି । ମାତ୍ର ଏହି ବାଟକୁ କିଛି ପୁଲିସ ଓ ଶ୍ରୀମନ୍ଦିର କର୍ମଚାରୀ ଲାଞ୍ଚ ନେଇ ସାଧାରଣ ଲୋକଙ୍କ ପାଇଁ ଗଳାବାଟ କରି ଦେଇଛନ୍ତି । ଯାତ୍ରୀ ଗୁମାସ୍ତା, ଧୂଳିଆ ପ୍ରଭୃତିମାନଙ୍କଠାରୁ ଲାଞ୍ଚ ନେଇ ଏହି ବାଟରେ ସେମାନଙ୍କ ଯାତ୍ରୀଙ୍କୁ ଛାଡ଼ୁଛନ୍ତି । ବିନା ଯାଞ୍ଚରେ ଯାତ୍ରୀମାନଙ୍କୁ…

Read More

ମାଧୁରୀ ଦୀକ୍ଷିତ ହେଲେ ଓଡିଶା ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର । ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଓଡିଶା ହସ୍ତତନ୍ତର ପ୍ରଚାର ପ୍ରସାର କରିବେ ମାଧୁରୀ । ସୂଚନା ଥାଉକି, ଉଦ୍‌ଘାଟିତ ହୋଇଛି ଜାତୀୟ ହସ୍ତତନ୍ତ ଦିବସ-୨୦୨୫ । ଓଡ଼ିଶାରେ ‘EKTA’ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ସାମିଲ ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ତେବେ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ‘ଏକତା’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ଓଡ଼ିଶା ହସ୍ତକଳା ଏବଂ ଶାଢୀର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ ମାଧୁରୀ । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ବାହାର ରାଜ୍ୟର ବୁଣାକାରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବୁଣାକାର ମେଳାରେ ସେମାନଙ୍କ…

Read More

ମୟୂରଭଞ୍ଜ ଖୁଣ୍ଟା ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଷ୍କର୍ମ ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଜଣେ ୧୦ ବର୍ଷର ନାବାଳିକାଙ୍କୁ ମାସେ ଧରି ୩ଜଣ ଅଭିଯୁକ୍ତ ଅଲଗା ଅଲଗା ସମୟରେ ଦୁଷ୍କର୍ମ କରୁଥିଲେ । ଘଟଣାର ଦେଢ଼ ମାସ ପରେ ଧରାପଡ଼ିଲେ ୩ ଅଭିଯୁକ୍ତ । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଓ ଦୁଇ ଜଣ ଯୁବକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ନାବାଳିକାଙ୍କ ଭିଣୋଇ ମଧ୍ୟ ଜଣେ ଦୁଷ୍କର୍ମକାରୀ । ସେ ନାବାଳିକାଙ୍କୁ ନିଜ ଘରକୁ ନେଇ ଦୁଷ୍କର୍ମ କରୁଥିଲେ ।ତେବେ ପୀଡିତା ଅସୁସ୍ଥ ହେବାରୁ ତାଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି ।ନାବାଳିକାକୁ ନିଜ ଘରକୁ ନେଇ ସେଠାରେ ଦୁଷ୍କର୍ମ କରିବା ସହିତ ପୂର୍ବରୁ ମଧ୍ୟ ଦୁଷ୍କର୍ମ କରିଥିବା…

Read More

ଖୁଵଶୀଘ୍ର ପୂରଣ ହେବ ୨୨ହଜାର ୮୯୬ ଗ୍ରୁପ ସି ପଦବୀ । ରାଜ୍ୟ ସରକାରଙ୍କ ୧୦ ବିଭାଗର ଗ୍ରୁପ ସିର ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ । ଅଗଷ୍ଟ ୩୧ ସୁଦ୍ଧା ପ୍ରତ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତି ପୂରଣ କରିବାକୁ ନିର୍ଦ୍ଦେଶ ରହିଛି । ସର୍ବାଧିକ ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗର ୮ ହଜାର ୩୫୮, ପଂଚାୟତିରାଜ ବିଭାଗର ୪ ହଜାର ୪୨, ସ୍ବାସ୍ଥ୍ୟ ବିଭାଗର ୩ ହଜାର ୬୭୭ ସହ ୧୦ଟି ବିଭାଗରେ ନିଯୁକ୍ତି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ଟି ବିଭାଗରେ ୪୪ ହଜାର ୯୦୯ ପଦବୀ ଖାଲି ପଡ଼ିଥିବା ବେଳେ ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Read More

ସରକାରୀ କୋଠାର ରଙ୍ଗ ବଦଳିବ । ଆଗକୁ ନିର୍ମାଣ ହେବାକୁ ଥିବା ସବୁ କୋଠାର ରଙ୍ଗ ବଦଳିଯିବ । ଏନେଇ ପୂର୍ତ୍ତ ବିଭାଗ ବିଜ୍ଞପ୍ତି ଜାରି କରିଛି।ସରକାରୀ ଉଦ୍ୟୋଗର କୋଠାକୁ ମଧ୍ୟ ଗେରୁଆ ରଙ୍ଗ ଦିଆଯିବ। ସରକାରୀ କୋଠା ଲାଗି ୩ଟି କଲର କୋଡ୍ ଜାରି ହୋଇଛି। ବାହାର କାନ୍ଥ ପାଇଁ ଆରଜିବି ମିକ୍ସ ବ୍ୟବହାର ହେବ। ଏହି ରଙ୍ଗ ହେଉଛି ଇଷତ୍ ଗେରୁଆ। କୋଠାର ବର୍ଡର ପାଇଁ ଆରଜିବି ମିକ୍ସ ରଙ୍ଗ ବ୍ୟବହାର କରାଯିବ। ଏଥିସହ ସରକାରୀ କୋଠାର ଗ୍ରୀଲ ପାଇଁ ଆରଜିବି ମିକ୍ସ ବ୍ୟବହାର ହେବ ବୋଲି ପୂର୍ତ୍ତ ବିଭାଗ ବିଜ୍ଞପ୍ତିରେ ଦର୍ଶାଇଛି।କୋଠାର ବାହାର, ବର୍ଡର ଓ ଗ୍ରୀଲ ଗୁଡିକ କେଉଁ ରଙ୍ଗର ହେବ ସେ ନେଇ ପ୍ରକାଶ ପାଇଛି ନିର୍ଦ୍ଦେଶନାମା ।

Read More