Author: sanitelevision

ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ୫୨,୬୬୭ କୋଟି ଟଙ୍କାର ଏକ ପ୍ୟାକେଜ ମଞ୍ଜୁର କରିଛି, ଯାହା ଅଧୀନରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଶିକ୍ଷା, ଏଲପିଜି, ଭିତ୍ତିଭୂମି ଏବଂ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଆହୁରି ସୁଦୃଢ଼ କରିବା ପାଇଁ ୧୨,୦୬୦ କୋଟି ମଞ୍ଜୁର କରାଯାଇଛି। ଏହା ଅଧୀନରେ, ଗରିବ ପରିବାରମାନେ ଶସ୍ତା ହାରରେ ଏଲପିଜି ସିଲିଣ୍ଡର ପାଇବା ଜାରି ରଖିବେ। ଏଲପିଜି ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ୩୦ହଜାର କୋଟି ଟଙ୍କାର ଏକ ପୃଥକ ବଜେଟ୍ ସ୍ଥିର କରାଯାଇଛି ଯାହା ଦ୍ୱାରା ଏଲପିଜିର ମୂଲ୍ୟ ନିୟନ୍ତ୍ରଣରେ ରହିବ।କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ଦିନ ୧୭୫ଟି ଇଞ୍ଜିନିୟରିଂ ପ୍ରତିଷ୍ଠାନ ଏବଂ ୧୦୦ଟି ପଲିଟେକ୍ନିକ ସମେତ ୨୭୫ଟି ବୈଷୟିକ ପ୍ରତିଷ୍ଠାନରେ ବହୁବିଧ ଶିକ୍ଷା ଏବଂ ଗବେଷଣାରେ ଉନ୍ନତି ଯୋଜନା (MERIT) କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ…

Read More

୧୩ ବର୍ଷୀୟ ନାବାଳିକା ଝିଆରୀକୁ ଗର୍ଭବତୀ କଲା ସଂପର୍କୀୟ ପିଉସା । କିଛି ଦିନ ପୂର୍ବରୁ ସିଂଲା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ସମ୍ପର୍କୀୟ ପିଉସା ମାଙ୍କଡ଼ ଘଉଡ଼ାଇବାକୁ ଡାକି ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥଲା। ପରେ ନାବାଳିକାଙ୍କ ଦେହରେ ଗର୍ଭବତୀ ହେବାର ଲକ୍ଷଣ ଦେଖାଦେବାରୁ ପରିବାର ଲୋକ ତାଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲେ। ପରେ ସେ ଗର୍ଭବତୀ ଥିବା ପରିବାର ଲୋକ ଜାଣି ଏମିତି କିଏ କରିଲେ ଝିଅକୁ ପ୍ରଶ୍ନ କରିଥିଲେ। ଝିଅ ଡରି ନିଜର ସମ୍ପର୍କୀୟ ପିଉସା ମାଙ୍କଡ଼ ଘଉଡ଼ାଇବା ବାହାନାରେ ତାଙ୍କ ସହିତ ଦୁଷ୍କର୍ମ କରିଥିବା ଘଟଣା ପ୍ରକାଶ କରିଥିଲେ। ପରେ ପରିବାର ଲୋକ ପିଉସାଙ୍କୁ ଡକାଇ ଗତକାଲି ରାତିରେ ସମସ୍ତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଘଟଣାରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ…

Read More

ଗତ ଫେବୃୟାରୀ ମାସରେ ଲୋକ ସଭାରେ ଆଗତ ହୋଇଥିବା ଆୟକର ବିଲ୍ ୨୦୨୫ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର। ୧୯୬୧ ଆୟକର ଆଇନକୁ ହଟାଇ ନୂଆ ଆଇନ ଆଣିବା ଉଦ୍ଦେଶ୍ୟରେ ସରକାର ଏହାକୁ ଆଗତ କରିଥିଲେ।କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଆୟକର ବିଲ୍‌କୁ ପ୍ରତ୍ୟାହାର କରିଛନ୍ତି।ଏହି ବିଲ ୬ ଦଶନ୍ଧି ପୁରୁଣା ଆୟକର ଆଇନ ୧୯୬୧କୁ ବଦଳାଇବ। ଭାଜପା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ସିଲେକ୍ଟ କମିଟି ଏହାକୁ ସମୀକ୍ଷା କରିବା ପରେ ଅନେକ ସଂଶୋଧନ କରିଛି। ନୂତନ ଆୟକର ବିଲ ବିଷୟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସ୍ଲାବ ବିଷୟରେ। ଆୟକର ବିଭାଗ ସ୍ପଷ୍ଟ କରିଥିଲା ଯେ ନୂତନ ବିଲରେ ଟିକସ ସ୍ଲାବ ପରିବର୍ତ୍ତନ କରିବାର କୌଣସି ପ୍ରସ୍ତାବ ନାହିଁ। ଆୟକର ବିଭାଗ ଅନୁଯାୟୀ, ନୂତନ ବିଲର ଉଦ୍ଦେଶ୍ୟ ହେଉଛି ଭାଷାକୁ ସରଳ କରିବା ଏବଂ ଅନାବଶ୍ୟକ ବ୍ୟବସ୍ଥାକୁ ହଟାଇବା।

Read More

ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅଧୀନ ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ଦ୍ଵାରା ପୁଣି ଏକ ଗବେଷଣା ସଫଳ ହୋଇଛି । ଏଣିକି ବ୍ୟକ୍ତିର ଛେପରୁ ଭବିଷ୍ୟତରେ ତାଙ୍କୁ ହେବାକୁ ଥ‌ିବା ରୋଗ ବିଷୟରେ ଜଣାପଡ଼ିବ। ଏନେଇ ଏକ କିଟ୍ ପ୍ରସ୍ତୁତ କରାଯାଇଛି । ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ଏବଂ ଏହି ବିଭାଗର ଷ୍ଟାର୍ଟଅପ୍ ୱିଣ୍ଡ ଡିଏନ୍‌ଏ ଲାଇଫ୍‌ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ ହୋଇଛି । ଏଥିରୁ ଲୋକେ ଆଗକୁ ରୋଗ ସମ୍ପର୍କରେ ସୂଚନା ପାଇ ପାରିବେ ବୋଲି ଆଶା କରାଯାଉଛି ।ଏପର୍ଯ୍ୟନ୍ତ ୪୦୦ ଲୋକଙ୍କ ଥୁକ୍ କିଟ୍ ମାଧ୍ୟମରେ ସଂଗ୍ରହ ହୋଇ ମୁମ୍ବାଇ ପଠାସରିଲାଣି । ଏହା ଦ୍ୱାରା କେବଳ ରୋଗ ଚିହ୍ନଟ ହେବ ତା ନୁହେଁ ବରଂ ସେହି ରୋଗ ସମ୍ବନ୍ଧୀୟ ଔଷଧ ମଧ୍ୟ ପ୍ରଦାନ କରାଯିବ । ସମ୍ବଲପୁରରୁ ଆରମ୍ଭ ହୋଇଥିବା ଏହି ନୂଆ ଅଭିଯାନ…

Read More

ପାଳନ ହେଲା ଜାତୀୟ ହସ୍ତତନ୍ତ ଦିବସ। ଓଡ଼ିଶା ହସ୍ତତନ୍ତର ଅନ୍‌ଲାଇନ୍‌ ବ୍ୟବସାୟିକ ପ୍ଲାଟ୍‌ଫର୍ମ ‘ଆର୍ଟସ ଅଫ୍‌ ଉଇଭିଂ’ ତରଫରୁ ଅତି ଆକର୍ଷଣୀୟ ଏବଂ ନିଆରା ଭାବରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି।। ଏବର୍ଷ ‘ଆର୍ଟସ ଅଫ୍ ଉଇଭିଂ (ଏଓଡବ୍ଲ୍ୟୁ) ତାଙ୍କର ଓଡିଶା ହସ୍ତତନ୍ତ ସାମଗ୍ରୀକୁ ଏଆଇ (AI) ମଡେଲ୍ ମାଧ୍ୟମରେ ଦର୍ଶାଇବା ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ କମ ଖର୍ଚ୍ଚ ଓ ତ୍ୱରିତ ଉପାୟରେ ଉତ୍ପାଦମାନଙ୍କୁ ବିଶ୍ୱସ୍ତରରେ ଉପସ୍ଥାପନ କରିବାରେ ସାହାଯ୍ୟ କରିଛି । ଏହି ମାଧ୍ୟମରେ ଓଡ଼ିଶା ହସ୍ତତନ୍ତକୁ ବିଦେଶୀ ଗ୍ରାହକଙ୍କ ସହ ସଂଯୁକ୍ତ କରାଯାଇପାରିଛି ।ହସ୍ତତନ୍ତ ଦିବସ ପାଳନ ଅବସରରେ ଏଓଡବ୍ଲ୍ୟୁ ପକ୍ଷରୁ ଏରି ସିଲ୍କର ପ୍ରଚାରପ୍ରସାର ପାଇଁ ପଦକ୍ଷେପ ନିଆଯାଇଛି । ଏରି ସିଲ୍କକୁ ଅହିଂସା ରେସମ ବା କରୁଣା ରେସମ ବି କୁହାଯାଏ । ପାରମ୍ପରିକ ରେସମ ଉତ୍ପାଦନରେ ରେସମ କୀଟକୁ ଜୀବନ୍ତ ଅବସ୍ଥାରେ ସିଝେଇ ଦିଆଯାଏ । କିନ୍ତୁ ଏରି ରେସମ ଉତ୍ପାଦନରେ…

Read More

ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ରାଜ୍ୟ ସରକାର ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ସୁଭଦ୍ରା କିସ୍ତି ଟଙ୍କା ପଠାଇବେ । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା । ଏ ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପୂର୍ବରୁ ୨ଟି ପୂର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି । ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅର୍ଥାତ ଅଗଷ୍ଟ ୯ ଅର୍ଥାତ ଶନିବାର ଦିନ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ମିଳିବ । ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର । ଏ ନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି ।ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, ସେମାନେ ବି କରି ପାରିବେ ଆବେଦନ। କିନ୍ତୁ ଗତ କିଛି ଦିନ ହେବ ସୁଭଦ୍ରା ପୋର୍ଟାଲ ଖୋଲୁନଥିବାରୁ କୋତୋକ ଯୋଗ୍ୟ ହିତାଧିକାରୀ…

Read More

ଭାରତର ସବୁଠାରୁ ଧନୀ ବ୍ୟକ୍ତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏହି ବର୍ଷ ମଧ୍ୟ ତାଙ୍କର ପାଞ୍ଚ ବର୍ଷ ପୁରୁଣା ନିଷ୍ପତ୍ତି ଜାରି ରଖିଛନ୍ତି। ଲଗାତାର ପଞ୍ଚମ ବର୍ଷ ପାଇଁ ସେ ଦରମା ନ ନେବା ନିଷ୍ପତ୍ତି ନିଷ୍ପତ୍ତି ବଜାୟ ରଖିଛନ୍ତି ଏବଂ ଆର୍ଥିକ ବର୍ଷ ୨୦୨୫(FY25) ରେ କମ୍ପାନୀରୁ କୌଣସି ଦରମା ନେଇ ନାହାଁନ୍ତି। କରୋନା ମହାମାରୀ ପରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ, ମୁକେଶ ଅମ୍ବାନୀ ସ୍ୱେଚ୍ଛାକୃତ ଭାବରେ ସମସ୍ତ ପ୍ରକାରର ଭତ୍ତା, ସେବା ନିବୃତ୍ତି ଲାଭ ଏବଂ ଯେକୌଣସି ପ୍ରକାରର କମିଶନ ସମେତ ନିଜର ସମ୍ପୂର୍ଣ୍ଣ ଦରମା ଛାଡିବାକୁ ନିଷ୍ପତ୍ତି ନେଇଥିଲେ । କରୋନା ପୂର୍ବରୁ, ୨୦୦୮-୦୯ ଆର୍ଥିକ ବର୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ, ମୁକେଶ ଅମ୍ବାନୀ ତାଙ୍କର ବାର୍ଷିକ ପାରିଶ୍ରମିକ ୧୫ କୋଟି ଟଙ୍କାରେ ସୀମିତ ରଖିଥିଲେ। କାରଣ ଥିଲା ପରିଚାଳନା ସ୍ତରରେ ଶିଳ୍ପରେ…

Read More

ରାଜ୍ୟରେ ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ ଓ ନୂଆପଡ଼ା । ସେହିପରି ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୯ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା. ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର , ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Read More

ନିର୍ବାଚନ କମିସନ(ଇସି)ଙ୍କ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ସେପ୍ଟେମ୍ବର ୯ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଇସି ପୂର୍ବରୁ ଘୋଷଣା କରିସାରିଛନ୍ତି। ବର୍ତ୍ତମାନ ବିଜ୍ଞପ୍ତି ଜାରି ହେବାପରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ ଅଗଷ୍ଟ ୨୧କୁ ଧାର୍ଯ୍ୟ କରାଯାଇଛି। ଅଗଷ୍ଟ ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯାଉଥିବାବେଳେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ଅଗଷ୍ଟ ୨୫କୁ ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ୯ରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି।ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଲୋକସଭା ଓ ରାଜ୍ୟସଭା ସାଂସଦ (ଉଭୟ ନିର୍ବାଚିତ ଓ ମନୋନୀତ)ଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ଏହି ପ୍ରକ୍ରିୟାରେ ମତଦାନ କରିଥାନ୍ତି। ଇସିଙ୍କ ପକ୍ଷରୁ ଇତିମଧ୍ୟରେ ଇଲେକ୍ଟୋରାଲ କଲେଜ ଗଠିତ ହୋଇସାରିଛି। ପୁନଶ୍ଚ ଏହି ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ନିଜ ସାଂସଦଙ୍କୁ ହୁଇପ୍‌ ଜାରି କରିପାରିବେ ନାହିଁ ବୋଲି ଜଣାପଡିଛି। ଲୋକସଭାର…

Read More

ପୁଲିସ ପରିଚୟ ଦେଲେ, ସୁନା ଅଳଙ୍କାର ନେଇ ଚାଲିଗଲେ ।ଏଭଳି ଘଟଣା ଅନୁଗୁଳ ସହରରେ ଘଟିଥିବା ବେଳେ ଏହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।ସୂଚନାଯୋଗ୍ୟ ଯେ, କ୍ଷୀରୋଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ବେକରେ ଚେନ୍ ଆଉ ହାତରେ ମେଞ୍ଚାଏ ସୁନା ମୁଦି ପିନ୍ଧି ସହର ଆଡୁ ନିଜ ଘର ହୁଲୁରିସିଂହାକୁ ଯାଉଥିଲେ । ଦିବ୍ୟଜ୍ୟୋତି ହଲ୍ ଛକ ନିକଟରେ ହଠାତ ଦୁଇ ଜଣ ବ୍ୟକ୍ତି ଆସି ତାଙ୍କୁ ଅଟକାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମାଟିଆ ପୋଷାକ ପିନ୍ଧିଥିବା ବେଳେ ନିଜକୁ ପୋଲିସ ପରିଚୟ ଦେଇଥିଲେ । ଆଗରେ ଡକାୟତି ହୋଇଛି, ଏଭଳି ସୁନା ଚେନ୍, ସୁନା ମୁଦି ପିନ୍ଧି ଯାଆନ୍ତୁ ନାହିଁ ବୋଲି କ୍ଷୀରୋଦକୁ କହିଥିଲେ । ପରେ ପକେଟରୁ ଏକ କାଗଜ ବାହାର କରି ସେଥିରେ ମୁଦି, ଚେନ୍ ଗୁଡ଼ାଇ ପକେଟରେ ରଖିବାକୁ କହିଥିଲେ । କ୍ଷୀରୋଦ ମଧ୍ୟ ତାଙ୍କ କଥା ମାନି ନିଜ…

Read More