ଭୁବନେଶ୍ୱର,୯I୮ : ଅଗଷ୍ଟ ୩୧ ତାରିଖ I ସ୍ୱାୟତ୍ତ ଶାସନ ଦିବସ I ଚଳିତ ବର୍ଷ ଏହି ସ୍ୱୟାତ୍ତ ଶାସନ ଦିବସକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି। ଏହି ଉତ୍ସବର ଏକ ଅଂଶ ଭାବରେ, ଅଗଷ୍ଟ ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ରେ ଏକ ସପ୍ତାହ ବ୍ୟାପି ସାର୍ବଜନୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଦ୍ୱାରା ଜାରି କରାଯାଇଥିବା ପରାମର୍ଶ ଏବଂ ମାର୍ଗଦର୍ଶୀକା ଅନୁଯାୟୀ, ନାଗରିକଙ୍କ ଅଂଶଗ୍ରହଣ, ପରିବେଶ ସଚେତନତା, ସ୍ୱଚ୍ଛତା ଏବଂ ଗୋଷ୍ଠୀ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଯୋଜନା କରାଯାଇଥିବା ପ୍ରମୁଖ କାର୍ଯ୍ୟକଳାପଗୁଡ଼ିକ ମଧ୍ୟରେ ରହିଛି- ସହରାଞ୍ଚଳ ବୃକ୍ଷରୋପଣ ଅଭିଯାନ-“ଏକ ପେଡ୍ ମା କେ ନାମ”, ଚାରା ରୋପଣ ପାଇଁ ଉପଯୁକ୍ତ ଜମି ଚିହ୍ନଟ, ଛାତ୍ର, ସ୍ୱୟଂ ସହାୟକ…
Author: sanitelevision
ଯଦି ଆପଣଙ୍କର ICICI ବ୍ୟାଙ୍କରେ ଆକାଉଣ୍ଟ ଅଛି, ଆପଣଙ୍କ ପାଇଁ ଆସିଛି ବଡ଼ ଖବର। ICICI ବ୍ୟାଙ୍କ ମହାନଗର ଏବଂ ସହରାଞ୍ଚଳରେ ସଞ୍ଚୟ ବ୍ୟାଙ୍କ (SB) ଆକାଉଣ୍ଟଧାରୀଙ୍କ ପାଇଁ ହାରାହାରି ସର୍ବନିମ୍ନ ବା ମିନିମନ ବାଲାନ୍ସକୁ ନାଟକୀୟ ଭାବରେ ୫୦ ହଜାରକୁ ବୃଦ୍ଧି କରିଛି। ପ୍ରାୟ ଏକ ସପ୍ତାହ ପୂର୍ବେ ଏହା ୧୦ ହଜାର ଥିଲା। ଅଗଷ୍ଟ ୧, ୨୦୨୫ଠାରୁ, ICICI ସହିତ ଆକାଉଣ୍ଟ ଖୋଲୁଥିବା ସମସ୍ତ ନୂତନ ଗ୍ରାହକଙ୍କୁ ଏହି ସର୍ବନିମ୍ନ ହାରାହାରି ମାସିକ ବାଲାନ୍ସ (MAMB) ବଜାୟ ରଖିବାକୁ ପଡିବ। ଯଦି ସେମାନେ ଏପରି ନ କରନ୍ତି, ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡିବ।ଏବେ ମେଟ୍ରୋ ଓ ସହରାଞ୍ଚଳରେ ଅତି କମରେ ₹ ୫୦ ହଜାର, ଅର୍ଦ୍ଧ-ସହରୀ ଅଞ୍ଚଳରେ ₹ ୨୫ ହଜାର ଓ ଗ୍ରାମାଞ୍ଚଳରେ ରହୁଥିବା ଉପଭୋକ୍ତାଙ୍କ ଆକାଉଣ୍ଟରେ ଅତି କମରେ ₹ ୧୦ ହଜାର ରଖିବାକୁ ପଡିବ। ପୂର୍ବରୁ, ମେଟ୍ରୋ ଏବଂ ସହରାଞ୍ଚଳରେ ସଞ୍ଚୟ ଖାତାରେ…
ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନିଗମ, ବୋର୍ଡ ଓ କମିଟି ନିଯୁକ୍ତି ନେଇ ରଖିଛନ୍ତି ବଡ଼ ପ୍ରତିକ୍ରିୟା। ସେ କହିଛନ୍ତି, ତାଲିକା ଦିଲ୍ଲୀରେ ନୁହେଁ, ବରଂ ଓଡ଼ିଶାରେ ହିଁ ପ୍ରସ୍ତୁତ ହେବ। ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦଙ୍କ ସହ ବୈଠକ ହୋଇଛି । ଦଳୀୟ ନେତାଙ୍କ ସହ ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ୧୫ କିମ୍ବା ୨୦ ପରେ ନିଗମ , ବୋର୍ଡ ଓ କମିଟି ଘୋଷଣା ସମ୍ଭାବନା ରହିଛି । ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ଭାବେ ତାରିଖ କହିହେବ ନାହିଁ । ତେବେ, ନିଗମ ଓ ବୋର୍ଡ ନିଯୁକ୍ତି ନେଇ ରାଜ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି। ଅନେକ ନେତା ଏହି ପଦବୀ ପାଇଁ ଆଶାୟୀ ଥିବା ବେଳେ, ସଙ୍ଗଠନରେ ସ୍ଥାନ ନପାଇବା ନେତାମାନଙ୍କୁ ନିଗମ ଓ ବୋର୍ଡରେ ସ୍ଥାନ ଦିଆଯାଇପାରେ ବୋଲି…
ଜାଲରେ ପଡ଼ିଲା ବିରାଟକାୟ ମାଛ । ପଶ୍ଚିମବଙ୍ଗ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ବିରାଟକାୟ ଶଙ୍ଖଚିଲ ମାଛ । ଯାହାକୁ କିଣିବା ପାଇଁ ବଡ଼ ବଡ଼ ବ୍ୟବସାୟୀଙ୍କ ଭିତରେ ଭିଡ଼ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ମତ୍ସ୍ୟଜୀବୀ ମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ସେମାନଙ୍କ ଜାଲରେ ପଡ଼ିଥିଲା ଏହି ବିରଳ ଚିଲ ଶଙ୍କର ମାଛ । ପରେ ଏହି ବିରଳ ମାଛଟିକୁ ଦୀଘା ମୁହାଣ ନିଲାମ କେନ୍ଦ୍ରକୁ ନିଆଯାଇଥିଲା । ମାଛ କିଣିବାକୁ କୋଲକାତାର କିଛି ବଡ଼ ବ୍ୟବସାୟୀ ପହଞ୍ଚିଛନ୍ତି । ଏହି ବିରଳ ଚିଲ ଶଙ୍କର ମାଛରୁ ଦାମୀ ଔଷଧ ତିଆରି ହୁଏ । ଏଥିପାଇଁ ଏହାକୁ ବିଦେଶକୁ ରପ୍ତାନି କରାଯାଏ। ବଜାରରେ ଏହି ମାଛର ଚାହିଦା ଅଧିକ ଥାଏ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି ।
ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଗଠନ ହେବ ଶକ୍ତିଶ୍ରୀ ସଶକ୍ତିକରଣ ସେଲ । ଛାତ୍ରୀ ଓ ମହିଳା ଷ୍ଟାଫ୍ଙ୍କ ସୁରକ୍ଷା ପାଇଁ ଆସନ୍ତା ୨୫ ତାରିଖ ସୁଦ୍ଧା ସକ୍ତିଶ୍ରୀ ସେଲ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଅଗଷ୍ଟ ୧୪ ସୁଦ୍ଧା ପ୍ରତି ଶ୍ରେଣୀକୁ ପ୍ରତିନିଧିତ୍ୱ କରୁଥିବା ଜଣେ ଛାତ୍ରୀ ବାଛିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିନିଧିତ୍ୱ ପାଇଁ UG କିମ୍ବା PG ଶେଷ ବର୍ଷର ଛାତ୍ରୀ ବାଛିବାକୁ କୁହାଯାଇଛି। ୬ ଦିନିଆ ଆତ୍ମରକ୍ଷା ତାଲିମ ଆୟୋଜନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ସେଥିପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆତ୍ମରକ୍ଷା କୌଶଳ ଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣକୁ ସୁଦୃଢ଼ କରାଯିବ ।
ମହାରାଷ୍ଟ୍ରର ମୁମ୍ବାଇରେ ଜଣେ ୮୦ ବର୍ଷୀୟ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଫେସ୍ବୁକ୍ରେ ଜଣେ ଅଜଣା ମହିଳାଙ୍କ ଫ୍ରେଣ୍ଡ୍ ରିକ୍ୱେଷ୍ଟ ଗ୍ରହଣ କରି ୨ ବର୍ଷ ମଧ୍ୟରେ ୮.୭ କୋଟି ଟଙ୍କା ଠକେଇର ସମ୍ମୁଖୀନ ହୋଇଛନ୍ତି। ଜଣେ ବ୍ୟକ୍ତି ନିଜକୁ ୪ ଭିନ୍ନ ମହିଳାଙ୍କ ପରିଚୟ ଦେଇ ୭୩୪ ଥର ଅନ୍ଲାଇନ ଟଙ୍କା ନେଣଦେଣ ମାଧ୍ୟମରେ ବୃଦ୍ଧ ବ୍ୟକ୍ତିଙ୍କୁ ୮.୭ କୋଟି ଟଙ୍କା ଠକିଛନ୍ତି। ସୂଚନାମୁତାବକ ୮୦ ବର୍ଷୀୟ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଫେସ୍ବୁକ୍ରେ ଜଣେ ଅଜଣା ମହିଳାଙ୍କ ଫ୍ରେଣ୍ଡ୍ ରିକ୍ୱେଷ୍ଟ ଗ୍ରହଣ କରିଥିଲେ | ଶାରଭୀ ନାମକ ଜଣେ ମହିଳାଙ୍କ ସହ ଫେସବୁକରେ ବନ୍ଧୁତ୍ୱ ଆରମ୍ଭ ହେବା ପରେ ସେ ପିଲାଙ୍କ ଚିକିତ୍ସା ପାଇଁ ଟଙ୍କା ମାଗିଥିଲେ । ପରେ କବିତା, ଦିନାଜ ଓ ଜାସମିନ ନାମକ ଅନ୍ୟ ମହିଳାମାନେ ମଧ୍ୟ ବିଭିନ୍ନ ଅଜଣା କାରଣରୁ ଟଙ୍କା ମାଗିଥିଲେ । ବୃଦ୍ଧଙ୍କ ସଞ୍ଚୟ ସରିବା ପରେ ସେ ବୋହୂଠାରୁ…
ଆଜି ମିଳିବ ‘ସୁଭଦ୍ରା’ ଟଙ୍କା । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ଜୟପୁରରୁ ଆରମ୍ଭ ହେବ ସୁଭଦ୍ରାର ତୃତୀୟ କିସ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଜି ଜୟପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଆଜି ୧୧ଟାବେଳେ ବାଙ୍କବିଜା ପଡ଼ିଆରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ସୁଭଦ୍ରା ଟଙ୍କାର ତୃତୀୟ କିସ୍ତି ବାଣ୍ଟିବେ । ସେଠାରୁ କୋରାପୁଟ ସର୍ମିଟ୍ ହାଉସ୍ ଅଭିମୁଖେ ଯାତ୍ରା କରିବେ । ବାଙ୍କବିଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେବ, ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାଂସଦ ଓ ବିଧାୟକ ସାମିଲ ହେବବେ ।
ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଆଜି ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଭାଇ ଭଉଣୀର ସମ୍ପର୍କକୁ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ । ଏହି ରାକ୍ଷୀ ପ୍ରତ୍ୟେକ ଭାଇ-ଭଉଣୀ ପାଇଁ ସ୍ନେହ ଓ ଭଲ ପାଇବାର ସାକ୍ଷୀ । ଭାରତୀୟ ପରମ୍ପରା ଅନୁସାରେ ଆଜିର ଦିନକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ ବୋଲି କୁହାଯାଏ । ଭାଇ ଭଉଣୀ ମଧ୍ୟରେ ଥିବା ପ୍ରେମ, ସ୍ନେହ, ଶ୍ରଦ୍ଧା ଆଉ ବିଶ୍ୱାସର ପ୍ରତୀକ ରାଖି । ଯେତେ ଦୂରରେ ଥିଲେ ମଧ୍ୟ ଭଉଣୀର ସ୍ନେହ ଆଗରେ ଆପେ ଆପେ ଚାଲି ଆସେ ଭାଇ । ଭାଇ ହାତରେ ରାଖି ବାନ୍ଧିବା ପାଇଁ ପ୍ରତିବର୍ଷ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି ଉଭୟ ଭାଇ ଓ ଭଉଣୀ । ପିତଳ ଥାଳିରେ ଧୂପ, ଦ୍ୱୀପ, ଚନ୍ଦନ, ମିଠା ସହିତ…
ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ୍ Odisha Legislative ASSEMBLY ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କଲେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ । ଓଡ଼ିଶା ସରକାର NICT ବିଭାଗ ଓ ଭାରତ ସରକାର NICର ବୈଷୟିକ ପରାମର୍ଶ ଦ୍ୱାରା ଏହି ୱେବସାଇଟ୍ ପ୍ରସ୍ତୁତ ହୋଇଛି ।୨୦୧୧ ପରଟୁ ଏହି ସାଇଟ ଅପଡେଟ ହୋଇନଥିଲା । ଏଥିରେ ବିଧାନସଭାର ସମସ୍ତ ସଦସ୍ୟଙ୍କ ତଥ୍ୟ ଉପଲବ୍ଧ ରହିବ । ଓଡ଼ିଶା ଲୋକଙ୍କ ସମ୍ପୃକ୍ତିକୁ ମଧ୍ୟ ପ୍ରତ୍ସାହିତ କରିବ।
ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା-ଶ୍ରୀକ୍ଷେତ୍ର ବିବାଦ। ବାପା ଶ୍ରୀକ୍ଷେତ୍ରଙ୍କ ସପକ୍ଷରେ ବାହାରିଲେ କୁନି ପୁଅ। କହିଲେ ମୋର ବାପା ଦରକାର, ନଚେତ୍ ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବି। କୃଷ୍ଣପ୍ରସାଦ ଥାନା ଅଧିକାରୀଙ୍କୁ ଭେଟି ଶ୍ରୀକ୍ଷେତ୍ରଙ୍କ ପୁଅ ଏକ ଦାବିପତ୍ର ଦେଇଛନ୍ତି । ସେପଟେ ପୁଅର ଭବିଷ୍ୟତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିଶୁ ଯତ୍ନ ଗୃହରେ ତାକୁ ରଖାଯାଇଥିବା ବେଳେ ଶିଶୁମଙ୍ଗଳ କମିଟି ନିକଟରେ ଉପସ୍ଥିତ କରାଯାଇଛି ।ସୋନାଲିଙ୍କ ଅଭିଯୋଗ ଆଧାରରେ ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଜିରୋ ଏଫ୍ ଆଇ ଆର୍ ରୁଜ୍ଜୁ ହୋଇଥିଲା । ୩ ଅଗଷ୍ଟ୨୦୨୫ରେ ମାମଲା ରୁଜ୍ଜୁ ହୋଇଥିଲା । ସୋନାଳିଙ୍କ ପୈତୃକ ଗାଆଁ କୃଷ୍ଣ ପ୍ରସାଦ ହୋଇଥିବାରୁ ମାମଲା ଟି କୁ ପୁରୀ ପୋଲିସ କୁ ହସ୍ତାନ୍ତର କରାଯାଇଛି ।ଆଉ ଏଥିରେ ସୋନାଲି ଶ୍ରୀକ୍ଷେତ୍ର ସାମନ୍ତ ସିଂହାର ନାଁରେ ଅପହରଣ , ଜୋର ଜବରଦସ୍ତ ବିବାହ ଭଳି ଅଭିଯୋଗ ଆଣିଛନ୍ତି…









