Author: sanitelevision

ଆସନ୍ତା ୧୩ ତାରିଖରେ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ମଙ୍ଗଳବାରଠାରୁ ବର୍ଷା ଆରମ୍ଭ ହୋଇଯିବ।ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।ମଙ୍ଗଳବାର କନ୍ଧମାଳ, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ସମେତ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Read More

୨୦ ଫୁଟ ଲମ୍ବର କୁମ୍ଭୀର। ଯାହାକୁ ଦେଖୁଛି ତାକୁ ଗୋଡ଼ଉଛି । ବନ୍ୟା ପାଣିରେ ଭାସି ଆସି କେନାଲରେ ଘୁରି ବୁଲୁଛି । ଦେଖିଲେ ଭୟଭୀତ ହୋଇ ଯାଉଛନ୍ତି ସ୍ଥାନୀୟ ବାସିନ୍ଦା । ହଁ ଆଜ୍ଞା, ଏ ଦୃଶ୍ୟକୁ ଟିକେ ଭଲସେ ଦେଖନ୍ତୁ କେମିତି ପାଟିକୁ ଆଁ କରି ରହିଛି । ଆଉ ଶିକାର ଆଶାରେ ପାଣିରେ ଟହଲ ମାରୁଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଜରିମୂଳ ବଜାର କେନାଲରେ ବିରାଟକାୟ କୁମ୍ଭୀର ଦୀର୍ଘ ଦିନ ଧରି ନିର୍ଦ୍ଧିଷ୍ଟ ସ୍ଥାନରେ କୁମ୍ଭୀରଟି ଆତଙ୍କ ଖେଳାଇଛି । ପ୍ରାୟତଃ କୋଡ଼ିଏ ଫୁଟ ଲମ୍ବର ଏହି କୁମ୍ଭୀରକୁ ଦେଖି ଚାଷ ଜମିକୁ ଯାଉନାହାନ୍ତି ଚାଷୀ । ଘର ବାହାରକୁ ବି ବାହାରିବାକୁ ଡ଼ର ଲାଗୁଛି । ସବୁଠୁ ବଡ କଥା ହେଲା ବନବିଭାଗକୁ ସ୍ଥାନୀୟ ଲୋକେ ସୂଚନା ଦେଇସାରିବା ପରେ ମଧ୍ୟ ବନବିଭାଗ କୁମ୍ଭୀର ଧରିବାକୁ ପ୍ରୟାସ କରୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି…

Read More

ପୁଣି ବୁର୍ଲାମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବରଗଡ଼ ଅର୍ଦ୍ଧଦଗ୍ଧ ନାବାଳିକା । ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଆଜି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳରେଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୩ ବର୍ଷିୟା ନାବାଳିକା ଆତ୍ମାହୁତି ଉଦ୍ୟମ କରିଥିଲେ । ତାଙ୍କ ଶରୀରର ୭୦ ଭାଗ ଅଂଶ ଜଳିଯାଇଥିଲା । ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ହସପିଟାଲକୁ ନିଆଯାଇଥିଲା । ତାଙ୍କୁ ସମ୍ବଲପୁର ବୁର୍ଲା ଭୀମସାର ହସ୍ପିଟାଲର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ ଓ ବରଗଡ଼ ଜିଲ୍ଲା ଦାୟିତ୍ବରେ ଥିବା ବଲାଙ୍ଗୀର ଏସପି ଅଭିଳାଷ ଜି ହସ୍ପିଟାଲରେ ପହଞ୍ଚି ସ୍ଥିତି ତଦାରଖ କରିଥିଲେ । ପରିବାର ଲୋକସଙ୍କ ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ତାଙ୍କ ମାମୁଁ ଘରରେ ରହି ପାଠ ପଢ଼ୁଥିଲେ । ଆଜି ସକାଳୁ ମାମୁଁ ଘର ନିକଟରେ ଥିବା ଏକ ଖେଳ ପଡ଼ିଆରୁ…

Read More

ପୁଣି ମଣିଷଙ୍କୁ ମିଳିଲା ବଳଦ ଦଣ୍ଡ। ସଂପର୍କରେ ବିବାହ ଯୋଗୁଁ ଦଣ୍ଡିତ କଲେ ଗାଁ ଲୋକ। କୋରାପୁଟ ବନ୍ଧୁଗାଁ ବ୍ଳକ ଚିଡ଼ି ୱାଲସା ଗାଁରେ ଘଟିଛି ଏଭଳି ଘଟଣା। ସଂପର୍କୀୟ ଭାଇ ଭଉଣୀ ବାହା ହେବାରୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦେଇଛନ୍ତି ଗାଁ ଲୋକ। ସ୍ବାମୀ ସ୍ତ୍ରୀଙ୍କୁ କାନ୍ଧରେ ଜୁଆଳି ପକାଇ ଗାଁ ଦାଣ୍ଡରେ ହଳ ବୁଲାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା କଥା, ହଳ କରିବା ଅର୍ଥ ମାଟି ମାଆକୁ କ୍ଷମା ପ୍ରାର୍ଥନା କରିବା ଏବଂ ନିଜକୁ ଶୁଦ୍ଧି କରିବା । ଏଭଳି ନକଲେ ଅପାଳକ ହେବ ବୋଲି ଗାଁ ଲୋକଙ୍କ ବିଶ୍ବାସ ରହିଛି। କିଛି ଦିନ ତଳେ ରାୟଗଡ଼ାରେ ପିଇସି -ପୁତୁରା ବିବାହ କରିଥିବାରୁ ତାଙ୍କୁ ଲଙ୍ଗଳ ଯୋଟି ହଳ ବୁଲାଇଥିଲେ ଗାଁ ଲୋକ ଏଭି ଘଟଣା ଆସିଥିଲା।

Read More

ଏବେ କଡ଼ା ନଜରରେ ରହିବେ କଏଦୀ। ରାଜ୍ୟର ବିଭିନ୍ନ ଜେଲ୍‌ର କଏଦୀଙ୍କ ବିଶୃଙ୍ଖଳିତ ଆଚରଣ ଏବେ ଜେଲ୍ ବିଭାଗ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଜେଲ ଉପରେ ଡ୍ରୋନ୍ ଉଡାଯିବାକୁ ନିଷ୍ପତ୍ତି ନିଆଯାଇଛି।ପ୍ରଥମ ପର୍ଯ୍ୟାୟରେ ୫ଟି ଜେଲ୍‌ରେ ଡ୍ରୋନ୍ ଉଡ଼ାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜେଲ୍‌ରେ ଡ୍ରୋନ୍ ଉଡ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ରାଜ୍ୟରେ ୧୭ ହଜାର ୪୯୭ କଏଦୀ ବିଭିନ୍ନ ଜେଲ୍‌ରେ ଅଛନ୍ତି। ଜେଲ୍ ଭିତରେ ଗଞ୍ଜେଇ, ବ୍ରାଉନ୍‌ସୁଗାର୍‌, ମୋବାଇଲ୍ ଚାଲାଣର ମୁଖ୍ୟ ମାଧ୍ୟମ ପାଲଟିଛି ଜେଲ୍ ପାଚେରି। କଏଦୀଙ୍କ ସହଯୋଗୀମାନେ ଜେଲ୍‌ର ଉଚ୍ଚା ପାଚେରି ଦେଇ ପୁଡ଼ିଆଗୁଡ଼ିକ ଜେଲ୍ ଭିତରକୁ ଫିଙ୍ଗୁଛନ୍ତି। ଏହାକୁ ରୋକିବା ଉଦ୍ଦେଶ୍ୟରେ କଟକରେ ଥିବା ଚୌଦ୍ବାର ସର୍କଲ ଜେଲ୍, କୋରାପୁଟ ସର୍କଲ ଜେଲ୍‌, ସମ୍ବଲପୁର ସର୍କଲ ଜେଲ୍, ବ୍ରହ୍ମପୁର ସର୍କଲ ଜେଲ୍, ଭୁବନେଶ୍ବର ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ରେ ପ୍ରାଥମିକ ପର୍ଯ୍ୟାୟରେ ଡ୍ରୋନ୍ ଉଡ଼ାଇବାକୁ ନିଷ୍ପତ୍ତି ହୋଇଛି।

Read More

ବାଲେଶ୍ୱର, ବଳଙ୍ଗା, କେନ୍ଦ୍ରାପଡ଼ା ପରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମରୁ ସୋମବାର ସକାଳେ ଏକ ଲୋମ ଟାଙ୍କୁରା ଘଟଣା ଘଟିଛି।ଫୁଟବଲ ପଡ଼ିଆରୁ ଅର୍ଦ୍ଧଦଗ୍ଧ ନାବାଳିକା ଠାବ। ବରଗଡ଼ ଗାଏସିଲଟ ଥାନା ଫିରିଙ୍ଗିମାଲ ଗାଁରେ ଚାଞ୍ଚଲ୍ୟ। ଗୁରୁତର ଅବସ୍ଥାରେ ଫୁଟବଲ୍ ପଡ଼ିଆରୁ ଛାତ୍ରୀ ଉଦ୍ଧାର।ଜଣେ ୧୩ ବର୍ଷୀୟା ନାବାଳିକା ଘରଠାରୁ ଅନତିଦୂରରେ ରହିଥିବା ଖେଳପଡ଼ିଆ ମଝିରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗାଇସିଲେଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Read More

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ । ୨ ଘଣ୍ଟା ଧରି ମଝି ଆକାଶରେ ବୁଲିଲା । ସେଥିରେ ଯାତ୍ରା କରୁଥିଲେ ସାଂସଦଙ୍କ ସମେତ ୧୦୦ ରୁ ଅଧିକ ଯାତ୍ରୀ ଥିଲେ। ଆସନ୍ତା କାଲି ଥିରୁଭାନନ୍ତପୁରମ୍‌ରୁ ଦିଲ୍ଲୀ ଯାଉଥିବା ବିମାନଟି ଜରୁରୀ ଅବତରଣ କରିଛି। ତେବେ ଯାନ୍ତ୍ରିକ ତ୍ରୁଟି ଓ ଖରାପ ପାଗ ଯୋଗୁ ଏହି ବିମାନ ଚେନ୍ନାଇରେ ଅବତରଣ କରିଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar୨୪ ରେ ଉପଲବ୍ଧ ସୂଚନା ଅନୁଯାୟୀ, ଏୟାରବସ୍ A320 ବିମାନ ଦ୍ୱାରା ପରିଚାଳିତ ଫ୍ଲାଇଟ୍ ନମ୍ବର AI2455 ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ଆକାଶରେ ଥିଲା। ଅଗଷ୍ଟ ୧୦ ତାରିଖରେ ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବା AI2455 ର କର୍ମଚାରୀମାନେ ସନ୍ଦେହଜନକ ଯାନ୍ତ୍ରିକ ସମସ୍ୟା ଏବଂ ରାସ୍ତାରେ ଖରାପ ପାଗ ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନକୁ ଚେନ୍ନାଇକୁ ସ୍ଥାନାନ୍ତର କରିଥିଲେ, ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି। ରିପୋର୍ଟ ଅନୁସାରେ, ଏହି ଏୟାର…

Read More

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ । ୨ ଘଣ୍ଟା ଧରି ମଝି ଆକାଶରେ ବୁଲିଲା । ସେଥିରେ ଯାତ୍ରା କରୁଥିଲେ ସାଂସଦଙ୍କ ସମେତ ୧୦୦ ରୁ ଅଧିକ ଯାତ୍ରୀ ଥିଲେ। ଆସନ୍ତା କାଲି ଥିରୁଭାନନ୍ତପୁରମ୍‌ରୁ ଦିଲ୍ଲୀ ଯାଉଥିବା ବିମାନଟି ଜରୁରୀ ଅବତରଣ କରିଛି। ତେବେ ଯାନ୍ତ୍ରିକ ତ୍ରୁଟି ଓ ଖରାପ ପାଗ ଯୋଗୁ ଏହି ବିମାନ ଚେନ୍ନାଇରେ ଅବତରଣ କରିଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar୨୪ ରେ ଉପଲବ୍ଧ ସୂଚନା ଅନୁଯାୟୀ, ଏୟାରବସ୍ A320 ବିମାନ ଦ୍ୱାରା ପରିଚାଳିତ ଫ୍ଲାଇଟ୍ ନମ୍ବର AI2455 ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ଆକାଶରେ ଥିଲା। ଅଗଷ୍ଟ ୧୦ ତାରିଖରେ ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବା AI2455 ର କର୍ମଚାରୀମାନେ ସନ୍ଦେହଜନକ ଯାନ୍ତ୍ରିକ ସମସ୍ୟା ଏବଂ ରାସ୍ତାରେ ଖରାପ ପାଗ ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନକୁ ଚେନ୍ନାଇକୁ ସ୍ଥାନାନ୍ତର କରିଥିଲେ, ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି। ରିପୋର୍ଟ ଅନୁସାରେ, ଏହି ଏୟାର…

Read More

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଆଜି ଠାରୁ ଦୁଇ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୧୧ ଓ ୧୨ ଦୁଇ ଦିନ ପାଇଁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ପଚରା ଉଚୁରା କରିବ ବୋଲି ଅନୁମତି ମିଳିଛି । ଏହି ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ ଦୁଇ ଦିନିଆ ରିମାଣ୍ଡ ପ୍ରଦାନ କରିଥିଲେ କୋର୍ଟ। ତେବେ ବୋର୍ଡର ଆଉ କେଉଁ କେଉଁ କର୍ମଚାରୀ ଏହି ଘୋଟଲାରେ ସଂପୃକ୍ତ ସେ ନେଇ ମଧ୍ୟ ଏକାଧିକ ପ୍ରଶ୍ନ ପ୍ରସ୍ତୁତ କରି ରଖିଛି କ୍ରାଇମବ୍ରାଞ୍ଚ । ଏହି ଦୁଇ ଦିନର ରିମାଣ୍ଡରେ ଅନେକ କିଛି ତଥ୍ୟ କ୍ରାଇମବ୍ରାଞ୍ଚ ନିକଟରେ ଦୁଇ ଅଭିଯୁକ୍ତ ଓଗାଳିବେ ବୋଲି ଆଶା କରାଯାଉଛି ।

Read More

ଆସନ୍ତା ୨୯ ଓ ୩୦ ତାରିଖରେ ଓଡ଼ିଶାରେ ଆୟୋଜିତ ହେବ ଜାତୀୟସ୍ତରର ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ୱରେ ସମ୍ମିଳନୀ ହେବ। ଭିନ୍ନ ଭିନ୍ନ ରାଜ୍ୟର ବିଧାନସଭା ଜାତି ଓ ଜନଜାତି କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ଆସିବେ। ଲୋକସଭାର ଅନୁସୂଚିତ ଜାତି ଓ ଜନଜାତି କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ଆସିବେ। ଏଥିପାଇଁ ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି।ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏଥିରେ ଉପସ୍ଥିତ ରହିବେ। ଦେଶର ୨୦୦ରୁ ଅଧିକ ପ୍ରତିନିଧି ଓଡ଼ିଶା ଆସୁଛନ୍ତି। ବିଭିନ୍ନ ରାଜ୍ୟର ଜାତି ଜନଜାତିଙ୍କ ଚଳଣି, ସମସ୍ୟା ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ।

Read More