Author: sanitelevision

ଅନ୍‌ଲାଇନ୍ ଗେମ୍ ହେଲା କାଳ । ବାଥରୁମ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀର ଛାତ୍ର ।ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗାଁର ଘଟଣା । ମୃତକ ହେଲେ ଗାଁର ସନ୍ତୋଷ ଜେନାଙ୍କ ପୁଅ ଜୟକୃଷ୍ନ ଜେନା । ଜୟକୃଷ୍ଣ ପାଠ ନପଢି ସବୁବେଳେ ମୋବାଇଲରେ ଅନଲାଇନ ଗେମ୍ ଖେଳୁଥିଲେ । ଏନେଇ ପରିବାର ଲୋକ ବାରଣ କରିବାରୁ ଜୟକୃଷ୍ଣ ଗାମୁଛା ଲଗାଇ ଜୀବନ ହାରିଛନ୍ତି । ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।

Read More

କେନ୍ଦ୍ରାପଡ଼ା ରାଜନଗରରେ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ଗଣଦୁଷ୍କର୍ମ । ରାକ୍ଷୀ ପୂର୍ଣ୍ଣିମାରେ ଏହି ଗଣଦୁଷ୍କର୍ମ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସମ୍ପର୍କୀୟ ପିଇସାଙ୍କ ସମେତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଜଣ ଯୁବ ଙ୍କ ସହ ମୋଟ ୫ ଜଣଙ୍କୁ ଉଠେଇ ଆଣିଛି ରାଜନଗର ପୋଲିସ ।ସୂଚନା ଅନୁସାରେ, ଗତ ରାଖୀ ପୂର୍ଣ୍ଣିମା ଦିନ ପୀଡ଼ିତାଙ୍କୁ ସଂପର୍କୀୟ ପିଉସା ଥଣ୍ଡା ପିଆଇବା ଲାଗି ପାଖ ଦୋକାନକୁ ନେଇଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ୪ ଯୁବକ ଛାତ୍ରୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ସଂପର୍କୀୟ ପିଉସା ବି ଦୁଷ୍କର୍ମ କରିଥିଲେ। ଗତକାଲି ରାତି ପ୍ର‌ାୟ ୧୧ଟାରେ ଏନେଇ ରାଜନଗର ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ପୁଲିସ ସଂପର୍କୀୟ ପିଉସାଙ୍କ ସମେତ ୫ଜଣଙ୍କୁ ଉଠାଇ ନେଇଥିଲା। ସେମାନଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ପୁଲିସ।

Read More

ନାଗପୁରରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ମୃତଦେହକୁ ବାଇକରେ ବାନ୍ଧି ନେଇଥିବା ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।ଜଣେ ବ୍ୟକ୍ତି ଏକ ମୋଟରସାଇକେଲ ପଛରେ ଏକ ମୃତଦେହ ବାନ୍ଧି ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦେଖାଯାଉଛି ଯେ ଜଣେ ବାଇକ୍ ଆରୋହୀ ତାଙ୍କ ବାଇକ୍ ପଛରେ ଏକ ମୃତଦେହ ବାନ୍ଧି ବହୁତ ଦ୍ରୁତ ଗତିରେ ଯାଉଛନ୍ତି।ପୋଲିସ ପରେ ଏହି ବାଇକକୁ ଅଟକାଇ ଏହି ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି।ଏହି ଘଟଣା ରକ୍ଷାବନ୍ଧନ ଦିନ ଅର୍ଥାତ୍ ଅଗଷ୍ଟ ୯ ତାରିଖରେ ଘଟିଥିଲା, ଯେତେବେଳେ ଏହି ଦମ୍ପତି ନାଗପୁରର ଲୋନାରାରୁ ମଧ୍ୟପ୍ରଦେଶର କରଣପୁରକୁ ଯାତ୍ରା କରୁଥିଲେ। ମୋରଫାଟା ନିକଟରେ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ଅମିତଙ୍କ ପତ୍ନୀ ଗ୍ୟାରସୀ ରାସ୍ତାରେ ପଡ଼ିଯାଇଥିଲେ। ଟ୍ରକଟି ଅଟକି ନ ରହି ତାଙ୍କୁ ଚାପି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।…

Read More

ବରଗଡ଼ ନାବାଳିକାଙ୍କ ମୃତ୍ୟୁ ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଝିଅମାନେ ନିଜକୁ ଜାଳି ଜୀବନ ହାରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ନବୀନ କହିଛନ୍ତି । ଗୋଟିଏ ମାସରେ ୪ ଜଣ ଝିଅ ପ୍ରାଣ ହରାଇଛନ୍ତି । ଚାରି ଜଣଙ୍କ ମୃତ୍ୟୁ କୌଣସି ପୃଥକ ଘଟଣା ନୁହେଁ । ଅପରାଧର ଶିକାର ହେବା ପରେ ସେମାନଙ୍କ ମୃତ୍ୟୁ ଘଟୁଥିବା କହଛନ୍ତି ବିରୋଧୀ ଦଳ ନେତା । ସେମାନଙ୍କ ହତାଶା କେବଳ ବ୍ୟକ୍ତିଗତ ଟ୍ରାଜେଡି ନୁହେଁ । ପ୍ରତ୍ୟକ ଘଟଣାରେ ସେମାନଙ୍କ ଯନ୍ତ୍ରଣାକୁ ଶୁଣାଯାଇନାହିଁ । ବିଜେପି ସରକାର ବ୍ୟବସ୍ଥାରେ ଏପରି ଆତ୍ମବିଶ୍ବାସ ସୃଷ୍ଟି କରିବାରେ ବିଫଳ ଅଟେ । ଏଭଳି ହୃଦୟ ବିଦାରକ ଘଟଣା ବନ୍ଦ ପାଇଁ ସରକାର କେତେ ସମୟ ନେବେ ବୋଲି ପ୍ରଶ୍ନ କରିଛନ୍ତି । ସରକାରଙ୍କ ନୀରବତା ଓ ନିଷ୍କ୍ରିୟତା ପାଇଁ ଓଡ଼ିଶାର ଝିଅମାନେ ଅସୁରକ୍ଷିତ ବୋଲି ବିରୋଧୀ…

Read More

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସୋମବାର ଆଗତ କରାଯାଇଥିବା ଦୁଇ ଗୁରୁତ୍ୱପୂର୍ଣ୍ଣ ଟ୍ୟାକ୍ସ ବିଲ୍ ଗୋଟିଏ ଦିନରେ ହିଁ ବିନା କୌଣସି ବିତର୍କରେ ପାରିତ ହୋଇଛି ।ଏଥିରେ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱାଧୀନ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ। ଏହି ବିଲ୍‌ରେ ଅନେକ ନୂତନ ପରିବର୍ତ୍ତନ କରାଯାଇଛି, ଯାହା ସାଧାରଣ କରଦାତାଙ୍କୁ ମଧ୍ୟ ପ୍ରଭାବିତ କରିବ।ସରକାର ଗତ ସପ୍ତାହରେ ୨୦୨୫ର ଇନ୍‌କମ୍‌ ଟ୍ୟାକ୍ସ ବିଲ ପ୍ରତ୍ୟାହାର କରିଥିଲେ। ଏହି ବିଲ ୧୯୬୧ର ପୁରୁଣା ଆୟକର ଆଇନକୁ ବଦଳାଇବା ପାଇଁ ଥିଲା। ବର୍ତ୍ତମାନ ଅଗଷ୍ଟ ୧୧ରେ ଏକ ନୂତନ ଡ୍ରାଫ୍ଟ ଉପସ୍ଥାପିତ ହୋଇଛି, ଯେଉଁଥିରେ ସମସ୍ତ ପରାମର୍ଶିତ ପରିବର୍ତ୍ତନ ଅନ୍ତର୍ଭୁକ୍ତ। ତେବେ ନୂଆ ଆୟକର ବିଲର ଉଦ୍ଦେଶ୍ୟ ୨୯୮-ଧାରାର ଆୟକର ଆଇନ, ୧୯୬୧କୁ ସରଳ ଭାଷାରେ ଲିଖିତ ଏକ ଆଧୁନିକ, କରଦାତା-ଅନୁକୂଳ ଆଇନରେ ପରିଣତ କରିବା । ବର୍ତ୍ତମାନରେ ପ୍ରଚଳିତ ଆୟକର ବିଲ୍‌ ୧୯୬୧ରେ ୨୯୮ ଧାରା, ୨୩ ଚାପ୍ଟର ଏବଂ…

Read More

ନିକଟରେ କିଛି ସଂସ୍ଥା ମହାପ୍ରଭୁଙ୍କ ଶୁଖିଲା ଭୋଗ ଏବଂ ମହାପ୍ରସାଦ ଅନଲାଇନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ। ଏହା ଦ୍ବାରା ମହାପ୍ରସାଦ ଦେଶ ବିଦେଶରେ ଭକ୍ତଙ୍କ ପାଖରେ ପହଞ୍ଚିପାରିବ।ହେଲେ ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ।ଅନଲାଇନରେ ମହାପ୍ରସାଦ ବିକ୍ରି ନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ମହାପ୍ରସାଦର ପବିତ୍ରତା ଭିନ୍ନ ଅଟେ । ଏହାକୁ ସାଙ୍ଗରେ ନେବା ସମୟରେ ଏହାର ପବିତ୍ରତା ଅକ୍ଷୁର୍ଣ୍ଣ ରହିବ କି ନାହିଁ ସେନେଇ ସନ୍ଦେହ ଆମ ଭିତରେ ଅଛି ।ଅନଲାଇନ ବିକ୍ରି ପାଇଁ କିଛି ଉଦ୍ୟମ ଆରମ୍ବ ହୋଇଥିଲା କିନ୍ତୁ ଏଥିପାଇଁ ସରକାର ଏବଂ ମନ୍ଦିର ପ୍ରଶାସନ ରାଜି ନାହାନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି । ସବୁ ମନ୍ଦିରକୁ ଆଇନ ମନ୍ତ୍ରୀ ଅପିଲ କରି…

Read More

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଭୁବନେଶ୍ୱର ୟୁନିଟ ୨ ସ୍ଥିତ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ତେବେ ଜଗବନ୍ଧୁ ପଣ୍ଡାଙ୍କ ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ । ଆତ୍ମହତ୍ୟା ପରି କଥା ପାଟିରେ ନ ଧରିବାକୁ ତାଗିଦ୍ କଲେ । କହିଲେ ଯେ ତମେ ଆତ୍ମହତ୍ୟା କଲେ ମୁଁ କଣ ପାଇଁ ଅଛି । ତେବେ ଦୀର୍ଘ ୪୦ ବର୍ଷ ହେଲା ପୂର୍ତ୍ତ ବିଭାଗରେ ପିଅନ ଭାବେ କାମ କରୁଛନ୍ତି ଜଗବନ୍ଧୁ । ହାତ ଟେକା ଦରମାରେ ଏତେ ବର୍ଷ ହେଲା କାମ କରୁଛନ୍ତି ସ୍ଥାୟୀ ଚାକିରି କରାଇବେ କହି ଠକି ଆସୁଛନ୍ତି ଅଧିକାରୀ । ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଶୁଣେଇବାକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆତ୍ମହତ୍ୟା କରିଦେବି ବୋଲି କହିଲେ । ମୁଖ୍ୟମନ୍ତ୍ରୀ ଏ କଥାରେ ରାଗିଯାଇ, ପାଟି କରି ଏଭଳି କଥା ନ କହିବାକୁ ବାରଣ କଲେ।

Read More

୫ ଜିଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ବଡ଼ ସୂଚନା ଦେଇଛନ୍ତି। କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଜିଲାରେ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟାରେ ମୋଟ ୬ କୋଟି ୬୬ ଲକ୍ଷ ୧୭ ହଜାର ୫୫ ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ତ୍ରୀ କହିଛନ୍ତି। ଜିଲାପାଳମାନେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି। ଅନ୍ୟପଟେ ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେଉଁମାନେ ଜମି ହରାଉଛନ୍ତି ସେମାନଙ୍କୁ ଜମି ଦେବେ ସରକାର । ଏନେଇ ଖୁଵ ଶୀଘ୍ର ସବୁ ଜିଲ୍ଲାପାଳ ମାନଙ୍କୁ ମଗାଯିବ ରିପୋର୍ଟ । ଜମି ହରାଇଥିଲେ ଜମି ବଦଳରେ ଜମି ମିଳିବ ।

Read More

୫ ଜିଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ବଡ଼ ସୂଚନା ଦେଇଛନ୍ତି। କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଜିଲାରେ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟାରେ ମୋଟ ୬ କୋଟି ୬୬ ଲକ୍ଷ ୧୭ ହଜାର ୫୫ ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ତ୍ରୀ କହିଛନ୍ତି। ଜିଲାପାଳମାନେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି। ଅନ୍ୟପଟେ ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେଉଁମାନେ ଜମି ହରାଉଛନ୍ତି ସେମାନଙ୍କୁ ଜମି ଦେବେ ସରକାର । ଏନେଇ ଖୁଵ ଶୀଘ୍ର ସବୁ ଜିଲ୍ଲାପାଳ ମାନଙ୍କୁ ମଗାଯିବ ରିପୋର୍ଟ । ଜମି ହରାଇଥିଲେ ଜମି ବଦଳରେ ଜମି ମିଳିବ ।

Read More

ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଶୋଭନା ମହାନ୍ତି। ଯୋଗ ଦେବା ପରେ ସେ କହିଛନ୍ତି, କେହି ଆଇନଠାରୁ ଊଦ୍ଧର୍‌ବରେ ନୁହନ୍ତି, ଅନୁଧ୍ୟାନ କରିବି। ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର। ମାତ୍ର କିଛି ସମୟ ହେଲା ଦାୟିତ୍ୱ ନେଇଛି, ସବୁକିଛି ଅନୁଧ୍ୟାନ କରିବି। ତଦନ୍ତ ପରିସର ଭିତରେ ଯିଏ ଦୋଷୀ ହେବେ, ନିଶ୍ଚିତ ଦଣ୍ଡ ପାଇବେ।ସୂଚନା ଥାଉକି କିଛି ଦିନ ପୂର୍ବେ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ ଜାରି ହୋଇଥିଲା। ଏହାସହ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଅଛନ୍ତି ବବିତା ପାତ୍ର। ୩ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ବବିତା ପାତ୍ର ମଧ୍ୟ ଆଜି ଶିଶୁ ସୁରକ୍ଷା ଅଧିକାର ଆୟୋଗ…

Read More