ବ୍ୟବହାର ହେବନି ହରିଜନ ଶବ୍ଦ । ଏନେଇ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ଜାତି ପ୍ରମାଣ ପତ୍ରରେ ବି ରହିବନି ଶବ୍ଦ । କେବଳ ଅନୁସୂଚିତ ବ୍ୟବହାର ନାଁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେକର୍ଡ ପତ୍ରରେ ଅନୁସୂଚିତ ଜାତି ଉଲ୍ଲେଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ସୂଚନାଯୋଗ୍ୟ, ‘ହରିଜନ’ ଶଦ୍ଦକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ହେଉଥିବା ନଜିର ରହିଛି। ଏପରିକି ‘ହରିଜନ’ ଶଦ୍ଦକୁ ନେଇ ଗୋଷ୍ଠୀ ବିବାଦ, ହିଂସା କାଣ୍ଡ ମଧ୍ୟ ହେଉଛି। ଏହି ଶଦ୍ଦର ବ୍ୟବହାରକୁ ନେଇ ମାମଲା ଥାନା ଓ କୋର୍ଟରେ ମଧ୍ୟ ପହଞ୍ଚିଛି। କେନ୍ଦ୍ର ସରକାର ‘ହରିଜନ’ ଶଦ୍ଦକୁ ବହୁ ବର୍ଷ ହେଲା ରଦ୍ଦ କରିଦେଇଛନ୍ତି। ଧୀରେଧୀରେ ଏହି ଶଦ୍ଦ ମଧ୍ୟ ତାର ଅସ୍ଥିତ୍ବ ହରାଇ ‘ଅନୁସୂଚିତ ଜାତି’ ଶଦ୍ଦର ଲୋକପ୍ରିୟତା ବଢ଼ି…
Author: sanitelevision
ଆସନ୍ତାକାଲି ଅପରାହ୍ନରେ 4 ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ । ବୁଧବାର ଭାଦ୍ରବ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ‘ରାହୁରେଖାଲାଗି’ ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆରମ୍ଭ ହେବ ନୀତି । ଆପାତତଃ ଅପରାହ୍ନ 2 ଟା 30 ମିନିଟ ଠାରୁ ସନ୍ଧ୍ୟା 6 ଟା 30 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି ମଧ୍ୟରୁ ଏହା ଅନ୍ୟତମ ଗୁପ୍ତନୀତି ହୋଇଥିବାରୁ ଦଇତାପତି ସେବାୟତମାନେ ଗୋଷ୍ଠୀଗତ ଭାବେ ଏହି ନୀତିକୁ ନିଷ୍ଠାର ସହ ସମ୍ପାଦନ କରିବେ। ପତିମହାପାତ୍ର ସେବାୟତ ଏହି ରାହୁରେଖାକୁ ସଂସ୍କାର କରିସାରିବା ପରେ ୪ ବାଡର ବାଡଗ୍ରାହୀ ଓଷୁଅ ଏବଂ କନା ଦ୍ୱାରା ଚତୁଃର୍ଦ୍ଧାମୂର୍ତ୍ତୀଙ୍କ ଶ୍ରୀମୁଖରେ ରାହୁରେଖାକୁ ଲାଗି କରାଇ ଥାଆନ୍ତି । ରାହୁରେଖା ନୀତି ସମାପ୍ତ ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥାଏ । ତେବେ…
ଜଷ୍ଟିସ୍ ଯଶଓ୍ୱନ୍ତ ବର୍ମାଙ୍କ ବିରୋଧରେ ବଡ଼ ଆକ୍ସନ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗମ୍ଭୀର ବୋଲି ଗ୍ରହଣ କରି ଏହି ମାମଲାର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି ।କମିଟିରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମନିନ୍ଦର ମୋହନ ଓ ବରିଷ୍ଠ ଆଇନଜୀବୀ ବିଭି ଆଚାର୍ଯ୍ୟ ରହିଛନ୍ତି । ସୁଚନାମୁତାବକ ଦିଲ୍ଲୀ ହାଇକୋର୍ଟର ପୂର୍ବ ବିଚାରପତି ଜଷ୍ଟିସ୍ ଯଶଓ୍ୱନ୍ତ ବର୍ମାଙ୍କ ସରକାରୀ ଆବାସରେ ଚଳିତ ବର୍ଷ ନିଆଁ ଲାଗିଯାଇଥିଲା । ଏହାପରେ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ଏହି ସମୟରେ କିନ୍ତୁ ସେଠାରେ ବହୁ ପରିମାଣରେ ଅଧା ଜଳା ନୋଟ ମିଳିଥିଲା । ଯାହାକି ସେ ସମୟରେ ବିବାଦ ସୃଷ୍ଟି କରିଥିଲା । ଏହାପରେ ଜଷ୍ଟିସ୍ ବର୍ମାଙ୍କୁ ଆଲ୍ଲାବାଦ ହାଇକୋର୍ଟକୁ ଟ୍ରାନ୍ସଫର କରିଦିଆଯାଇଥିଲା ।…
କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର ତିନି ବଡ଼ ପ୍ରସ୍ତାବକୁ ଅନୁମୋଦନ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୧୮,୫୪୧ କୋଟି ଟଙ୍କା ଯୋଜନାକୁ ମଞ୍ଜୁରି ମିଳିଛି ।୧୯୪୩ କୋଟି ଟଙ୍କାରେ ଭୁବନେଶ୍ବର ଠାରେ ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟ ନିର୍ମାଣ ହେବ । ଓଡ଼ିଶାରେ ସେମିକଣ୍ଡକଟର ନିର୍ମାଣକୁ ଏହା ଆହୁରି ମଜଭୁତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।ଆଜି ମନୁମୋଦିତ ପ୍ରସ୍ତାବ SiCSem, କଣ୍ଟିନେଣ୍ଟାଲ୍ ଡିଭାଇଲ୍ ପ୍ରାଇଭେଟ୍ ଲିମିଟେଡ୍ (CDIL), 3D ଗ୍ଲାସ୍ ସଲ୍ୟୁସନ ଇଙ୍କ୍ ଓ ଆଡଭାନ୍ସଡ ସିଷ୍ଟମ୍ ଇନ୍ ପ୍ୟାକେଜ (ASIP) ଟେକ୍ନୋଲୋଜିକ୍ ସହ ଜଡ଼ିତ । ଓଡ଼ିଶା, ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ପ୍ଲାଣ୍ଟ ସ୍ଥାପନ କରାଯିବ । SiCSem ଓ 3D ଗ୍ଲାସ୍ ସଲ୍ୟୁସନ୍ ଇଙ୍କ୍ ଓଡ଼ିଶାରେ ସ୍ଥାପନା କରାଯିବ । ସେହିପରି CDIL ପଞ୍ଜାବ ଓ ASIP ଆନ୍ଧ୍ର ପ୍ରଦେଶରେ ସ୍ଥାପନ କରାଯିବ ।
ଆଜି ବିଶ୍ବ ହାତୀ ଦିବସ ।ଭଗବାନଙ୍କ ସୃଷ୍ଟିରେ ସବୁଠୁ ବିଶାଳକାୟ ଜୀବ ହେଉଛି ହାତୀ । ସେହି ହାତୀଙ୍କ ପାଇଁ ଆଜି ଦିନଟି । ପ୍ରତିବର୍ଷ ଅଗଷ୍ଟ 12 ତାରିଖକୁ ବିଶ୍ବ ହସ୍ତୀ ଦିବସ ଭାବେ ପାଳନ କରାଯାଏ । ହାତୀ-ମଣିଷର ଭଲ ବନ୍ଧୁତା କାଳ କାଳରୁ ରହିଆସିଛି ।ଯାହାକି 2012 ମସିହାରୁ ପାଳନ କରାଯାଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣରେ ଜନସଚେତନା ସୃଷ୍ଟି କରିବା । ତେବେ ରାଜ୍ୟରେ ୧୨୮ ଜିଲ୍ଲାରେ ଅଛନ୍ତି ୨୦୯୮ ହାତୀ । କିନ୍ତୁ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା , ଦାନ୍ତ ପାଇଁ ଟଳୁଛନ୍ତି ହାତୀ । ୫ ବର୍ଷରେ ଉଦ୍ଧାର ହେଲାଣି ୫୮ ଦାନ୍ତ । ବନ ବିଭାଗର ତଥ୍ୟ ଆଧାରରେ, ୨୦୧୭-୧୮ରୁ ଗତବର୍ଷ ନଭେମ୍ବର ଭିତରେ ମୋଟ ୬୭୪ ହାତୀ ମରିଛନ୍ତି । ଶିକାରୀଙ୍କ ତୀର ଓ ଗୁଳିମାଡ଼ରେ ୨୨ ହାତୀଙ୍କ ଜୀବନ ଯାଇଛି । ମୃତ୍ୟୁ ପରେ…
ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ସେ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ସେହିପରି କେନ୍ଦୁଝର-ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ କଟକ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତାକା ଉତ୍ତୋଳନ କରିବେ। ୧- ସମ୍ବଲପୁର- ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ୨- ବଲାଙ୍ଗିର- ରବି ନାଏକ ୩- କଳାହାଣ୍ଡି- ନିତ୍ୟାନନ୍ଦ ଗଣ୍ଡ ୪- କନ୍ଧମାଳ- କୃଷ୍ଣ ଚନ୍ଦ୍ରପାତ୍ର ୫- ପୁରୀ- ପୃଥ୍ୱୀରାଜ ହରିଚନ୍ଦନ ୬- ସୁନ୍ଦରଗଡ- ମୁକେଶ ମହାଲିଙ୍ଗ ୭-ଗଜପତି- ବିଭୂତି ଭୂଷଣ ଜେନା ୮- ଭଦ୍ରକ- କୃଷ୍ଣଚନ୍ଦ୍ର ମହାପାତ୍ର ୯-ନବରଙ୍ଗପୁର- ଗଣେଶ ରାମ ସିଂ ଖୁଣ୍ଟିଆ ୧୦-ସୁବଣ୍ଣପୁର- ସୂର୍ଯ୍ୟବଂଶୀ ସୂରଜ ୧୧- ଅନୁଗୁଳ- ପ୍ରଦୀପ ବଳସାମନ୍ତ ୧୨-ରାୟଗଡା- ଗୋକୁଳାନନ୍ଦ ମଲ୍ଲିକ ୧୩- ମୟୁରଭଞ୍ଜ- ସମ୍ପଦ ଚନ୍ଦ୍ର ସ୍ୱାଇଁ ସ୍ୱାଧିନତା ଦିବସ ପାଇଁ ଭୁବନେଶ୍ୱରେ ବ୍ୟପାକ ପ୍ରସ୍ତୁତି ଆରମ୍ଭ ହୋଇଛି । ସହରରେ…
ସଚିବସ୍ତରୀୟ ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ରାଜ୍ୟର ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା।ଜିଲ୍ଲାସ୍ତରୀୟ ସବୁ ସରକାରୀ ଅଫିସରେ ଲାଗିବ ଏଆଇ କ୍ୟାମେରା । ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ । ଅକ୍ଟୋବର ମାସରୁ ଆରମ୍ଭ ହେବ ସିଏମ ଡାସ ବୋର୍ଡ । କେନ୍ଦ୍ରୀୟ ସ୍କିମ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ ସମୀକ୍ଷା କରିବେ । ୧୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଓ ରାଜସ୍ୱ ବିଭାଗ ସମୀକ୍ଷା କରିବେ । ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ୱ ଦେବେ । ଅଫିସରଙ୍କୁ ଫିଲ୍ଡ ଭିଜିଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଷ୍ଟ୍ରପତି ଭବନରୁ ଆସିଛି ଦିଲ୍ଲୀ ଡାକରା । ଦିଲ୍ଲୀ ଯିବେ ଆଦିବାସୀ ମହିଳା ସୁରୁ ତିରିଆ। ଆସନ୍ତା ସ୍ୱାଧୀନତା ଦିବସ ପାଳନ ସମାରୋହରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ ପତ୍ର।ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ଜଣେ ଗରିବ ପରିବାରର ଅବିବାହିତ ମହିଳା। ଘରର ବିଭିନ୍ନ କାର୍ଯ୍ୟ ସହ ଚାଷବାସରେ ପରିବାର ଲୋକଙ୍କୁ ସହଯୋଗ କରିଥାନ୍ତି। ରାଷ୍ଟ୍ରପତି ଭବନରୁ ଡାକ ଯୋଗେ ଆସିଥିବା ନିମନ୍ତ୍ରଣ ପତ୍ର ପାଇ ବେସ ଖୁସି ଅଛନ୍ତି ସୁରୁ ତିରିଆଙ୍କ ପରିବାର ଓ ଗ୍ରାମବାସୀ। ଏବେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଉତ୍ସାହର ସହ ଅପେକ୍ଷାରେ ଅଛନ୍ତି ସୁରୁ ତିରିଆ। ସୁରୁ ଦିଲ୍ଲୀ ଯାଇ ଦେଶର ସର୍ବୋଚ୍ଚ ପଦବୀରେ ଥିବା ରାଷ୍ଟ୍ରପତିଙ୍କୁ ପାଖରୁ ଦେଖିବେ। ତେବେ ଏଇଟା ତାଙ୍କ ଜୀବନର ସବୁଠୁ ବଡ଼ ଖୁସି ହୋଇଥିବା ବେଳେ ସେ ରାଷ୍ଟ୍ରପତି ମହୋଦୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସେ କେନ୍ଦ୍ର ଓ…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନିଷ୍ପତ୍ତିକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି। ଏବେ ସେ ସୁନା ବିଷୟରେ ଏକ ବଡ଼ ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁନାକୁ ଟାରିଫରୁ ଦୂରରେ ରଖିବାକୁ ଘୋଷଣା କରିବା ପରେ, ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ହଠାତ୍ ୧୪୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି । ତେବେ, ସୁନା ଏବେବି ୧ ଲକ୍ଷ ଟଙ୍କା ପାର୍ କରିଛି, କିନ୍ତୁ ଏହା ନିଜର ସର୍ବକାଳୀନ ଉଚ୍ଚ ସ୍ତରରୁ ଯଥେଷ୍ଟ ହ୍ରାସ ପାଇ କାରବାର କରୁଛି ।ପୂର୍ବରୁ, ନ୍ୟୁୟର୍କର ଏକ କମ୍ପାନୀକୁ କୁହାଯାଇଥିଲା ଯେ ସ୍ବିଜରଲ୍ୟାଣ୍ଡରୁ ସୁନା ଆମଦାନୀ ଉପରେ ଟାରିଫ୍ ଲଗାଯିବ, ଯାହା ବର୍ତ୍ତମାନ ୩୯ ପ୍ରତିଶତ। ଏହା ପରେ, ସୁନାକୁ ନେଇ ବଜାରରେ ଏକ ଗୁଜବ ବ୍ୟାପିଥିଲା, ଯାହା ପରେ ସୁନାର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଥିଲା, କିନ୍ତୁ ଏବେ ଟ୍ରମ୍ପ ଏକ ଆଶ୍ୱସ୍ତି…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନିଷ୍ପତ୍ତିକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି। ଏବେ ସେ ସୁନା ବିଷୟରେ ଏକ ବଡ଼ ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁନାକୁ ଟାରିଫରୁ ଦୂରରେ ରଖିବାକୁ ଘୋଷଣା କରିବା ପରେ, ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ହଠାତ୍ ୧୪୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି । ତେବେ, ସୁନା ଏବେବି ୧ ଲକ୍ଷ ଟଙ୍କା ପାର୍ କରିଛି, କିନ୍ତୁ ଏହା ନିଜର ସର୍ବକାଳୀନ ଉଚ୍ଚ ସ୍ତରରୁ ଯଥେଷ୍ଟ ହ୍ରାସ ପାଇ କାରବାର କରୁଛି ।ପୂର୍ବରୁ, ନ୍ୟୁୟର୍କର ଏକ କମ୍ପାନୀକୁ କୁହାଯାଇଥିଲା ଯେ ସ୍ବିଜରଲ୍ୟାଣ୍ଡରୁ ସୁନା ଆମଦାନୀ ଉପରେ ଟାରିଫ୍ ଲଗାଯିବ, ଯାହା ବର୍ତ୍ତମାନ ୩୯ ପ୍ରତିଶତ। ଏହା ପରେ, ସୁନାକୁ ନେଇ ବଜାରରେ ଏକ ଗୁଜବ ବ୍ୟାପିଥିଲା, ଯାହା ପରେ ସୁନାର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଥିଲା, କିନ୍ତୁ ଏବେ ଟ୍ରମ୍ପ ଏକ ଆଶ୍ୱସ୍ତି…








