ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିଛନ୍ତି। ଏହା ସହ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିର୍ଦ୍ଦେଶାବଳୀର ସରଳୀକରଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପରିବର୍ତ୍ତିତ ନିର୍ଦ୍ଦେଶାବଳୀ ସ୍ୱଚ୍ଛ, ସରଳ ଓ ସମୟ ଉପଯୋଗୀ ହୋଇପାରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ନୂତନ ନିର୍ଦ୍ଦେଶାବଳୀ ପ୍ରଶାସନିକ ପ୍ରକ୍ରିୟାରେ ସରଳତା ଆଣିବା ସହିତ ଜନସାଧାରଣଙ୍କ ପାଇଁ ଅତି ଆବଶ୍ୟକ ଓ ଛୋଟ ଛୋଟ ମୌଳିକ ଭିତ୍ତିଭୂମି ଗୁଡିକୁ ଶୀଘ୍ର ଓ ସ୍ବଚ୍ଛତାର ସହ ସମ୍ପାଦନ କରିବାରେ ସହାୟକ ହେବ । ଏହି ପୋର୍ଟାଲ ମାଧ୍ୟମରେ ବିଧାୟକମାନେ ସେମାନଙ୍କର ନିର୍ବାଚନ ମଣ୍ଡଳୀରେ ସୁପାରିଶ କରିଥିବା ସମସ୍ତ ପ୍ରକଳ୍ପର ବାସ୍ତବ ସ୍ଥିତି ବିଷୟରେ ଅବଗତ ହୋଇପାରିବେ ଓ ଜନସାଧାରଣଙ୍କ ପାଇଁ ଯୋଜନା…
Author: sanitelevision
ସମ୍ବଲପୁର ମେଡ଼ିକାଲରେ ଛାତରୁ ଡେଇଁପଡ଼ିଲେ ରୋଗୀ । ସମ୍ବଲପୁର ବୁର୍ଲା ମେଡିକାଲରେ ଛାତରୁ ଡେଇଁ ରୋଗୀ ଗୁରୁତର ହୋଇପଡ଼ିଛନ୍ତି । ପ୍ରଥମ ମହଲା ଛାତରୁ ଡେଇଁ ରୋଗୀ ଜୀବନ ହାରିବା ପାଇଁ ଉଦ୍ୟମ କରିଛନ୍ତି । ରୋଗୀ ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲା ଅଞ୍ଚଳର । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମସାର କାଜୁଆଲଟିରେ ତାଙ୍କୁ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଗତକାଲି ଧାରୁଆ ଅସ୍ତ୍ରରେ ନିଜ ତଣ୍ଟି କାଟି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସମ୍ପୃକ୍ତ ରୋଗୀଙ୍କ ମାନସିକ ସ୍ଥିତି ଠିକ ନଥିବା ଡାକ୍ତର କହିଛନ୍ତି ।
ପୁରୀରୁ ରାଜସ୍ଥାନକୁ ସିଧାସଳଖ ଗଡ଼ିବ ଟ୍ରେନ। ମହୋଦଧି ସହ ଯୋଡ଼ି ହେବ ମରୁଭୂମି।ଏଭଳି ଏକ ଐତିହାସିକ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ଓଡିଶା ଓ ରାଜସ୍ଥାନ ମଧ୍ୟରେ ସାଂସ୍କୃତିକ ଓ ଅର୍ଥନୈତିକ ଅବିବୃଦ୍ଧି ପାଇଁ ପୁରୀ ଲାଲଗଡ ପୁରୀ ଏକ୍ସପ୍ରେସ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି। ଗତକାଲି ସମ୍ପ୍ରସାରିତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ।ଏହି ସାପ୍ତାହିକ ଟ୍ରେନଟି ପ୍ରତି ବୁଧବାର ସକାଳ ୬.୩୫ ରେ ପୁରୀ ରେଳଷ୍ଟେସନ ଛାଡି ତା ପର ଦିନ ରାତି ୦୮.୩୫ ରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଷ୍ଟେସନରେ ପହଞ୍ଚିବ। ପୁରୀ ଏବଂ ଶ୍ରୀ ଗଙ୍ଗାନଗର ଷ୍ଟେସନ ମଧ୍ୟରେ ଏହି ଟ୍ରେନ୍ ମାତ୍ର ୯ଟି ଷ୍ଟପେଜ୍ରେ ରହିବ। ଦେଶ ଗଠନ ସହ ରେଳ ସଂଯୋଗୀକରଣ କ୍ଷେତ୍ରରେ ଏହି ଟ୍ରେନ୍ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ…
୨୦୨୬ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ସେହିଭଳି ୨୦୨୯ ପୂର୍ବରୁ ବ୍ଲକ୍ ପୁନର୍ଗଠନ ହେବ । ସେ କହିଛନ୍ତି, ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ । ଏନେଇ ଏକ କମିଟି ମଧ୍ୟ ଗଠନ କରାଯିବ । ଏହାସହ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ । ଗତକାଲି ରାଜ୍ୟପାଳ ଏ ବିଷୟରେ ଆଲୋଚନା କରିଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି ।ପଞ୍ଚାୟତିରାଜ ଆଇନ ଭିତରେ ପଞ୍ଚାୟତକୁ ସୁଦୃଢ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ । ଆମେ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ କରିପାରିବା । ଲୋକଙ୍କ ପାଖରେ ଯୋଜନା ପହଞ୍ଚିବ । ଜାଣିରଖିବା ଉଚିତ ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । ଏଥିପାଇଁ ଗ୍ରାମ ପଞ୍ଚାୟତ ଓ ରାଜସ୍ବ ଗ୍ରାମ…
ଆର୍ଆଇ, ଏଆର୍ଆଇ, ଅମିନ ଏବଂ ଆଇସିଡିଏସ୍ ସୁପରଭାଇଜର୍ ପଦବୀରେ ନିଯୁକ୍ତି ପାଇଁ ପୁଣିଥରେ ପ୍ରିଲିମିନାରୀ ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଆସନ୍ତା ଅକ୍ଟୋବର ଓ ନଭେମ୍ବରରେ ଏହି ପରୀକ୍ଷା ହେବ। କମ୍ପ୍ୟୁଟରବେସ୍ଡ ନିଯୁକ୍ତି ପରୀକ୍ଷା (ସିବିଆର୍ଇ) ମାଧ୍ୟମରେ ପରୀକ୍ଷା କରିବାକୁ ମଙ୍ଗଳବାର ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ହୋଇଥିବା ସମସ୍ତ ପ୍ରକ୍ରିୟାକୁ ବାତିଲ୍ କରାଯାଇ ପୁଣିଥରେ ମୂଳରୁ ପ୍ରକ୍ରିୟା ଆରମ୍ଭ କରାଯିବ। ପୂର୍ବରୁ ଆବେଦନ କରିଥିବା ସମସ୍ତ ଆଶାୟୀ ପରୀକ୍ଷା ଦେଇପାରିବେ। ଫଳରେ ୫ଲକ୍ଷ ୫୮ ହଜାର ୧୨୮ ଆବେଦନକାରୀ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି।
ଶ୍ରୀମନ୍ଦିର ଦକ୍ଷିଣ ପାଶ୍ୱର୍ ପରିକ୍ରମା ମାର୍ଗରେ ଧମକପୂଣ୍ଣ ଲେଖା ଘଟଣାରେ କିଛି ସୁରାଗ ମିଳିଥିବା କହିଲେ ପୁରୀ ଏସପି ପିନାକ ମିଶ୍ର । ଶ୍ରୀମନ୍ଦିର ସୁରକ୍ଷାକୁ ଆମେ ସର୍ୱାଧିକ ଗୁରୁତ୍ୱ ଦେଇଥାଉ । ପୋଲିସର ସ୍ପେଶାଲ ଟିମ ସିସିଟିଭି ଫୁଟେଜ ଯାଞ୍ଚ କରିଛି । ସିସିଟିଭି ଫୁଟେଜ ଯାଞ୍ଚରୁ କିଛି ସୁରାଗ ପାଇଛୁ । କେବେ ଲେଖାହୋଇଥିଲା, କିଏ ଲେଖିଥିଲା ଜଣାପଡିବ । ସୂଚନାମୁତାବକ ପୁରୀ ଶ୍ରୀମନ୍ଦିର ଭାଙ୍ଗିବାକୁ ଚେତାବନୀ ଦିଆଯାଇଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଛି ଧମକପୂର୍ଣ୍ଣ ଲେଖା ।ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବଢ଼ୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ମଧ୍ୟ ଲେଖାଯାଇଛି । ଦୁଇଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା…
କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉତ୍ତର ପଶ୍ଚିମ ଓ ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ । ପ୍ରଭାବରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୧୪ ତାରିଖ ଅର୍ଥାତ ଆସନ୍ତାକାଲି କୋରାପୁଟ, ମାଲକାନଗିରିରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଥିବାବଳେ ଗଜପତି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।୧୩ ରୁ ୧୬ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।
ପୁରୀ ଶ୍ରୀମନ୍ଦିର ଭାଙ୍ଗିବାକୁ ଚେତାବନୀ । ଆତଙ୍କବାଦୀ ହମ୍ଲା ନେଇ ଆସିଲା ଓ୍ୱାର୍ଣ୍ଣିଂ । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଛି ଧମକପୂର୍ଣ୍ଣ ଲେଖା ।ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବଢ଼ୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ମଧ୍ୟ ଲେଖାଯାଇଛି । ଦୁଇଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି । ତେବେ କିଏ ଓ କାହିଁକି କରିଛି ତାହା ଜଣାପଡ଼ିନାହିଁ । ଏକାଧିକ ସ୍ଥାନରେ ସିସିଟିଭି ଲାଗିଛି । ସିକ୍ୟୁରିଟି ଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି । ହେଲେ ଆତଙ୍କବାଦୀଙ୍କ ନାଁ ନେଇ ଏପରି ଲେଖିଲା କିଏ? ତା’କୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।ସେପଟେ ଏପରି ଘଟଣା ଜଣାପଡିବା ପରେ ବଢିଛି…
ପରିବହନ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଲା ଇଡି। ରାଜ୍ୟ ପରିବହନ କ୍ଷେତ୍ରରେ ବଡ଼ ଧରଣର ଆର୍ଥିକ ହେରଫେର ହୋଇଥିବା ଜାଣିବାକୁ ପାଇଛି ଇଡି । ତେଣୁ ପରିବହନ ବିଭାଗ ସହିତ ଜଡ଼ିତ ୩୪ ଜଣଙ୍କର ତଥ୍ୟ ମାଗିଛି ଇଡି ।କଟକ ପରିବହନ କମିସନରଙ୍କ କାର୍ଯ୍ୟାଳୟକୁ ସମସ୍ତ ତଥ୍ୟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ବିଷୟରେ ଇଡି ପକ୍ଷରୁ ଗତ ଜୁଲାଇ ୨୨ ତାରିଖରେ ରାଜ୍ୟ ପରିବହନ ଓ ବାଣିଜ୍ୟ ବିଭାଗକୁ ଚିଠି କରାଯାଇଥିଲା । ତେବେ ଅଭିଯୋଗ ଅନୁସାରେ, କେତେକ ପରିବହନ ସଂସ୍ଥା ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ୍ ନବୀକରଣ ନକରି କିମ୍ବା ଟିକସ ଫାଙ୍କି ଗାଡ଼ି ଚଲାଉଥିବା ପରିବହନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଆସୁଛି । ଏଥିସହ ଯେଉଁମାନଙ୍କ ନାଁରେ ଗାଡ଼ି ଗୁଡ଼ିକ ପଞ୍ଜୀକରଣ ହୋଇଥିଲା, ସେମାନଙ୍କ ଆର୍ଥିକ କାରବାର ଜାଣିବାକୁ ଏପରି ଚିଠି କରାଯାଇଥିବା ସୂଚନା ମିଳିଛି । ତେବେ ଅଗଷ୍ଟ ୮ ତାରିଖରେ ବିଭାଗ…
ରାଜ୍ୟରେ ୫ ବର୍ଷରୁ କମ୍ ବୟସ୍କ ୬୦ ପ୍ରତିଶତ ଶିଶୁଙ୍କର ଆଧାର କାର୍ଡ ନାହିଁ । ରାଜ୍ୟରେ ୫ ବର୍ଷ ବୟସ ଭିତରେ ପିଲାଙ୍କ ସଂଖ୍ୟା ହେଉଛି ୩୨ ଲକ୍ଷ ୪୮ ହଜାର ୬୩୨ । ଏଥିରୁ ମାତ୍ର ୧୨ ଲକ୍ଷ ୭୩ ହଜାର ୨୧୧ ଜଣ ଆଧାର ପଞ୍ଜୀକୃତ ହୋଇଛନ୍ତି। ସେହିପରି ୫ରୁ ୧୮ ବର୍ଷ ବୟସର ମାତ୍ର ୯ ପ୍ରତିଶତ ଶିଶୁ ଆଧାର ପଞ୍ଜୀକୃତ ହୋଇନାହାନ୍ତି । ଏଥିପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଆଧାର କ୍ୟାମ୍ପ କରାଯିବ । ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା, ଅଗଷ୍ଟ ମାସରୁ ୧୦୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କର ଆଧାର ରେକର୍ଡକୁ ଯାଞ୍ଚ କରାଯିବ । ଓଡ଼ିଶା ସରକାରଙ୍କ ଫିଲ୍ଡ ଅଫିସରମାନେ ଏହି କାର୍ଯ୍ୟ କରିବେ । ଜିଲ୍ଲାୱାରୀ ଆଧାର ପଞ୍ଜୀକରଣରେ ୨୨ଟି ଜିଲ୍ଲା ପଛରେ ପଡ଼ିଛି । ଜିଲ୍ଲା ପ୍ରଶାସନ ଘରକୁ ଘର ସର୍ଭେ କରିବ । ଏହାକୁ କଳାହାଣ୍ଡି ଜିଲ୍ଲାରୁ ହିଁ…









