Author: sanitelevision

ନୟାଗଡ଼ ବିଧାୟକ ଡଃ ଅରୁଣ ସାହୁଙ୍କ ପୁସ୍ତକ ସାଇତା ସତ ଓ ବେହାଲ ବର୍ଷାର ଲୋକାର୍ପଣ ଉତ୍ସବ। ଭୁବନେଶ୍ୱର ଭଞ୍ଜକଳାମଣ୍ଡପରେ ନୟାଗଡ଼ ବିଧାୟକଙ୍କ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ସାହିତ୍ୟର ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭିରାମ ବିଶ୍ଵାଳ ଏବଂ କଳା ଓ ସଙ୍ଗୀତର ଅତିଥି ଭାବେ ବର୍ଷୀୟାନ୍ ଅଭିନେତା ଚୌଧୁରୀ ବିକାଶ ଦାସ ଯୋଗ ଦେଇଥିଲେ l ପ୍ରକାଶକ ବିଜୟ ମହାପାତ୍ରଙ୍କ ବି.କେ. ପବ୍ଲିକେଶନ୍ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ସାଇତା ସତ’ରେ ଚମତ୍କାର ଭାବେ ସତ ଓ ମିଛର ପରିଭାଷା ବର୍ଣ୍ଣନା ସହ ଦାର୍ଶନିକ ତତ୍ତ୍ଵ ମାଧ୍ୟମରେ ସାରକଥାଟି କିପରି ଶେଷକୁ ସଂରକ୍ଷିତ ହୋଇ ରହି ‘ସାଇତା ସତ’ ହୋଇଯାଏ, ତାହା ଉପସ୍ଥାପିତ ହୋଇଛି l ସେହିପରି ସଙ୍ଗୀତକାର ଜାପାନୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଯୁବ କଣ୍ଠଶିଳ୍ପୀ ଚିରାଗଦୀପ ଗାଇଥିବା ଡ଼ ଅରୁଣ ସାହୁଙ୍କ ରଚିତ ‘ବେହାଲ୍ ବର୍ଷା’ ସଙ୍ଗୀତରେ ପ୍ରେମ, ପ୍ରତିଶ୍ରୁତି ଓ ପ୍ରଣୟର ସୁନ୍ଦର ସଙ୍ଗମ ହୋଇଛି…

Read More

ନୂଆ ଢ଼ାଞ୍ଚାରେ ଭୁବନେଶ୍ବରରେ ମେଟ୍ରୋ । କେନ୍ଦ୍ର ସରକାରଙ୍କ ସହଯୋଗରେ ହେବ ମେଟ୍ରୋ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି । । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ।ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀ ସ୍ତରୀୟ ସବ୍ କମିଟିର ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ କମ୍ପ୍ରେହେନସିଭ୍ ମୋବିଲିଟି ପ୍ଲାନ୍ ତିଆରି ହୋଇଛି । କେଉଁ ଲାଇନରେ ଯିବ କେଉଁ ସ୍ଥାନରେ ପାର୍କିଂ ଅଞ୍ଚଳ ହେବ ଟେକ୍ନିକାଲ କମିଟି ସବିଶେଷ ରିପୋର୍ଟ ଦେବ । ଏଥିପାଇଁ ସାଧାରଣ ଲୋକଙ୍କ ମତାମତ ନିଆଯିବ । ପୁରୁଣା ପ୍ରକଳ୍ପ ଅନୁଯାୟୀ ରାସ୍ତାରେ ଟ୍ରାଫିକ୍ ଜାମ୍ ରହୁଛି । ଟେଷ୍ଟିଂ ବେଳେ କ’ଣ ଅବସ୍ଥା ହେଲା କେତେ ହଇରାଣ ହେବାକୁ ପଡିଲା । ମେଟ୍ରୋ କାମ ଚାଲିଥିଲେ ପୁରା ରାସ୍ତା ଠପ୍ ହୋଇଯାଇଥାନ୍ତା । ସେଥିପାଇଁ ନୂଆ ଟ୍ରାକ୍ ଯାହା ହେବ କମିଟି ରିପୋର୍ଟ…

Read More

ଭାରତ ପ୍ରତିବର୍ଷ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରେ । ୧୯୪୭ ମସିହାର ଏହା ହିଁ ହେଉଛି ସେହି ତାରିଖ ଯେତେବେଳେ ଭାରତକୁ ବ୍ରିଟିଶ ଶାସନରୁ ମୁକ୍ତି ମିଳିଥିଲା । ଆଜାଦୀର ଏହି ଅନୁଭବ ପ୍ରତି ଭାରତୀୟଙ୍କ ପାଇଁ ସେତିକି ଆନନ୍ଦମୟ ତ ଥିଲା , ହେଲେ ହୃଦୟରେ ବିଭାଜନ ନେଇ ଆଶଙ୍କା ବି ଥିଲା । ଭାରତ ସ୍ୱାଧୀନ ହେବାର ଗୋଟିଏ ଦିନ ପୂର୍ବରୁ ଭାରତ ବିଭାଜନ ହୋଇ ପାକିସ୍ତାନ ବନାଗଲା । ଏହା ହିଁ କାରଣ ଯେ, ଭାରତ ସ୍ୱାଧୀନ ହେବାର ଠିକ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ର ସ୍ୱତନ୍ତ୍ରତା ଦିବସ ପଡିଥାଏ । ଭୁଟାନ- ଭୁଟାନ ନିଜର ସ୍ୱତନ୍ତ୍ରତା ଦିବସ ୧୭ ଡିସେମ୍ବରରେ ପାଳନ କରିଥାଏ । ୧୭ ଡିସେମ୍ବର ୧୯୦୭ ମସିହାରେ ବାଙ୍ଗଚୁକ ବଂଶ ଭୁଟାନକୁ ସମ୍ଭାଳିଥିଲେ । ସେବେଠୁ ଭୂଟାନ ଏହି ଦିନ ସ୍ୱାଧୀନତା ଦିବସ ପାଳନ କରିଥାଏ ।ପାକିସ୍ତାନ- ଭାରତ…

Read More

ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିର୍ଦେଶ ଦେଇଛନ୍ତି।ଏହି ପଞ୍ଜୀକରଣ ପ୍ରକ୍ରିୟା ଗତ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଚାଷୀମାନଙ୍କ ସ୍ବାର୍ଥ ଓ ଅନୁରୋଧ କ୍ରମେ ଏହି ଅବଧିକୁ ବୃଦ୍ଧି କରିଛନ୍ତି ସରକାର ।ଏପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷ ୯୩ ହଜାର ୨୨୦ ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ଆଗକୁ ଏହା ଆହୁରି ବୃଦ୍ଧି ହେବ । ଏଥିସହ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯାଇଥିବା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Read More

ଭିସୁଟରେ ଲାଗୁ ହେଲା ୟୁନିଫର୍ମ ବା ଡ୍ରେସ କୋଡ୍ । ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ଲାଗୁ ହୋଇଛି । ୨୦୨୫-୨୦୨୬ ବର୍ଷ ପାଇଁ ଆଡମିଶନ ନେଇଥିବା ସମସ୍ତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ । ସାଲୱାର କମିଜ ପିନ୍ଧିବେ ଛାତ୍ରୀ । ହେଲେ ଦୁପଟା ପକାଇବେ ନାହିଁ । ସାଲୱାର କମିଜ ସହ ଜାକେଟ୍ ରହିବ । ସେହିପରି ପୁଅମାନେ ପିନ୍ଧିବେ ସାଧାରଣ ଡ୍ରେସ ପିନ୍ଧିବେ ।ସୁରକ୍ଷା ଦୃଷ୍ଟିରୁ ଝିଅଙ୍କ ପାଇଁ ଦୁପଟ୍ଟା ବା ଓଢଣୀ ବାରଣ ରହିଛି । ପ୍ୟାଣ୍ଟ , ସାଲଓ୍ବାର ଓ ଓ୍ବେଷ୍ଟକୋଟର ରଙ୍ଗ ନେଭି ବ୍ଲୁ ଓ ସାର୍ଟର ରଙ୍ଗ ବ୍ଲୁ ରହିବ ବୋଲି କୁହାଯାଇଛି । ଏଥିରେ ପିଜି ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ବାଦ୍ ଦିଆଯାଇଛି ।

Read More

ସ୍ଵାଧୀନତା ଦିବସ ଅବସରରେ ୧୦୯୦ ଜଣଙ୍କୁ ମିଳିବ ବୀରତ୍ଵ ପୁରସ୍କାର। ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ୍ ଡିଫେନ୍ସ ଏବଂ ସୁଧାର ସେବାର ୧୦୯୦ କର୍ମୀଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡରେ ସମ୍ମାନିତ କରାଯିବ। ସେମାନଙ୍କ ମଧ୍ୟରୁ ୨୩୩ ଜଣଙ୍କୁ ବୀରତ୍ଵ ପଦକ (GM), ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ (PSM) ଏବଂ ୭୫୮ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ (MSM) ପ୍ରଦାନ କରାଯିବ। ତେବେ ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ। ବିଶିଷ୍ଟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏସ୍‌ପି ରବୀନ୍ଦ୍ର ପଣ୍ଡା, କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବ।

Read More

ସ୍ୱାଧୀନତା ଦିବସ ହେଉ ଅବା ସାଧାରଣତନ୍ତ୍ର ଦିବସରେ ଆମେ ଦେଶର ସମ୍ମାନ ତ୍ରିରଙ୍ଗା ଉତ୍ତୋଳନ କରିଥାଉ । ଏପରିକି କେତେକ ସରକାରୀ କାର୍ଯ୍ୟାଳୟରେ ବର୍ଷ ସାରା ତ୍ରିରଙ୍ଗା ଉଡ଼ୁଥାଏ । କିନ୍ତୁ କେବେ ଭାବିଛନ୍ତି କି ତ୍ରିରଙ୍ଗା ପ୍ରସ୍ତୁତି ପଛରେ କାହାର ହାତ ଅଛି । କିଏ ଏହି ଜାତୀୟ ପତାକା ଡିଜାଇନ୍ କରିଛନ୍ତି ?ପିଙ୍ଗାଲି ଭେଙ୍କୟା ଜାତୀୟ ପତାକାକୁ ଡିଜାଇନ୍ କରିଥିଲେ । ଆନ୍ଧ୍ରପ୍ରଦେଶର ଭାଟଲାପେନୁମାରୁରେ ଜନ୍ମଗ୍ରହଣ କରିଥିଲେ ପିଙ୍ଗାଲି । 2 ଅଗଷ୍ଟ 1876 ରେ ଜନ୍ମ ଗ୍ରହଣ କରିତିଲେ ପିଙ୍ଗାଲି ଭେଙ୍କୟା । ମାଡ୍ରାସରୁ ହାଇସ୍କୁଲ ଶିକ୍ଷା ପାସ କରିବା ପରେ, ପିଙ୍ଗାଲି ଉଚ୍ଚ ଶିକ୍ଷା ପାଇଁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଯାଇଥିଲେ । ସେଠାରୁ ଫେରିବା ପରେ ରେଳ ଗାର୍ଡ ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ଲକ୍ଷ୍ନୌରେ ଜଣେ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ଉର୍ଦ୍ଦୁ ଏବଂ…

Read More

ବର୍ତ୍ତମାନର ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏହା ପ୍ରଭାବରେ ୧୬ ଯାଏ ବର୍ଷା ଲାଗି ରହିବ। ପୁଣି ୨୨/୨୩ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଅଛି। ସେହିଭଳି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୟାଗଡ଼, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର ଓ ବୌଦ୍ଧ ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିଭଳି ବଜ୍ରପାତ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂପୁର, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ସୋନପୁରକୁ ସତର୍କ କରାଯାଇଛି। ଏହି ଡବଲ୍‌ ଲଘୁଚାପ ଭରସାରେ ରହିଛନ୍ତି ଚାଷୀ। ଭଲ ବର୍ଷା ହେଲେ ନିଅଣ୍ଟିଆ ସ୍ଥିତି ଦୂର ହେବା ସହ ଚାଷ ଆଗକୁ ବଢ଼ିବ । । ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ…

Read More

ଭିଜିଲାନ୍ସ ଜାଲରେ ଗଜପତି ସିଡିଏମ୍‌ଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ । ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍ । ଜୁନିଅର୍ ଡାକ୍ତରଙ୍କ ବଦଳି କରାଇ ଦେବାକୁ କହି ଲାଞ୍ଚ ନେଉଥିଲେ । ନିରଞ୍ଜନଙ୍କ ଅଫିସ ଓ ମଣ୍ଡଳଦେବୀସ୍ଥିତ ବାସଭବନରେ ବି ଭିଜିଲାନ୍ସର ଚଢ଼ାଉ ଜାରି ରହିଛି। ଚାଲିଛି ।

Read More

ଝାଡଖଣ୍ଡରେ ଏନକାଉଣ୍ଟର ସମୟରେ ଜଣେ ମାଓବାଦୀ ନିପାତ ହୋଇଛନ୍ତି । ପଶ୍ଚିମ ସିଂହଭୂମି ଗୋଇଲକେରା ଜଙ୍ଗଲରେ ଏନକାଉଣ୍ଟର କରାଯାଇଛି । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ ହୋଇଛନ୍ତି । ସଉତା ଜଙ୍ଗଲରେ ଏବେ ବି ଚାଲିଛି ଗୁଳିବିନିମୟ । ମୃତ ମାଓବାଦୀ ଛତିଶଗଡର ଟପ ମାଓନେତା ଅରୁଣ କାର୍କି । ଅରୁଣ ପଛରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।ସୂଚନାକୁ ଆଧାର କରି ଚାଇବାସା ପୋଲିସ୍ ଓ ସିଆରପିଏଫ୍ ୨୦୯ ବାଟାଲିୟନ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ସରଣ୍ଡା ଜଙ୍ଗଲର ପୋଷେଇତା ଓ ତୁମ୍ବାଗୁଡା ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀର ଏନକାଉଣ୍ଟର ଆରମ୍ଭ ହୋଇଥିଲା।

Read More