Author: sanitelevision

ଆଜି ଭାରତ ତା’ର ୭୯ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥର ଲୋକମାନେ ଦୁଇଗୁଣ ଦୀପାବଳି ଉପହାର ପାଇବେ ବୋଲି ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗତ ୮ ବର୍ଷ ମଧ୍ୟରେ ଆମେ GSTରେ ଏକ ବଡ଼ ସଂସ୍କାର କରିଛୁ । ଆମେ ସାରା ଦେଶରେ ଟିକସ ବୋଝ ହ୍ରାସ କରିଛୁ । ଆଉ ଏବେ ପୁଣି ଟିକସ କମାଇବା ଉପରେ ଚିନ୍ତା କରୁଛୁ । ଏନେଇ ଏକ ଉଚ୍ଚ କ୍ଷମତାସମ୍ପନ୍ନ ସମୀକ୍ଷା କମିଟି ଗଠନ କରି ସମୀକ୍ଷା ଆରମ୍ଭ କରିଛୁ । ଆମେ ରାଜ୍ୟଗୁଡ଼ିକ ସହିତ ମଧ୍ୟ ପରାମର୍ଶ କରିଛୁ । ଆମେ ପରବର୍ତ୍ତୀ ପିଢ଼ିର GST ସଂସ୍କାର ଆଣୁଛୁ । ଦୈନନ୍ଦିନ ବ୍ୟବହୃତ ଜିନିଷ ଶସ୍ତା ହେବ। ସାଧାରଣ ଲୋକଙ୍କ ପାଇଁ…

Read More

ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ସ୍ୱତନ୍ତ୍ରତାର ଦିନକୁ ନେଇ ଉତ୍ସାହର ମାହୋଲ । ପିଲାଠୁ ବୁଢା ସଭିଏଁ ଦେଶପ୍ରେମରେ ମସଗୁଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରେ ତ୍ରିରଙ୍ଗ ଉଡ଼ାଇଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ମଧ୍ୟ ସମ୍ବୋଧିତ କରୁଛନ୍ତି। ସ୍ବାଧୀନତାର ଉତ୍ସବକୁ ଦୃଷ୍ଟିରେ ରଖି, ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀରେ ମଧ୍ୟ ସୁରକ୍ଷା ବାହିନୀ ସତର୍କ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପଦବୀରେ ଏହା ଦ୍ୱାଦଶ ଭାଷଣ।ପ୍ରଧାନମନ୍ତ୍ରୀ ମୋଦି ଏହି ସମୟରେ ଅନେକ ଘୋଷଣା ମଧ୍ୟ କରିଛନ୍ତି। GST ସମୀକ୍ଷା ସହିତ, ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ, ପ୍ରଥମ ଚାକିରି ପାଇବା ଉପରେ ଯୁବକମାନଙ୍କୁ ୧୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ। ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା ଘୋଷଣା କରି ପ୍ରଧାନମନ୍ତ୍ରୀ…

Read More

ଅଗଷ୍ଟ ୧୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ଦ୍ୱିତୀୟର ପରୀକ୍ଷା ଫଳ । ମଧ୍ୟାହ୍ନ ସାଢ଼େ ୧୨ ଟା ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସ୍ଥିର ହୋଇଛି । ଚଳିତ ଥର ରାଜ୍ୟ ମୁକ୍ତ ବିଦ୍ୟାଳୟ ବା ଓପନ ସ୍କୁଲ ପରୀକ୍ଷା ୧୦୩ ଟି କେନ୍ଦ୍ରରେ ୧୦ ହଜାର ୮୦୯ ଜଣ ପରୀକ୍ଷାର୍ଥୀ ଦେଇଛନ୍ତି । ସେହିପରି ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ୯୮ ଟି ପରୀକ୍ଷା କେନ୍ଦ୍ରରେ ୩୨୩୨ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଅନ୍ୟପଟେସ୍ଥଗିତ ରହିଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା । ଆସନ୍ତା ୩୧ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଲା ମାଧ୍ୟମିକ ଶିକ୍ଷା ପରିଷଦ। ସାନି ପରୀକ୍ଷା ନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦେଇଛି ବିଏସଇ।

Read More

ବୁଲା କୁକୁରଙ୍କୁ ନେଇ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ସେ କହିଛନ୍ତି, କୁକୁର ମାନେ କଥା କହିପାରୁନାହାନ୍ତି ବୋଲି କଣ ସେମାନଙ୍କ ବଂଚିବାର ଅଧିକାର ନାହିଁ । ଜୈବବିବିଧତାର ସମନ୍ୱୟ ପାଇଁ ପ୍ରାଣୀ ଓ ମଣିଷ ସମସ୍ତେ ରହିବାର ଆବଶ୍ୟକତା ରହିଛି । ତେବେ ଦିଲ୍ଲୀ-ଏନସିଆରରୁ ବୁଲା କୁକୁରଙ୍କୁ ହଟାଇ ଆଶ୍ରୟସ୍ଥଳକୁ ପଠାଇବା ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଛି। ଏହା ବିରୋଧରେ ଦାୟର ହୋଇଥିବା ପିଟିସନର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, କୁକୁରଙ୍କ ଆକ୍ରମଣରେ ପିଲାଙ୍କ ମୃତ୍ୟୁ ହେଉଛି। ବନ୍ଧ୍ୟାକରଣ କରାଗଲେ ବି କୁକୁର କାମୁଡ଼ା ଘଟଣା କମୁନାହିଁ। ଦେଶବ୍ୟାପୀ…

Read More

ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ହିତାଧିକାରୀମାନଙ୍କୁ ପାଇଁ ଆଉ ଏକ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଦ୍ବିତୀୟ କିସ୍ତିରୁ ବାଦ୍‌ ପଡ଼ିଥିବା ସମସ୍ତ ହିତାଧିକାରୀମାନଙ୍କୁ ଟଙ୍କା ମିଳିବ। ମିସନ ଶକ୍ତି ଭବନ ଠାରେ ‘ଦିବ୍ୟାଙ୍ଗ ଭଉଣୀଙ୍କ ସହ ବାର୍ତ୍ତାଳାପ’ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଇ-କେୱାଇସି ଡାଟା ଏଣ୍ଟ୍ରିରେ ତ୍ରୁଟି ଯୋଗୁଁ କେତେକ ଜୀବିତ ହିତାଧିକାରୀଙ୍କୁ ମୃତ ଦର୍ଶାଯାଇଛି। ସେମାନଙ୍କୁ ଭୁଲ୍‌ରେ ମୃତ ଦର୍ଶାଯାଇଥିବାରୁ ଦ୍ୱିତୀୟ କିସ୍ତି ପାଇପାରି ନାହାନ୍ତି। ଏହି ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯାଉଛି। ଅଗଷ୍ଟ ୧୫ ତାରିଖ ପରେ ଅଙ୍ଗନବାଡ଼ି କର୍ମୀମାନେ ଗାଁକୁ ଯାଇ ସର୍ଭେ କରିବେ। ସର୍ଭେ ରିପୋର୍ଟ ପୋର୍ଟାଲ ଗ୍ରୀଭାନ୍ସ ଅପଲୋଡ ହେବ। ଯାଞ୍ଚ ପରେ ହିତାଧିକାରୀମାନଙ୍କୁ ଦ୍ବିତୀୟ କିସ୍ତି ମିଳିବ। ପ୍ରଥମ କିସ୍ତି ପାଇଥିବା ସମସ୍ତ ଜୀବିତ ହିତାଧିକାରୀ ଦ୍ବିତୀୟ କିସ୍ତିର ଟଙ୍କା ପାଇବେ। ଦ୍ବିତୀୟ କିସ୍ତି ପାଇଁ ଚିନ୍ତା କରିବାର କିଛି ନାହିଁ।

Read More

ଆଜି କଟକ ବୟାଳିଶ ମୌଜାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା’ ବା ‘ଘରେ ଘରେ ତ୍ରିରଙ୍ଗା’ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବୟାଳିଶ ମୌଜାର ବ୍ରହ୍ମପୁର ଛକ ଠାରୁ କଳପଡା ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ବିଶାଳ ଶୋଭାଯାତ୍ରାରେ ଯାଇଥିଲେ । କଟକ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ହଠାତ୍‌ ୧୧ଟାବେଳେ ୪୨ ମୌଜା ମୁଖେ ଗଡ଼ିଥିଲା। ଏକଥା ଜାଣିବା ପରେ କଟକ ଜିଲା ସାଧାରଣ ଓ ପୋଲିସ ପ୍ରଶାସନ ବେଶ୍‌ ସକ୍ରିୟ ହୋଇ ଉଠିଲା। ୫୦ରୁ ଊର୍ଦ୍ଧ୍ୱ ସରକାରୀ ଗାଡ଼ି ଏହି ତ୍ରିରଙ୍ଗା ରାଲିରେ ଯାଉଥିବା ଦେଖାଯାଇଥିଲା। ଏକ ଖୋଲା ଗାଡ଼ିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଖୋଲା ଜିପ୍‌ରେ ହାତ ହଲାଇ ସାଧାରଣ ଲୋକଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ।ସ୍ଥାନେ ସ୍ଥାନେ ମହିଳାମାନେ ପୁଷ୍ପ ଓ ଦୀପ ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ…

Read More

ପିଏମ ସୂର୍ଯ୍ୟ ଘର ଯୋଜନାକୁ ନେଇ ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ । ଲୋକଙ୍କୁ ସଚେତନ କରାଯିବା ସହ ଲିଫଲେଟ୍ ଓ ପାମ୍ପଲେଟ୍ ବଣ୍ଟାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଅନଲାଇନ୍ ଜରିଆରେ ଯେଉଁମାନେ ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ବିତରଣ କମ୍ପାନିମାନେ ଯୋଗାଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି , ପିଏମ ସୂର୍ଯ୍ୟ ଘର ଯୋଜନାରେ ଓଡ଼ିଶାର ପ୍ରୋଗେସ ସ୍ଲୋ ଅଛି । ସେଥିପାଇଁ ନିଷ୍ପତ୍ତି ନିଆଯାଇଛି , ଏଣିକି ପ୍ରତି ମାସ ରେ ରିଭ୍ୟୁ କରାଯିବ । ଯୋଜନାର ଅଗ୍ରଗତିକୁ ନେଇ ବିତରଣ କମ୍ପାନିଙ୍କ ସହ ବୈଠକ ହେବ । କାରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ ସୂର୍ଯ୍ୟ ଘର ଯୋଜନାରେ ୩ ଲକ୍ଷ ଟାର୍ଗେଟ ଦିଆ ଯାଇଥିଲା…

Read More

୨୦୨୫ରେ କୃଷ୍ଣ ଜନ୍ମାଷ୍ଟମୀ ଅର୍ଥାତ୍ ଶ୍ରୀ କୃଷ୍ଣ ଜୟନ୍ତୀ କେଉଁ ତାରିଖରେ ପାଳନ କରାଯିବ ସେ ବିଷୟରେ ବହୁତ ଦ୍ୱନ୍ଦ୍ୱ ରହିଛି । ପଞ୍ଚାଙ୍ଗ ଅନୁସାରେ, ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଗଷ୍ଟ ୧୫ ରାତି ୧୧:୪୯ ରୁ ଆରମ୍ଭ ହୋଇ ଅଗଷ୍ଟ ୧୬ ରାତି ୦୯:୩୪ ପର୍ଯ୍ୟନ୍ତ ଚାଲିବ ।୨୦୨୫ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀର ସଠିକ୍ ତାରିଖ ଜାଣିବା ପାଇଁ, ଏହି ପର୍ବ କେଉଁ ତିଥି ଏବଂ ନକ୍ଷତ୍ରରେ ପାଳନ କରାଯାଏ ତାହା ଜାଣିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆମେ ଆପଣଙ୍କୁ କହି ରଖୁଛୁ ଯେ ପଞ୍ଚାଙ୍ଗ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଏବଂ ରୋହିଣୀ ନକ୍ଷତ୍ରର ଶୁଭ ସଂଯୋଗରେ ଜନ୍ମାଷ୍ଟମୀର ପବିତ୍ର ପର୍ବ ପାଳିତ ହୁଏ । ଧାର୍ମିକ ବିଶ୍ୱାସ ଅନୁସାରେ, ଭଗବାନ ଶ୍ରୀକୃଷ୍ଣ ଏହି ତିଥି ଏବଂ ନକ୍ଷତ୍ରରେ ରାତି ୧୨ଟାରେ ଜନ୍ମଗ୍ରହଣ କରିଥିଲେ । ଏପରି…

Read More

ଏମ୍ସରେ ପିପିଲିର ଗୁରୁତର ମହିଳାଙ୍କୁ ଭେଟିଲେ ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ର । ମହିଳାଙ୍କ ବାପା ଓ ସ୍ୱାମୀଙ୍କ ସହ ସ୍ୱାସ୍ଥ୍ୟାବସ୍ଥା ନେଇ ଆଲୋଚନା କଲେ । ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବୟାନ ରେକର୍ଡ କରିପାରିଲେନି । କିଛି ସମୟ ପୂର୍ୱରୁ ଏହି ଘଟଣାରେ ଅତିରିକ୍ତ ଏସପି ବଡ ସୂଚନା ଦେଇଛନ୍ତି । କହିଛନ୍ତି, ପାରିବାରିକ କଳହ ନଥିଲା, ଋଣ ଚାପରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରୁ ସୁଇସାଇଡ ନୋଟ ଓ କିରାସିନି ବୋତଲ ଜବତ ହୋଇଛି । ମିଳିଥିବା ସୁଇସାଇଡ ନୋଟକୁ ଯାଞ୍ଚ ପାଇଁ ପଠାଯାଇଛି । ପାଖରେ ଥିବା ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି । ଶରୀରର ୯୦ ପ୍ରତିଶତ ପୋଡିଛି। ଭେଣ୍ଟିଲେଟରରେ ରହିଛନ୍ତି । ସୂଚନା ଥାଉକି, ଗତକାଲି ପିପିଲିରେ ଜଣେ ମହିଳା ଜଳିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପିପିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ୯୦ ପ୍ରତିଶତ…

Read More

ଚତୁର୍ଥ ଦିନରେ ଓଡିଶା ରାଜସ୍ବ ଅମଲା ସଂଘର ଆନ୍ଦୋଳନ । ରାଜ୍ୟର ୧୦ ହଜାରରୁ ଅଧିକ ରାଜସ୍ୱ କର୍ମଚାରୀ ୩୦ ଟି ଯାକ ଜିଲ୍ଲାରେ ୧୦ ଦଫା ଦାବି ନେଇ ଗତ ୧୧ ତାରିଖ ଠାରୁ ସାମୁହିକ ଛୁଟିରେ ଅଛନ୍ତି । ସାରା ରାଜ୍ୟରେ ରାଜସ୍ୱ କାର୍ଯ୍ୟ ସଂପୂର୍ଣ୍ଣ ଠପ ହୋଇଯାଇଛି । ସାଧାରଣ ଲୋକଙ୍କ ସମସ୍ୟାକୁ ଆଖିରେ ରଖି ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବାକୁ ରାଜସ୍ବ ମନ୍ତ୍ରୀ ପରାମର୍ଶ ଦେଇଥିଲେ ମଧ୍ୟ ତାହାକୁ ଭ୍ରୁକ୍ଷେପ କରି ନାହିଁ ସଙ୍ଘ । ତେବେ ଗତକାଲି ତୁରନ୍ତ ଧାରଣା ବନ୍ଦ କରି କାମକୁ ଫେରିବାକୁ କହିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ । କାର୍ଯ୍ୟରେ ଅବହେଳା ହେଲେ ଦରମା ବନ୍ଦ ହେବ ବୋଲି ଧମକ ଦେଇଥିଲେ ମନ୍ତ୍ରୀ। ହେଲେ ତାଗିଦ ସତ୍ବେ ଆଜି ପୁଣିଥରେ ଧାରଣାରେ ବସିଛନ୍ତି ଅମଲା ସଂଘ ।

Read More