କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ନର୍ଥ ବିଟ୍ ଅସ୍ତଯୋଡ଼ି ଗ୍ରାମ ନିକଟରେ ଥିବା ନାଳ ନିକଟରୁ ଶୁକ୍ରବାର ବନବିଭାଗ ୧୦ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି।ସାପଟି ନାଳ କଡରେ ଥିବା ବେଳେ କିଛି ଲୋକ ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ |ଅସ୍ତଯୋଡ଼ି ଗ୍ରାମର ଫକୀର ଦେହୁରୀଙ୍କ ଛେଳିଟିକୁ ଅଜଗର ପାଟିରୁ ବନ କର୍ମଚାରୀ ବାହାର କରିଥିଲେ ହିଁ ଛେଳିଟିର ମୃତ୍ୟୁ ହୋଇଛି। ଅଜଗରକୁ ଟିକାସିଲ ସଂରକ୍ଷିତ ଜଙ୍ଗଲରେ ବନବିଭାଗ ଛାଡ଼ି ଦେଇଛି।
Author: sanitelevision
ପୁଣି ଜଳିଲେ ଆଉ ଜଣେ ଯୁବକ। ରାସ୍ତା ଉପରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଯୁବକ। ବିଚ୍ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲେ ବ୍ୟକ୍ତି।ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଧା ଜିଲ୍ଲା ବାଲିପାଟଣା ଅଞ୍ଚଳରେ ଘଟିଛି । ବାଲିପାଟଣା ଛକରେ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀର ୮୦ରୁ ଅଧିକ ପ୍ରତିଶତ ପୋଡି ଯାଇଥିବା ସୂଚନା ମିଳିଛି ।ସୂଚନାନୁସାରେ, ଏବେ ରାଜ୍ୟରେ ଜଳିଯିବା ଘଟଣା ତୀବ୍ର ବେଗରେ ବଢି ଚାଲିଛି। କେତେବେଳେ ଛାତ୍ରୀ ତ ଆଉ କେତେବେଳେ ମହିଳା। ଆଉ ଏବେ ସେହି ପୋଡ଼ି ହେବା ଧାରାରେ ସାମିଲ ହୋଇଛନ୍ତି ଯୁବକ।
ଉତ୍ତର-ପଶ୍ଚିମ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ସଂଲଗ୍ନ ଅଞ୍ଚଳ ଉପରେ ଲଘୁଚାପ ସକ୍ରିୟ ରହିଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କି.ମି. ଉପରେ ଦକ୍ଷିଣ ଆଡ଼କୁ ଢଳି ରହିଛି। ଶୁକ୍ରବାର ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।ଆଜି ବିଶେଷକରି କୋରାପୁଟ, ଗଜପତି, ରାୟଗଡା ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ଏହାସହିତ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ସଂଲଗ୍ନ ଜିଲ୍ଲା ଗୁଡିକରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।ଆଗକୁ ଆଉ ୨ ଟି ଲଘୁଚାପ ଆସିପାରେ । ଗୋଟିଏ ୧୯ ତାରିଖ ବେଳକୁ ଆସିବାକୁ ଥିବା ବେଳେ ଅନ୍ୟଟି ୨୭ ତାରିଖ ବେଳକୁ ଆସିପାରେ । ତେବେ ଟ୍ରିପଲ ଲଘୁଚାପ ପ୍ରଭାବରେ ରାଜ୍ୟରେ ନିଆଣ୍ଟିଆ ବର୍ଷାର ଭରଣା ହୋଇପାରେ ।
ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ନିଜ ଘରେ ରଖି ଦେଉଥିଲେ ଶାରିରୀକ ନିର୍ଯାତନା । ଜଣେ ସରକାରୀ ବାବୁଙ୍କ ନାଁରେ ଆସିଛି ଏହିଭଳି ସାଂଘାତିକ ଅଭିଯୋଗ । ତିନି ବର୍ଷ ତଳେ ମୋରଡା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଘରେ ରଖି ପାଠ ପଢ଼ାଇବା ଓ ବଡ଼ ହେବା ପରେ ଉପଯୁକ୍ତ ପାତ୍ର ଦେଖି ବିବାହ କରାଇଦେବାର ମିଛ ପ୍ରତିଶୃତି ଦେଇ ଘରୁ ନେଇଯାଇଥିଲେ । ହେଲେ ଝିଅକୁ ଚାକରାଣୀ କରି ଘରେ ରଖିଲେ ଆଉ ଯୌନ ଶୋଷଣ ମଧ୍ୟ କଲେ । ତେବେ ସେ ହେଉଛନ୍ତି ବାରିପଦା ରେଡ଼ିଓ ଷ୍ଟେସନରେ ଟେକେନସିଆନ ଭାବେ କାର୍ଯ୍ୟରତ ଥିବା ପ୍ରଦୀପ ମହାଳିକ |ଏନେଇ ନାବଳିକାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଆଧାରରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି ଭଞ୍ଜପୁର ଥାନା ପୁଲିସ
‘ଶୋଲେ’ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାର ୫୦ ବର୍ଷ ପୂରଣ କରିଛି । ଏହି ଚଳଚ୍ଚିତ୍ରଟି ସ୍ୱାଧୀନତା ଦିବସ, ୧୫ ଅଗଷ୍ଟ ୧୯୭୫ରେ ମୁକ୍ତିଲାଭ କରିଥିଲା । ରମେଶ ସିପ୍ପିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ହେମା ମାଳିନୀ, ଜୟା ବଚ୍ଚନ, ସଞ୍ଜୀବ କୁମାର ଏବଂ ଅମଜଦ ଖାନଙ୍କ ଭଳି କଳାକାରମାନେ ଅଭିନୟ କରିଥିଲେ । ୨୦୪ ମିନିଟର ଏହି ଚଳଚ୍ଚିତ୍ର। କାଳ୍ପନିକ ଗାଁ ରାମଗଡ଼ ଉପରେ ଆଧାରିତ ଏକ କଲ୍ଟ କ୍ଲାସିକ୍ ସିନେମା । ସିନେମାର କାହାଣୀରେ ରହିଛି, ଜଣେ ପୂର୍ବତନ ଜେଲର ଠାକୁର ବଳଦେବ ସିଂହ ଦୁଇ ଜଣ ଚୋର ଜୟ ଏବଂ ବୀରୁଙ୍କୁ ନିୟୋଜିତ କରିଛନ୍ତି, ଜଣେ ନିଷ୍ଠୁର ଡକାୟତ ଗବ୍ବର ସିଂହକୁ ଜୀବନ୍ତ ଧରିବା ପାଇଁ । ଜେଲର ଗବରଙ୍କୁ ମାରି, ପରିବାର ହତ୍ୟାର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ଶୋଲେ ମୁମ୍ବାଇର ୧୫୦୦ ଆସନ ବିଶିଷ୍ଟ ମିନର୍ଭା ଥିଏଟରରେ ପାଞ୍ଚ ବର୍ଷ ଧରି ନିରବଚ୍ଛିନ୍ନ…
ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ସାରା ଦେଶରେ ସ୍ବାଧୀନତା ଦିବସର ଆନନ୍ଦ ଉତ୍ସାହ । ଭୁବନେଶ୍ବର ମାହାତ୍ମାଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଆଜି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ଉତ୍ସବ ଆରମ୍ଭ ହୋଇଛି । ରାଷ୍ଟ୍ରପତି ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆର୍ମଡ ପୋଲିସ ଏସଆଇ ବିରୀଶ ମାଝୀ , ଏସଓଜି ହାବିଲଦାର ପବିତ୍ର ସାହୁ । ହାବିଲଦାର ଉମେଶ ମୁଣ୍ଡା, ଏସଓଜି କମାଣ୍ଡୋ ପୀତାମ୍ବର ସତନାମି , ଓଏସଏପି କମାଣ୍ଡୋ କବି ରାଉତ, ଏସଓଜି କମାଣ୍ଡୋ ସୁଶାନ୍ତ ସାଗର , ବଲାଙ୍ଗୀର ଖପ୍ରାଖୋଲରେ ମାଓବାଦୀ ବିରୋଧୀ ଅପରେସନରେ ଥିଲେ ସଂପୃକ୍ତ । ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି ।
ସପ୍ତାହେ ମଧ୍ୟରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି। ପୁରୀରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା। କମିଟି ଗଠନ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆର ଦୁଇ ଜଣ ଅଭିଜ୍ଞ ଅଧିକାରୀ ନିୟୋଜିତ ହୋଇସାରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଉଚ୍ଚ ସ୍ତରୀୟ କମିଟି ବୈଠକ ବସି ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ।ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସଓପି ଆଧାରରେ ରତ୍ନଭଣ୍ଡାର ଗଣତି ମଣତି ହେବ । ଏଥିସହ ଆସନ୍ତା ୧୯ ତାରିଖରେ ରଥଯାତ୍ରା ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ବିଶେଷ କରି ମହାପ୍ରଭୁଙ୍କ ଯାନିଯାତ୍ରା, ପର୍ବପର୍ବାଣୀ କିଭଳି ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେବ ସେ ନେଇ ସେ ନେଇ ଆଲୋଚନା କରାଯିବ।
୭୯ତମ ସ୍ବାଧୀନତା ଦିବସ ଅବସରରେ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କହିଛନ୍ତି, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅଧିକ ଚାଉଳ ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଚି । ୧୧ଟି ଜିଲ୍ଲାକୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ୮ କେବିକେ ଜିଲ୍ଲା ସହ ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ସୁବିଧା ମିଳିବ । ୩ ମାସ ପାଇଁ ୨୭ ଲକ୍ଷରୁ ଅଧିକ ପରିବାରକୁ ମିଳିବ ସୁବିଧା । ମୋଟ ୪୧ ହଜାର ୮୨ ମେଟ୍ରିକ ଟନ ଅତିରିକ୍ତ ଚାଉଳ ବଣ୍ଟନ କରାଯିବ । ରାଜ୍ୟ ସରକାର ନିଜ ପାଣ୍ଠିରୁ ପ୍ରାୟ ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ।ସେହିପରି ମୁଖ୍ୟମନ୍ତ୍ରୀ ଆଗାମୀ ୫ ବର୍ଷରେ ୭୫,୦୦୦ କିଲୋମିଟର ଉଚ୍ଚମାନର ସଡ଼କ…
ଆଜି ପବିତ୍ର ଜନ୍ମାଷ୍ଟମୀ । ସାରା ଜଗତର ଭଗବାନ ଆଦି କର୍ତ୍ତାଙ୍କର ଜନ୍ମ ଦିନ। ତେବେ ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯିବ । ବଡ଼ ଦେଉଳର ପରମ୍ପରା ଅନୁସାରେ ନୀତିକ୍ରାନ୍ତି ହେବ । ଏହି କାରଣ ପାଇଂ ଆଜି 5 ଘଣ୍ଟା ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ ।ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସନ୍ଧ୍ୟା 7ଟାରୁ ରାତି 12ଟା ପର୍ଯ୍ୟନ୍ତ ଠାକୁରଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ।
୭୯ ତମ ସ୍ୱାଧୀନତା ଦିବସକୁ ନେଇ ସାରା ଦେଶରେ ନାହିଁ ନ ଥିବା ଉତ୍ସାହ ।ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏଥିରେ ଭାରତ ମାତା କି ଜୟ ଲେଖିବା ସହ ଯୁଦ୍ଧବିମାନ, ତ୍ରିରଙ୍ଗା ଆଦି ବାଲିରେ ନିର୍ମାଣ କରିଛନ୍ତି ସୁଦର୍ଶନ । ଏହା ସହ ସୁଦର୍ଶନ ପୁରୀ ବେଳାଭୂମିରେ ଅପରେସନ ସିନ୍ଦୂର ଥିମ୍ ରେ ସୁନ୍ଦର ବାଲୁକା ଚିତ୍ରକଳା ଗଢିଥିବା ବେଳେ ଭାରତ ମାନଚିତ୍ରରେ ସିନ୍ଦୂରର ପ୍ରତିକୃତିକୁ ଦର୍ଶାଇଛନ୍ତି । ସେହିପରି ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକାକଳାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଏକ ସୁନ୍ଦର ଛବି ତିଆରି କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।









