Author: sanitelevision

ନବୀନ ନିବାସରେ ବଡ଼ ହଲଚଲ। ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କିଛି ମାସ ତଳେ ଚିକିତ୍ସା ଲାଗି ମୁମ୍ବାଇ ଯାଇଥିଲେ ନବୀନ ।ସେଠାରେ ସୁସ୍ଥ ହୋଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି। ତେବେ ଓଡ଼ିଶା ଫେରିବା ପରେ ନବୀନ ନିବାସରେ ବସିଛି ବଡ଼ ବୈଠକ । ଯେଉଁଥିରେ ବିଜେଡି ନେତା ପ୍ରଫୁଲ ସାମଲ, ଜଗନ୍ନାଥ ସାରକା, ସାଲୁଗା ପ୍ରଧାନଙ୍କ ସହ କିଛି ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ତେବେ ଆଗାମୀ ରାଜନୈତିକ ରଣନୀତି ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ବିଶେଷ କରି ଉପରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ କିଛି ଆଲୋଚନା ହୋଇଥାଇପାରେ। ମୁମ୍ବାଇରୁ ସୁସ୍ଥ ହୋଇ ଫେରିବା ପରେ ନବୀନ ନିବାସରେ ବସିଛି ପ୍ରଥମ ବୈଠକ ।

Read More

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ। ଭାରତୀୟ ରାଜନୀତିର ସେ ଅଟଳ ରାଜନେତା । ଏମିତି ବ୍ୟକ୍ତିତ୍ୱ ନା ଶୁଣିଲେ ବି ଥରିଉଠନ୍ତି ଶତ୍ରୁ ରାଷ୍ଟ୍ର । ଉଚ୍ଚ ସ୍ୱରରେ କଥା ନହେଲେ ବି ପଦିଏ କଥାରେ ବିରୋଧୀ ଚିତ୍ । ତେବେ ସାରା ଦେଶ ତାଙ୍କୁ ଜଣାଉଛି ଶ୍ରଦ୍ଧାଞ୍ଜଳୀ । ତାଙ୍କର ଗୋଟିଏ କବିତା ଆଜି ମନରେ ଗୁଞ୍ଜରିତ ହେଉଛି । ହାର ନେହିଁ ମାନୁଙ୍ଗା, ରାରୁ ନେହିଁ ଠାନୁଙ୍ଗା…କାଲ କେ କପାଲ ପର ଲିଖତା ମିଟାତୁ ହୁଁ, ଗୀତ ନୟା ଗାତା ହୁଁ….ଅଟଳ ବିହାରୀ ବାଜପେୟୀଙ୍କ ଅବଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ଲେଖିଛନ୍ତି, ସମସ୍ତ ଦେଶବାସୀଙ୍କ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ସମ୍ମାନଜନକ ଶ୍ରଦ୍ଧାଞ୍ଜଳି। ଦେଶର ସର୍ବାଙ୍ଗୀନ ବିକାଶ ପ୍ରତି ତାଙ୍କର ସମର୍ପଣ ଏବଂ ସେବା ମନୋଭାବ ସମସ୍ତଙ୍କୁ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ…

Read More

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା । ପୁଣି ଜଣେ ବିହାରୀ ବ୍ୟକ୍ତି ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ ବେଳେ ଧରାପଡିଲେ। ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ JTP ହାତରେ ଧରାପଡିଲେ । ପରେ ତାଙ୍କୁ ସିଂହଦ୍ୱାର ପୋଲିସ ଜିମା ଦିଆଯାଇଛି । ଉକ୍ତ ବ୍ୟକ୍ତି ଜଣକ ବିହାରର ବୋଲି ଜଣାପଡ଼ିଛି । ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଠିକ୍ ନଥିବା କୁହାଯାଉଛି । ସିଂହଦ୍ବାର ପୁଲିସ ଘଟଣାରେ ଅଧିକ ତଦନ୍ତ କରିବା ସହ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି।

Read More

ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ ଆଜି ବାହାରିବ ଲଗ୍ନ । ଦିନ ୪ଟା ୩୦ରେ ହେବ ସମୟ ନିର୍ଦ୍ଧାରଣ । ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ଅର୍ଥାତ୍ ଆଜି ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତ ମଣ୍ଡଳୀ ସଭା ଆୟୋଜନ କରାଯାଏ। ଏବଂ ସେଠାରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ଲଗ୍ନ ନିର୍ଦ୍ଧାରଣ ପରେ ପଣ୍ଡିତ ମହାସଭା ଓ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଦସ୍ୟମାନେ ମା ସମଲେଇଙ୍କ ମନ୍ଦିର ଯାଇ ମାଙ୍କ ନିକଟରେ ଲଗ୍ନପତ୍ର ଅର୍ପଣ କରିଥାନ୍ତି। ତେବେ ଲଗ୍ନ ନିର୍ଦ୍ଧାରଣ ପାଇଁ ଅଞ୍ଚଳର ଜଣାଶୁଣା ୨୦ ଜଣ ପଣ୍ଡିତଙ୍କୁ ନିମନ୍ତ୍ରଣ କରାଯାଇଛି । ଧାର୍ଯ୍ୟ ଲଗ୍ନ ଅନୁସାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଅର୍ପଣ କରିବା ପରେ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳନ କରିବାର ବିଧି ରହିଛି ।

Read More

ନନ୍ଦୋତ୍ସବ ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର। ଶୁକ୍ରବାର ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ପାଳନ ହେଉଛି ନନ୍ଦୋତ୍ସବ ନୀତି। ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତ ମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ। ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇବେ । ଏହାପରେ ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଖଟ ଉପରେ ବିଜେ କରାଇବେ । ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ । ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି ।

Read More

ବାବା କେଳେଙ୍କାରୀ ଘଟଣା ଆସିଛି ସାମ୍ନାକୁ । ଜଣେ ମହିଳା ଆଣିଛି ସଙ୍ଘାତିକ ଅଭିଯୋଗ। ମହିଳା ଅନ୍ତେବାସୀଙ୍କୁ ଦୁଷ୍କର୍ମ ଓ ଅସଦାଚରଣ ନେଇ ଅଭିଯୋଗ ହୋଇଛି । ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳରେରେ ଥିବା ଏକ ଆଶ୍ରମରେ ବାବା ଜଣେ ମହିଳା ଅନ୍ତେବାସୀଙ୍କୁ ଦୁଷ୍କର୍ମ ଓ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ନାଲି କପଡ଼ା ପିନ୍ଧା ବାବାଜୀଙ୍କ ବେଶରେ ସେ ଜଣେ ଦୁଷ୍କର୍ମକାରୀ ବୋଲି କହିଛନ୍ତି ମହିଳା। ମଠରେ ଠାକୁରଙ୍କ ସେବା କରିବା ଆଳରେ ଜଣେ ବିବାହିତା ମହିଳାଙ୍କୁ ମଠକୁ ଆଣି ଚଳାଇଥିଲେ ଯୌନ କେଳେଙ୍କାରୀ। ଆଶ୍ରମ ଟି ମଧୁମଙ୍ଗଳ ଇସ୍କନ ଟ୍ରଷ୍ଟ ନାମରେ ପରିଚାଳିତ ହେଉଥିବା ବେଳେ ଭୋଜନାଳୟର ନାମ ଶ୍ରୀ ଗୋବିନ୍ଦ ଭୋଜନାଳୟ। ପୀଡ଼ିତା ଜଣକ ଏନେଇ ଅଭିଯୋଗ କରିବା ପରେ କାମାକ୍ଷାନଗର ପୋଲିସ୍ ବାବା ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ତେବେ ପୀଡିତା ଜଣେ ବିବାହିତା ମହିଳା ବୋଲି ଜଣାପଡିଛି।…

Read More

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ଚିକିତ୍ସାଧିନ ଯୁବକ ଜ୍ୟୋତି କୁମାର ମାଠିଆଙ୍କର ମୃତ୍ୟୁ ହୋଇଛି। ଶନିବାର ଭୋର ୪ଟାରେ ଜ୍ୟୋତିଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ନିଆଁ ଲାଗି ପୂରା ଶରୀର ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା । ରାତି ପ୍ରାୟ ୪ଟାରେ ମୃତ୍ୟ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି । ମୃତ୍ୟୁ ପୂର୍ବରୁ ବିସ୍ଫୋରକ ବୟାନ ଦେଇଛନ୍ତି ଜ୍ୟୋତିରଞ୍ଜନ । ସମ୍ପତ୍ତି ପାଇଁ ବାପା, ସାବତ ମା ଓ ସାନ ଭାଇ ପେଟ୍ରୋଲ ଢାଳି ଜାଳିଦେଇଥିବା ସେ ଅଭିଯୋଗ କରିଛନ୍ତି । ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ବ୍ୟକ୍ତିଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଥିବା ଜ୍ୟୋତିରଞ୍ଜନଙ୍କ ସ୍ତ୍ରୀ ମଧ୍ୟ ଅଭିଯୋଗ କରିଛନ୍ତି । ଆଜି ସାବତ ମା’ଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।…

Read More

ଆଜି ୭୯ ତମ ସ୍ୱାଧୀନତା ଦିବସକୁ ଭାରତ ପୂର୍ଣ୍ଣ ଉତ୍ସାହର ସହିତ ପାଳନ କରୁଛି। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ପରେଡରେ ଭାରତୀୟ ସେନା ଏହାର ଶୃଙ୍ଖଳା, ସାହସ ଏବଂ ଦେଶପ୍ରେମକୁ ଏକ ମହାନ ଉପାୟରେ ପ୍ରଦର୍ଶନ କରିଛି।ଆଜି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ମହାନ ପରେଡରେ, ଭାରତୀୟ ସେନା ଏହାର ଶୃଙ୍ଖଳା, ସାହସ ଏବଂ ଦେଶପ୍ରେମକୁ ଚମତ୍କାର ଭାବରେ ପ୍ରଦର୍ଶନ କରିଥିଲା । କିନ୍ତୁ ଏଥର ପରେଡରେ ଥିବା ଏକ ଛୋଟ ଅତିଥି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯାହାର ମନୋରମ ଦୃଶ୍ୟ ସମସ୍ତଙ୍କ ହୃଦୟ ଜିତିଥିଲା । ଏହି ଛୋଟ ଅତିଥି ଆଉ କେହି ନୁହେଁ ବରଂ ଏକ ଗୁଣ୍ଡୁଚିମୂଷା ଥିଲା । ଯିଏ ଭାରତୀୟ ସେନା ସହିତ ଲାଲକିଲ୍ଲାର ପ୍ରାଚୀରରେ ଉତ୍ତୋଳନ କରାଯାଇଥିବା ଜାତୀୟ ପତାକାକୁ ସଲାମ କରୁଥିବାର ନଜର ଆସିଥିଲା । ଲାଲକିଲ୍ଲାର ଏହି ସୁନ୍ଦର ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଗଲା ଏବଂ ଏହା…

Read More

ଆଜିଠୁ ଫାସଟ୍ୟାଗ୍‌ର ବଦଳିଲା ନିୟମ । ଏଣିକି ନିଇତି ଲାଇନ୍‌ରେ ଛିଡ଼ା ହୋଇ ଆଉ ଗାଡିର ଫାସ୍‌ଟ୍ୟାଗ୍‌ କାଟିବାକୁ ପଡ଼ିବନି । ଦେଶରେ ବାର୍ଷିକ ଟୋଲ ପାସ ବ୍ୟବସ୍ଥା ଆରମ୍ଭ ହୋଇଛି। ସରକାରଙ୍କ ଏହି ପାସ ସହାୟତାରେ ବର୍ଷକ ଯାଏ ଲୋକଙ୍କୁ ମୋଟା ଅଙ୍କର ଦେୟ ଦେବାକୁ ପଡ଼ିବ ନାହିଁ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଏହାକୁ ନେଇ ଘୋଷଣା କରିଥିଲେ ଯେ ବାର୍ଷିକ FASTag ଜରିଆରେ ମାତ୍ର ୧୫ ଟଙ୍କାରେ ଟୋଲ ପ୍ଲାଜା ପାର କରିପାରିବେ। ବାର୍ଷିକ ଭାବେ ଏହାର ମୂଲ୍ୟ ୩ ହଜାର ଟଙ୍କା ରଖାଯାଇଛି। ଏହାଦ୍ୱାରା ଯେକୌଣସି ବାହାନଚାଳକ ୨୦୦ ଟ୍ରିପ୍‌ କରିପାରିବେ। ଅର୍ଥାତ ବ୍ୟବହାରକାରୀ ଏକ ବର୍ଷ ମଧ୍ୟରେ ୩,୦୦୦ ଟଙ୍କାର ଏକକାଳୀନ ରିଚାର୍ଜରେ ୨୦୦ ରାଜମାର୍ଗ ଟୋଲ ବୁଥ ଅତିକ୍ରମ କରିପାରିବେ। ଶୁକ୍ରବାରଠାରୁ ଏହା ଲାଗୁ ହୋଇଛି। ସରକାର FASTag ଆଧାରିତ ବାର୍ଷିକ ପାସର ବିକ୍ରି ଆରମ୍ଭ କରିଛନ୍ତି।ବର୍ଷିକିୟା ପାସ୍ କେବଳ ଭାରତୀୟ ଜାତୀୟ…

Read More

ସ୍ୱାଧୀନତା ଦିବସ ଉପଲକ୍ଷେ କମିଛି ସୁନା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୦୧,୨୪୦ ଟଙ୍କାରେ କାରବାର ଆରମ୍ଭ କରିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୯୨,୮୦୦ ହୋଇଛି ।ଅନ୍ୟପଟେ ଓଡ଼ିଶା ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୧,୨୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୯୨,୮୦୦ ଟଙ୍କାରେ କାରବାର ଆରମ୍ଭ କରିଛି।ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧, ୦୧,୨୪୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୨ ହଜାର ୮୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୦୧,୩୯୦ ଟଙ୍କା ଓ ୨୨ କ୍ୟାରେଟ୍ ୯୨, ୯୫୦ ଟଙ୍କା ରହିଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୧୬,୧୦୦ ଟଙ୍କା ହୋଇଛି ।

Read More