ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍ । ଅନୁଗୁଳରେ କାର୍ଯ୍ୟରତ PWD ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ସୁରେନ୍ଦ୍ର ବେହେରାଙ୍କ ଘରେ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ଏହି ରେଡ୍ରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଭୁବନେଶ୍ୱର, ରାଉରକେଲା ସୁନ୍ଦରଗଡ଼, ଅନୁଗୁଳ, ଗଞ୍ଜାମର ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ଗଞ୍ଜାମରେ ଥିବା ତାଙ୍କ ପୈତୃକ ଘର, ଗଞ୍ଜାମ ପୁରଷୋତ୍ତମପୁର ବେହେରାସାହିରେ ଥିବା ଶ୍ୱଶୁର ଘର, ଅନୁଗୁଳ ସ୍ଥିତ ସରକାରୀ କ୍ବାର୍ଟର ଏବଂ ଜଳସେଚନ ଡିଭିଜନ୍ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି। ଏବେବି ଚଢାଉ ଜାରି ରହିଛି ।
Author: sanitelevision
ପୁଣି ନାବାଳିକା ପୁଣି ଗଣଦୁଷ୍କର୍ମ। ସବୁଥର ପରି ଏଥର ମଧ୍ୟ କିଛି କାମାନ୍ଧ ପୁରୁଷଙ୍କ ଲୋଲୁପ ଦୃଷ୍ଟିର ଶିକାର ପାଲଟିଛି ଜଣେ ନାବାଳିକା।ବାରମ୍ୱାର ରେପ୍ ଘଟଣା ବଢ଼ୁଛି ପଛେ କମିବାର ନାଁ ଧରୁନି। ଆଜି ପୁଣିଥରେ ସମ୍ୱଲପୁରରୁ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ସମ୍ବଲପୁର ଯୁଯୁମୁରା ଥାନା ଅଂଚଳରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଘଟଣାରେ ୫ଜଣ ସମ୍ପୃକ୍ତ ଥିବାବେଳେ ୪ ଜଣକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି l ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବା ଜଣାପଡିଛି । ଫେରାର ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
ବିରୋଧୀଦଳ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେଡିକାଲ ବେଡରୁ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଡିହାଇଡ୍ରେସନ୍ ଯୋଗୁଁ ସେ ରବିବାର ଅପରାହ୍ନ ୫ଟା ୧୫ରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବା ପରେ ସେ ବେଡରେ ଥାଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ଓ “ମୁଁ ଭଲ ଅଛି” ବୋଲି କହିଥିଲେ।ଖୁବଶୀଘ୍ର ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି କହିଛି ବିଜେଡି । ନବୀନଙ୍କ ଅସୁସ୍ଥତା ଖବର ପାଇ ଡାକ୍ତରଖାନା ଯାଇ ବିଜେଡିର ବହୁ ନେତା ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଡାକ୍ତରଖାନା ଗସ୍ତ କରି ନବୀନଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନବୀନଙ୍କ ଦ୍ରୁତ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।
ତୃତୀୟ ଲିଙ୍ଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ନିଯୁକ୍ତି ବେଳେ ପରୀକ୍ଷା ନିୟମ ବଦଳିବ । ପୁରୁଷ ଓ ମହିଳାଙ୍କ ପରି ତୃତୀୟ ଲିଙ୍ଗିଙ୍କ ପାଇଁ ଆବେଦନରେ ବ୍ୟବସ୍ଥା ପ୍ରସ୍ତାବ ରହିଛି । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ସଚିବ ଆର ଏସ ଗୋପାଳନ ଚିଠି ଲେଖିଛନ୍ତି। ସବୁ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅଫ୍ଲାଇନ୍ ହେଉ ବା ଅନ୍ଲାଇନ୍ ପୁରୁଷ/ମହିଳା/ତୃତୀୟ ଲିଙ୍ଗି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରେସମିଟରେ ସ୍ପେଶାଲ ଓଟିଇଟି ଦ୍ୱନ୍ଦ୍ୱ ଦୂର କଲେନି ବୋର୍ଡ ସଭାପତି । ଆସନ୍ତା ୩୧ ତାରିଖରେ ସ୍ପେଶାଲ ଓଟିଇଟି ହେବକି ନାହିଁ ସ୍ପଷ୍ଟ କଲେନି । ଯଦି ୩୧ ତାରିଖରେ ନ ହେଲା ଅତିଶୀଘ୍ର ସ୍ପେଶାଲ ଓଟିଇଟି କରିବୁ କହିଲେ ।ପରୀକ୍ଷାକୁ ସଠିକ ଭାବେ କରିବା ପାଇଁ କମିଟି ତର୍ଜମା କରୁଛି ।ସୂଚନାଯୋଗ୍ୟ ଯେ, ଜୁଲାଇ ୨୦ରେ ଅନୁଷ୍ଠିତ ହେବାକୁ ଥିଲା ସ୍ୱତନ୍ତ୍ର ଓଟିଇଟି । ହେଲେ ପରୀକ୍ଷାର ଠିକ୍ ପୂର୍ବ ରାତିରେ ଅପ୍ରତ୍ୟାଶିତ ଭାବରେ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ହେବା ଏଭଳି କରିବାର କାରଣ ଥିଲା । ଏହି ଘଟଣାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ | ତେବେ ବୋର୍ଡ ଉପସଭାପତି ନିହାର ମହାନ୍ତି, ବୋର୍ଡ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଜିତେନ୍ ମହାରଣା, ରାୟଗଡ଼ା ଜିଲ୍ଲାର ଏକ୍ସ କ୍ୟାଡ୍ର ଶିକ୍ଷକ ସଂଘ ସଭାପତି ବିଜୟ ମିଶ୍ରଙ୍କ ସମେତ ୮ ଜଣକୁ ଗିରଫ…
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ। ଅଗଷ୍ଟ ୨୮ ତାରିଖ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଗୁରୁବାର ସକାଳ ୧୦ଟା ୩୩ ମିନିଟରୁ ୧୦ଟା ୫୫ ମିନିଟ୍ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ । ତା’ ପରେ ଘରେ ଘରେ ଲୋକେ ନୂଆ ଖାଇବେ । ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ପକ୍ଷରୁ ଏହି ଲଗ୍ନ ଧାର୍ଯ୍ୟ କରାଯାଇଛି।
ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ କଠୋର ବିଜେପି ସରକାର । ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର । ପୂର୍ବ ସରକାର ଭଳି କେବଳ ପିଅନ, କିରାଣୀ ମାନଙ୍କ ଉପରେ ନୁହେଁ, ମୁଖ୍ୟଯନ୍ତ୍ରୀ ସ୍ତରର ଅଧିକାରୀଙ୍କ ଉପରେ ମଧ୍ୟ ବିଜେପି ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।୨୪ରୁ ୪୮ ଘଣ୍ଟାରେ ଗିରଫ ହେଉଛନ୍ତି ଅପରାଧୀ । ବିଏନଏସ ଆଇନ ଅନୁଯାୟୀ ପଦକ୍ଷେପ ନେଉଛୁ । ଅପରାଧ ଓ ଭ୍ରଷ୍ଟାଚାରମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୟାନ ରଖିଛନ୍ତି । ଦୁର୍ନୀତିକୁ ପ୍ରତିହତ କରିବା ପାଇଁ ପାରୁ ପର୍ଯ୍ୟନ୍ତ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଥିଲା । ହରିୟାଣା ପୁଲିସ ମେ ୧୬ ତାରିଖରେ ଜ୍ୟୋତିଙ୍କୁ ହଠାତ୍ ଗିରଫ କରିଥିଲା । ପ୍ରାୟ ୩ ମାସ ପରେ ପୁଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି । ସୂତ୍ର ଅନୁଯାୟୀ, ଜ୍ୟୋତିଙ୍କ ପାକିସ୍ତାନ ଲିଙ୍କ୍ର ପର୍ଦ୍ଦାଫାଶ ହୋଇଛି। ହରିୟାଣା ପୋଲିସ ସୂତ୍ର ଅନୁଯାୟୀ, ସ୍ବତନ୍ତ୍ର ତଦନ୍ତ ଦଳ (SIT) ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜଶିଟ୍ରେ ପୋଲିସ ଦାବି କରିଛି ଯେ, ଜ୍ୟୋତିଙ୍କୁ ପାକିସ୍ତାନ ପାଇଁ ଏକ ଟୁଲକିଟ୍ ଭାବରେ ବ୍ୟବହାର କରାଯାଉଥିଲା। ପୋଲିସ କହିଛି, ଜ୍ୟୋତି ପାକିସ୍ତାନୀ ଏଜେଣ୍ଟମାନଙ୍କ ସହିତ ସୂଚନା ଶେୟାର କରୁଥିଲେ ଏବଂ ସେମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ। ଜ୍ୟୋତି ତାଙ୍କ ପାକିସ୍ତାନ ଗସ୍ତ ସମୟରେ ସେଠାକାର ଏଜେଣ୍ଟମାନଙ୍କ ସହିତ ଯୋଗାଯୋଗ କରିଥିଲେ। ପୋଲିସ ଜ୍ୟୋତିଙ୍କ ମୋବାଇଲରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି। ଅନୁସନ୍ଧାନ ସମୟରେ ଏହା ମଧ୍ୟ ଜଣାପଡ଼ିଛି ଯେ ଏହି ସୂଚନା…
ବାଇକ୍ ଉପରେ ରୋମାନ୍ସ ଷ୍ଟଣ୍ଟ । ଯୁବତୀ ଓଲଟା ବସି ରିଲସ ଦେଖିଲେ, ପ୍ରେମିକ ଫିଲ୍ମ ଷ୍ଟାଇଲରେ ବାଇକ ଉଡ଼େଇଲେ। ରାଜଧାନୀରେ ମତୁଆଲା ଯୁବକ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଛି । ସମୟ ସଂଧ୍ୟା… ଏକ ଦାମୀ ବାଇକ୍ ଚଳାଉଥିଲେ ପୁଅ, ଆଉ ପଛ ସିଟ୍ରେ ବସିବା ବଦଳରେ ଝିଅ ମାନେ ଗାର୍ଲଫ୍ରେଣ୍ଡ ବସିଥିଲେ ଆଗ ସିଟ୍ରେ । କାନ୍ଧକୁ କାନ୍ଧ ଯୋଡ଼ି ହୋଇ ଚାଲିଛି ପ୍ରେମ ଦିଆନିଆ । ଦୁହିଁଙ୍କ ମୁଣ୍ଡରେ ନଥିଲା କୌଣସି ହେଲମେଟ୍। ତଥାପି ନଥିଲା ପୋଲିସକୁ ଡର । ଚଳନ୍ତା ବାଇକ୍ରେ ଭରପୁର ଚାଲିଥିଲା ରୋମାନ୍ସ । ପଛରେ କି ପାଖରେ ଯାଉଥିବା ଦେଖଣାହାରୀ ଏହି ଚିତ୍ର ଦେଖି ତାଜୁବ। ତଥାପି ପ୍ରେମୀଯୁଗଳଙ୍କ ନଥିଲା ଭୟ । ଇନଫୋସିଟି ଥାନାରୁ ଇନଫୋସିଟି ଛକ ଆଡ଼େ ବାଇକରେ ଏହି ଯୁବକ ଯୁବତୀ ଆସୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ…
ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ବିଷ ପିଇଲେ ସ୍ତ୍ରୀ । ନିଆଳି ଏକବେରୁଆଁ ପଞ୍ଚାୟତ ଅଞ୍ଚଳରେ ଅଭାବନୀୟ ଘଟଣା । ଗୁରୁତର ସ୍ତ୍ରୀଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ନିଆଳି ବ୍ଲକ ଏକବାରୁଆ ଗାଁର ସୁରେନ୍ଦ୍ର ସ୍ୱାଇଁ ବିଲରୁ ବାଇଗଣ ତୋଳିବାକୁ ଯାଇଥିବାବେଳେ ସାପ କାମୁଡ଼ି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । । ସ୍ବାମୀଙ୍କ ମୃତ୍ୟୁ ଖବର ସହିନପାରି ସ୍ତ୍ରୀ ମଞ୍ଜରୀ ସ୍ବାଇଁ ବିଷ ପିଇ ଦେଇଥିଲେ ।









