ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ।୩ ଦିନିଆ ରିମାଣ୍ଡ ଆବେଦନ ମଞ୍ଜୁର କଲେ ଜିଲ୍ଲା ଦୌରାଜଜ।ଏଫ୍ଏମ୍ ଛାତ୍ରୀ ଆତ୍ମହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ HOD ସମୀର ସାହୁ। ଜୁଲାଇ ୧୨ ତାରିଖରେ ସମୀରଙ୍କୁ କଲେଜ ପରିସରରରୁ ଗିରଫ ହୋଇଥିଲେ ।ଅଧ୍ୟାପକ ସମୀର ସାହୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ କରିଥିଲେ ଛାତ୍ରୀ। ଏନେଇ ସମୀରଙ୍କୁ ଗିରଫ କରିଥିଲା ସହଦେବଖୁଣ୍ଟା ଥାନା ପୋଲିସ। ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବ ।
Author: sanitelevision
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ୮ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି କ୍ରାଇମ୍ବ୍ରାଞ୍ଚ । ଏହି ମାମଲାରେ ଆଜି କେସ୍ ଡାଏରୀ ଦାଖଲ ପାଇଁ ସମୟ ନେଲା କ୍ରାଇମ୍ବ୍ରାଞ୍ଚ । କଟକ ଏଡିଜେ କୋର୍ଟଙ୍କ ଶୁଣାଣି ବେଳେ ସମୟ ନେଲା କ୍ରାଇମବ୍ରାଞ୍ଚ ।ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣିକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।ଖବର ଅନୁଯାୟୀ, OTET ପ୍ରଶ୍ନପତ୍ର ଲିକ ମାମଲାରେ ଛାନ୍ଭିନ୍ କରୁଛି କ୍ରାଇମବ୍ରାଞ୍ଚ । ବୋର୍ଡର ପୂର୍ବତନ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହାପରେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କଟକ ଏଡିଜେ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କୋର୍ଟ ଉକ୍ତ ମାମଲାର ଶୁଣାଣି କରି ଅଭିଯୁକ୍ତ ବିଜୟ ଓ ଜିତନଙ୍କୁ ୨ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ…
ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରସ୍ତୁତିକୁ ଜୋରଦାର କରିଛି ଏନ୍ଡିଏ । ଗତକାଲି ପ୍ରାର୍ଥୀ ଘୋଷଣା କରିବା ପରେ ସମର୍ଥନ ଯୋଗାଡ଼ ଆରମ୍ଭ କରିଛି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଫୋନ୍ରେ କଥା ହୋଇଛନ୍ତି ରାଜନାଥ ସିଂ । କଂଗ୍ରେସ ଓ ବିଜେପି ଠାରୁ ସମଦୂରତା କଥା କହି ରାଜନୀତି କରୁଥିବା ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ କେଉଁ ପଟକୁ ଢଳିବ ସେନେଇ ଅନେକ ଦିନ ଧରି ଚର୍ଚ୍ଚା ଚାଲିଛି । ଯଦିବା ଏନଡିଏ ପ୍ରାର୍ଥି ସି.ପି ରାଧାକ୍ରିଷ୍ଣଙ୍କୁ ଜିତିବାରେ କୌଣସି ଅସୁବିଧା ନାହିଁ ତଥାପି ଏନଡିଏ ବିଭିନ୍ନ ଆଞ୍ଚଳିକ ଦଳର ସମର୍ଥନ ଲୋଡୁଛି । ଏହି କ୍ରମରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜେଡି ସୁପ୍ରିମୋଙ୍କୁ ଟେଲିଫୋନ୍ କରି ସମର୍ଥନ ମାଗିଛନ୍ତି । ପୂର୍ବରୁ ଦଳର ବରିଷ୍ଠ ବିଜେଡି ନେତା ମହେଶ ସାହୁ କହିଥିଲେ କି ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ସମର୍ଥନ କରିବ ନାହିଁ । ଏବେ…
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ ଟି ଇଂପୋର୍ଟେଡ଼ ପାର୍ସିଆନ ବିଲେଇ । ମୁମ୍ୱାଇରୁ କୋଲକାତା ହେଉଥିଲା ଚାଲାଣ ବେଳେ ଜବତ ହୋଇଛି । ତେବେ ସାନ୍ତ୍ରାଗାଛିର ଏକ ଫାର୍ମରେ ବିକ୍ରି କରିବାର ଉଦେଶ୍ୟରେ ଏହି ବିଦେଶୀ ବିଲେଇ ଟ୍ରେନ ଯୋଗେ ଚାଲାଣ ହେଉଥିବା ଅନୁମାନ କରୁଛି ବ୍ରଜରାଜନଗର ଆରପିଏଫ । ଏହି ଘଟଣାରେ ଆରପିଏଫ ମୁମ୍ବାଇର ଅମିନ ସୟଦ ଓ ତାର ପରିବାରକୁ ଅଟକ ରଖି ପଚରାଉଚରା କରୁଛି । ଚାଲାଣ ବିଲେଇ ପାର୍ସିଆନ ଜାତିର ହୋଇଥିବାରୁ ବନ୍ୟ ଜନ୍ତୁ ଆଇନ ଅଧୀନରେ ଆସୁନଥିବାରୁ ଏହାକୁ ବନ ଭିଭାଗ ନେଇନଥିଲା । ଫଳରେ ଏହି ଉଦ୍ଧାର ବିଲେଇଙ୍କୁ କୌଣସି ପଶୁପକ୍ଷୀ ପାଳୁଥିବା ସଂଗଠନକୁ ହସ୍ତାନ୍ତର କରାଯିବ । ତେବେ କାହିଁକ ଏବଂ କେଉଁ ଉଦେଶ୍ୟରେ ଆମୀନ ଶୈୟଦ ବିଲେଇ ଗୁଡିକୁ ଟ୍ରେନରେ ନେଇ ଯାଉଥିଲେ ସେନେଇ ଆରପିଏଫ ପକ୍ଷରୁ ତଦନ୍ତ ଚାଲିଛି l
ଖରିଫ ଋତୁ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ ଅବଧି ୫ଦିନ ବୃଦ୍ଧି କରିଛନ୍ତି। ପଞ୍ଜୀକରଣ ସମୟ ସୀମା ଚଳିତ ମାସ ୨୦ ତାରିଖ ଥିବାବେଳେ ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।୨୦୨୫-୨୬ ଖରିଫ ପଞ୍ଚିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଚାଷୀଙ୍କୁ ଆଉ ଦେବାକୁ ପଡିବନି ବଂଶାବଳୀ ପ୍ରମାଣ ପତ୍ର । ବଂଶାବଳୀ ପ୍ରମାଣ ପତ୍ର ବଦଳରେ ଏଥର ଚାଷୀଙ୍କୁ ସେଲ୍ଫ ଡିକଲାରେସନ ଦେବାକୁ ପଡିବ । ସେଲ୍ଫ ଡିକଲାରେସନ ଫର୍ମ ସବୁ ଜିଲ୍ଲାକୁ ପଠେଇ ଦିଆଯାଇଛି । ଚାଷୀଙ୍କୁ ଆଉ RI ପାଖକୁ ଯିବାକୁ ପଡ଼ିବନି । ଚାଷୀ ସେଲ୍ଫ ଡିକଲାରେସନ ଫର୍ମରେ ଦସ୍ତଖତ କରି ରେଜିଷ୍ଟେସନ କରିବେ ।ଏହାସହ digitalization ପାଇଁ…
ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ରାଜ୍ୟ କମିଟି ଓ ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ନେଇ ବଢିଲା ଚର୍ଚ୍ଚା। ଗସ୍ତ ସମୟରେ ମନମୋହନ କିଛି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ପାରନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ନେଇ ସାଂସଦମାନଙ୍କ ସହ ଆଲୋଚନା କରିପାରନ୍ତି। ସେପଟେ ଭୁବନେଶ୍ୱର ସାଙ୍ଗଠନିକ ଜିଲା ଅନ୍ତର୍ଗତ ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ସ୍ମୃତିରଞ୍ଜନ ଦାସଙ୍କର ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗ କାରଣରୁ ଦଳର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ତେଣୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ସ୍ମୃତି ରଞ୍ଜନ ଦାସଙ୍କୁ ଦଳରୁ ନିଲମ୍ବନ କରାଗଲା ବୋଲି ଶୃଙ୍ଖଳା କମିଟି ରାଜ୍ୟ ଆବାହକ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି।
ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହେବ । ହାତରେ ବାଡ଼ି ଆଉ ଶିକାରେ ଲହୁଣୀ ଧରି ବେଶ ହେବେ କଳା ଗୋରା ଦୁଇ ଠାକୁର ।ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଇ ବାଛୁରୀଙ୍କୁ ସାଙ୍ଗରେ ଧରି ବନଭୋଜି ପାଇଁ ଯାଇଥିବାର ପୁରାଣରେ ବର୍ଣ୍ଣିତ ରହିଛି । ଏହି ପରମ୍ପରାକୁ ସ୍ମରଣ କରି ମହାପ୍ରଭୁଙ୍କୁ ଏହି ବେଶ କରାଯାଇଥାଏ ।ଆଜି ଭାଦ୍ରକୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବନଭୋଜି ବେଶ ସହ କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହେବ। ଆଜି ମଧ୍ୟାହ୍ନ ଧୂପ ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ଦକ୍ଷିଣ ଦ୍ୱାରରେ ଥିବା ରାମକୃଷ୍ଣଙ୍କୁ ପ୍ରଦାନ କରାଯିବ ।କୋଳିବିକା ନୀତି ସରିବା ପରେ ପୁଷ୍ପାଳକ ସେବକମାନେ ଶ୍ରୀଜିଉମାନଙ୍କୁ ବଣଭୋଜି ବେଶରେ ଭୂଷିତ କରିଥାନ୍ତି । ଏହି ବେଶର…
ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେ ରବିବାର ସନ୍ଧ୍ୟାରୁ ସ୍ଥାନୀୟ ସମ୍ ଅଲ୍ଟିମେଟ୍ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ନବୀନଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଉକ୍ତ ଘରୋଇ ହସ୍ପିଟାଲରେ ଦଳୀୟ ନେତାଙ୍କ ପ୍ରବଳ ଭିଡ଼ ମଧ୍ଯ ଜମିଥିଲା।ହେଲେ ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୁଜାତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ନବୀନବାବୁଙ୍କ ଦେହ ଦୁଇଦିନ ହେଲା ଖରାପ ଥିଲା, ତେବେ ତାଙ୍କୁ କାହିଁକି ଏତେ ବିଳମ୍ବରେ ହସ୍ପିଟାଲକୁ ଅଣାଗଲା। ଏ ସମ୍ପର୍କରେ ଦଳର ଅନ୍ୟ ନେତାମାନଙ୍କୁ କାହିଁକି ଖବର ଦିଆଗଲା ନାହିଁ। କ’ଣ ଏଠାରେ ଚାଲିଛି ବୋଲି ରଣେନ୍ଦ୍ର ପ୍ରଶ୍ନ ଉଠାଇଥିଲେ।। ରଣେନ୍ଦ୍ରଙ୍କ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ସୁଜାତା ତୃତୀୟ ମହଲା ଆଡ଼କୁ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ହସ୍ପିଟାଲର ତୃତୀୟ ମହଲାରେ…
ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଯେଉଁଥିରେ ଜଣେ ଡିଆର୍ଜି ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । କମ୍ବିଂ ବେଳେ ନ୍ୟାସନାଲ ପାର୍କ ନିକଟରେ ମାଓବାଦୀ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ଡିଆରଜି ଯବାନ ହେଉଛନ୍ତି ଦିନେଶ ନାଗ ।ସେପଟେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ପରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଅଧିକ ଫୋର୍ସ ଓ ପୋଲିସ ସହାୟତାରେ ଅପରେସନକୁ ଜୋରଦାର କରାଯାଉଛି । ଜଙ୍ଗଲରେ ଏବେବି କିଛି ମାଓବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି । ଅଧିକାରୀ କହିଛନ୍ତି ଯେ DRG ଏବଂ ରାଜ୍ୟ ପୋଲିସର ଏକ ଟିମ୍ ମିଶି ରବିବାର ନକ୍ସଲ ବିରୋଧରେ ଏକ ଅଭିଯାନ ଚଳାଇଥିଲେ। ଏହି ସମୟରେ, ନକ୍ସଲମାନେ ରାସ୍ତାରେ…
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆହୁରି ୩ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ଉଭା ହୋଇଛି। ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ବଜ୍ରପାତ ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍ସିଂହପୁର ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ୧୯ ତାରିଖ ସକାଳୁ ବର୍ଷା ପରିମାଣ ବଢ଼ିପାରେ। ଏଥିପାଇଁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ରେଡ୍ ଓ୍ବାର୍ନିଂ ଓ ରାୟଗଡ଼ା, ଗଜପତି ଓ କଳାହାଣ୍ଡିକୁ ଅରେଞ୍ଜ ଓ୍ବାର୍ନିଂ ରହିଛି।ସେପଟେ ସମୁଦ୍ର ଅଶାନ୍ତ ରହିବ । ସମୁଦ୍ର ଉପକୂଳ…









