Author: sanitelevision

ଦୀର୍ଘ ୪ ମାସର ଲୁଚକାଳି ଖେଳ ପରେ ଶେଷରେ ନାବାଳିକାଙ୍କୁ ବିବାହ କରିଥିବା ଅଭିଯୁକ୍ତ ନିଲମ୍ବିତ ପୁଲିସ ଏସଆଇ ଅମିତ ପାଢୀଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ପୁଲିସ। ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ଅମିତ ରାଜ୍ଯ ବାହାରକୁ ଖସି ପଳାଇଥିଲେ। ଜିଲ୍ଲା ପୁଲିସର ସ୍ପେସାଲ ସ୍କ୍ବାଡ୍ ଆନ୍ଧ୍ରପ୍ରଦେଶରେ ଚଢଉ କରି ଗିରଫ କରିଥିବା ବେଳେ ଆଜି ଭୋରରୁ ଜଗତସିଂହପୁରରେ ପହଞ୍ଚି ଥିବା ଜଣାପଡିଛି।ସୂଚନାମୁତାବକ, ଫେସ୍‌ବୁକ୍‌ ପରିଚୟରୁ ଦଶମ ଶ୍ରେଣୀ ଝିଅକୁ ପ୍ରେମ ପରେ ବିବାହ କରିଥିଲେ ଥାନା ଏସ୍‌ଆଇ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରତେଇ ଗାଁର ଅମିତ ପାଢ଼ୀଙ୍କ ନାଁରେ ଏପରି ସଙ୍ଗୀନ ଅଭିଯୋଗ ଆସିଥିଲା। ତେବେ ବିବାହର କିଛ ମାସ ପରେ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ନିର୍ଯାତନା ନେଇ ଆସିଥିଲା ଅଭିଯୋଗ । ଜଗତସିଂହପୁର ସଦର ଥାନାରେ ନାବାଳିକା ବୋହୂକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ…

Read More

ରାଜ୍ୟରେ ଧୀରେ ଧୀରେ ଦୁର୍ବଳ ହେଉଛି ଅବପାତ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଥିବା ଏହି ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହେଉଛି । ଆସନ୍ତା ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅବପାତ ଦୁର୍ବଳ ରହିବା ସତ୍ତ୍ଵେ କିଛି ସ୍ଥାନରେ ବର୍ଷା ଜାରି ରହିବ।ଆଜି ପ୍ରବଳ ବର୍ଷା ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କେନ୍ଦୁଝର ଓ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୨୪ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାକୁ ଝଡ଼ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୩ ତାରିଖ ଯାଏ ଉତ୍ତର ଓଡ଼ିଶାର କିଛି ସ୍ଥାନରେ…

Read More

ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା। ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ଵର-ଦୁବାଇ ବିମାନ ସେବାକୁ ବନ୍ଦ କରି ଦିଆଯିବ। ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଏହି ରୁଟରେ କମ୍ପାନୀ ଏହାର ସେବା ବନ୍ଦ କରିବା ନେଇ ସୂଚନା ମିଳିଛି। ଏହି ରୁଟରେ ଆଉ ଯାତ୍ରା ସୁବିଧା ପାଇବେନି ଯାତ୍ରୀ।ଏଥିସହ ଏହି ରୁଟ୍‌ରେ ଇଣ୍ଡିଗୋ ବିମାନ ସପ୍ତାହକୁ ତିନି ଥର ଚଳାଚଳ କରୁଥିଲା । ‘ଏରୋରୁଟ୍‌ସ’ର ସଂଶୋଧିତ ବିମାନ ନିର୍ଘଣ୍ଟ‌ରେ ଇଣ୍ଡିଗୋର ଭୁବନେଶ୍ବର-ଦୁବାଇ ରୁଟ୍‌ର ନାମ ନଥିବାରୁ କମ୍ପାନି ଏହି ସେବା ବନ୍ଦ କରୁଥିବା ଆଶଙ୍କା କରାଯାଉଛି । ତେବେ ଦୁବାଇ ଯିବାକୁ ଚାହୁଥିବା ଯାତ୍ରୀମାନେ ଭାୟା ଆବୁଧାବି ଦେଇ ଯାତ୍ରା କରିପାରିବେ। ଅନ୍ୟଥା ସେମାନେ ଭୁବନେଶ୍ବରରୁ ଦେଶର ଅନ୍ୟ ସହରକୁ ଯାଇ ସେଠାରୁ ଦୁବାଇକୁ ଥିବା ସିଧାସଳଖ ବିମାନ ସେବା ହାସଲ କରିପାରିବେ ।

Read More

ପାର୍ବଣରେ ଜୋର ଜବରଦସ୍ତି ଆଦାୟ କରି ପାରିବେନି ଚାନ୍ଦା । ବିଶୃଙ୍ଖଳା କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ। କଟକ ଶାରଳା ଭବନରେ ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି କଟକ କମିଶନରେଟ ପୋଲିସ । ଚଳିତ ବର୍ଷ ସହରରେ ପ୍ରାୟ ୧୨ଶହ ମଣ୍ଡପରେ ବିଘ୍ନ ବିନାସକଙ୍କ ପୂଜା ଆୟୋଜିତ ହେବ । ଭସାଣ ଉତ୍ସବକୁ ୩ଟି ପର୍ଯ୍ୟାୟରେ କରିବା ପାଇଁ କମିଶନରେଟ୍ ପୋଲିସ୍ ଓ ମହାନଗର ନିଗମ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ କଟକ ସହରରେ ଗଣେଶ ପୂଜା ଉତ୍ସବକୁ ସୁରୁଖୁରୁରେ ପରିଚାଳନା କରିବା, ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଶବ୍ଦ ନିୟନ୍ତ୍ରଣ ସମ୍ପର୍କରେ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।ସମସ୍ତ ପୂଜା ମଣ୍ଡପଗୁଡ଼ିକରେ ବିଦ୍ୟୁତ ସଂଯୋଗ ପାଇଁ ଉଚ୍ଚମାନର କିମ୍ବା ନୂତନ ତାର ବ୍ୟବହାର କରିବାକୁ ପଡିବ। ଦୁର୍ଘଟଣା ରୋକିବା ପାଇଁ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ରହିବ। ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ୨୭…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହା ଦେଶର ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ଏକ ନୂତନ ଦିଗଦର୍ଶନ ଦେବ। ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ୬ଲେନ ବିଶିଷ୍ଟ ୧୧୧ କିମି ବାଇପାସ ନିର୍ମାଣ ହେବ । ଏଥିପାଇଁ ୮୩୦୭ କୋଟି ଟଙ୍କା ବ୍ୟୟ ଅଟକଳ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି ।ଏହି କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ କେବଳ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଯାତାୟାତକୁ ସୁବିଧାଜନକ କରିବ ନୁହେଁ, ବରଂ ଆର୍ଥିକ ବୃଦ୍ଧି, ଶିଳ୍ପୀୟ ବିସ୍ତାର ଏବଂ ଅଞ୍ଚଳୀୟ ସମୃଦ୍ଧି ପାଇଁ ଏକ ପ୍ରଭାବଶାଳୀ ହେବ।

Read More

ବିରୋଧୀ ଦଳ ତଣ୍ଡା ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ। ଇଣ୍ଡି ମେଣ୍ଟ ବୈଠକରେ ମଙ୍ଗଳବାର ସୁଦର୍ଶନଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି।ବି ସୁଦର୍ଶନ ରେଡ୍ଡୀଙ୍କ ଜନ୍ମ ୮ ଜୁଲାଇ ୧୯୪୬ ମସିହାରେ ହୋଇଥିଲା । ସେ ଭାରତର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏବଂ ଗୋଆର ପ୍ରଥମ ଲୋକାୟୁକ୍ତ ଥିଲେ । ସୁଦର୍ଶନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ରଙ୍ଗା ରେଡ୍ଡୀ ଜିଲ୍ଲାର ଆକୁଲା ମୈଲାରାମ ଗାଁରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପ୍ରାରମ୍ଭିକ ଶିକ୍ଷା ପରେ, ସେ ୧୯୭୧ ମସିହାରେ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରୁ ଆଇନ ପାସ୍ କରିଥିଲେ । ସୁଦର୍ଶନ ରେଡ୍ଡୀ ତାଙ୍କ କ୍ୟାରିୟର ସିଭିଲ୍ ଏବଂ ସାମ୍ବିଧାନିକ ମାମଲାରେ ଅଭ୍ୟାସ କରି ଆରମ୍ଭ କରିଥିଲେ ଏବଂ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବରିଷ୍ଠ ଓକିଲ କେ. ପ୍ରତାପ ରେଡ୍ଡୀଙ୍କ ସହ କାମ କରିଥିଲେ । ଏହାପରେ ତାଙ୍କୁ ୮ ଅଗଷ୍ଟ ୧୯୮୮ରେ…

Read More

ଦାଦାବଟି ପାଇଁ ସେବାୟତଙ୍କୁ ମାଡ଼ ମରାଯିବା ଘଟଣା ସାମ୍ନାକୁ ଆସିଛି।ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ସମ୍ମୁଖରେ ଅଘଟଣ । ଗୁରୁତର ଆହତ ହେଉଛନ୍ତି ପ୍ରତାପ ମହାପାତ୍ର । ଦୋକାନରେ ବସିଥିବା ସମୟରେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ଘଟଣା ନେଇ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ ।

Read More

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ଆକ୍ସିୟମ-୪ ମହାକାଶ ମିଶନର ପାଇଲଟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ମୋଦିଙ୍କୁ ଭେଟିବା ପରେ ଏବଂ ISSରୁ ଉଠାଯାଇଥିବା ପୃଥିବୀର ଫଟୋଗ୍ରାଫକୁ ଦେଇଥିଲେ ଶୁଭାଂଶୁ । ପ୍ରଥମେ ମୋଦି ଶୁଭାଂଶୁଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିବା ସହିତ ତାଙ୍କ କାନ୍ଧରେ ହାତ ରଖି ତାଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ସମୟରେ ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ଆକ୍ସିୟମ-୪ ମିଶନ ପ୍ୟାଚ୍ ଦେଇଥିଲେ ଏବଂ ISSରୁ ଉଠାଯାଇଥିବା ପୃଥିବୀର ଫଟୋଗ୍ରାଫ୍ ମଧ୍ୟ ଦେଇଥିଲେ ।ପ୍ରଧାନମନ୍ତ୍ରୀ ମୋଦୀ ଉଭୟଙ୍କ ସାକ୍ଷାତକାରର ପୋଷ୍ଟ ସେୟାର କରି କହିଛନ୍ତି, ‘‘ଶୁଭାଂଶୁ ଶୁକ୍ଳାଙ୍କ ସହ ଏକ ଭଲ ଆଲୋଚନା ହୋଇଥିଲା। ଆମେ ମହାକାଶରେ ତାଙ୍କର ଅଭିଜ୍ଞତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ପ୍ରଗତି ଏବଂ ଭାରତର ମହତ୍ୱାକାଂକ୍ଷୀ ଗଗନଯାନ ମିଶନ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୁ। ଭାରତ ତାଙ୍କ ସଫଳତା ପାଇଁ ଗର୍ବିତ।”

Read More

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ଆଜି ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ ।ସାତ ଫଣା ଥାଇ କାଳୀୟନାଗ ଉପରେ ଶ୍ରୀଜଗନ୍ନାଥ ନୃତ୍ୟ କରୁଥିବା ଭଙ୍ଗିରେ ଦର୍ଶନ ଦେବେ । କାଳୀୟ ନାଗ ଠାକୁରଙ୍କ ଶ୍ରୀଅଙ୍ଗକୁ ଆବୃତ କରିଥିବ। କାଳିନ୍ଦୀ ହ୍ରଦର ଭୟାବହ କାଳୀୟ ସର୍ପକୁ ଶ୍ରୀକୃଷ୍ଣ ଦଳି ଦମନ କରିଥିଲେ । ଏହି ଆଖ୍ୟାୟିକା ସ୍ମୃତିରେ ବଡ଼ଦେଉଳରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଧେନୁକାସୁର ବଧ ପ୍ରସ୍ତାବ ଆଗତ ହେବ।ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇବେ । ପରେ ଠାକୁର ମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ୍…

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରାମେଡିକାଲ ଷ୍ଟାଫଙ୍କ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।ମେଡିକାଲ କଲେଜରେ ପ୍ରଫେସର ପଦବୀ ମଧ୍ୟ ଖୁବ ଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡିଥିବା ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦବୀ ପୂରଣ ପାଇଁ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ ।ବୈଠକରେ ମେଡିକାଲ ଅଫିସରଙ୍କ ନିଯୁକ୍ତି ପାଇଁ ସୁବ୍ୟବସ୍ଥାକରଣ ପ୍ରକ୍ରିୟା, ମେଡିକାଲ କଲେଜରେ ପି.ଜି. ସିଟ ବୃଦ୍ଧି, ଭିତ୍ତିଭୂମି ବିକାଶ ଓ ଟେକ୍ନିକାଲ ଷ୍ଟାଫ ନିଯୁକ୍ତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଇଣ୍ଟିଗ୍ରେଟେଡ ଟ୍ରମା କେୟାର ସେଣ୍ଟର ସ୍ଥାପନ, ଦୁର୍ଗମ ଅଞ୍ଚଳରେ ଡାକ୍ତରଙ୍କ ପାଇଁ ପ୍ରୋତ୍ସାହନ ରାଶି ବୃଦ୍ଧି ଏବଂ ଆୟୁଷ ଡାକ୍ତରଙ୍କ ସମସ୍ୟା ସମାଧାନ…

Read More