Author: sanitelevision

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାଙ୍କ ଦଳର ଜଣେ କ୍ଷୁଦ୍ର କର୍ମୀଙ୍କୁ ଏପରି ଏକ ବିଶେଷ ଉପହାର ଦେଇଥିଲେ । ଯାହାକୁ ୩୫ ବର୍ଷ ଧରି ସାଇତି ରଖିଛନ୍ତି କର୍ମୀ । ଏହି ଚଷମା ପାଇଁ ତାଙ୍କୁ କୋଟି କୋଟି ଟଙ୍କାର ପ୍ରଲୋଭନ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ବିକ୍ରି କରିବାକୁ ମନା କରିଦେଇଛନ୍ତି ।ଏହି ବ୍ୟକ୍ତି ଜଣକ ହେଉଛନ୍ତି ମଧ୍ୟ ପ୍ରଦେଶ ରିବା’ର ଆଶିଷ୍ ଶର୍ମାଙ୍କୁ ଶ୍ରଦ୍ଧାରେ ରାଜୀବ ଗାନ୍ଧୀ ତାଙ୍କର ଏହି ଚଷମା ଗିଫ୍ଟ କରିଥିଲେ । ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଥିଲା । ଗିଫ୍ଟ ଦେବାର କିଛି ଦିନ ପରେ ଦୁନିଆକୁ ଅଲ୍‌ବିଦା କହିଥିଲେ ରାଜୀବ । ଏହି ଚଷମା ୩୪ ବର୍ଷ ପୂରୂଣା । ୧୦୯୧ ମସିହା ୮ ମଇରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସମୟରେ ବୟସରେ ୨୦ ବର୍ଷ ସାନ କଂଗ୍ରେସ କାର୍ଯ୍ୟକର୍ତା ଆଶୀଷଙ୍କ ସହ ରାଜୀବଙ୍କ ସାକ୍ଷାତ…

Read More

ରାଜ୍ୟରେ ପ୍ରାୟ ୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି। ଦିଲ୍ଲୀ ଗସ୍ତ ବେଳେ ସେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଏହି ଦାବି ଉଠାଇଛନ୍ତି।ଓଡ଼ିଶା ବାତ୍ୟା ପ୍ରବଣ ହୋଇଥିବାରୁ ଆଗୁଆ ପାଣିପାଗ ସୂଚନା ହାସଲକୁ ଆଧୁନିକୀକରଣ ପାଇଁ କେନ୍ଦ୍ରୀୟ ସହାୟତା ମାଗିଛନ୍ତି । ରାଜ୍ୟରେ ବାତ୍ୟା, ବନ୍ୟା ସମୟରେ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେଉଛି । ଫଳରେ ଲମ୍ବା ସମୟ ପର୍ଯ୍ୟନ୍ତ ବିଜୁଳି କାଟ କରିବାକୁ ପଡ଼ୁଛି । ତେଣୁ ରାଜ୍ୟର ମୁଖ୍ୟତଃ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ବିଜୁଳି ଭିତ୍ତିଭୂମିକୁ ଅଣ୍ଡର ଗ୍ରାଉଣ୍ଡ କରିବା ପାଇଁ ଆଲୋଚନା କରିଛନ୍ତି । ଏଥିପାଇଁ ସାଢ଼େ ୭ ହଜାର କୋଟି ଟଙ୍କା ପ୍ରାଥମିକ ସ୍ତରରେ ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି ।ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ସ୍କୁଲଗୁଡ଼ିକ ନିକଟରେ ଏହି ଆଶ୍ରୟସ୍ଥଳୀଗୁଡ଼ିକ ନିର୍ମାଣ ହେବ। ଏଗୁଡ଼ିକ…

Read More

ସାଂସ୍କୃତିକ ଚେତନାକୁ ସମ୍ମାନ ଦେବା ଏବଂ ପରିବେଶର ସୱଚ୍ଛତା ବୃଦ୍ଧି ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି.) ଫୁଲ ଏବଂ ପୂଜା ବର୍ଜ୍ୟରେ ଉପଯୁକ୍ତ ସଂଗ୍ରହ ଏବଂ ପ୍ରକ୍ରିୟାକରଣ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି।କେବଳ ଫୁଲ ଏବଂ ପୂଜା ବର୍ଜ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ପ୍ରତ୍ୟେକ ଜୋନରେ ଏକ ନିର୍ଦ୍ଦିଷ୍ଟ ସ୍ୱେଚ୍ଛାସେବୀ ସଂଗଠନକୁ ଗୋଟିଏ ସ୍ୱତନ୍ତ୍ର ଯାନ ପ୍ରଦାନ କରିବ ବିଏମସି । ସେଥିରେ ଅନ୍ୟ କୌଣସି ଆବର୍ଜନା ସଂଗ୍ରହ କରାଯିବ ନାହିଁ । ସଂଗୃହୀତ ବର୍ଜ୍ୟବସ୍ତୁ କେବଳ ପୂଜା ମଣ୍ଡପରୁ ସଂଗ୍ରହ କରାଯିବ ଏବଂ ପ୍ରକ୍ରିୟାକରଣ ପାଇଁ ପୋଖରୀପୁଟ ପ୍ଲାଣ୍ଟକୁ ପରିବହନ କରାଯିବ । ଏଥିପାଇଁ ଲୋକମାନଙ୍କୁ ସଚେତନ କରାଯିବାର ଯୋଜନା କରାଯାଇଛି । ସାନିଟାରୀ ଷ୍ଟାଫ୍ ଏବଂ ଏନଜିଓ ପ୍ରତିନିଧିମାନେ ବ୍ୟାପକ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ପରିଚାଳନା କରିବେ । ସେମାନଙ୍କର ଉଦ୍ଦେଶ୍ୟ ହେଉଛି ପୂଜା କମିଟିର ସଦସ୍ୟମାନଙ୍କୁ ଏହି ସ୍ୱତନ୍ତ୍ର ସେବାର ଉପଯୋଗ…

Read More

ଓଡ଼ିଶାରେ ମୁକ୍ତିଲାଭ କରିଥିବା ୫ଟି ସିନେମାର କର ଫେରସ୍ତ ହେବାକୁ ନିଷ୍ପତ୍ତି ହୋଇଛି । ୩ ହିନ୍ଦୀ ସିନେମା ସମେତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଓ ‘ଡେଲିଭରୀ ବଏ’ ସିନେମାକୁ ମିଳିବ ପ୍ରତିପୂରଣ ରାଶି ।ଏନେଇ ସିଟି ଜିଏସଟି କମିଶନର ଓ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।

Read More

ଆକ୍ରମଣ ପରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା । ରେଖା ଗୁପ୍ତାଙ୍କୁ Z କ୍ୟାଟଗୋରୀ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର ।CRPF ଗତକାଲି ରାତିରୁ Z ବର୍ଗର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ଦାୟିତ୍ୱ ନେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କେନ୍ଦ୍ରୀୟ ସୁରକ୍ଷାପ୍ରାପ୍ତ ନଥିଲେ। ଆକ୍ରମଣ ପୂର୍ବରୁ ତାଙ୍କ ସୁରକ୍ଷା ଦାୟିତ୍ୱ ଦିଲ୍ଲୀ ପୋଲିସ ଉପରେ ଥିଲା। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହା ଅଧୀନରେ ରେଖା ଗୁପ୍ତାଙ୍କୁ CRPF Z ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି।ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସିଭିଲ ଲାଇନ୍ସ ସ୍ଥିତ ସରକାରୀ ବାସଭବନରେ ଜନଶୁଣାଣି କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଜଣକ ୪୧ ବର୍ଷୀୟ ଗୁଜରାଟ ରାଜକୋଟର ବାସିନ୍ଦା ରାଜେଶ ଖିମଜୀ ।ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ସାପ୍ତାହିକ…

Read More

ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଭିଯୁକ୍ତ ରାମ୍‌ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇ ଗୁରୁବାର ରିମାଣ୍ଡରେ ଆସିବେ। ଚୌଦ୍ବାର ଜେଲ୍‌ରୁ କ୍ରାଇମ୍‌ବ୍ରାଞ୍ଚ ସେମାନଙ୍କୁ ମୁଖ୍ୟାଳୟକୁ ଆଣି ଜେରା କରିବ। ଉଭୟ ପ୍ରଶ୍ନପତ୍ର ପ୍ରଘଟରେ କେଉଁ ଭୂମିକା ନିଭାଇ ଥିଲେ, କିଭଳି ଏହି କାରବାରରେ ସମ୍ପୃକ୍ତ ହେଲେ, ଏଥିପାଇଁ ତାଙ୍କୁ କେତେ ଟଙ୍କା ମିଳିଛି ଏବଂ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି, ସେଥିନେଇ ବିଭିନ୍ନ ପ୍ରଶ୍ନ ଉପରେ କ୍ରାଇମବ୍ରାଞ୍ଚ ଜେରା କରିବ। ତେଣୁ ଉଭୟଙ୍କୁ ଜେରା ପରେ ଅଧିକ ତଥ୍ୟ ମିଳିପାରିବ ।ସୂଚନାଯୋଗ୍ୟ ଯେ, ଓଟିଇଟି ପ୍ରଶ୍ନପତ୍ର ପ୍ରଘଟରେ ମୋଟ ୮ ଜଣ ଗିରଫ ହୋଇସାରିଛନ୍ତି। ଏହି ଗିରଫଦାରୀ ବଢ଼ିବାର ଆଶଙ୍କା ରହିଛି। ତେଣୁ ସବୁ ଅଭିଯୁକ୍ତଙ୍କୁ ଜେରା କରିବାକୁ ଯୋଜନା କରିଥିବାବେଳେ ପ୍ରଥମେ ଅଭିଯୁକ୍ତ ଜିତନ ମହାରଣା ଏବଂ ବିଜୟ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିସାରିଛି। ରାମ୍‌ଜୀ ଏବଂ ସନାତନଙ୍କୁ ରିମାଣ୍ଡରେ ଆଣିବାକୁ କଟକ ଜେଏମଏଫସି-୩ କୋର୍ଟ…

Read More

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇ ନବୀନ ନିବାସକୁ ଫେରିଛନ୍ତି। ଡିହାଇଡ୍ରେସନ ଯୋଗୁ ଗତ ୧୭ ଅଗଷ୍ଟ ଅପରାହ୍ନରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସା ନେଉଥିଲେ। ତେବେ ସେ ଭଗବାନଙ୍କ ପାଖରେ ଓଡ଼ିଶାବାସୀଙ୍କ ପ୍ରାର୍ଥନା ପାଇଁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଏହାସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହସପିଟାଲରୁ ନବୀନ ଡିସଚାର୍ଜ ହେବାବେଳେ ବିଜେଡିର ନେତା ଓ କର୍ମୀ ସହ ଭି କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ |

Read More

ରାଜ୍ୟରେ ଏବେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ୨୫ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ କେନ୍ଦୁଝର, ମୟୂରବଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ବର ଓ ବୌଦ୍ଧକୁ ୟେଲୋ ଆଲର୍ଟ ଦିଆଯାଇଛି । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,ବରଗଡ଼,ଦେବଗଡ଼, ଅନୁଗୋଳ, ଢେଙ୍କାନାଳ କୁ ଆଲର୍ଟ ଦିଆଯାଇଛି ।

Read More

ସର୍ଜରୀ ବିଭାଗକୁ ଚିକିତ୍ସା ପାଇଁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡି। କୌଣସି ଏକ ଅସ୍ତ୍ରୋପଚାର ପାଇଁ ସେ ଆସିଥିବା ସୂଚନାରୁ ଜଣାପଡ଼ିଛି। ଏନେଇ ସନ୍ଧ୍ୟାରେ ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେବେ।ତାଙ୍କର ଏକ ଛୋଟ ଧରଣର ଅସ୍ତ୍ରୋପଚାର କରାଯିବ। ଏଥିପାଇଁ ମେଡିକାଲ ପକ୍ଷରୁ ଏକ ୧୦ ଜଣିଆ ଡାକ୍ତରୀ ଟିମ ପ୍ରସ୍ତୁତ କରାଯାଇଛି ।ସର୍ଜରୀ ବିଭାଗ ପ୍ରଫେସର ଏଲ. ଭି. ଗୌରିଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯିବ। ଆଜି ଶ୍ରୀମତୀ ମାରାଣ୍ଡିଙ୍କର ସବୁ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଇଛି। ଡାଇବେଟିସ, ରକ୍ତଚାପ, କାର୍ଡିଓଲୋଜି, ରେସ୍ପିରେଟୋରି, ଆନାସଥେସିଆ ଆଦି ପରୀକ୍ଷା ଶେଷ ହୋଇଛି ।ସମସ୍ତ ପରୀକ୍ଷା ରିପୋର୍ଟ ଆସିବା ପରେ ଆସନ୍ତାକାଲି ଅସ୍ତ୍ରୋପଚାର ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବ।

Read More

କେନ୍ଦ୍ର ସରକାର ପକ୍ଷରୁ ଲୋକସଭାରେ ଆଜି ୩ଟି ବିଧେୟକ ପାରିତ ହୋଇଛି । ଯେଉଁଥିପାଇଁ ଭାରତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇପାରେ । ଲୋକସଭାରେ ଜୋରଦାର ହଙ୍ଗାମା ମଧ୍ୟରେ ୩ ସଂଶୋଧନ ବିଲ୍ ଉପସ୍ଥାପନ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଏହି ବିଲ୍‌ଗୁଡ଼ିକ—କେନ୍ଦ୍ରଶାସିତ ଅଞ୍ଚଳ (ସଂଶୋଧନ) ବିଲ୍‌ ୨୦୨୫, ସମ୍ବିଧାନ (ଏକ ଶହ ତିରିଶତମ ସଂଶୋଧନ) ବିଲ୍‌ ୨୦୨୫ ଏବଂ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍‌ ୨୦୨୫—ଗୁରୁତର ଅପରାଧିକ ଅଭିଯୋଗରେ ୩୦ ଦିନ ଧରି ଗିରଫ ହେଉଥିବା ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାର ବ୍ୟବସ୍ଥା କରୁଛି। ଯଦି କୌଣସି ନେତା ୫ ବର୍ଷ ବା ତଦୁର୍ଦ୍ଧ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେବାର ଅଭିଯୋଗରେ ଲଗାତାର ୩୦ ଦିନ ହାଜତରେ ରହନ୍ତି, ତେବେ ୩୧ତମ ଦିନରେ ସେମାନେ ନିଜ ପଦ ହରାଇବେ।ବିଲ୍ କୁ ବିରୋଧ କରି ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ କରିଛନ୍ତି । ବିଲକୁ ସମ୍ବିଧାନ…

Read More