Author: sanitelevision

ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ନାମରେ ଏକ ଫେକ୍ whatsapp ଆକାଉଣ୍ଟ ଖୋଲା ଯାଇଛି । ଆକାଉଣ୍ଡ ଖୋଲି ଜିଲ୍ଲାପାଳ କାର୍ଯ୍ୟାଳୟରେ ବସିଥିବା ଫଟୋକୁ WhatsAppର ପ୍ରୋଫାଇଲ ଫଟୋ ଭାବରେ ବ୍ୟବହାର କରି ଏକ ଫୋନ ନମ୍ବରରୁ ଜିଲ୍ଲାର ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିଛି ଠକ । ତେବେ ସଂପୃକ୍ତ ନମ୍ବର ଟି ଜିଲ୍ଲାପାଳ ଙ୍କ ହୋଇନଥିବା ବେଳେ କିଛି ଅଧିକାରୀ ସନ୍ଦେହରେ ଏନେଇ ସିଧାସଳଖ ଭାବେ ଜିଲାପାଳଙ୍କୁ ସୂଚନା ଦେଇଛନ୍ତି । ଅଧିକାରୀଙ୍କ ନିକଟରୁ ଏହି ସୂଚନା ପାଇବାପରେ ଜିଲ୍ଲାପାଳ ସମସ୍ତ ସରକାରୀ ଗୃପରେ ସରକାରୀ ଅଧିକାରୀମାନଙ୍କୁ ଏବଂ ସୋସିଆଲ ମିଡିଆରେ ଏହିଭଳି ମିଥ୍ୟା ମେସେଜ ନେଇ ସତର୍କ ରହିବାକୁ ସୂଚନା ଦେଇଛନ୍ତି ଏବଂ ଏହି ନାମକୁ ରିପୋର୍ଟ ମାରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।ତେବେ ବୌଦ୍ଧ ଜିଲ୍ଲାରେ ଏହା ଚତୁର୍ଥ ଥର ଜିଲ୍ଲାପାଳଙ୍କ ନାମରେ ଟଙ୍କା ମାଗିଥିବା ଭଳି ଘଟଣା ସାମ୍ନାକୁ ଆସିଥିଲେ…

Read More

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ ସେଇ ସ୍ଥାନରେ ଆସନ୍ତା ୨୫ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ପାଣିପାଗ ବିଭାଗ ପକ୍ଷରୁ ଦୁଇ ସପ୍ତାହ ଜାରି ବିସ୍ତାରିତ ପୂର୍ବାନୁମାନ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ସ୍ୱଳ୍ପ ରହିଛି ।ବର୍ତ୍ତମାନ ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ୨୫ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି।ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା ଯାଜପୁର, ଖୋର୍ଦ୍ଧା, ପୁରୀ, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ଢେଙ୍କାନାଳର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଏବଂ…

Read More

ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ। କଟକ CDMOର ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଚାଲିଛି ଚଢାଉ । କଟକ ଜିଲାରେ ଥିବା ସାହାଣୀଙ୍କ ସମ୍ପର୍କୀୟ ୫ଟି ସ୍ଥାନରେ ଏକକାଳୀନ ତଲାସୀ ଚାଲିଛି। ଭିଜିଲାନ୍ସର ୯ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ କଟକ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରୁଛି। ସାହାଣୀଙ୍କ ଜୋବ୍ରା ନୂଆସାହି, କଟକସ୍ଥିତ ତିନିମହଲା ବାସଭବନ, ଚୌଦ୍ୱାର ପାଳସିଆସ୍ଥିତ ଅନ୍ୟ ଏକ ଘର ଓ ପୋଲଟ୍ରି ଫାର୍ମ, CDMO ଅଫିସ, କଟକସ୍ଥିତ ତାଙ୍କ ଅଫିସ ରୁମ, ତୁଳସୀପୁର, କଟକସ୍ଥିତ ଶ୍ୱଶୁର ଘର, କିଶୋରନଗର, କଟକସ୍ଥିତ ପୈତୃକ ଘରେ ତଲାସୀ ଜାରି ରହିଛି।ଏକ କୋଟି ୨୪ ଲକ୍ଷ ସରକାରୀ ଅର୍ଥ ଘୋଟଲା ଅଭିଯୋଗ ହୋଇଛି ।

Read More

ଆସନ୍ତା ୩ ବର୍ଷରେ ରାଜ୍ୟରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ । ଏଭଳି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪୫ ହଜାର ଶିକ୍ଷକ ପଦବୀ ମଧ୍ୟରୁ ୪୦ ହଜାର ନୂତନ ପଦବୀ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବ । ସ୍କିମାଟିକ୍‌ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏହା ସହ ସିଏଚଏସଇ, ବିଏସଇକୁ ମିଶାଇ ଗୋଟିଏ ବୋର୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଆରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରାଥମିକ…

Read More

ପାର୍ବଣରେ ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା । ସମସ୍ତ ପୂଜା କମିଟିଙ୍କୁ ଅନୁରୋଧ କରାଯିବ । । ପାର୍ବଣ ସଂପର୍କିତ ସମନ୍ୱୟ ବୈଠକରେ ପୂଜା କମିଟି ମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ସମସ୍ତ ଜିଲ୍ଲାପାଳ, ଏସପିଙ୍କ ସମେତ କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ଚିଠି ଲେଖିଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର ।ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ପାର୍ବଣ ସମୟରେ ବିଭିନ୍ନ ପୂଜା ମଣ୍ଡପରେ ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେଣୁ ଏହି ସମୟରେ ଅନେକ ଲୋକଙ୍କ ପାଖରେ ସଡ଼କ ସୁରକ୍ଷା ବାର୍ତ୍ତା ପହଞ୍ଚାଯାଇପାରିବ । ଏହାକୁ ଦୃଷ୍ଟିରେ ରଖି ପୂଜା କମିଟି ମାନଙ୍କୁ ସଡ଼କ ସୁରକ୍ଷା ବାର୍ତ୍ତା ପ୍ରସାର ପାଇଁ ଅନୁରୋଧ କରାଯାଇ ପାରିବ ।ଏହି ଅଭିଯାନ ଜରିଆରେ ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷିତ ଯାତ୍ରା ପାଇଁ ନିୟମ ପାଳନର…

Read More

ଆସନ୍ତା ୩୧ ତାରିଖରେ ଘୋଷଣା ହେବ ଆଉ ୯ ନୂଆ NAC। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗତ ୧୬ ତାରିଖରେ ୧୨ଟି NAC ଘୋଷଣା ହୋଇଥିଲା। ଅନ୍ୟ ଯେଉଁ ଜିଲାରେ NAC ପାଇଁ ଦାବି ହେଉଛି, ସରକାର ସେନେଇ ବିଚାର କରୁଛନ୍ତି ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ।ସେ କହିଛନ୍ତି, ସେଠାକାର ଜନସଂଖ୍ୟା ସହ ଯାହା ଯାହା ମାପ କାଠି ରହିଛି ସେହି ଆଧାରରେ ବିଭିନ୍ନ ସମସ୍ୟାକୁ ଅନୁଧ୍ୟାନ ପରେ ଡ୍ରାଫ୍ଟ ନୋଟିସ୍ ପ୍ରସ୍ତୁତ କରାଯିବ । ତା’ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଡ୍ରାଫ୍ଟ ପଠାଇବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁମତି ମିଳିବା ଦରକାର । ଖାଲି ସବୁ ଛୋଟ ଛୋଟ ସହରକୁ NAC ପାଇଁ ଦାବି କଲେ ହେବ ନାହିଁ । ଏଥିପାଇଁ କିଛି ନିୟମ ଏବଂ ମାପକାଠି ରହିଛି, ସେ ସବୁକୁ ପାଳନ…

Read More

ଅନଲାଇନ ଗେମିଂ ପ୍ରମୋସନ ଏବଂ ରେଗୁଲେସନ ବିଲ, ୨୦୨୫ ଗୃହୀତ ହୋଇଛି। କୌଣସି ବିତର୍କ ବିନା ହଟ୍ଟଗୋଳ ମଧ୍ୟରେ ଏହି ବିଲକୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ବାରା ବିଶେଷ କରି ମଧ୍ୟବିତ୍ତ ବର୍ଗର ପରିବାର ଉପକୃତ ହେବେ । ପ୍ରତିବର୍ଷ ହଜାର ହଜାର ପିଲା ଅନଲାଇନରେ ଗେମ୍ ଖେଳି ପ୍ରାଣ ହରାଉଛନ୍ତି । ଗେମ୍‌ରେ ସର୍ବସ୍ବ ହରାଇବା ପରେ ଆତ୍ମହତ୍ୟା କରୁଥିବା ଖବର ଆସୁଛି । ଏହାକୁ ଦୃଷ୍ଟିରେ ରଖି ସଂସଦରେ ଅନଲାଇନ ଗେମିଂ ବିଲ୍ ନେଇ ବିଲ୍ ଆସିଥିଲା ।ବିରୋଧୀ ସଦସ୍ୟମାନଙ୍କ ଦ୍ୱାରା ଉପସ୍ଥାପିତ ସଂଶୋଧନକୁ ପ୍ରତ୍ୟାଖ୍ୟାନ କରିବା ପରେ ଉଚ୍ଚସଦନ ଏହାକୁ ଅନୁମୋଦନ କରିଛି। ଏହା ପୂର୍ବରୁ ବୁଧବାର ଲୋକ ସଭାରେ ଏହି ବିଲ ଗୃହୀତ ହୋଇଥିଲା।ଏଥିରେ ଅନଲାଇନ ଟଙ୍କା ଖେଳ ସହିତ ଜଡିତ ବିଜ୍ଞାପନକୁ ନିଷେଧ କରିବା ଏବଂ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଏପରି କୌଣସି ଖେଳ ପାଇଁ ପାଣ୍ଠି ପ୍ରଦାନ କିମ୍ବା ସ୍ଥାନାନ୍ତର କରିବାରୁ ନିଷେଧ…

Read More

ପୁଣି ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଆସନ୍ତା ୩୧ ତାରିଖରେ ଏହି ପରୀକ୍ଷା ହେବାକୁ ଥିଲା । ହେଲେ ବର୍ତ୍ତମାନ ସମୟରେ ଏହି ପରୀକ୍ଷା ସ୍ଥଗିତ ରହିବା ନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ସୂଚନାଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବା ନେଇ ବୋର୍ଡ ପକ୍ଷରୁ ଗତ ଅଗଷ୍ଟ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ସ୍ପେଶାଲ OTET ପରୀକ୍ଷା ଦୁଇଟି ସିଟିଂରେ କରାଯିବାର ଥିଲା। ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍‌-୧ ପରୀକ୍ଷା ଏବଂ ପୂର୍ବାହ୍ନ ୨ଟାରୁ ସାଢେ ୪ଟା ଯାଏ ପେପର୍‌-୨ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। ପ୍ରଶ୍ନପତ୍ର ଲିକ ଯୋଗୁ ପୂର୍ବ ପରୀକ୍ଷା ବୋର୍ଡ ପକ୍ଷରୁ ବାତିଲ କରାଯାଇଥିଲା।ଏହାସହ ପରୀକ୍ଷା କେବେ ହେବ ସେନେଇ ମଧ୍ୟ ବୋର୍ଡ ପକ୍ଷରୁ ଶୀଘ୍ର ଜଣାଇ ଦିଆଯିବ ବୋଲି କୁହାଯାଇଛି ।

Read More

କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧିକାରୀମାନଙ୍କୁ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ପାଇଁ ବିଜ୍ଞପ୍ତି ଜାରି । କୃଷି ସଚିବ ଡ. ଅରବିନ୍ଦ କୁମାର ପାଢୀ ଏକ ଆଦେଶନାମା ଜାରିକରି କହିଛନ୍ତି ଯେ, ସମସ୍ତ ପଦୋନ୍ନତିପ୍ରାପ୍ତ / ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ । କୌଣସି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ ।ଅଗଷ୍ଟ ୩୧ ସୁଦ୍ଧା ତାଙ୍କ ନିଯୁକ୍ତ ସ୍ଥାନରେ ଯୋଗ ଦେବାରେ ବିଫଳ ହୋଇଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥି ପାଇଁ ସେହି ଅଧିକାରୀ ହିଁ ଦାୟୀ ରହିବେ। ଏପରିକି ଅଧିକାରୀମାନଙ୍କର ଦରମା ମଧ୍ୟ କରାଯିବ । ସେପ୍ଟେମ୍ବର ମାସରୁ ବନ୍ଦ କରାଯିବ। ସେହିପରି ପୋଷ୍ଟିଂ ଆଦେଶର ପରିବର୍ତ୍ତନ ପାଇଁ ଅନୈତିକ ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ନିର୍ଦ୍ଦେଶାଳୟ,…

Read More

ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାକୁ ଗୁରୁବାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚନ୍ଦକା ଗୋଡ଼ିବାରିଠାରେ ଦୁଇ ଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଛି।ଏଠାରେ ହାତୀମାନଙ୍କ ଗବେଷଣା ପାଇଁ ଏକ ସ୍ବତନ୍ତ୍ର କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏହି କେନ୍ଦ୍ରର ନାଁ ରଖାଯାଇଛି ସ୍ପେଣ୍ଟର ଫର ସ୍ପିସିଜ୍ ସର୍ଭାଇଭାଲ୍। ଇଣ୍ଡରନେସନାଲ ୟୁନିୟନ୍ ଫର କନ୍‌ଜରଭେସନ୍ ଅଫ୍ ନେଚର, ଭାରତୀୟ ବନ୍ୟଜନ୍ତୁ ଟ୍ରଷ୍ଟ ଓ କଲମ୍ବସ୍‌ ଚିଡ଼ିଆଖାନାର ମିଳିତ ସହଯୋଗରେ ଏହି କେନ୍ଦ୍ର ଚାଲିବ। ଏସୀୟ ହାତୀଙ୍କ ରୋଗ ନିରାକରଣ ସହ ମଣିଷ-ହାତୀଙ୍କ ଲଢେଇରେ ରୋକ୍ ପାଇଁ ଗବେଷଣା କରାଯିବ। ତେବେ ଗବେଷଣା ପରେ ହାତୀ ସଂରକ୍ଷଣ ନେଇ ସ୍ବତନ୍ତ୍ର ପଲିସି ବା ନୀତି ଆସିବ। ଓଡ଼ିଶାରେ ଏବେ ୨ ହଜାର ୧ ଶହ ହାତୀ ଥିବାରୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

Read More