ସେପ୍ଟେମ୍ବର ୨୮ରେ ଭୁବନେଶ୍ୱରରେ ହେବ ୨ୟ ମେଡିଏସନ ସମ୍ମିଳନୀ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧ମ ସମ୍ମିଳନୀ ଦିଲ୍ଲୀରେ ହୋଇଥିଲା, ଦ୍ୱିତୀୟଟି ଓଡିଶାରେ ହେବ ।ଏହି ମେଡିଏସନ ସମ୍ମିଳନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ଆସିବାକୁ ଅନୁରୋଧ କରିଛୁ । ପ୍ରଧାନ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି ମାନେ ମଧ୍ୟ ଉପସ୍ଥିତ ରହିବେ । ଆଗାମୀ ଦିନରେ ଏହି ସମ୍ମିଳନୀ ବିଭନ୍ନ କେସ୍ରେ ଲିଟିଗେସନ କମାଇବ । ଏହି ଆଲୋଚନା ଦ୍ୱାରା ମେଡିଏସନ ଆକ୍ଟର ସୁଗମତା ହୋଇ ପାରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
Author: sanitelevision
ରାଜଧାନୀ ଭୁବନେଶ୍ୱରରେ ହେବ ଉଭୟ ବୁଲା ଏବଂ ପୋଷା କୁକୁରର ଗଣନା। ଏନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ। ସେ କହିଛନ୍ତି ଯେ, କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ। ଏହାର ସବୁ ତଥ୍ୟ ବିଏମସି ପାଖରେ ରହିବ।ସୁପ୍ରିମକୋର୍ଟଙ୍କ ନିଷ୍ପତି ସ୍ଵାଗତ ଯୋଗ୍ୟ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ୍ । ସରକାରୀ ବ୍ୟବସ୍ଥା ନେଇ କାମ କରିବୁ । ବର୍ଷା ପାଇ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ଧିମେଇଚି । କୁକୁରଙ୍କ ପାଇ ଅଧିକ କେନାଲ ବ୍ୟବସ୍ଥା କରାଯିବ। ମେୟରଙ୍କ କହିବା କଥା ରାଜଧାନୀରେ ପ୍ରତିଦିନ ୨୦ରୁ ୩୦ କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି । ଆଗକୁ ଅଧିକ ସଂଖ୍ୟାରେ କୁକୁର ବନ୍ଧ୍ୟା କରଣ କରାଯିବ । ବନ୍ଧ୍ୟା କରଣ ପାଇଁ ଅଧିକ ଭିତ୍ତିଭୂମିର ଆବଶ୍ୟକତା ରହିଛି ।ସେ ଆହୁରି କହିଛନ୍ତି ଯେ, ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି, ସବୁ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ…
ଶ୍ରୀମନ୍ଦିରରେ ଏଥର ଧାଡ଼ିରେ ହେବ ମହାପ୍ରଭୁଙ୍କ ଦର୍ଶନ। ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ ଏହି ଧାଡ଼ି ଦର୍ଶନ।ମ୍ୟାନେଜିଙ୍ଗ କମିଟି ଗଠନ ସରିବା ପରେ ପ୍ରଥମ ମିଟିଂରେ ହୁଣ୍ଡି ଶିଫ୍ଟ ପରେ ଧାଡି ଦର୍ଶନ ଆରମ୍ଭ ହେବ । ମନ୍ଦିର ପ୍ରଶାସନ ପ୍ରସ୍ତୁତ ଅଛି ଖୁବ ଶୀଘ୍ର ଧାଡି ଦର୍ଶନ ଆରମ୍ଭ ହେବ । ୩ ରୁ ୪ ଦିନ ଭିତରେ କମିଟି ଗଠନ ଶେଷ ହେବ। ଏହା ପରେ ବୈଠକ ବସିବ ବୋଲି କହିଛନ୍ତି ଆଇନମନ୍ତ୍ରୀ |
ନବୀନ ନିବାସରେ ବଡ଼ଭାଇ ପ୍ରେମ୍ ପଟ୍ଟନାୟକ ନବୀନ ନିବାସରେ ପହଞ୍ଚିଛନ୍ତି । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଆସିଛନ୍ତି ପ୍ରେମ ପଟ୍ଟନାୟକ। ଡିହାଇଡ୍ରେସନ କାରଣରୁ ରବିରାର ସଂଧ୍ୟା ପ୍ରାୟ ୫ଟା ୧୫ରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରାୟ ୭୭ ଘଣ୍ଟା ପରେ ସୁସ୍ଥ ହୋଇ ନବୀନ ନିବାସ ଫେରିଛନ୍ତି । ଶରୀରରେ ଜଳୀୟ ଅଂଶ କମିଯିବାରୁ ନବୀନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା । ତାଙ୍କ ଅସୁସ୍ଥତା ଖବର ପାଇ ବହୁ ରାଜନୈତିକ ନେତା ଓ ରାଜ୍ୟବାସୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।ଏପଟେ ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି, ପ୍ରେମ୍ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭଲ ସମ୍ପର୍କ । ତେଣୁ ସାନଭାଇଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ସେ ନବୀନ ନିବାସ ଆସିଛନ୍ତି । ଏହାଛଡ଼ା ରାଜ୍ୟ ରାଜନୀତି ବିଷୟରେ ମଧ୍ୟ ଆଲୋଚନା ହେବ । ଓଡ଼ିଶା ରାଜନୀତି ଏହା ଗୁରୁତ୍ବପୂର୍ଣ୍ଣ ସମୟ ।
ଆଉ ମାତ୍ର କିଛି ଦିନ ରହିଲା ଗଣେଶ ପୂଜା । ଏନେଇ ଉତ୍ସବମୁଖର ଟ୍ବିନ ସିଟି । ଚଳିତ ବର୍ଷା ଗଣେଶ ପୂଜାରେ ଭୁବନେଶ୍ବରରେ ବାଜିବନି ଡିଜେ । କେଵଳ ପାରମ୍ପରିକ ବାଦ୍ୟ ବାଜିବାକୁ ଅନୁମତି ଦେଇଛି କମିଶନରେଟ୍ ପୋଲିଓ । ଆତସବାଜି ବି ନିଷେଧ । କେବଳ ସେତିକି ନୁହେଁ ରାତି ୧୦ଟା ପରେ ମେଲୋଡି ବି ମନା ।ସେହିଭଳି କୌଣସି ପୂଜା କମିଟି ବିକୃତ ମୂର୍ତ୍ତି ନିର୍ମାଣ କରିପାରିବେ ନାହିଁ । ନିଶାମୁକ୍ତ ପୂଜା ସମ୍ପାଦନକୁ ପୁଲିସର ଗୁରୁତ୍ବ । ଭିଡ଼ ଓ ଦଳଚକଟା ଏଡ଼ାଇବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତବର୍ଷ ଗଣେଶ ପୂଜା ଲାଗି ଭୁବନେଶ୍ବରରେ ୪୫୦ଟି ମେଢ଼ ହେବ ବୋଲି ଜଣାପଡ଼ିଛି । ୩ ଦିନ ହେବ ଭଷାଣି ଉତ୍ସବ । ରାତି ୧୦ଟା ଭିତରେ ସରିବ ଭଷାଣି ଯାତ୍ରା । ୧୧ଟି ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ ।କଟକ ଡିସିପି…
ବିରଳ ପ୍ରଜାତି ଗୋଧିକୁ ମାରି ଖାଇବାର ଭିଡିଓ ଭାଇରାଲ ଘଟଣାରେ ବନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁସାରେ ଅଭିଯୁକ୍ତ ୟୁଟ୍ୟୁବର ଗିରଫ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ଗ୍ରାମର ବୋଲି ଜଣାପଡିଛି |ଗୋଧିକୁ ଧରିବା ପରେ ହତ୍ୟାକରି ରୋଷେଇ କରିଥିଲା ଅଭିଯୁକ୍ତ । ସମସ୍ତ ପ୍ରକ୍ରିୟାକୁ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଯାହାପରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ବିରଳ ପ୍ରଜାତିର ଗୋଧିକୁ ହତ୍ୟା କରିବା ଓ ରାନ୍ଧି ଖାଇବା ବନ ସୁରକ୍ଷା ଆଇନରେ ଅପରାଧ ଭାବେ ଗଣନା କରାଯାଇଛି । ତେବେ ଭିଡିଓଟି ଭାଇରାଲ ହେବା ପରେ ବନ ବିଭାଗ ତଦନ୍ତ ଆରମ୍ଭ କରି ସ୍ୱତଃ ଏକ ମାମଲା ରୁଜୁ କରିଥିଲା। ପରେ ୟୁଟ୍ୟୁବରଙ୍କୁ ହେପାଜତକୁ ନିଆଯାଇ ପଚରାଉଚରା କରାଯାଇଥିଲା। ପରବର୍ତ୍ତୀ ସମୟରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ, 1972 ର ଧାରା 2(16)(a)(b), 9, 39(1)(b), 48(a)(b)…
ପୁଣି ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରିଛନ୍ତି ଜଣେ ଭକ୍ତ । ସେ ବେହରଣ ଦ୍ୱାର ଦେଇ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିଲେ । ଉପରକୁ ଭକ୍ତ ଚଢ଼ୁଥିବା ଦେଖି ସଂଗେ ସଂଗେ କାବୁ କଲେ ସୁରକ୍ଷାକର୍ମୀ । ଯୁବକ ଜଣଙ୍କ ରାଜ୍ୟ ବାହାର ହୋଇଥିବା ସୂଚନା ମିଳିଛି । ଯୁବକଙ୍କ ଘର ଉତ୍ତରପ୍ରଦେଶ ଆଜଗଡ଼ର ହୋଇଥିବା ବେଳେ ଶ୍ରୀମନ୍ଦିର ଗାରଦରେ ଯୁବକଙ୍କୁ ଅଟକ ରଖାଯାଇଛି ।ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ରାଜ୍ୟ ବାହାରୁ ଆସିଥିବା ଭକ୍ତ ମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ।ସଠିକ୍ ସମୟରେ ସେମାନଙ୍କୁ କାବୁ କରାଯାଇଥିଲା।
କୁକୁର ପ୍ରେମୀଙ୍କ ପାଇଁ ଖୁସି ଖବର । ଶୁକ୍ରବାର ସୁପ୍ରିମ୍କୋର୍ଟ ବୁଲା କୁକୁରମାନଙ୍କୁ ନେଇ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଆଶ୍ରୟ ଗୃହକୁ ପଠା ଯାଇଥିବା କୁକରମାନଙ୍କୁ ଛାଡ଼ି ଦିଆଯିବ । ବନ୍ଧ୍ୟାକରଣ ଓ ଟୀକାକରଣ ପରେ କୁକୁରମାନଙ୍କୁ ମୁକ୍ତ କରାଯିବ । ଆଜି ସୁପ୍ରିମକୋର୍ଟର ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ ବୁଲା କୁକୁରଙ୍କ ଉପରେ ଣୁଣାଣି କରିଥିବା ବେଳେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଯାହା କୁକୁର ପ୍ରେମୀଙ୍କୁ ଟିକିଏ ଆଶ୍ବସ୍ତି ଦେଇଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି ଯେ ଆମେ ଶୁଣିଛୁ ଏବଂ ଆମେ ଏହି ମାମଲାକୁ ସମଗ୍ର ଦେଶ ପାଇଁ ବିସ୍ତାର କରୁଛୁ। ଆମେ ସମସ୍ତ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରୁଛୁ ଏବଂ ହାଇକୋର୍ଟରେ ବିଚାରାଧୀନ ସମସ୍ତ ମାମଲାକୁ ଏଠାରେ ସ୍ଥାନାନ୍ତର କରୁଛୁ। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଆଶ୍ରୟସ୍ଥଳକୁ ପଠାଯାଇଥିବା କୁକୁରମାନଙ୍କୁ ମୁକ୍ତ କରାଯିବ। ସେହି ସମୟରେ, ହିଂସ୍ର…
ଆଜିଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବକମାନେ ଏହି ରଥଭଙ୍ଗା କାର୍ଯ୍ୟ କରିଥାନ୍ତି ।ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଭଙ୍ଗାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଭଙ୍ଗାଯିବ। ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି।ରଥଭଙ୍ଗା ଯିବା ପରେ ଚକ୍ର, ପ୍ରଭା, ଦ୍ୱାର ବେଢା, କୋଣଗୁଜ ନିଲାମ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲାମ କରାଯିବ। କୋଠଭୋଗ ପ୍ରସ୍ତୁତିରେ ଟୁକୁରା କାଠ ବ୍ୟବହାର ହେବ। ନୀଳାଦ୍ରି ବିଜେ ପରେ ଶ୍ରୀହୀନ ହୋଇପଡ଼ିଥିଲା ୩ଟି ରଥ।ସେପଟେ ଦେବୀ ରଥରୁ ବାହାରୁଥିବା ଲୁହା କଣ୍ଟାକୁ ଫଳୁ ନ ଥିବା ଗଛରେ ବାଡେଇଲେ ଫଳ ଭରିଥାଏ ବୋଲି ବିଶ୍ୱାସ ରହୁଥିବାରୁ ଅନେକ ଭକ୍ତ ଏହି କଣ୍ଟା ସଂଗ୍ରହ କରିଥାନ୍ତି । ଶ୍ରୀମନ୍ଦିରର ଭୋଇସେବକମାନେ ଏହି ରଥଭଙ୍ଗା କାର୍ୟ୍ୟରେ ନିୟୋଜିତ ହୋଇଥିବା ବେଳେ ରଥଭଙ୍ଗା ସମୟରେ ରଥନିକଟରେ କଡାସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଛାତ୍ରଛାତ୍ରୀ ଏଣିକି ସରକାରୀ ବସ୍ରେ ମାଗଣା ସ୍କୁଲ ଯାଇପାରିବେ। ପରିଚୟପତ୍ର ଦେଖାଇ ମାଗଣାରେ ସ୍କୁଲ ଯିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି ।ସେ ଆହୁରି କହିଛନ୍ତି ଯେ, ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବ । ଭାରତୀୟ ଶିକ୍ଷାନୀତି ଅନୁଯାୟୀ, ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ହେବ । ଏନସିଇଆରଟି ଢାଞ୍ଚାରେ ଏସସିଇଆରଟିକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ ।









