କୁକୁରମାନଙ୍କୁ ନେଇ ସୁପ୍ରିମ୍କୋର୍ଟଙ୍କ ସଂଶୋଧିତ ରାୟ ପରେ ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ କଡାକଡି ପାଳନ କରିବ ବିଭାଗ । ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗ ବୁଲା କୁକୁରଙ୍କ ଗଣନା ମଧ୍ୟ କରିବ ।ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଏବଂ ଟୀକାକାରଣ କରାଯିବ । ଏହାସହ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରି ଅଣାଯାଇଥିବା ସ୍ଥାନରେ ଛାଡି ଦିଆଯିବ । ଯେଉଁମାନେ ହିଂସ୍ର ଓ ଜ୍ୱାଳାନ୍ତକ ରୋଗରେ ପୀଡିତ ଥିବେ ଆଶ୍ରୟ ସ୍ଥଳରେ ରଖାଯିବ । ରାଜ୍ୟରେ ଅଛନ୍ତି ୭ ଲକ୍ଷ ବୁଲା କୁକୁର ଏବଂ ପୋଷା କୁକୁର ଅଛନ୍ତି ୬୪ ହଜାର ।କିନ୍ତୁ ଏବେ ବୁଲା କୁକୁରଙ୍କୁ ରାସ୍ତା କଡ଼ରେ ଖାଇବାକୁ ନଦେବାକୁ ମୁନିସିପାଲିଟି ସଚେତନ କରିବ। ଏହାସହ ପ୍ରତି ମୁନିସିପାଲିଟି ଅଞ୍ଚଳରେ ମୁନିସିପାଲିଟି କର୍ମଚାରୀ ଚିକେନ୍ ମଟନ୍ ଦୋକାନୀଙ୍କୁ ତଦାରଖ କରିବେ। ବଳକା ମାଂସ ଏଣେତେଣେ…
Author: sanitelevision
ଏଥର ବର୍ଷାରେ ଭିଜିବ ଗଣେଶ ପୂଜା । ଗଣପତିଙ୍କ ଉତ୍ସବକୁ ନେଇ ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ପାଣିପାଗକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଯାହାକି ଚିନ୍ତା ବଢାଇଛି । ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ଆସିଥିବାରୁ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ଆକଳନ କରିଛି ।ତେବେ ଚଳିତ ବର୍ଷ ଗଣେଶ ପୂଜା ୨୭ ତାରିଖରେ ପଡୁଛି । ପୂଜା ନେଇ ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ବର୍ଷା ପୂଜା ମାହୋଲକୁ ଗଡବଡ କରିପାରେ । ଆସନ୍ତା 5 ଦିନ ଅର୍ଥାତ୍ ୨୭ ତାରିଖ ଯାଏଁ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିିଭାଗ ।ଆଜି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର , ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ବର, ସମ୍ବଲପୁର ,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାରେ ବର୍ଷିବ ।…
ଟିକ୍ଟକ୍ ପୁଣି ଭାରତ ଫେରୁଥିବା ନେଇ ଚର୍ଚ୍ଚା ଉପରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟିକରଣ । ଏହି ଚୀନ ଭିଡିଓ ଆପର ୱେବସାଇଟ୍ ଖୋଲିବା ପରେ ପୁଣି ଭାରତକୁ ଟିକ୍ଟକ୍ ଫେରିବ ବୋଲି ଚର୍ଚ୍ଚା ଆଲୋଚନା ହେଉଥିଲା । କିନ୍ତୁ ସରକାର ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି। ଭାରତ ସରକାର TikTok କୁ ଅନବ୍ଲକ୍ କରିବା ପାଇଁ କୌଣସି ଆଦେଶ ଜାରି କରିନାହାନ୍ତି । ଏପରି କୌଣସି ବିବୃତି କିମ୍ବା ଖବର ମିଛ ଓ ବିଭ୍ରାନ୍ତିକର । ୨୦୨୦ ମସିହାରେ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ଓ ଗୋପନୀୟତାକୁ ନେଇ ଟିକଟକ୍ ସମେତ ଚୀନର ଅନେକ ଆପକୁ ପ୍ରତିବନ୍ଧିତ କରିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରତିବନ୍ଧକକୁ ହଟାଇବା ପାଇଁ କୌଣସି ସରକାରୀ ନିଷ୍ପତ୍ତି କିମ୍ବା ଘୋଷଣା କରାଯାଇନାହିଁ । ଏପରି ମିଛ ଖବରରୁ ସଚେତନ ରହିବାକୁ ଦିଆଯାଇଛି ପରାମର୍ଶ । କିଛି ୟୁଜର୍ସ ଶୁକ୍ରବାର ସନ୍ଧ୍ୟାରେ ଟିକଟକ ୱେବସାଇଡ ଖୋଲିଥିବା ନେଇ ଦାବି କରିବା…
୩ଟି ବ୍ଲକର ୫୬ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ ।ଅଗଷ୍ଟ -୧୫ରେ ପିଲାଙ୍କୁ ମିଡ ଡେ ମିଲ ଦେଇନଥିବାରୁ ନୋଟିସ କରାଯାଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୩୩ଟି , ବୌଦ୍ଧ ବ୍ଲକର ୧୫ଟି, କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ ଜାରି ହୋଇଛି ନୋଟିସ ।ସାତ ଦିନ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ଆଗରେ ୧୫ ତାରିଖର ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀଙ୍କୁ ଦେବା ସହ ପ୍ରମାଣ ସ୍ୱରୂପ ଫଟୋ ଏବଂ ଭିଡିଓ ସହ ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସୂଚନା ଅନୁଯାୟୀ ଓବଜରର୍ଭେଶନଡେରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ଶିକ୍ଷାବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ରହିଥିବା ବେଳେ ଏଥିରେ ଖିଲାପ ହେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲେ । ସ୍ଵାଧୀନତା ଦିବସ ପୂର୍ବଦିନ ସମସ୍ତ DEO ଙ୍କୁ ନୋଡାଲ ଅଫିସର ଚିଠି ମଧ୍ୟ କରିଥିଲେ । ସ୍ଵାଧୀନତା ଦିବସରେ…
ଗିରଫ ହେଲେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ (ସିଡିଏମ୍ଓ)ର ବରିଷ୍ଠ କିରାଣୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋର ସାହାଣୀଙ୍କୁ ଗିରଫ କଲା ଭିଜିଲାନ୍ସ। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ଗତକାଲି କିଶୋର କୁମାର ସାହାଣୀଙ୍କର ଯୋବ୍ରା ନୂଆସାହିରେ ତିନିମହଲା ବାସଭବନ, ଚୌଦ୍ୱାର ପାଳସିଆସ୍ଥିତ ଅନ୍ୟ ଏକ ଘର ଓ କୁକୁଡ଼ା ଫାର୍ମ, କଟକସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ, ତୁଳସୀପୁରସ୍ଥିତ ଶ୍ୱଶୁର ଘର ଓ କିଶୋରନଗର ଥାନା ଅନ୍ତର୍ଗତ ଉତ୍ତରକୂଳରେ ଅବସ୍ଥିତ ଶ୍ରୀ ସାହାଣୀଙ୍କ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କର ୨ଟି କୋଠା, ୧୯ଟି ମୂଲ୍ୟବାନ୍ ପ୍ଲଟ୍, ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା , ୧୩୫ ଗ୍ରାମ୍ ସୁନା ଏବଂ ୫୫.୪୮ ଲକ୍ଷ ଟଙ୍କାର ଡିପୋଜିଟ୍ ଠାବ ହୋଇଥିଲା।ବାବୁଙ୍କୁ ଗତ ଜୁଲାଇ ମାସରେ ୧ କୋଟି ୨୪ ଲକ୍ଷ ଟଙ୍କା ସରକାରୀ ଅର୍ଥରାଶିର ହେରଫେର ଅଭିଯୋଗରେ ନିଲମ୍ବନ କରାଯାଇଥିଲା ।…
ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜାତୀୟ ମହାକାଶ ଦିବସ ସମାରୋହରେ ଭାରତୀୟ ସ୍ପେସ୍ ଷ୍ଟେସନ (BAS) ମଡ୍ୟୁଲର ଏକ ମଡେଲର ଶୁଭାରମ୍ଭ ହୋଇଛି। ୨୦୨୮ରେ ଭାରତ ତାର ପ୍ରଥମ ସ୍ପେସ୍ ଷ୍ଟେସନ ଲକ୍ଷ୍ୟ ରଖିଛି । ପରେ ଏହାକୁ ସଂପ୍ରସାରଣ କରାଯିବ। BAS-୧ ର ଓଜନ ରହିବ ପାଖାପାଖି ୧୦ ଟନ। ପୃଥିବୀ ୪୫୦ କିଲୋମିଟର ଉପରେ ରହି ପୃଥିବୀକୁ ପ୍ରଦକ୍ଷିଣ କରିବ। ଏଥିରେ ମାଇକ୍ରୋ ଗ୍ରାଭିଟି ରିସର୍ଚ୍ଚ, ଟେକ୍ନୋଲୋଜି ପ୍ରଦର୍ଶନ, ସାଇଣ୍ଟିଫିକ ଇମେଜିଂ ଆଦି କରିହେବ। ବର୍ତ୍ତମାନ ୨ଟି କକ୍ଷପଥ ପ୍ରୟୋଗଶାଳା ରହିଛି । ୫ଟି ଅନ୍ତରୀକ୍ଷ ଏଜେନ୍ସି ଦ୍ୱାରା ସଂଚାଳିତ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ (ISS) ଏବଂ ଚୀନ୍ର ତିୟୋଗୋଙ୍ଗ ସ୍ପେସ୍ ଷ୍ଟେସନ । ଅନ୍ତରୀକ୍ଷ କ୍ଷେତ୍ର ପାଇଁ ନିଜର ମହତ୍ତ୍ୱାକାଂକ୍ଷୀ ଯୋଜନାରେ, ଭାରତ ୨୦୩୫ ପର୍ଯ୍ୟନ୍ତ ଭାରତୀୟ ସ୍ପେସ୍ ଷ୍ଟେସନର ୫ଟି ମଡ୍ୟୁଲ ସ୍ଥାପନ କରିବା ପାଇଁ ଯୋଜନା…
ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଏନେଇ ସୂଚନା ଦେଇଛି ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ।ସୂଚନାରେ କୁହାଯାଇଛି ଯେ, ଆସନ୍ତା ସୋମବାର ଅଗଷ୍ଟ ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣ ମାଧ୍ୟମ ଜରିଆରେ ଜଣାଇ ଦିଆଯିବ।
ଯୁକ୍ତ ୨ ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଛି । ଏଣିକି ବାଧ୍ୟତାମୂଳକ ଇଂରାଜୀରେ ‘ପରିବେଶ ଶିକ୍ଷା’ ୟୁନିଟ୍ ରହିବ ।ପରିବେଶ ଏବଂ ମୂଲ୍ୟବୋଧ ଶିକ୍ଷା ଉପରେ ଆସିବ ପ୍ରଶ୍ନ।୨୦୨୫-୨୬ ଶିକ୍ଷା ବର୍ଷର ଯୁକ୍ତ ୨ ଛାତ୍ରଛାତ୍ରୀ ଦେବେ ପରୀକ୍ଷା। ୨୦୨୬ ବୋର୍ଡ ପରୀକ୍ଷାରେ ଉଭୟ ବିଷୟରେ ପ୍ରଶ୍ନ ଆସିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରାୟ ୨୯ ମିନିଟ୍ ୩ ସେକେଣ୍ଡ ପାଇଁ ପାଣିରେ ରହି ଗୋଟିଏ ସ୍ବତନ୍ତ୍ର ରେକର୍ଡ ତିଆରି କରିଛନ୍ତି କ୍ରୋଏସିଆର ବାସିନ୍ଦା ଭିଟୋମିର ମାରସିକ୍ । ପେଶାରେ ଜଣେ ସେ ଫ୍ରିଡାଇଭର । ତାଙ୍କର ଏଭଳି କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।ମାରିଚିକ୍ ଏକ ପୁଲ ଭିତରେ ଶୋଇ ଶେଷ ଥର ପାଇଁ ନିଶ୍ୱାସ ନେଇଥିଲେ । କିନ୍ତୁ ପରେ ପ୍ରାୟ ୨୯ ମିନିଟ୍ ୩ ସେକେଣ୍ଡ ପାଇଁ ସେ ହଲଚଲ ହୋଇ ନଥିଲେ । ଯେତେବେଳେ ସେ ବାହାରକୁ ଆସିଲେ, ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ଏହାକୁ ବିଶ୍ୱର ସବୁଠାରୁ ଦୀର୍ଘ ସ୍ୱେଚ୍ଛାକୃତ ନିଶ୍ୱାସ ଭାବରେ ଘୋଷଣା କଲା । ପୂର୍ବ ରେକର୍ଡ ଏହାଠାରୁ ପ୍ରାୟ ୫ ମିନିଟ୍ କମ୍ ଥିଲା । ତାଙ୍କର ଏଭଳି କାର୍ଯ୍ୟ ପୁରୁଣା ଖେଳାଳିଙ୍କୁ ଏକ ବଡ଼ ଝଟକା ଦେଇଥିଲା ।ଯଦି ମାରଚିଚଙ୍କ କୌଶଳ ବ୍ୟବହାର କଥା କୁହାଯାଏ ତେବେ ସେ ରେକର୍ଡ କରିବା ପୂର୍ବରୁ…
ଲଘୁଚାପ ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ୧୬.୪୪ମିମି ବର୍ଷା ରେକର୍ଡ କରାଯାଇଛି । ଦିନକ ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ୯୦ ହଜାର କ୍ୟୁସେକ୍ରୁ ବୃଦ୍ଧି ପାଇ ଅଢ଼େଇ ଲକ୍ଷ କ୍ୟୁସେକ୍ ଟପିଲାଣି । ଏହାକୁ ଲକ୍ଷ୍ୟ କରି ଶନିବାର ପୂର୍ବାହ୍ଣ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରାରମ୍ଭିକ ଭାବେ ୪ଟି ଗେଟ୍ ଖୋଲାଯିବାକୁ ଯୋଜନା ରହିଛି । ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପାଇଁ ୨୦ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ନିଂ କରିଛି। ସେହି ଜିଲାଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା। ସେହିପରି ବରଗଡ଼,…









