Author: sanitelevision

ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବ। ଏହା ପ୍ରଭାବରେ ୨୯ ତାରିଖ ଯାଏ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ଦୁଇ ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରେ କନ୍ଧମାଳ ଓ ଗଜପତିରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।ଗତ ୨୪ ଘଣ୍ଟାରେ ବୈତରଣୀ ବେସିନ୍‌ କେନ୍ଦୁଝର ଓ ଝାଡ଼ଖଣ୍ଡରେ ୪୨.୫୭ମିମି ବର୍ଷା ହୋଇଛି । ଉପର ବ୍ରାହ୍ମଣୀରେ ୩୫ମିମି ବର୍ଷା ଓ ଉପର ମହାନଦୀରେ ୩୧ମିମି ବର୍ଷା ହୋଇଛି । ବଂଶଧାରା ଓ ବୁଢ଼ାବଳଙ୍ଗରେ ପାଣି ଅଧିକ ଥିଲେ ବି…

Read More

ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’ । ଟ୍ରକ୍‌ଟି ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି । ଗାଡ଼ିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ହାତୀ ସ୍ଥାନାନ୍ତର ବେଳେ ଆବଶ୍ୟକ ହେଉଥିବା ସବୁ ଯନ୍ତ୍ରପାତି ଏଥିରେ ଉପଲବ୍ଧ ରହିଛି।ଏହାକୁ ଅନୁଗୁଳ ତଥା ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ। ହାତୀର ତାପମାତ୍ରା ମାପିବାକୁ ଅଟୋମେଟିକ୍‌ ମେସିନ୍‌ ଓ ଫାଷ୍ଟଏଡ୍‌ ବକ୍ସ ଖଞ୍ଜା ଯାଇଛି । ସେଥିରେ ୨ ହଜାର ୱାଟ୍‌ର ଜେନେରେଟର ଲାଗିବା ସହିତ ଆଲୋକୀକରଣ ପାଇଁ ଉଜ୍ବଳ ଲାଇଟ୍‌ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଅସୁସ୍ଥ ହାତୀ ଖାଇବା ପାଇଁ ସେଥିରେ ସ୍ବତନ୍ତ୍ର ପାତ୍ର ରଖାଯାଇଛି। ଗାଡ଼ିଟି ହାତୀକୁ ଅନ୍ୟ ସ୍ଥାନକୁ ନେଇ ଯାଉଥିବାବେଳେ ସାଇରନ୍‌ ବାଜି ଉଠିବ, ଫଳରେ ଟ୍ରାଫିକ୍‌ ସମସ୍ୟାରେ ଫସିବ ନାହିଁ । ଅନ୍ୟପକ୍ଷରେ ଏହା ରାଜ୍ୟର…

Read More

ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରୋତ୍ସାହନ ରାଶି ପ୍ରଦାନ ନିୟମ ଆଂଶିକ ବଦଳିଛି । ପୂର୍ବରୁ ୪ ମାସରେ ଘର ସାରିଲେ ୨୦ ହଜାର ଟଙ୍କା ମିଳୁଥିଲା । ଏଣିକି ୪ ମାସ ବଦଳରେ ୬ ମାସରେ ଘର ନିର୍ମାଣ ସାରିଲେ ବି ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ । ସେହିଭଳି ୬ ମାସ ବଦଳରେ ୮ ମାସରେ ଘର ସାରିଲେ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି(ଇନସେନଟିଭ୍‌) ମିଳିବ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି କରି ଏହି ସଂଶୋଧିତ ଗାଇଡଲାଇନ୍‌ ସମ୍ପର୍କରେ ଅବଗତ କରାଇଛନ୍ତି । ସେପଟେ ମନରେଗା ଶ୍ରମ ଟଙ୍କା ଦେବାକୁ ଆଇଡି ଖୋଲିବା ପ୍ରକ୍ରିୟା ବି ଆରମ୍ଭ ହୋଇଛି । ଏହି ନିୟମକୁ…

Read More

ଲୋକପ୍ରିୟ ବଲିଉଡ୍‌ ଅଭିନେତା ହିରୋ ନମ୍ବର ୱାନ୍‌ ଗୋବିନ୍ଦାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ପତ୍ନୀ ସୁନୀତା ଆହୁଜାଙ୍କ ସହିତ ତାଙ୍କ ବିବାହ ବିଚ୍ଛେଦ ଖବର ଫ୍ୟାନ୍‌ଙ୍କୁ ଚକିତ କରିଛି ।ସେ ମୁମ୍ବାଇ ଫ୍ୟାମିଲି କୋର୍ଟରେ ଏକ ଆବେଦନ ମଧ୍ୟ ଦାଖଲ କରିଛନ୍ତି । କୁହାଯାଉଛି ଯେ ସୁନିତା ତାଙ୍କ ସ୍ୱାମୀଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । କିନ୍ତୁ ଗୋବିନ୍ଦାଙ୍କ ପରିଚାଳିକା ଶଶି ସିହ୍ନା ଏବେ ଛାଡପତ୍ର ଖବରକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଗୋବିନ୍ଦା ଏବଂ ସୁନିତା ଛାଡପତ୍ର ନେଉନାହାନ୍ତି । ରିପୋର୍ଟ ଅନୁସାରେ, ସୁନୀତା ହିନ୍ଦୁ ବିବାହ ଅଧିନିୟମ ୧୯୫୫ର ଧାରା ୧(ଆଇ), (ଆଇଏ) ଓ (ଆଇବି) ଅନ୍ତର୍ଗତ କୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି । ଦୀର୍ଘ ୩୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ନିମନ୍ତେ ସେ ବ୍ୟଭିଚାର, ନିଷ୍ଠୁରତା ଓ କର୍ତ୍ତବ୍ୟରୁ…

Read More

ସଂସଦରେ ଅନଲାଇନ୍ ଗେମିଂ ବିଲ୍ ୨୦୨୫ ଗୃହୀତ ହେବା ମାତ୍ରେ, Dream11, MPL, Zupee ଇତ୍ୟାଦି ସେମାନଙ୍କର ଖେଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ଅନଲାଇନ୍ ଗେମିଂ ବିଲ୍‌ରେ ନିୟମ ଉଲ୍ଲଂଘନ ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଜେଲ୍ ବ୍ୟବସ୍ଥା କରିଛନ୍ତି।ଡ୍ରିମ-୧୧ ପକ୍ଷରୁ ଏକ ବୟାନ ଜାରି କରି ମନି ଗେମ ବନ୍ଦ ହେବା ବିଷୟରେ ସୂଚନା ଦିଆଯାଇଛି । ମନି ଗେମର ଅର୍ଥ ହେଉଛି ଯେ ଗେମରେ ଅର୍ଥ ଲଗାଇବାକୁ ପଡ଼େ ଓ ସେଥିରେ ଅର୍ଥ ପୁରସ୍କାର ଥାଏ । ମନିଗେମ ବନ୍ଦ କରି ଡ୍ରିମ-୧୧ ସୋସିଆଲ ଗେମରେ ଫୋକସ କରିବା ଆରମ୍ଭ କରିଛି । ଏହି ଗେମରେ କୌଣସି ଅର୍ଥ ଲଗାଇବାକୁ ପଡ଼ିନଥାଏ । ଏଥିରେ ଯୋଗ ଦେବା ମାଗଣା ଓ ପୁରସ୍କାର ବାବଦରେ ନଗଦ ଅର୍ଥ ବଦଳରେ ଆଇଫୋନ, ଆଇପ୍ୟାଡ୍ ଆଦି ପୁରସ୍କାର ରହିଛି । ସେହିପରି ମାଇ୧୧ ସର୍କଲ ପକ୍ଷରୁ…

Read More

ସମୁଦ୍ରରେ ପର୍ଯ୍ୟଟକ ଭାସି ନିଖୋଜ ଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପୁରୀ ସମୁଦ୍ରରେ ଗାଧାଉଥିବା ବେଳେ ସମୁଦ୍ରରେ ଭାସିଯାଇଛନ୍ତି। ସୂଚନା ମୁତାବକ, ନିଖୋଜ ଥିବା ଯୁବକ ହାଇଦ୍ରାବାଦ ଅଞ୍ଚଳର ବିକାଶ ଚନ୍ଦେ। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ସୂଚନା ଅନୁଯାୟୀ ବିକାଶ ତାଙ୍କ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ଆଜି ଚୈତନ୍ୟ ଛକ ନିକଟ ସମୁଦ୍ରରେ ସ୍ନାନ କରୁଥିବାବେଳେ ଏକ ବଡ଼ ଲହଡ଼ି ତାଙ୍କୁ ସମୁଦ୍ର ଭିତରକୁ ଟାଣି ନେଇଥିଲା । ନିଜ ପୁଅ ଓ ସ୍ତ୍ରୀ ସାମ୍ନାରେ ବିକାଶ ଭାସି ଯାଉଥିବାବେଳେ ପରିବାର ଲୋକେ ଚିତ୍କାର କରିଥିଲେ । ତେବେ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସମୁଦ୍ର ଭିତରକୁ ଯାଇ ଖୋଜାଖୋଜି ଜାରି ରଖିଥିବାବେଳେ ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରି ନାହିଁ।

Read More

୨୫ ଯାଏଁ ଚାଲିବ ଚାଷୀ ପଞ୍ଜୀକରଣ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ମନ୍ତ୍ରୀ କହିଛନ୍ତି, ୨୦୨୫-୨୬ ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣ ପ୍ରକିୟାକୁ ଆହୁରି ସରଳୀକରଣ କରିଛନ୍ତି ସରକାର। ପୂର୍ବରୁ ବଂଶାବଳୀ ପ୍ରମାଣ ପତ୍ର ପାଇଁ ଚାଷ ଜମିର ଉତ୍ତରାଧିକାରୀଙ୍କ ସମ୍ମତି ପତ୍ର ଆବଶ୍ୟକ ପଡୁଥିଲା। ଯେଉଁଥିପାଇଁ ଚାଷୀ RI ଅଫିସକୁ ଦୌଡିବାକୁ ବାଧ୍ୟ ହେଉଥିଲେ। ଫଳରେ ବିଳମ୍ବିତ ପ୍ରକ୍ରିୟା ପାଇଁ ଅନେକ ଚାଷୀ ସରକାରଙ୍କ ନିର୍ଦ୍ଧାରିତ ସମୟ ଭିତରେ ନାଁ ପଞ୍ଜିକରଣ କରିନପାରି ବାଦ ପଡୁଥିଲେ। ଯେଉଁଥିପାଇଁ ଧାନର ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି ହେଉଥିଲା। ଏବେ କିନ୍ତୁ ଯୋଗାଣ ବିଭାଗ ଏହି ନିଜସ୍ବ ଘୋଷଣାନାମା ଜାରି କରିଛି। ଯାହାକୁ ପୂରଣ କରି ଚାଷୀ ସିଧାସଳଖ ପଞ୍ଜୀକରଣ କରିପାରିବେ।

Read More

ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ପାଇଁ ୨୫ରୁ ଆବେଦନ । ଖାତାର ଅବିକଳ ନକଲ ପାଇବା ଲାଗି ଆବେଦନ କରିପାରିବେ । ବୋର୍ଡ କାଯ୍ୟାଳୟରେ ଦରଖାସ୍ତ ଏବଂ ଫିସ ଦାଖଲ କରିପାରିବେ । ଅଫଲାଇନ ସେପ୍ଟେମ୍ବର ୨ ଭିତରେ ଆବେଦନ କରିପାରିବେ । ତେବେ ଚଳିତ ବର୍ଷ ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ୯୮ ଟି ପରୀକ୍ଷା କେନ୍ଦ୍ରରେ ୩୨୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଜୁଲାଇ ୧ରୁ ୧୦ ତାରିଖ ପର୍ୟ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Read More

ମହିଳା ଭକ୍ତମାନଙ୍କ ପାଇଁ ବଡ଼ ପଦକ୍ଷେପ। ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ।ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ହୋଇଛି ନିଷ୍ପତି।ଏନେଇ ସ୍ୱତନ୍ତ୍ର ଗୃହ ସ୍ଥାପନ ପାଇଁ ସ୍ଥାନ ନିରୂପଣ କରାଯାଇଥିବା ସୂଚନା ଦିଆଯାଇଛି।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚିସ୍ମିତା ଏବଂ ଅନ୍ୟ ଅଧିକାରୀ ଏ ସମ୍ବନ୍ଧରେ ଆଲୋଚନା କରି ଏହି ସ୍ବତନ୍ତ୍ର ଗୃହ ସ୍ଥାପନା ପାଇଁ ସ୍ଥାନ ନିରୂପଣ କରିଛନ୍ତି । ସ୍ତନ୍ୟପାନ ଗୃହ ପରିଚାଳନା ପାଇଁ ଜଣେ ସ୍ୱତନ୍ତ୍ର ମହିଳା ସହାୟିକା ରହିବେ। ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଛି ସ୍ଥାନଟି ସ୍ୱଚ୍ଛତା ଏବଂ ମର୍ଯ୍ୟାଦାର ଉଚ୍ଚ ମାନଦଣ୍ଡ ବଜାୟ ରଖିବ। ଯାହା ମା’…

Read More

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ପହଂଚି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସୂଚନା ମୁତାବକ ଆଜି ଅନେକ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ବୋଲି କୁହାଯାଉଛି । ଡିହାଇଡ୍ରେସନ କାରଣରୁ ରବିରାର ସଂଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ନବୀନ ଭର୍ତ୍ତି ହୋଇଥିଲେ। ପ୍ରାୟ ୭୭ ଘଣ୍ଟା ପରେ ସୁସ୍ଥ ହୋଇ ସେ ନବୀନ ନିବାସ ଫେରିଛନ୍ତି। । ପୂର୍ବରୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା କଥା ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫୋନ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

Read More