Author: sanitelevision

ପାଟ୍‌ନାରୁ ପୁରୀ ଚାଲିବ ସାପ୍ତାହିକ ପୂଜା ସ୍ବତନ୍ତ୍ର ଟ୍ରେନ। ପାର୍ବଣରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।ପାଟନାରୁ ଅଗଷ୍ଟ ୨୮ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଚଳାଚଳ କରିବ । ଅଗଷ୍ଟ ୨୯ରୁ ଡିସେମ୍ବର ୨୬ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଚଳାଚଳ କରିବ । ସାପ୍ତାହିକ ପୂଜା ସେପାଶାଲ୍ ମୋଟ ୨୧ଟି ଷ୍ଟେସନରେ ରହଣି କରିବ ।

Read More

ଏବେ କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍‌ରେ ଓଡିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ୍ ହେବା ପାଇଁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ । ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ବଡ ଘୋଷଣା କରିଛନ୍ତି । ବି- ଏମ୍‌ଏଏଏନ୍ ଅଧୀନରେ କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ ହେବ । ଯେଉଁଥିରେ ଆଦିବାସୀ ଝିଅମାନଙ୍କୁ ପାଇଲଟ୍ ହେବା ପାଇଁ ଟ୍ରେନିଂ ଦିଆଯିବ । ଢେଙ୍କାନାଳ ବିରାଶୋକରେ ହେବ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର । ଭୁବନେଶ୍ୱର ବିମାନବନ୍ଦରରେ ଆଧୁନିକ ଏମ୍‌ଆର୍‌ଓ ସୁବିଧା ସ୍ଥାପନ ହେବ । ୧୪ ମାସରେ ଓଡିଶାର ବିମାନବନ୍ଦର ୧୫ଟି ନୂଆ ସ୍ଥାନ ସହ ଯୋଡି ହୋଇଛି । ଓଡିଶାକୁ ସବୁ ସହଯୋଗ ଦିଆଯିବ କହିଲେ କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ପୁରୀରେ ଏକ ବିଶ୍ୱସ୍ତରୀୟ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେଉଛି ଏବଂ ଏହି ବିମାନବନ୍ଦର, ସାରା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ…

Read More

ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ-ପ୍ରିଣ୍ଟ । ଉପ ମୁଖ୍ୟମନ୍ତ୍ରୀ କେ. ଭି. ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶାର ଟିମ୍ ।କାରଣ ଖୋଜାଯାଇ ନିରାକରଣ ବାହାର କରାଯିବ । ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନ୍‌ପୁଟ୍ ସବସିଡି ଯୋଗୁଁ ଦାଦନ କମିଛି । ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛୁ ।ସାରା ରାଜ୍ୟରେ ଦାଦନ କମିବାକୁ ଭିତ୍ତିଭୂମି ତିଆରି କରୁଛନ୍ତି ସରକାର । ମନରେଗା ଏବଂ ଜୀବିକା ମିଶନରେ ଅଧିକ କାର୍ଯ୍ୟକ୍ରମ ହାତକୁ ନେଇ ଉଦାହରଣ ତିଆରି କରାଯିବ । ଟାସ୍କଫୋର୍ସ କମିଟିକୁ ୨ ଭାଗରେ ବିଭକ୍ତ କରାଯିବ। ଦାଦନ ଯାଉଥିବା ରାଜ୍ୟକୁ ଗୋଟିଏ କମିଟି ଯିବ । ଏନ୍‌ଜିଓର ସର୍ଭେ ରିପୋର୍ଟକୁ ଆଧାର କରି କାର୍ଯ୍ୟକ୍ରମ କରାଯିବ ।

Read More

ସବୁ ରେକର୍ଡ ଭାଙ୍ଗିଲା ଚାଷୀ ପଞ୍ଜୀକରଣ। ଗତବର୍ଷ ତୁଳନାରେ ଖରିଫ୍ ରେକର୍ଡ ଭାଙ୍ଗିଲା ପଞ୍ଜୀକରଣ। ଗତ ବର୍ଷ ଯେତିକି ପଞ୍ଜୀକରଣ ହୋଇଥିଲା ଏବର୍ଷ ତାଠାରୁ ଢ଼େର ଅଧିକ ପଞ୍ଜୀକରଣ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ୧୮ ଲକ୍ଷ ୫୦ ହଜାର ୯୮୩ ଜଣ ଚାଷୀ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଛନ୍ତି। ଆଜି ଚାଷୀ ପଞ୍ଜୀକରଣର ଶେଷ ଦିନ । ରାତି ୧୨ଟାରେ ସରିବ ଅବଧି। ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ଜଣାପଡିଛି ।

Read More

ବଦଳିଲା ସୁନା-ରୂପା ଦର । ଅଗଷ୍ଟ ୨୫ ଅର୍ଥାତ୍‌ ସୋମବାର ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୧,୫୧୦ ଟଙ୍କା ରହିଛି । ଗତକାଲି ୧,୦୧,୬୨୦ ଟଙ୍କା ଥିଲା । ଏଥିରେ ୧୧୦ ଟଙ୍କା ହ୍ରାସ ହୋଇଛି ।୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୩,୦୫୦ ଟଙ୍କା ରହିଛି । ଗତକାଲି ୯୩,୧୫୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୭୬,୧୪୦ ଟଙ୍କା ରହିଛି । ଗତକାଲି ୭୬,୨୧୪ ଟଙ୍କା ଥିଲା । ଏଥିରେ ୭୪ ଟଙ୍କା ହ୍ରାସ ହୋଇଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୨୧,୦୦୦ ଟଙ୍କା ହୋଇଛି ।

Read More

ଆହୁରି ବିକଶିତ ହେବ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦର, ବଢ଼ିବ ଭିତ୍ତିଭୂମି । ଓଡ଼ିଶା ଗସ୍ତ ଅବସରରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ।ଏୟାରପୋର୍ଟ ଭିତରେ ଉଡାନ ଯାତ୍ରୀ କାଫେର ଶୁଭାରମ୍ଭ। ୧୦ ଟଙ୍କାରେ ଚା, କଫି, ପାଣି ବୋତଲ ଓ ନଡ଼ିଆ ଲଡ଼ୁ ମିଳିବ। ସେହିପରି ୨୦ ଟଙ୍କାରେ ସିଙ୍ଗଡ଼ା ମିଳିବ। ସବୁ ଯାତ୍ରୀ ଏହି ସୁଲଭ ସୁବିଧା ନେଇ ପାରିବେ।ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖୁବଶୀଘ୍ର ନିର୍ମାଣ ହେବ ଟର୍ମିନାଲ-୩ । ବର୍ତ୍ତମାନ ଟର୍ମିନାଲ-୩ର ନିର୍ମାଣ ପ୍ଲାନିଂ ଷ୍ଟେଜରେ ରହିଛି । ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ସହ ବିମାନ ଚଳାଚଳ ବଢ଼ୁଛି । ସେଥିପାଇଁ ଟର୍ମିନାଲ-୩ର ନିର୍ମାଣ କରାଯିବ । ଏଥିସହ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ପୁରୁଣା ଟର୍ମିମିନାଲରେ ନୂଆ ବିଲ୍ଡିଂ ନିର୍ମାଣ ପାଇଁ ଯୋଜନା କରାଯାଉଥିବା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ…

Read More

ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି । ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କମ୍ଭମପତି । ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ପହଞ୍ଚିଲେ ରାଜ୍ୟପାଳ । ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେନେଇ ପଚାରି ବୁଝିଲେ ରାଜ୍ୟପାଳ । ନିକଟରେ ଏକ ଘରୋଇ ହସ୍ପିଟାଲରେ ଡିହାଇଡ୍ରେସନ୍ ହୋଇଥିବାରୁ ଚିକିତ୍ସିତ ହୋଇ ଫେରିଥିଲେ । ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।ସେହିପରି ପ୍ରଧାନମନ୍ତ୍ରୀ ବି ଫୋନ କଲ୍ ଜରିଆରେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ ।

Read More

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସଂଯୋଗ କରୁଥିବା ସବୁ ରାସ୍ତା ସମ୍ପ୍ରସାରଣ କରାଯିବ। ପୁରୀ – ଭୁବନେଶ୍ବର ଜାତୀୟ ରାଜପଥକୁ ୮ ଲେନ୍‌ କରାଯିବ।ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଥିପାଇଁ ନୀତିଗତ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ପୁରୀ-କୋଣାର୍କ, ପୁରୀ ସାତପଡ଼ା ଏବଂ ପିପିଲି କୋଣାର୍କ ରାଜପଥ ୪ ଲେନ୍‌ ବିଶିଷ୍ଟ କରାଯିବ।ସେହିପରି ରାଜ୍ୟରେ ଥିବା ୨୦ କୋଠରିରୁ ଅଧିକ ହୋଟେଲଗୁଡ଼ିକରେ ମଦ ବାର୍ ଖୋଲିବା ପାଇଁ ଅନୁମତି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିପାଇଁ ଖୁବ୍‍ଶୀଘ୍ର ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଆଧ୍ୟାତ୍ମିକ ଓ ଐତିହ୍ୟ ପର୍ଯ୍ୟଟନର ବିକାଶ ପାଇଁ ଅଧିକ ଗୁରୁତ୍ବ ଦିଆଯିବ। ଶ୍ରୀଜଗନ୍ନାଥ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବ୍‌ଶୀଘ୍ର ଆରମ୍ଭ କରାଯିବ। ଏହାଦ୍ବାରା ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଇବେ।ଜାତୀୟ ଟୁର୍ ଅପରେଟର ସଂଘ…

Read More

ରାଜ୍ୟରେ ରହିବେନି ଭୂମିହୀନ। ରାଜ୍ୟରେ ଥିବା ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର।ଆସନ୍ତାବର୍ଷ ଅଗଷ୍ଟ ସୁଦ୍ଧା ଜିଲ୍ଲାର ଜମିହୀନଙ୍କୁ ଖୋଜି ପଟ୍ଟା ଯୋଗାଇ ଦେବେ ରାଜସ୍ୱ ବିଭାଗ।କେବଳ ଗରିବ ଭୂମିହୀନ ନୁହେଁ ସ୍କୁଲଗୁଡିକୁ ମଧ୍ୟ ଜମି ପଟ୍ଟା ଯୋଗାଇ ଦିଆଯିବ। ସ୍କୁଲକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ପଟ୍ଟା ଦେବେ ତହସିଲଦାର। ଗୋଟିଏ ବର୍ଷ ଭିତରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ୨୨ ହଜାର ଜମି ପଟ୍ଟା ପ୍ରଦାନ କରାଯାଇଛି। ଶିକ୍ଷାନୁଷ୍ଠାନକୁ ଜଙ୍ଗଲ କିସମ ଜମି ମଧ୍ୟ ପଟ୍ଟା କରି ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ସହିଦ ମିନାର ଠାରେ ସହିଦ ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

Read More

ବରଗଡ଼ ଜିଲା ବିଜେପୁର ଥାନାରେ କାର୍ଯ୍ୟରତ ପୋଲିସ ଏସ୍‌ଆଇ ଜଗା ବରିହା ସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ସ୍କ୍ରାପ ବ୍ୟବସାୟୀଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡି ବସିଥିଲା। ସୁଚାମୁତାବକ ବରଗଡ଼ ବିଜେପୁର ଏସଆଇ ଜଗା ବରିହା ଜଣେ ସ୍କ୍ରାପ ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ । ସୁରୁଖୁରୁରେ ବ୍ୟବସାୟ କରିବା ଓ ତାଙ୍କ ନାଁରେ କୌଣସି ମାମଲା ନ କରିବାକୁ ମାଗିଥିଲେ ଲାଞ୍ଚ । ୧୦ ହଜାର ଟଙ୍କାରେ ହୋଇଥିଲା ଡିଲ । ଆଜି ୭ ହଜାର ନେଉଥିବା ବେଳେ ଏସଆଇକୁ କାବୁ କରିଥିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କା ଜବତ କରି ଏସଆଇଙ୍କ ୩ ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।

Read More