ରାଜଭବନରେ ଯାଇ ରାଜ୍ୟରେ ବନ୍ୟା ସ୍ଥିତି ବାବଦରେ ରାଜ୍ୟପାଳଙ୍କୁ ଅବଗତ କରାଇଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟପାଳଙ୍କ ସହ ବୈଠକ ପରେ ମନ୍ତ୍ରୀ ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନରେ ଯିବେ । ଯାଜପୁର ଜିଲ୍ଲା ଗସ୍ତ ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ଯାଜପୁରକୁ ଛାଡ଼ି ବାକି ସବୁ ଜିଲ୍ଲାରେ ସ୍ଥିତି ପ୍ରାୟ ସ୍ବାଭାବିକ ହେଲାଣି । ଯାଜପୁରରେ ଘାଇ ସୃଷ୍ଟି ହୋଇଛି, ୩୦/୪୦ ଗାଁ ପ୍ରଭାବିତ ।୫ ହଜାରରୁ ଅଧିକ ଲୋକ ବନ୍ୟା ରିଲିଫ ସେଣ୍ଟରରେ ଅଛନ୍ତି । ରୋଷେଇ ଖାଦ୍ୟ ଦିଆଯାଉଛି । ଔଷଧ ବ୍ୟବସ୍ଥା ମଧ୍ୟ କରାଯାଇଛି । ଜରୁରୀ ଖାଦ୍ୟ ସାମଗ୍ରୀ ମଧ୍ୟ ବ୍ୟବସ୍ଥା କରାଯାଇଛି । ମେଡ଼ିକାଲ ଟିମ୍ ରିଲିଫ ସେଣ୍ଟରରେ ରହି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ।ଜଳସମ୍ପଦ ବିଭାଗ, ବିପର୍ଯ୍ୟୟ ପରିଚାଳନାର ଅଧିକାରୀ, ଜିଲ୍ଲା ପ୍ରଶାସନ ମଧ୍ୟ ଆମ ସହିତ ରହି ସ୍ଥିତି ସମୀକ୍ଷା କରିବେ ।…
Author: sanitelevision
ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ବାରା ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ । ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ ଓ ଅଧିକାରୀ ମନେ ଜନତାଙ୍କୁ ଫୋନ୍ କରି ମତାମତ ନେବେ।ମୋବାଇଲକ୍ ଆପ୍ ମାଧ୍ୟମରେ ନିଆଯିବ ମତାମତ।ଏଣିକି ଲୋକଙ୍କ ମତାମତ ଆଧାରରେ ନୀତି ନିର୍ଦ୍ଧାରଣ ହେବ। ଫେସବୁକ୍, ଏକ୍ସ, ହ୍ବାଟ୍ସଆପ୍, ଓ୍ୱେବସାଇଟ୍ ଚାର୍ଟବଟ୍ ଏବଂ ସିଧାସଳଖ ଟୋଲ୍ ଫ୍ରି ନମ୍ବର- ୧୪୪୭୧କୁ ଫୋନ୍ କରି ସିଧାସଳଖ ଲୋକମାନେ ମତାମତ ଦେଇପାରିବେ।
ଚାଷୀଙ୍କ ପାଇଁ ଖୁସି ଖବର । ଆକାଉଣ୍ଟକୁ ଆସିବ ୨ ହଜାର ଟଙ୍କା । ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି ।୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯିବ। ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯିବ। ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହେବେ। ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି। ମୁଖ୍ୟମନ୍ତ୍ରୀ ଫାଇଲରେ ଦସ୍ତଖତ କରିବା ପରେ ଚାଷୀଙ୍କ ଖାତାକୁ ଯିବ ସିଏମ କିଷାନ ଟଙ୍କା। ପୂର୍ବରୁ ୪୫ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୧୯ଲକ୍ଷରୁ ଅଧିକ ଭୂମିହୀନଙ୍କୁ କାଳିଆ ଯୋଜନାରେ ସହାୟତା ମିଳିଥିଲା।
ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପ୍ରଶ୍ନପତ୍ର ଲିକ୍ ମାମଲାରେ କଟକର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ଦୁଇ ଅଭିଯୁକ୍ତ ଜିତନ ମହାରଣା ଏବଂ ପ୍ରଶାନ୍ତ ଖମାରୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।OTET ପେପର୍ ଲିକ୍ ମାମଲା ବ୍ୟାପକ ଦୃଷ୍ଟି ଆକର୍ଷଣ କରିଛି, କ୍ରାଇମ୍ ବ୍ରାଞ୍ଚ ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୮ ଜଣଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଚୌଦ୍ୱାର ଜେଲରେ ଅଛନ୍ତି। ସେମାନଙ୍କ ମଧ୍ୟରୁ, ସାତ ଜଣଙ୍କ ଜାମିନ ଆବେଦନ କୋର୍ଟ ଦ୍ୱାରା ଖାରଜ ହୋଇସାରିଛି। ଏହି ସମୟରେ, ବିଏସଇର ପୂର୍ବତନ ଉପାଧ୍ୟକ୍ଷ ଏବଂ ମାମଲାର ମୁଖ୍ୟ ଅଭିଯୁକ୍ତ ନିହାର ରଞ୍ଜନ ମହାନ୍ତିଙ୍କ ଜାମିନ ଶୁଣାଣି ମଙ୍ଗଳବାର ଦିନ ହେବାକୁ ଯାଉଛି, ଯାହା କୋର୍ଟଙ୍କ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଶଙ୍କା ସୃଷ୍ଟି କରିଛି।
ନୂଆପଡା ଜିଲ୍ଲା ଖଡିଆଳ ଥାନା ତୁକଲା ଗାଁରେ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଦମ୍ପତି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ ୯ ମାସର ଶିଶୁ ପୁତ୍ରଟି ଅଳ୍ପକେ ବର୍ତ୍ତି ଯାଇଛି। ଦମ୍ପତିଙ୍କ ଦେହ ୫୦ରୁ ୬୦% ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରଛନ୍ତି । ମୃତକ ହେଲେ ୨୭ ବର୍ଷୀୟ ରାଜେଶ ପଟେଲ ଓ ୨୫ ବର୍ଷୀୟା ରୀମା ପଟେଲ । ତେବେ କେମିତି ନିଆଁ ଲାଗିଲା କାରଣ ଜଣାପଡ଼ିନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।ସୂଚନା ଅନୁଯାୟୀ ବାପା ମାଆ ଦୁହେଁ ଶିଶୁଟିକୁ ଖେଳାଉଥିବାବେଳେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା। ପରେ ସ୍ଥାନୀୟ ଲୋକେ ଏହାଦେଖି ଶିଶୁ ପୁତ୍ରଟିକୁ ଉଦ୍ଧାର କରିଥିଲେ। କିନ୍ତୁ ବାପା , ମାଆ ଦୁହେଁ ଘରୁ ବାହାରି ପାରିନଥିଲେ। ନିଆଁ ଲାଗି ଘରଟି ସମ୍ପୂର୍ଣ୍ଣ…
ଆନ୍ଦୋଳନରୁ ଓହରଲେ ଅମଲା କର୍ମଚାରୀ । ୧୫ ଦିନ ପରେ ଆଜି କାର୍ଯ୍ୟରେ ଯୋଗ ଦେବେ ଅମଲା । କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳମାନଙ୍କୁ ରାଜସ୍ବ ବିଭାଗର ଚିଠି ପରେ ଆଜି ଆନ୍ଦୋଳନ ପ୍ରତ୍ୟାହୃତ ନେଇ ଘୋଷଣା କରିଛନ୍ତି ଅମଲା ସଂଘ ସଭାପତି ।ବନ୍ୟା ପରିସ୍ଥିତି ଓ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇରେ ଯେପରି ଲୋକେ ହଇରାଣ ନ ହୁଅନ୍ତି, ସେଥିପାଇଁ ସରକାରଙ୍କ ସହ ଆଲୋଚନା କରି ଆନ୍ଦୋଳନ ସ୍ଥଗିତ ରଖାଗଲା. ସରକାର କହିଛନ୍ତି ଯେ ଦାବି ଉପରେ ତର୍ଜମା ଚାଲିଛି। ଏନେଇ ସଂଘର ସଭାପତି ତ୍ରିପତି ବାଲାଜୀ ସୂଚନା ଦେଇଛନ୍ତି।
କୋଣାର୍କ ପୁଲିସ ରାତି ଅଧିଆରେ ଚଢ଼ାଉ କରି ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ। ରେଡ୍ ବେଳେ ରାଣୀ ମହୁମାଛି ସହ ଯୁବକଙ୍କୁ ଗିରଫ କରାଯାଇଛି। ସେକ୍ସ କାରବାରରେ ବ୍ୟବହୃତ କିଛି ଆପତ୍ତିଜନକ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛି। କୋଣାର୍କ ଅଞ୍ଚଳରେ ଦୀର୍ଘ ଦିନ ହେବ ସେକ୍ସ ରାକେଟ୍ ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଗତକାଲି କୋଣାର୍କ ପୁଲିସ ଟିପ୍ ମିଳିବା ପରେ କୋଣାର୍କ ପୁଲିସର ସ୍ବତନ୍ତ ୪ଜଣିଆ ଟିମି ସହ ଧଳା ପଥର ଫାଣ୍ଡିର ୩ଜଣିଆ ମିଳିତ ଚଢ଼ାଉ କରିଥିଲେ। ରାଣୀ ମହୁମାଛି ଲକ୍ଷ୍ମୀପ୍ରୀୟାଙ୍କ ନାଁରେ କଟକ, ଭୁବନେଶ୍ୱର ଏବଂ ପୁରୀରେ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗ ଥିବା ଜଣାପଡିଛି।
ଆଜିଠୁ ‘ଆମ ଶାସନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ବିଜେଡି ସରକାର ଅମଳରେ ଯେପରି ୫ଟି-ମୋ ସରକାର ଚାଲିଥିଲା ସେହିପରି ଢାଞ୍ଚାରେ ଏହି ‘ଆମ ଶାସନ କାର୍ଯ୍ୟକାରୀ ହେବ । ହେଲେ ଏଥିରେ ୫-ଟି ଅଧ୍ୟକ୍ଷ କି ସଚିବ ଭଳି ପଦବି ରହିବେନି । ଯେଉଁ ଅଭିଯୋଗ, ପ୍ରସ୍ତାବ ଆସିବ ତାହା ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ । ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ଉପଲବ୍ଧ ହେବ । ଏବେ ୮ଟି ବିଭାଗର ୧୬ଟି ସେବା ଉପଲବ୍ଧ ହେବ । ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
ଅନେକ ଲୋକଙ୍କ ଆଖିରୁ ପାଣି ବାହାରିବାର ସମସ୍ୟା ଥାଏ। କେତେବେଳେ ଏହା ସାମାନ୍ୟ ହୁଏ ତ କେତେବେଳେ ଏତେ ଅଧିକ ହୋଇଯାଏ ଯେ ଆଖି ଖୋଲା ରଖିବା କଷ୍ଟକର ହୋଇପଡ଼େ। ବିନା କାରଣରେ ଆଖିରୁ ପାଣି ବାହାରିବାର କାରଣ ହେଉଛି ଜୀବାଣୁ କିମ୍ବା ଛୋଟ କଣିକା । ଆଖିରେ ଶୁଷ୍କତା, ଟିୟର ଡକ୍ସ କଳା ପଡ଼ିବା, ଆଲର୍ଜି, କର୍ଣ୍ଣିଆ ବ୍ୟାପିବା ଦ୍ୱାରା ମଧ୍ୟ ଆଖିରୁ ପାଣି ବାହାରିଥାଏ । ଆଲର୍ଜିକ୍ କଞ୍ଜୁକ୍ଟିଭାଇଟିସ୍ରେ ଧୂଳି, ଧୂଆଁ କିମ୍ବା ପାଳିତ ପଶୁଙ୍କ ପ୍ରତି ଆଲର୍ଜି ହେତୁ ଆଖିରୁ ପାଣି ବାହାରିଥାଏ।ଏପରି କିଛି ହେଉଥିଲେ ଆପଣ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯିବା ଉଚିତ ଯାହା ଦ୍ୱାରା ଠିକ୍ ସମୟରେ ଚିକିତ୍ସା କରାଯାଇପାରିବ । ତେବେ ନିଜକୁ କିପରି ସୁରକ୍ଷିତ ରଖିବେ ତାହା ଜାଣନ୍ତୁ ଧୂଳି ଏବଂ ଧୂଆଁରୁ ଆପଣଙ୍କ ଆଖିକୁ ରକ୍ଷା କରନ୍ତୁସ୍କ୍ରିନରେ କାମ କରିବା ସମୟରେ ସମୟ ସମୟରେ ବିରତି ନିଅନ୍ତୁବାରମ୍ବାର ଆଖି କୁଣ୍ଡାନ୍ତୁ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ରାଜୁଏସନ୍ ଡିଗ୍ରୀ ସହ ଜଡିତ ସୂଚନା ପ୍ରକାଶ କରିବା ପାଇଁ କେନ୍ଦ୍ରୀୟ ସୂଚନା ଆୟୋଗ (CIC) ର ନିର୍ଦ୍ଦେଶକୁ ଦିଲ୍ଲୀ ହାଇକୋର୍ଟ ରଦ୍ଦ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ସୂଚନା ଆୟୋଗର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲା। ୨୦୧୬ରେ ଦାଖଲ ହୋଇଥିବା ଏକ RTI ଆବେଦନ ଆଧାରରେ, CIC ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ନାତକ ଡିଗ୍ରୀ ସହ ଜଡିତ ସୂଚନା ପ୍ରକାଶ କରିବାକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲା।ଶୁଣାଣି ସମୟରେ, ବିଶ୍ୱବିଦ୍ୟାଳୟ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି ଦେଇଥିଲେ ଯେ ‘ଜାଣିବାର ଅଧିକାର’ ଅପେକ୍ଷା ‘ଗୋପନୀୟତାର ଅଧିକାର’ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ CIC ଆଦେଶକୁ ରଦ୍ଦ କରାଯିବା ଉଚିତ । ତଥାପି, ବିଶ୍ୱବିଦ୍ୟାଳୟ କୋର୍ଟକୁ କହିଛି ଯେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ରେକର୍ଡ କୋର୍ଟ ସମ୍ମୁଖରେ ଉପସ୍ଥାପନ କରିବାକୁ ପ୍ରସ୍ତୁତ, କିନ୍ତୁ ସୂଚନା ଅଧିକାର ଆଇନ ଅନୁଯାୟୀ “ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଯାଞ୍ଚ” ପାଇଁ…









