Author: sanitelevision

ଦଶନ୍ଧିରୁ ଅଧିକ ସମୟ ଧରି ଏକ ଉଲ୍ଲେଖନୀୟ କ୍ୟାରିଅର ହାସଲ କରିବା ପରେ ଭାରତୀୟ ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଏକ୍ସ ପୋଷ୍ଟରେ ଅବସର ନେଇ ଘୋଷଣା କଲେ ଅଶ୍ୱିନ୍ । ତେବେ ସେ ଅନ୍ୟାନ୍ୟ ଟି-20 ଫ୍ରାଞ୍ଚାଇଜ୍ ଲିଗ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିବେ । ଅଶ୍ୱିନ ଗତ ୨୦୨୪ ମସିହା ଡିସେମ୍ବର ୧୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେତେବେଳେ ସେ IPL ଖେଳିବା ଜାରି ରଖିବେ ବୋଲି କହିଥିଲେ । ସେ ଗତ ସିଜିନ୍ IPLରେ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳିଥିଲେ, ଅଶ୍ୱିନ୍‌ ୯ଟି ମ୍ୟାଚରେ ୭ଟି ୱିକେଟ୍ ନେଇଥିଲେ ଏବଂ ୩୩ ରନ୍ ବି କରିଥିଲେ । ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “ଆଇପିଏଲ୍…

Read More

ଆସିଷ୍ଟାଣ୍ଟ ଟ୍ୟାକ୍ସ କମିଶନର ସରିତା ବାରିକ ଲାଞ୍ଚ ନେଇ ଧରାପଡିବା ପରେ ଗିରଫ କଲା ଭିଜିଲାନ୍ସ ଟିମ୍ । ରେଡ୍ ବେଳେ ଘରୁ ମିଳିଲା ନଗଦ ୧ ଲକ୍ଷ ୪୫ ହଜାର ଟଙ୍କା । ୬୦ ଲକ୍ଷର ଡିପୋଜିଟ୍ ସହ ୨୨୨ ଗ୍ରାମ ସୁନା ଗହଣା ଠାବ କରିଛି ଭିଜିଲାନ୍ସ ଟିମ୍ । ସୂଚନାମୁତାବକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ରାଜ୍ୟ ଟିକସ ବିଭାଗର ସହକାରୀ କମିସନର। ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ରାଜ୍ୟ ଟିକସ ବିଭାଗର ସହକାରୀ କମିସନର ଜଣକ ହେଉଛନ୍ତି ସରିତା ବାରିକ। ଭୁବନେଶ୍ୱର-iv ସର୍କଲରେ କାର୍ଯ୍ୟରତ ସରିତା ଜଣେ ବେକେରି ମାଲିକଙ୍କଠାରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଇନପୁଟ ଟ୍ୟାକ୍ସ କ୍ରେଡିଟ ପରିଶୋଧ ଏବଂ ଜରିମାନା ଛାଡ କରିବା ପାଇଁ ଏହି ଲାଞ୍ଚ ନେଉଥିଲେ।

Read More

ସୃଷ୍ଟି ହେଲା ଲଘୁଚାପ। ୩୦ ଯାଏଁ ବର୍ଷା। ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଥିବା ବେଳେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମାଲକାନଗିରିକୁ ଅରେଞ୍ଜ ୱାର୍ଣ୍ଣିଂ ସହ ପ୍ରବଳ ବର୍ଷା ସମ୍ଭାବନା ଥିବା ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ଅଧିକ ରହିବ । ୩୦ ତାରିଖ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ସମୁଦ୍ର ଅଶାନ୍ତ ଥିବାରୁ ଆଗାମୀ ୫ଦିନ ଯାଏ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ୩୧ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ । କୋରାପୁଟ, ଗଞ୍ଜାମ, ନବରଙ୍ଗପୁର, ଗଜପତି, କନ୍ଧମାଳ, କଳାହାଣ୍ଡି, ନୟାଗଡ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି କୁହାଯାଇଛି ।

Read More

ବିରାଜମାନ ହେଲେ ଅଗ୍ରପୂଜ୍ୟ ଭଗବାନ ଗଣେଶ । ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁ ରୁ ସହର ଯାଏ ସବୁଠି ଉତ୍ସବମୁଖର । ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି । ସ୍କୁଲ, କଲେଜ, କାର୍ଯ୍ୟାଳୟ, ବଜାରରେ ଗଣେଶ ପୂଜାର ଆୟୋଜନ ହେଉଛି । ଆଜିର ଦିନରେ ନୂଆ କରି ପଢା ଆରମ୍ଭ କରୁଥିବା ପିଲାମାନେ ଖଡ଼ି ଛୁଇଁଥାନ୍ତି । କେଉଁଠି ଗଣେଶଙ୍କ ବିଶାଳ ମୂର୍ତ୍ତି ,ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ରାଜ୍ୟର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ରାଜଧାନୀରେ ମଧ୍ୟ ଗଣେଶ ପୂଜା ଧୁମଧାମରେ ପାଳନ ହେଉଛି । ବଡ଼ଗଡ, ନୟାପଲ୍ଲୀ ଭଳି ବିଭିନ୍ନ ସ୍ଥାନରେ ଧୁମଧାମରେ ପୂଜା ହେଉଛି। ସେହିପରି ଓଡିଶା ପ୍ରସିଦ୍ଧ ଜଟଣୀରେ ମଧ୍ୟ ଏଥର ଧୁମଧାମରେ ପାଳନ ହେଉଛି ଗଣେଶ ପୂଜା ।…

Read More

ବିଜୁ ଛାତ୍ର ଜନତା ଦଳ ପାଇଁ ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ନାଁ ଘୋଷଣା କରିଛନ୍ତି । ଏଥିରେ ୬ ଜଣ ନେତାଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ନବୀନ ।ଇପ୍‌ସିତା ସାହୁ ହେଲେ ଛାତ୍ର ବିଜେଡି ସଭାପତି । ସେହିଭଳି ଦେବାଶିଷ ଆଚାର୍ଯ୍ୟ, ଦେବୀରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଓ ସୌଭିକ ବିଶ୍ୱାଳଙ୍କୁ ମିଳିଛି ନୂଆ ଦାୟିତ୍ୱ ।

Read More

ପୁରୁଣା ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପାଇଁ ଲୋକ ସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ପୂର୍ତ୍ତ ମନ୍ତ୍ରୀ, ସଂସ୍କୃତ ମନ୍ତ୍ରୀ ଓ ଏଏସ୍‌ଆଇ କର୍ତ୍ତୁପକ୍ଷଙ୍କୁ ନେଇ ହୋଇଥିଲା ବୈଠକ । ରାଜ୍ୟର ଐତିହାସିକ ମନ୍ଦିର ଓ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ପାଇଁ ସଂସ୍କୃତି ବିଭାଗ ଏକ ନୂଆ ହେରିଟେଜ୍‌ ପଲିସି ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛି। ପର୍ଯ୍ୟଟନ ବିଭାଗ ଚିହ୍ନଟ କରିବ ୭୫ଟି ଡେଷ୍ଟିନେସନ୍‌ । ପ୍ରଥମ ପର୍ଯ୍ୟାୟରେ ସେହି ସବୁ କୀର୍ତ୍ତିରାଜ ସ୍ଥଳୀଗୁଡିକର ସଂରକ୍ଷଣ ଏବଂ ସୁରକ୍ଷା କରାଯିବ । ତାସହ ସେଠାରେ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମି ମଧ୍ୟ ସଜଡ଼ା ଯିବ । ରତ୍ନଗିରିରୁ ଅନେକ ପୁରୁଣା କୀର୍ତ୍ତିରାଜ ଏବଂ ଲେଖା ମିଳିଛି । ସେସବୁକୁ ମଧ୍ୟ ସୁରକ୍ଷା ଏବଂ ସଂରକ୍ଷଣ ସରକାରଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହାସହ ଏକ ଟାସ୍କ ଫୋର୍ସ ଗଠନ କରାଯିବ।

Read More

ସୁମଦ୍ର ପଥରେ ଆହୁରି ସଶକ୍ତ ହୋଇଛି ଭାରତୀୟ ନୌସେନା। ଆଜି ନୌସେନାରେ ସାମିଲ ହୋଇଛି ୨ଟି ନୂଆ ନୀଳଗିରି ଶ୍ରେଣୀର ଯୁଦ୍ଧ ଜାହାଜ ଆଇଏନଏସ୍‌ ଉଦୟଗିରି ଓ ଆଇଏନଏସ ହିମଗିରି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଦୁଇ ଯୁଦ୍ଧ ତଥା ଅତ୍ୟାଧୁନିକ ଜାହାଜକୁ ନୌସେନାରେ ସାମିଲ କରିଛନ୍ତି। ଏହି ଦୁଇ ମେଡ ଇନ ଇଣ୍ଡିଆ ଯୁଦ୍ଧ ଜାହାଜ ପ୍ରକଳ୍ପ ୧୭ ଆଲଫା(ପି-୧୭ଏ)ର ଅଂଶବିଶେଷ।ଚଳିତ ବର୍ଷ ଆରମ୍ଭରେ ଆଇଏନଏସ ନୀଳଗିରିକୁ ନୌସେନାରେ ସାମିଲ କରାଯାଇଥିଲା। ଏବେ ଏହି ଶ୍ରେଣୀ ଅଧୀନରେ ହିମଗିରି ଓ ଉଦୟଗିରିକୁ ସାମିଲ କରାଯାଇଛି। ମେଡ ଇନ ଇଣ୍ଡିଆ ପ୍ରକଳ୍ପରେ ନିର୍ମାଣ ହୋଇଥିବା ହିମଗିରି ଓ ଉଦୟଗିରିରେ ୭୫% ସ୍ୱଦେଶୀ ସରଞ୍ଜାମ ବ୍ୟବହୃତ ହୋଇଛି।ଏହି ଜାହାଜଗୁଡ଼ିକ ହେଲିକପ୍ଟର କାର୍ଯ୍ୟ ପାଇଁ ସି କିଙ୍ଗ୍ ହେଲିକପ୍ଟର ବହନ କରିପାରିବେ, ଯାହା ବୁଡ଼ାଜାହାଜ ଏବଂ ପୃଷ୍ଠ ଜାହାଜକୁ ଖୋଜି ମାରିବାରେ ସକ୍ଷମ। ଏହି ଜାହାଜଗୁଡ଼ିକ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍…

Read More

ପୁରୁଣା ଗାଡି ପାଇଁ କୋହଳ ହେଲା ନିୟମ । ପୂର୍ବରୁ ୧୫ ର ବର୍ଷର ପୁରୁଣା ଗାଡ଼ି ବ୍ୟବହାର କରିବା ଉପରେ ନିଷେଧାଦେଶ ଥିଲା। ପୂର୍ବରୁ ଥିବା ନିୟମକୁ ପରିର୍ବତ୍ତନ କରାଯାଇ ୨୦ବର୍ଷକୁ ବୃଦ୍ଧି କରାଯାଇଛି । ସରକାରଙ୍କ ଏ ନିଷ୍ପତ୍ତି ଅନେକଙ୍କୁ ଦେବ ଆଶ୍ୱସ୍ତି । କାରଣ ଲୋକମାନଙ୍କ ୧୫ ବର୍ଷ ପୁରୁଣା ଗାଡ଼ି ଭଲ କଣ୍ଡିସନରେ ରହିଥିବାବେଳେ ସେଗୁଡ଼ିକୁ ଚଲାଇବାରେ କଟକଣା ଲାଗିଥିଲା । ଯାହା ପାଇଁ ସାଧାରଣ ଲୋକଙ୍କଠାରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।ବର୍ତ୍ତମାନ ଏଥିରେ କୋହଳ କରିଛନ୍ତି ସରକାର। ଏଣିକି ୧୫ ବର୍ଷ ପୁରୁଣା ଗାଡ଼ିକୁ ବ୍ୟବହାର କରିପାରିବେ।

Read More

ଦିନକ ପରେ ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମା’ସଲେଶ୍ୱରୀଙ୍କ ମନ୍ଦିର । ତେବେ ନୂଆଖାଇ ପର୍ବ ଉପଲକ୍ଷେ ରାଜ୍ୟ ସରକାର ୨୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି । ଏହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ତା ସହିତ ରାଜସ୍ୱ ଏବଂ ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ଗୁଡ଼ିକ ମଧ୍ୟ ଛୁଟି ରହିବ । ତେବେ ଆସନ୍ତା ୧୩ ତାରିଖ (ଦ୍ୱିତୀୟ ଶନିବାର)କୁ କିନ୍ତୁ ରାଜ୍ୟ ସରକାର କାର୍ଯ୍ୟ ଦିବସ ଭାବେ ଘୋଷଣା କରିଛନ୍ତି ।

Read More

ଭୁବନେଶ୍ୱର ୨୬/୦୮/୨୦୨୫ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୨୫ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କର୍ମଜୀବୀ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଛନ୍ତି । ଏହା ଦ୍ୱାରା ବହୁ ସାମ୍ବାଦିକଙ୍କ ପରିବାର ଦେୟମୁକ୍ତ ଭାବେ ବିଭିନ୍ନ ଅନୁବନ୍ଧିତ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରୁଛନ୍ତି । ଚଳିତ ବର୍ଷ ମଧ୍ୟ ଉଭୟ ନୂତନ ଏବଂ ନବୀକରଣ ନିମନ୍ତେ ସାମ୍ବାଦିକମାନଙ୍କଠାରୁ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି । ସୂଚନାଯୋଗ୍ୟ ଯେ ଇଚ୍ଛୁକ ସାମ୍ବାଦିକମାନେ www.owjws.odisha.gov.in ରେ ଆବେଦନ କରିପାରିବେ ।

Read More