ବିହାର ନାଳନ୍ଦା ଜିଲ୍ଲାରେ ନୀତୀଶ ସରକାରଙ୍କ ମନ୍ତ୍ରୀ ତଥା ଜେଡିୟୁ ନେତା ଶ୍ରବଣ କୁମାରଙ୍କ ଉପରକୁ ଆକ୍ରମଣ । ଏହି ଆକ୍ରମଣରେ ତାଙ୍କର ଅଙ୍ଗରକ୍ଷୀ ଆହତ ହୋଇଛନ୍ତି । ଗ୍ରାମୀଣଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ମନ୍ତ୍ରୀ ଦୀର୍ଘ ୧ କିମି ବାଟ ଦୌଡିଥିଲେ । ଗ୍ରାମୀଣଙ୍କ ଆକ୍ରମଣରେ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ହିଲସା ଥାନା ଅନ୍ତର୍ଗତ ମାଲାବନ ଗାଁରେ ।ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ ଉଭୟ ନେତା ପ୍ରାୟ ଏକ କିଲୋମିଟର ଦୌଡ଼ିବା ପରେ ଗାଡ଼ି ବଦଳାଇବାକୁ ପଡ଼ିଥିଲା ଏବଂ ପରେ ସେମାନେ ନିଜ ଜୀବନ ବଞ୍ଚାଇଥିଲେ। ମିଳିଥିବା ସୂଚନା ମୁତାବକ ଅଗଷ୍ଟ ୨୩ ତାରିଖରେ ହିଲସା-ପାଟନା ରାସ୍ତାରେ ଦାନିଆୱାନ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ହିଲସାର ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମନ୍ତ୍ରୀ ଏବଂ ବିଧାୟକ ବୁଧବାର ଦିନ ଏହି ଦୁର୍ଘଟଣାରେ ମୃତକଙ୍କ…
Author: sanitelevision
ପଞ୍ଜୀକରଣ ଅବଧି ବୃଦ୍ଧି କରିବା ଦାବି ଭିତରେ ଧାନ ବେପାରୀଙ୍କୁ ଚରମବାଣୀ ଶୁଣାଇଛନ୍ତି କୃଷି ମନ୍ତ୍ରୀ । ସେ କହିଛନ୍ତି ଧାନ ମଣ୍ଡିରେ ଦଲାଲଙ୍କୁ ବରଦାସ୍ତ କରାଯିବ ନାହିଁ । ଛତିଶଗଡ଼ର ଚାଷୀଙ୍କ ଧାନ ଓଡ଼ିଶାର ମଣ୍ଡିରେ ବିକ୍ରି କରୁଥିବା କେହି ଧରା ପଡ଼ିଲେ କ୍ଷମା କରାଯିବ ନାହିଁ । ସିଧାସଳଖ ଜେଲରେ ଭର୍ତ୍ତି କରାଯିବ ।ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ସରକାର ଇନପୁଟ୍ ସବସିଡି ବାବଦକୁ ୮୦୦ ଟଙ୍କା ଦେଉଛନ୍ତି । ତେଣୁ ବେପାରୀ ଏହାର ଫାଇଦା ଉଠାଇବାକୁ ଛତିଶଗଡ଼ରୁ ଧାନ ଉଠାଉଛନ୍ତି । ଓଡ଼ିଶାର ଅନେକ ଚାଷୀ ଧାନ ବିକ୍ରି କରିପାରୁନଥିବା ଅଭିଯୋଗ ଆଣୁଥିବା ବେଳେ ଛତିଶଗଡରୁ ଧାନ ଆଣି ବେପାରୀ ବିକ୍ରି କରିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଚାଷୀ । ଏମାନଙ୍କ ବିରୋଧରେ ଜିରୋ ଟଲେରାନସ ନୀତି ଆପଣାଯିବ ବୋଲି ପୂର୍ବରୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ମଣ୍ଡି ଓଡ଼ିଶାର ଚାଷୀଙ୍କ ଧାନ ବିକ୍ରି ପାଇଁ।…
କଟକ ରେଲୱେ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ଛାତ । ପ୍ଲାର୍ଟଫର୍ମ ୧ରେ ଭୁଶୁଡି ପଡିଛି ଛାତ । ଆରପିଏଫ ପୁଲିସ, ରେଲୱେ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ତେବେ ଏହି ଘଟଣାରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଉପର ସେଡ୍ର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡିଛି ।ଏହି ଅଘଟଣ ଯୋଗୁଁ କିଛି ଟ୍ରେନ୍ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା ମିଳିଛି। ବନ୍ଦେ ଭାରତ ଯିବାର ୧୦ ମିନିଟ୍ ପରେ ଟ୍ରାକ୍ ଉପରେ ଭୁଶୁଡିଥିବା ସୂଚନା ମିଳିଛି ।
ଚାଷୀ ପଞ୍ଜୀକରଣ ଅବଧି ବଢ଼ିବ। ଏ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝି ସୂଚନା ଦେଇଛନ୍ତି। ତେବେ କେତେ ଦିନ ବଢ଼ିବ ଖୁବ ଶୀଘ୍ର ଘୋଷଣା ହେବ ବୋଲି ସେ କହିଛନ୍ତି। ଆଉ ସପ୍ତାହେ ବଢାଇବାକୁ ପ୍ରସ୍ତାବ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଅନ୍ୟପଟେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଛନ୍ତି। ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି । ଗତ ବର୍ଷ ୧୭ ଲକ୍ଷ ୫୦ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ଜୁଲାଇ ୧୯ ତାରିଖରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୫ ତାରିଖରେ ଏହା ଶେଷ ହୋଇଛି। ନଭେମ୍ବର ପହିଲାରୁ ଧାନ କିଣା ଆରମ୍ଭ ହେବ।
ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା । ଗର୍ଭ ଗୃହରେ ଫଟୋ ଉଠାଉଥିବାବେଳେ ଧରାପଡ଼ିଲେ ଜଣେ ପର୍ଯ୍ୟଟକ । ହିଡେନ୍ କ୍ୟାମେରା ନେଇ ମନ୍ଦିର ମଧ୍ୟ ପ୍ରବେଶ କରିଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ଅରୂପ ରାୟ ବୋଲି ଜଣାପଡିଛି ।ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗର ଜଣେ ଯୁବକ ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହେଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିବା ବେଳେ ପୁଲିସ୍ ଅଟକ କରିଥିଲେ । ସେହି ଘଟଣାରେ ଆଇନ ମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ ,ଏ ବାବଦରେ ସରକାର ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି । କେମିତି କଠୋର ଚେକିଂ ହେବ ସେ ନେଇ ପ୍ରକ୍ରିୟା ଆରମ୍ଭ ହେବ । ସେପଟେ ପୁରୀ ଏସପି କହିଛନ୍ତି, ଶ୍ରୀମନ୍ଦିର ଭିତରେ ହିଡେନ କ୍ୟାମେରା ନେଇ ଯାଇଥିବା ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କେଉଁ ପରିସ୍ଥିତିରେ ଏବଂ କ’ଣ ଉଦ୍ଦେଶ୍ୟ ନେଇ ସେ ଶ୍ରୀମନ୍ଦିର…
ଆସନ୍ତା ଡିସେମ୍ବର ସୁଦ୍ଧା ସରିବ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସୀମା ନିର୍ଦ୍ଧାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି, ଜନଗଣନା ପୂର୍ବରୁ ସରିବ । କମିଶନ ବସିବ, ସବୁ କାମ ପାଇଁ ମାନଦଣ୍ଡ ପ୍ରସ୍ତୁତ କରାଯାଇଛି । ଜନଗଣନା ଆରମ୍ଭ ହେଲେ ଏହି କାମ ବନ୍ଦ ରହିବ ।ଏହି ପ୍ରକ୍ରିୟାରେ ଜିଲା, ସବଡିଭିଜନ, ତହସିଲ ଓ ରାଜସ୍ୱ ଗାଁର ସୀମାରେ ପରିବର୍ତ୍ତନ କରାଯିବ। ରାଜସ୍ୱ ବିଭାଗ ଏହି ସୀମା ନିର୍ଧାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛି, ଯାହା ଆଗାମୀ ପ୍ରଶାସନିକ ଓ ଜନଗଣନା ପ୍ରକ୍ରିୟାକୁ ସହଜ କରିବ।
ସେପ୍ଟେମ୍ବର ୧ରୁ ଟଙ୍କା ଏବଂ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ସରକାର ରୂପା ଉପରେ ନୂତନ ନିୟମ ଆଣୁଛନ୍ତି, ଯାହା ଅଧୀନରେ ଏହାର କ୍ରୟ ଏବଂ ବିକ୍ରୟରେ ଅଧିକ ସ୍ବଚ୍ଛତା ରହିବ। ଏବେ ରୂପା ଅଳଙ୍କାର ଉପରେ ହଲମାର୍କିଂ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଉଛି। ସେପ୍ଟେମ୍ବର ୧ରୁ, SBI କାର୍ଡ ବ୍ୟବହାରକାରୀଙ୍କ ପାଇଁ ନିୟମ ପରିବର୍ତ୍ତନ ହେଉଛି। ଏବେ, ବିଲ ପେମେଣ୍ଟ, ଇନ୍ଧନ କ୍ରୟ କିମ୍ବା କ୍ରେଡିଟ କାର୍ଡ ମାଧ୍ୟମରେ ଅନଲାଇନ ସପିଂ ଉପରେ ଅଧିକ ଟାରିଫ୍ ଲାଗୁ ହୋଇପାରେ। ଅଟୋ-ଡେବିଟ ବିଫଳ ହେଲେ ୨% ଜରିମାନା ଲାଗୁ ହେବ, ଏବଂ ଆନ୍ତର୍ଜାତୀୟ କାରବାରରେ ମଧ୍ୟ ଅତିରିକ୍ତ ଟାରିଫ୍ ଦେବାକୁ ପଡ଼ିପାରେ। ଏହା ସହିତ, ପୁରସ୍କାର ପଏଣ୍ଟର ମୂଲ୍ୟ ମଧ୍ୟ ହ୍ରାସ ପାଇପାରେ। ଏହା ବ୍ୟତୀତ, କିଛି ବ୍ୟାଙ୍କରେ ATM ରୁ ଟଙ୍କା ଉଠାଇବାର ନିୟମ ମଧ୍ୟ ପରିବର୍ତ୍ତନ ହୋଇପାରେ। ATM କାରବାର ଉପରେ…
ଚାଷୀଙ୍କୁ ନୂଆଖାଇ ଭେଟି। ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ ତୃତୀୟ କିସ୍ତି। ଡିବିଟି ଜରିଆରେ ହେଲା ୧୦୪୧ କୋଟି ଟଙ୍କା ଟ୍ରାନ୍ସଫର୍।ଚାଷୀଙ୍କ ଖାତାକୁ ଗଲା ୨ ହଜାର ଲେଖାଏଁ ଟଙ୍କା ।ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି।ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଥିବା ଜଣାପଡିଛି । ମୋଟ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ଯଦି ଦେଖିବା ଗତବର୍ଷ ୧୭ ଲକ୍ଷ ୫୦ ହଜାର ଚାଷୀ ପଞ୍ଜିକରଣ କରିଥିଲେ ।ଏହି ପଞ୍ଜିକରଣ ପ୍ରକ୍ରିୟା ଜୁଲାଇ ୧୯ ରୁ ଆରମ୍ଭ ହୋଇ ଅଗଷ୍ଟ ୨୫ ତାରିଖ ଯାଏଁ ଚାଲିଥିଲା । କ୍ଷୁଦ୍ର ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ତରଫରରୁ ଏହି ଟଙ୍କା ପ୍ରଦାନ କରାଯାଉଛି ।
ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ଏହା ସହ ସଂଦେହଜନକ ସଂପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା, ବିମୁଦ୍ରୀକରଣ ବେଳେ କ୍ୟାସ ଡିପୋଜିଟ୍, ନ୍ୟୁକ୍ଲିୟର ବୁଡ଼ା ଜାହାଜ, ମିଶାଇଲ ସିଷ୍ଟମ ଭଳି ଜାତୀୟ ସୁରକ୍ଷା ସଂପର୍କିତ ତଥ୍ୟ ନେଇ ସଂସଦରେ ସ୍ବତନ୍ତ୍ର ଭାବେ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ରହିଛି । ଏମିତି କି ଦେଶରେ କେତୋଟି ନ୍ୟୁକ୍ଲିୟର ବୁଡ଼ା ଜାହାଜ ଆକ୍ଟିଭ ଅଛି, INS ଅରିହନ୍ତ ଓ INS ଚକ୍ରର ଗୁପ୍ତ ତଥ୍ୟ ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ରହିଛି ।ଗୃହ ମନ୍ତ୍ରାଳୟ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଦୁଇଟି ଅଭିଯୋଗ ଦାୟର କରାଯାଇଛି। ଗୋଟିଏ ଜାତୀୟ ସୁରକ୍ଷା ସଂପର୍କିତ ହୋଇଥିବା ବେଳେ ଅନ୍ୟଟି କର୍ପୋରେଟ କନଫ୍ଲିକ୍ଟ ଅଫ ଇଣ୍ଟେରେଷ୍ଟ ନେଇ ଅଭିଯୋଗ ହୋଇଛି।…
ଆସନ୍ତା ୩୦ ତାରିଖରୁ ଭିତରକନିକାରେ ପକ୍ଷୀ ଗଣନାଅଗଷ୍ଟ ୩୦ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩ ଦିନ ଧରି ପକ୍ଷୀ ଗଣନା ହେବ । ମଠଆଡିଆ, ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯିବ । ଏଥିସହ ଚଳିତ ବର୍ଷ କିଛି କଲେଜ ଛାତ୍ରଙ୍କୁ ସାମିଲ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ପକ୍ଷୀ ଥିବା ନେଇ ଆଶାବାଦୀ ଅଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।ସମସ୍ତ ଟିମ ପାଇଁ ବାଧ୍ୟତାମୂଳକ ଭାବେ ବାଇନାକୁଲର, ଭିଏଚଏଫ, ଜିପିଏସ ବୋଟ ବ୍ୟବସ୍ଥା କରାଯାଇଛି । ପକ୍ଷୀ ଗଣନା ସମ୍ପର୍କରେ ତଥ୍ୟ ଉପସ୍ଥାପନ ସହ ସେମାନଙ୍କର ଜୀବନଶୈଳୀ, ଖାଦ୍ୟ ଓ ସେମାନେ କେଉଁ ସ୍ଥାନରୁ ଆସିଛନ୍ତି ସେନେଇ ତଥ୍ୟ ସଂଗ୍ରହ କରାଯାଉଛି । ଏଥିପାଇଁ ଏହି ଦଳଗୁଡିକ ପ୍ରଶିକ୍ଷଣ ନେଇ ଗଣନା କାର୍ଯ୍ୟ ଜାରି ରଖିଛନ୍ତି…









