ଆସନ୍ତାକାଲି ଠାରୁ ଓଡ଼ିଶାରେ ଆୟୋଜିତ ହେବ ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ । ଅଗଷ୍ଟ ୨୯ ଏବଂ ୩୦ ରେ ଏହି ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏନେଇ ସୂଚନା ଦେଲେ ବିଧାନସଭା ବାଚସ୍ପତି ସୁରମା ପାଢୀ । ସାମ୍ବିଧାନିକ ସୁରକ୍ଷା ଓ ଆଦିବାସୀ ବିକାଶ ନେଇ ଆଲୋଚନା ହେବ । ଦୀର୍ଘ ୩୧ ବର୍ଷ ପରେ ଏହା ଓଡିଶାରେ ଆୟୋଜନ କରାଯାଉଛି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, ୫ ଜଣ ସଦସ୍ୟ ଏବଂ ୪ ଜଣ ବିଧାୟକ ଯୋଗଦେବେ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ ଜଣ ସଦସ୍ୟ ଯୋଗଦେବେ । ଏହାକୁ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଉଦଘାଟନ କରିବେ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେବେ । ଏଥିରୁ…
Author: sanitelevision
ରାଜସ୍ଥାନର ଉଦୟପୁରର ଝାଡୋଲ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୫୫ ବର୍ଷୀୟା ରେଖା ଗାଲବେଲିଆ ତାଙ୍କ ୧୭ତମ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଅବସରରେ, ତାଙ୍କ ସମ୍ପର୍କୀୟ ଏବଂ ଶୁଭେଚ୍ଛୁମାନଙ୍କ ସହିତ, ତାଙ୍କ ନାତିନାତୁଣୀମାନେ ମଧ୍ୟ ଉପସ୍ଥିତ ଥିଲେ।ରେଖା ଏବଂ ତାଙ୍କ ସ୍ୱାମୀ କାଭ୍ରା ରାମ କାଲବେଲିଆ ଉଦୟପୁରର ଲୀଲାବାସ ଗ୍ରାମର ବାସିନ୍ଦା। ରେଖା ଏପର୍ଯ୍ୟନ୍ତ ୧୬ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣ ପୁଅ ଏବଂ ଗୋଟିଏ ଝିଅ ଜନ୍ମ ହେବା ପରେ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ପରିବାରରେ ଅନେକ ସନ୍ତାନ ଜୀବିତ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୫ ଜଣ ବିବାହିତ ଏବଂ ସେମାନଙ୍କର ନିଜସୱ ସନ୍ତାନ ଅଛନ୍ତି।ରେଖାଙ୍କ ଝିଅ ଶୀଲା କାନବେଲିଆ କୁହନ୍ତି ଯେ, ଏତେ ବଡ଼ ପରିବାର ହେତୁ ସେମାନେ ସବୁବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆମ ମାଆଙ୍କ ଏତେ ପିଲା ଅଛନ୍ତି ଶୁଣି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।…
ଓଡ଼ିଶାର ରାସନ କାର୍ଡ ଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ମାଗଣା ଚାଉଳ ଓ ଗହମ ପାଇବାକୁ ଚାହୁଁଛନ୍ତି, ତେବେ ଅଗଷ୍ଟ ୩୧ ପୂର୍ବରୁ ଇ-କେୱାଇସି (e-KYC) ପ୍ରକ୍ରିୟା ସମାପ୍ତ କରିବା ଜରୁରୀ। ପାଞ୍ଚ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କର କେୱାଇସି କରିବା ଜରୁରୀ। ଯଦି ଏହା କରାଯାଏ ନାହିଁ, ତେବେ ରାସନ କାର୍ଡ ବନ୍ଦ ହୋଇଯିବ ଏବଂ ମାଗଣା ରାସନର ସୁବିଧା ମଧ୍ୟ ଉପଲବ୍ଧ ହେବ ନାହିଁ। ଏଥିପାଇଁ ପ୍ରଥମେ ୩୦ ଜୁନ୍ ଶେଷ ତାରିଖ ସ୍ଥିର କରାଯାଇଥିଲା, ଯାହାକୁ ପରେ ୩୧ ଅଗଷ୍ଟ କରାଯାଇଥିଲା। ଲୋକଙ୍କୁ ଇ-କେୱାଇସି ପାଇଁ ତିନି ମାସ ସମୟ ଦିଆଯାଇଛି । ଯଦି ଏହି ସମୟ ମଧ୍ୟରେ ମଧ୍ୟ କେୱାଇସି କରାଯାଏ ନାହିଁ, ତେବେ ରାସନ କାର୍ଡ ବନ୍ଦ ହୋଇଯିବ।ଅନ୍ତ୍ୟୋଦୟ ରାସନ କାର୍ଡ ଧାରୀଙ୍କ ପାଇଁ ସ୍ପଷ୍ଟ କରାଯାଇଛି ଯେ, ଯଦି କାର୍ଡର ଗୋଟିଏ ୟୁନିଟ୍ର ଇ-କେୱାଇସି ହୋଇଛି, ତେବେ…
ଗଞ୍ଜାମ ପୋଡମପେଟା ସମୁଦ୍ରରେ ଓଲଟିଲା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ, ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ଜଣକ ଛତ୍ରପୁର ବ୍ଲକ ନୋଳିଆ ନୁଆଁ ଗାଁର ଏଙ୍ଗ. କାଲେୟା ।ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ । ସୂଚନା ମୁତାବକ, ଗୁରୁବାର ସକାଳ ୪ଟାରେ ଏଙ୍ଗ.କାଳେୟା ସମୁଦ୍ରକୁ ମାଛ ଧରିବା ପାଇଁ ଛତ୍ରପୁର ବ୍ଲକ୍ ସାନ ନୋଳିଆ ନୂଆଗାଁର ୬ ଜଣଙ୍କୁ ସାଙ୍ଗରେ ନେଇ ବାହାରିଥିଲେ । କିନ୍ତୁ ପୋଡମପେଟା ନିକଟ ସମୁଦ୍ରକୁ ପ୍ରବେଶ କରିବା ମାତ୍ରେ କିଛି ସମୟ ମଧ୍ୟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା । ଫଳରେ ୭ ଜଣ ମତ୍ସ୍ୟଜୀବୀ ଡଙ୍ଗାରୁ ଛିଟିକି ପଡ଼ିଥିଲେ । ପରବର୍ତ୍ତୀ ସମୟରେ ୬ ଜଣ ପହଁରି ପହଁରି ଡଙ୍ଗାକୁ ଆସିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ଏଙ୍ଗ. କାଲେୟା ଆଉ ଆସିପାରି ନଥିଲେ ।ସେହିପରି…
ଲଘୁଚାପ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି ।ଆଗାମୀ ୨୪ଘଣ୍ଟାରେ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା ଓ ବରଗଡ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଘଣ୍ଟାପ୍ରତି ଝଟକାପବନ ୩୦-୪୦କି.ମି. ବେଗରେ ବହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ବାଲେଶ୍ବର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ,ଖୋର୍ଦ୍ଧା, ପୁରୀ,ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, କନ୍ଧମାଳ, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗୋଟିଏ କିମ୍ବା ୨ଟା ସ୍ଥାନରେ ଘଣ୍ଟାପ୍ରତି ଝଟକାପବନ ୩୦-୪୦କି.ମି. ବେଗରେ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି ।ଆସନ୍ତା ୩୦ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
ନୋ ଫ୍ଲାଇଙ୍ଗ୍ ଜୋନ୍ରେ ପଇଁତରା ମାରିଲା ଡ୍ରୋନ୍ ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍ରେ ଏକ ଅଜଣା ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା। ତେବେ ଡ୍ରୋନ୍ ଉଡ଼ାଉଥିବା ବ୍ୟକ୍ତିଙ୍କୁ ପୁଲିସ ଠାବ କରିପାରିନାହିଁ । ବାରମ୍ୱାର ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଥିବାରୁ ମନ୍ଦିର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି । ତେବେ ଏହା ପ୍ରଥମଥର କରି ନୁହେଁ ଏହା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ପାଖରେ ଡ୍ରୋନ୍ ଉଡ଼ାଯାଇଛି ଏବଂ କ୍ୟାମେରା ଚଷମା ଲଗାଇ ଭିତରକୁ ମଧ୍ୟ ପ୍ରବେଶ କରିଛନ୍ତି ଯୁବକ । ତେବେ ବାରମ୍ବାର ଏଭଳି କାହିଁକି ଘଟୁଛି ଏହାକୁ ନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ପୁରୀବାସୀ । ଅନ୍ୟପଟେ ବୁଧବାର ଗୁପ୍ତ କ୍ୟାମେରା ଥିବା ଚଷମା ପିନ୍ଧିଥିବା ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ତାଙ୍କ ନାମରେ ମାମଲା ରୁଜୁ କରିଛି । ଏହି ବ୍ୟକ୍ତି ଜଣକ ହେଲେ କୋଲକାତାର ଅରୂପ ରାୟ(୩୧)…
କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ କୃପା ଆପଣମାନଙ୍କ ଉପରେ ବର୍ଷୁ ଥାଉ ବୋଲି କହିଛନ୍ତି ନବୀନ । ଏହାସହ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ବୋଲି କାମନା କରିଛନ୍ତି । ଡାକ୍ତରଖାନାରୁ ସୁସ୍ଥ ହୋଇଫେରିବା ପରେ ପ୍ରଥମ ଭିଡିଓ ବାର୍ତ୍ତାରେ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ।
କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା। ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମା’ ସମଲେଇଙ୍କ ଠାରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି କାମନା କଲେ ସିଏମ୍। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୟ ଜଗନ୍ନାଥ, ଜୟ ମାଁ ସମ୍ଲେଇ… “ସମ୍କୁ ମୋର ନୂଆଁଖାଇ ଜୁହାର୍”। ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଆମର୍ ମହାନ୍ ସଂସ୍କୃତି ଆଉର୍ ପରମ୍ପରା ର ବାର୍ତ୍ତା ବାହକ୍ ଆଏ ଇ ନୂଆଁଖାଇ ତିହାର୍ ।ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଖାଲି କୃଷିର ମହିମା ମଣ୍ଡନ କରେ ନାହିଁ। ଏହା ସହ ଭାରତୀୟ ଅସ୍ମିତାର ପ୍ରମୁଖ ଅଙ୍ଗ- ପରିବାର, ପାରିବାରିକ ସଂସ୍କାର ତଥା ମିଳିମିଶି ସହାବସ୍ଥାନର ସାରା ବିଶ୍ୱକୁ କାଳଜୟୀ ବାର୍ତ୍ତା ପ୍ରଦାନ କରେ। ନୂଆଁଖାଇ ଶୁଭ ଅବସରରେ ଆମ ରାଜ୍ୟର ଚାଷୀଭାଇ…
ଆଜି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଗଣପର୍ବ । ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ପୂରା ପରିବାର ଏକାଠି ବସି ନୂଆ ଖାଇବାର ପରମ୍ପରା ରହିଛି । ପୂର୍ବାହ୍ନ ୧୦ଟା ୩୩ ରୁ ୧୦ଟା ୫୫ ମଧ୍ୟମରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେବ ନବାନ୍ନ ।ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ସୁନ୍ଦରଗଡ଼ ଜିଲାର ଶିଖରବାସିନୀ ଓ ସମଲେଇ, ନୂଆପଡ଼ା ଜିଲାର ଟାନୱାନ କଣା ଭଇଁରା ଓ ସମଲେଇ, ବରଗଡ଼ ଓ ଝାରସୁଗୁଡ଼ା ଜିଲାର ସମଲେଇ, ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ଇଷ୍ଟଦେବୀ ସୁରେଶ୍ୱରୀ ଓ ବୌଦ୍ଧ ଜିଲାର ଭୈରବୀଙ୍କ ପୀଠରେ ମଧ୍ୟ ନୂଆଁଖାଇ ସକାଶେ ପ୍ରସ୍ତୁତି ଚୂଡାନ୍ତ ହୋଇଛି ା ନୂଆଁଖାଇ ଭେଟ୍ଘାଟ ଲାଗି ସମ୍ବଲପୁର ସ୍ଥିତ ତପସ୍ବିନୀ ପ୍ରେକ୍ଷାଳୟ, ନନ୍ଦପଡ଼ା ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପ ସ୍ଥିତ ଚିତ୍ରୋତ୍ପଳା ମଞ୍ଚ, ବଡ଼ବଜାର ସମଲେଶ୍ୱରୀ ମଣ୍ଡପକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜ୍ଜିତ କରାଯାଇଛି। ସାରା ପଶ୍ଚିମ ଓଡ଼ିଶାର ଘରେ ଘରେ ପରିବାର…
ବେହେରା ସମ୍ବଲପୁରୀ ହସ୍ତତନ୍ତ କପଡା ବଜାରରେ ବିକାଶ ଫାଉଣ୍ଡେସନର ଚେୟାରମ୍ୟାନ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର । ନୂଆଁଖାଇ ପୂର୍ବରୁ ବସ୍ତ୍ର ହାଟକୁ ଯାଇ ସମ୍ବଲପୁରୀ ବସ୍ତ୍ର କିଣିବା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନାମୁତାବକ ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ବୁଧବାର ଚତୁର୍ଥୀ ତିଥିରେ ଘର ଲିପା, ପୋଛାଠାରୁ ଆରମ୍ଭ କରି ସାଜସଜ୍ଜା କରାଯାଇଛି। ଗୁରୁବାର ସକାଳୁ ଇଷ୍ଟଦେବୀଙ୍କ ନିକଟରେ ନୂଆ ଧାନ ଲାଗି ହେବା ପରେ ପରିବାରର ସମସ୍ତ ସଦସ୍ୟ ମିଶି ନୂଆଁ ଖାଇବେ। ଏହାସହିତ ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଆସନ୍ତାକାଲି ସକାଳୁ କୃଷକମାନେ କ୍ଷେତରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ପରେ ନୂଆଁ ଖାଇବେ।









