Author: sanitelevision

ଭୁବନେଶ୍ୱର ବିମାନବନ୍ଦରରେ ଶୁକ୍ରବାର ପହଞ୍ଚିଛନ୍ତି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା। ଆଜି ଓଡ଼ିଶା ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହେବ। ଏହାକୁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଉଦ୍‌ଘାଟନ କରିବେ। ୧୯୯୪ ପରେ ପ୍ରଥମ ଥର ଓଡିଶାରେ ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ ହେବ । ସମ୍ମିଳନୀରେ ଭାଗ ନେବେ ରାଜ୍ୟସଭା ଉପାଧ୍ୟକ୍ଷ ଓ ୨ କେନ୍ଦ୍ର ମନ୍ତ୍ରୀ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୦୦ରୁ ଅଧିକ ପ୍ରତିନିଧି ଯୋଗଦେବେ । ବିଧାନସଭା କମିଟି ଅଧ୍ୟକ୍ଷଙ୍କ ସହ ୫ ସଦସ୍ୟ ଓ ୪ ବିଧାୟକ ଯୋଗଦେବେ । ଏସସି- ଏସଟି ଉନ୍ନୟନ ସଂସଦୀୟ କମିଟିର ୩୦ ସଦସ୍ୟ ଯୋଗଦେବା କାଯ୍ୟକ୍ରମ ରହିଛି । ଭୁବନେଶ୍ୱରରେ ୨୯ ଓ ୩୦ ତାରିଖ ୨ ଦିନ ଚାଲିବ ଜାତୀୟ ସମ୍ମିଳନୀ ।ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ…

Read More

ପାର୍ବଣ ବେଳେ ଜବରଦସ୍ତ ଚାନ୍ଦା ମାଗୁଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେବାପରେ କଟକ ପୁଲିସ ପକ୍ଷରୁ ଦୁଇଟି ମୋବାଇଲ୍‌ ନମ୍ବର ଜାରି ହୋଇଛି । କଲ୍ କରିବାକୁ ଚାହୁଁଥିବା ବ୍ୟକ୍ତି ୨ଟି ମୋବାଇଲ୍‌ ନଂ ୭୩୨୮୦୭୭୩୨୪, ୮୪୮୦୫୧୩୦୦୭ ଫୋନ୍‌ କରନ୍ତୁ । ଅଭିଯୋଗକାରୀଙ୍କ ନାଁ ଗୋପନ ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, କଡାକଡି ଚେକିଂ, ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ଲଗାଇବା, ଗୁଇନ୍ଦା ସୂଚନା ସଂଗ୍ରହ, ପୂଜା କମିଟି ସହ ଆଲୋଚନା, ବିଭିନ୍ନ ଗୋଷ୍ଠୀ ମାନଙ୍କ ସହ ବୈଠକ, ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହ ସୁସମ୍ପର୍କ ସ୍ଥାପନ, ଗୁଜବକାରୀଙ୍କୁ ଚିହ୍ନଟ, ପୂଜା ହେଉଥିବା ସ୍ଥାନରେ ବ୍ୟାପକ ପୋଲିସ ମୁତୟନ, ଭସାଣି ସମୟରେ ସତର୍କତା ପଦକ୍ଷେପ ଆଦି ପ୍ରସଙ୍ଗରେ ଉପଯୁକ୍ତ ବ୍ୟବସ୍ଥା…

Read More

ରାଜଧାନୀରେ ଅଭାବନୀୟ ଘଟଣା। ପେଟ୍ରୋଲ ଢ଼ାଳି ଜଳିଗଲେ ଯୁବକ। ପାଣ୍ଡରା ୧୮ ନମ୍ବର୍ ୱାର୍ଡ ଅଫିସ ପଛପଟେ ପେଟ୍ରୋଲ ଢ଼ାଳି ଜଳିଗଲେ ଯୁବକ। ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନିଜ ଘର ଛାତରେ ଆଇନଜୀବୀ ଜଣକ ଜଳି ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଆଇନଜୀବୀ ଜଣକ କାହିଁକି ଆତ୍ମାହୁତି ଦେଲେ ସେ ସମ୍ପର୍କରେ କାରଣ କିଛି ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।ସୂଚନା ଥାଉକି, ଦୀପକ ନିଜ ପତ୍ନୀ ୨ ସନ୍ତାନ ଓ ମା’ଙ୍କ ସହ ରହୁଥିଲେ। ଗୁରୁବାର ରାତି ପାଖାପାଖି ୧୦ଟା ସମୟରେ ପତ୍ନୀ ଖାଇବା ପାଇଁ କହିବାରୁ ଗରମ ହେଉଥିବାରୁ ଛାତ ଉପରୁ ବୁଲାବୁଲି କରି ପରେ ଖାଇବେ ବୋଲି କହିଥିଲେ । ଗୁରୁବାର ହଠାତ୍ ଛାତ ଉପରକୁ ଗରମ…

Read More

ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ପିଏମ୍‌ ଘୋଷଣା କରିଥିଲେ GST ସଂସ୍କାର । ଆଉ କହିଥିଲେ ଯେ ଏହି ସଂସ୍କାରଗୁଡ଼ିକ ଦୀପାବଳି ପୂର୍ବରୁ ଲାଗୁ କରାଯିବ । ଆସନ୍ତା ସପ୍ତାହରେ ବସିବାକୁ ଯାଉଛି GST ପରିଷଦ ବୈଠକ । ବିଶେଷକରି ୫ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ଖାଦ୍ୟ ଉପରୁ ଜିଏସଟି ଛାଡ଼ କରାଯିବ ବୋଲି ସୂଚନା ମଳିଛି । ୟୁଏଚଟି କ୍ଷୀର, ପ୍ୟାକେଟ୍ ଛେନା, ପିଜା, ଚପାତି, ଆଦି ଖାଦ୍ୟ ସାମଗ୍ରୀ ଉପରେ ଶୂନ୍ୟ ଜିଏସଟି ଲାଗୁ ହେବ । ସେହିପରି ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ପରଟା ଉପରେ ମଧ୍ୟ ଜିଏସଟି ଛାଡ଼ କରାଯିବ । ସେହପରି ଶିକ୍ଷା କ୍ଷେତ୍ର ସହ ଜଡ଼ିତ ସାମଗ୍ରୀ ଉପରେ ମଧ୍ୟ ଜିଏସଟି ଛାଡ଼ ହେବ ।ଏସବୁ ଉପରେ ଏବେ ୧୨ ପ୍ରତିଶତ ଟାକ୍ସ ଲାଗୁ କରାଯାଇଛି । ଏହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ଉପରେ ଟାକ୍ସ…

Read More

ଡାକ୍ତରଙ୍କ ଚରମ ଅବହେଳା । ଭୁଲ ଇଞ୍ଜେ୍କ୍ସନ ଯୋଗୁଁ ଅଚଳ ହୋଇଗଲା ଗୋଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ । ପଟ୍ଟାମୁଣ୍ଡାଇ ମାଟିଆ ଗାଁ ସୁବ୍ରତ ମଲିକ ତାଙ୍କ ୪ ବର୍ଷର ପୁଅକୁ ଗତ ୨୩ ତାରିଖ ଦିନ ଥଣ୍ଡା ଜ୍ବର ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେଇଥିଲେ । ଏହାପରେ ହଠାତ ସେ ଅସୁସ୍ଥ ହୋଇପଡ଼ିଥିଲା ପରେ ତାଙ୍କ ଦୁଇଟି ଗୋଡ଼ ତଳେ ଲାଗିନଥିଲା । ଡାକ୍ତରଙ୍କ ଭୁଲ ଔଷଧ ଓ ଇଞ୍ଜେକ୍ସନ ଦ୍ୱାରା ତାଙ୍କ ପୁଅଙ୍କର ଏଭଳି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ପଟ୍ଟାମୁଣ୍ଡାଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଯିବା ସହ ହସ୍ପିଟାଲ ଆଗରେ ପରିବାର ଓ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Read More

ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରବଚନ ଦେଉଥିବା ଜଣେ ଭଣ୍ଡ ପ୍ରବଚକ ଗିରଫ ହୋଇଛନ୍ତି। ଯୁବକ ଜଣକ କଟକର ବାସିନ୍ଦା । ସେ ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରବଚନ ଦେଉଥିଲେ। ଚୋରି କରିବା ଅପରାଧ, ଏହାକୁ କିପରି ରୋକା ଯାଇ ପାରିବ ସେସମ୍ପର୍କରେ ଲୋକମାନଙ୍କୁ ପ୍ରବଚନ ଦେଉଥିଲେ। ମାତ୍ର ନିଜେ ଚୋରି କରି ବନ୍ଧା ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍‌ ଘଟଣାରେ ଏହି ପ୍ରବଚକ ଜଣକ ଗିରଫ ହୋଇଛନ୍ତି।ତାଙ୍କଠାରୁ ୨ ଶହ ଗ୍ରାମ ସୁନା, ୧ ଲକ୍ଷ କ୍ୟାଶ, ବାଇକ୍‌, ଲୁହା ରଡ୍‌ ଜବତ କରାଯାଇଛି।

Read More

ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ। ସମ୍ବଲପୁର ଅଧିଷ୍ଠାତ୍ରୀ ମା’ ସମଲେଶ୍ବରୀଙ୍କୁ ନବାନ୍ନ ଲାଗି କରାଯାଇଛି । ନବାନ୍ନ ଲାଗି ସମୟରେ ମାଆଙ୍କୁ ନୂଆ ଧାନରେ ଅନ୍ନ ଲାଗି କରାଯିବା ସହ ମହାଆଳତି ମଧ୍ୟ କରାଯାଇଥିଲା । ତେବେ ବଲାଙ୍ଗୀରରେ ଥିବା ରାଜ ପରିବାରରେ ବି ଦେଖିବାକୁ ମିଳିଥିଲା ନୁଆଁଖାଇର ମାହୋଲ । ରାଜକୀୟ ଢଙ୍ଗରେ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସରେ ନୁଆ ଖାଇଛନ୍ତି ରାଜପରିବାର। ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ତାଙ୍କ ସ୍ତ୍ରୀ ସଂଗୀତା ସିଂହଦେଓ, ଭାଇ କଳିକେଶ ସିଂହଦେଓ ଓ ଭାଇ ବୋହୂ ମେଘନା ରାଣା ଏକାଠି ଖାଇଛନ୍ତି ନୁଆଁ । ସକାଳୁ ପ୍ୟାଲେସରେ ରାଜ ପୁରୋହିତ ମହାରାଜାଙ୍କ ଇଷ୍ଟ ଦେବା ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ସହ ନବାନ୍ନ ଲାଗି କରିଥିଲେ !ପରେ ପ୍ୟାଲେସ ମଧ୍ୟ ଭାଗରେ ଥିବା ମଣ୍ଡପରେ ବସି ସମସ୍ତେ…

Read More

ରାଜଭବନରେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳିତ ହୋଇଯାଇଛି ।ଆଜି ରାଜଭବନର ଅଭିଷେକ ହଲଠାରେ ଅନୁଷ୍ଠିତ ଏହି ପର୍ବରେ ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ଇଷ୍ଟଦେବୀ ମା ସମଲେଶ୍ଵରୀଙ୍କର ପୂଜାର୍ଚ୍ଚନା କରି ନୂଆ ଧାନ ଓ ନବାନ୍ନ ଅର୍ପଣ କରିଥିଲେ ଏବଂ ରାଜ୍ୟବାସୀଙ୍କର ଶୁଭ ମନାସିଥିଲେ । ରାଜ୍ୟପାଳଙ୍କ କମିଶନର- ତଥା- ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇଷ୍ଟଦେବୀଙ୍କର ଆଶୀର୍ବାଦ ପ୍ରାର୍ଥନା କରିଥିଲେ ଏବଂ ନବାନ୍ନ ଭକ୍ଷଣ କରିଥିଲେ । ନୂଆଁଖାଇ ପାଳନ କରି ରାଜ୍ୟପାଳ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ । ନୂଆଁଖାଇ ଏକ ପର୍ବ ଯାହା ଧରିତ୍ରୀ ମାତା ଓ ଆମର କୃଷକମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଅବସର । ଏହି ପର୍ବ ପାରିବାରିକ ବନ୍ଧନକୁ ମଜବୁତ କରିବା ସହିତ…

Read More

କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଓସ୍ତପୁରା ଆଶ୍ରମ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ । ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାମୁତାବକ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ସ୍କୁଲ କତ୍ତୃପକ୍ଷଙ୍କ ନଜରକୁ ଆସିଥିଲା। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ଅଭିଭାବକଙ୍କୁ ଡକାଇ ଥାନାରେ ଜଣାଇବା ସହ ଛାତ୍ରୀଙ୍କ ମେଡିକାଲ୍ ଟେଷ୍ଟ କରିଥିଲେ। ଅଭିଯୋଗ ପରେ ପୁଲିସ ତତ୍ପରତା ପ୍ରକାଶ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା। ନାବାଳିକା ଜଣଙ୍କ କିଛି ଦିନ ତଳେ ଛୁଟିରେ ଘରକୁ ଯାଇଥିବା ବେଳେ ସମ୍ପର୍କୀୟ ମାମୁଁ ପୁଅ ଭାଇ ସହ ସମ୍ପର୍କ ରଖି ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା।

Read More

ଗଣପର୍ବ ‘ନୂଆଁଖାଇ’ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା କ୍ଷେତ୍ରୀୟ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କ ଅଞ୍ଚଳର ଶ୍ୟାମସୁନ୍ଦର ପତିଙ୍କ ବାସଭବନରେ ନବାନ୍ନ ଖାଇ ନୂଆଁଖାଇ ପର୍ବ ପାଳନ କରିଛନ୍ତି । ଏଥିଲାଗି ସେ ଶ୍ୟାମସୁନ୍ଦର ପତିଙ୍କ ପରିବାରକୁ ଆତିଥେୟତା ଲାଗି କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ନୂଆଁଖାଇ’ କେବଳ ଏକ ପର୍ବ ନୁହେଁ ବରଂ ଏକ ଭାବାବେଗ। ଏହି ଦିନ ଏକାଠି ହେବା ଓ ସାଥୀ ହୋଇ ନବାନ୍ନ ଖାଇବା ଏହି ପର୍ବର ବିଶେଷତା।। ଆଜିଭଳି ଏକ ପବିତ୍ର ଦିନରେ ସମ୍ବଲପୁରରେ ନୂଆଁଖାଇ ପାଳନ କରି ବହୁତ ଖୁସି ଅନୁଭବ କରୁଛି । ସପରିବାର ସ୍ନେହ, ଶ୍ରଦ୍ଧା ଓ ଆତିଥେୟତା ପାଇଁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।

Read More