ଏଥର ଦୁର୍ଗାପୂଜା ଭସାଣରେ ଡିଜେ, ଲେଜର ଲାଇଟ୍ ଓ ବାଣକୁ ନିଷିଦ୍ଧ କରାଯାଇଛି । କେବଳ ପାରମ୍ପରିକ ବାଜାରେ ହେବ ମାଙ୍କ ଭସାଣ । ଭସାଣ ବେଳେ ଲାଗିବନି ଲେଜର ଲାଇଟ । ବାଣ ଫୁଟାଇବା ଉପରେ ମଧ୍ୟ ଲାଗିଲା କଟକଣା ।। ଦୁର୍ଗାପୂଜାକୁ ନେଇ ପୁଲିସ ସେବା ଭବନରେ ହୋଇଥିବା ବୈଠକରେ କମିସନରେଟ୍ ପୁଲିସ ପକ୍ଷରୁ ଏହି କଟକଣା ଲଗାଯାଇଛି । ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ କମିଶନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂଙ୍କ ସମେତ ବିଭିନ୍ନ ପୂଜା କମିଟି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।ଏଥର ଦୁର୍ଗାପୂଜା ଭସାଣରେ ଡିଜେ, ଲେଜର ଲାଇଟ୍ ବାଣକୁ ନିଷିଦ୍ଧ କରାଯାଇଛି । କେବଳ ପାରମ୍ପରିକ ବାଜାରେ ହେବ ମାଙ୍କ ଭସାଣ । ଭସାଣ ବେଳେ ଲାଗିବନି ଲେଜର ଲାଇଟ । ବାଣ ଫୁଟାଇବା ଉପରେ ମଧ୍ୟ ଲାଗିଲା…
Author: sanitelevision
ରାଜ୍ୟରେ ୩ ଅର୍ଥନୈତିକ ଜୋନ ହେବ କହିଲେ ପରିବହନ ସଚିବ ଉଷା ପାଢୀ । ଭୁବନେଶ୍ୱର, ପୁରୀ, କଟକ ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ । କ୍ୱାଡ ସିଟି ପ୍ରୋଗ୍ରାମ ଜରିଆରେ ହେବ । ସରକାର ପ୍ଲାନ ରଖିଛନ୍ତି । ତେବେ ସୁନାବେଡ଼ା, କୋରାପୁଟ, ବରଗଡ଼, ସମ୍ବଲପୁରକୁ ନେଇ ଦ୍ୱିତୀୟ ଜୋନ କରାଯିବ।ସେହିପରି ଉତ୍ତରରେ ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ତୃତୀୟ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି।କେବଳ ସହରାଞ୍ଚଳ ନୁହେଁ, ଅର୍ଥନୈତିକ କାରବାର ବୃଦ୍ଧି ସରକାରଙ୍କ ଲକ୍ଷ୍ୟ ।
୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର। ମଳିପଡା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ନୂଆ ସହର ହେବ। ନୂଆ ସହର ନିର୍ମାଣ ପାଇଁ ସିଙ୍ଗାପୁର ସରକାର ଏହାର ଡ୍ରଇଂ ଏବଂ ଡିଜାଇନ ପ୍ରସ୍ତୁତ ଦାୟିତ୍ୱ ନେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।ଆସନ୍ତା ମାସେରୁ ୨ ମାସ ଭିତରେ ସରକାରଙ୍କୁ ଡିପିଆର ଦେବ ସିଙ୍ଗାପୁର । ଆଗାମୀ ପ୍ରକଳ୍ପରେ ପାର୍କ, ହସ୍ପିଟାଲ, ଲୋକଙ୍କ ପାଇଁ ବାସଗୃହ, ଶିଳ୍ପ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ୩ ଶହ କୋଟି ଟଙ୍କା ବ୍ୟୟରେ ନବୀକରଣ ହେବ ନିକୋ ପାର୍କ ଏନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭାବନେଶ୍ୱରକୁ ନେଇ ବଢିଛି ଉତ୍କଣ୍ଠା।ଏହାର ଡିପିଆର ସିଙ୍ଗାପୁର ସରକାର ବନାଉଥିବା ବେଳେ, ଆବଶ୍ୟକ ଅର୍ଥ…
ଚାଇନାର ତିଆନଜିନ ସହରରେ ସାଂଘାଇ ସହଯୋଗ ସଂଗଠନ (SCO) ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ SCO ନେତାମାନେ ସର୍ବସମ୍ମତିକ୍ରମେ SCO ଘୋଷଣାପତ୍ର ଜାରି କରିଥିଲେ। ଏହି ଘୋଷଣାପତ୍ର ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରେ ଏବଂ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଦଣ୍ଡ ଦାବି କରେ। ଏଥିରେ ପାକିସ୍ତାନର ନାମ ଉଲ୍ଲେଖ କରାଯାଇ ନାହିଁ। ତେବେ ବୈଠକ ସ୍ଥଳକୁ ଏକସାଙ୍ଗରେ ନଜର ଆସିଛନ୍ତି ମୋଦି, ପୁଟିନ ଓ ଜିନପିଙ୍ଗ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନର ରାଷ୍ଟ୍ରପତି ଶି ଜିନପିଂ ଏକାଠି କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି । ତିନି ନେତା ପରସ୍ପରକୁ ହାତ ମିଶାଇ ଅଭିନନ୍ଦନ ଜଣାଇଛନ୍ତି ।ଏହି ସମୟରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାଖରେ ଠିଆ ହୋଇଥିବା ଦେଖାଯାଇଥିଲା। କିନ୍ତୁ କେହି ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ନଥିଲେ।…
ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ଚାଲିଗଲା ମହିଳାଙ୍କ ଜୀବନ । ଜଗତସିଂହପୁର ଜଣେ ଗୁରୁତର ରୋଗୀକୁ କଟକ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ଅକ୍ସିଜେନ ନଥିବାରୁ ମହିଳା ରୋଗୀଙ୍କର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବା ସହ ଜଗତସିଂହପୁର ସଦର ଥାନା ପୋଲିସର ଜିମା ଦେଇଛନ୍ତି । ଏହି ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଫେରାର ହୋଇ ଯାଇଛି ।ବର୍ତ୍ତମାନ ଉକ୍ତ ଆମ୍ବୁଲାନ୍ସକୁ ଜଗତସିଂହପୁର ଥାନାରେ ଅଟକ ରଖାଯାଇଛି । ଜଗତସିଂହପୁର ଥାନା ଅଳା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ ଗାଁର ୫୮ ବର୍ଷୀୟ ମହିଳା କମଳା ପଣ୍ଡା ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରୁ ମା କୁତାମଚଣ୍ଡୀ ନାମକ ଏକ ଘରୋଇ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତରିତ ହେଉଥିବା ସମୟରେ ବାଟରେ ରୋଗୀକୁ ଅକ୍ସିଜେନର ଆବଶ୍ୟକ ପଡିଥିଲା । ମାତ୍ର…
ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କଟକ ସହରକୁ ସମ୍ପ୍ରସାରଣ କରାଯିବ ।କଟକ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ବୋଲି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କଟକ ସହିଦ ଭବନ ଠାରେ ସ୍ୱାୟତ୍ତ ଶାସନ ଦିବସର ଉଦ୍ଘାଟନ ଏବଂ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦେଇ ପ୍ରକାଶ କରିଛନ୍ତି । ବିଶେଷ କରି ସିଡିଏ ଅଞ୍ଚଳ କୁ ସମ୍ପ୍ରସାରଣ କରାଯାଇ ଜନ ବସତି ସ୍ଥାପନ କରାଯିବ। ମହାନଦୀ ରିଭର ଫ୍ରଣ୍ଟ ପାଇଁ 250 କୋଟି ଏବଂ କାଠ ଯୋଡ଼ି ରିଭର ଫ୍ରଣ୍ଟ ଲାଗି 60 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସିଡିଏ ଅଞ୍ଚଳରେ କପଡ଼ା ମଣ୍ଡି ଏବଂ ଚାନ୍ଦୀ ମଣ୍ଡି ନିର୍ମାଣ କରାଯିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ଯିବେ। ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ଦିଲ୍ଲୀରେ ହେବାକୁ ଥିବା ସେମିକନ କନଫରେନ୍ସରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏହାସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେହିପରି ଦିଲ୍ଲୀ ଗସ୍ତ ଅବସରରେ କିଛି କେନ୍ଦ୍ର ମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ପାରନ୍ତି। ରାଜ୍ୟରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିପାରନ୍ତି । ଏଣେ ଆଜି ଦିନ ୧୨ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହେଉଛି। ଏହି ବୈଠକରେ ଗୃହ ସଚିବ, ପୁଲିସ ଡିଜି. ମୁଖ୍ୟ ଶାସନ ସଚିବ, କ୍ରାଇମବ୍ରାଞ୍ଚ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।
ସେପ୍ଟେମ୍ବର ଆରମ୍ଭ ହୋଇଗଲାଣି ଏବଂ ଏହା ସହିତ ଦେଶରେ ଅନେକ ପରିବର୍ତ୍ତନ ଦେଖାଯାଇଛି। ଏଥିରେ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଅନ୍ତର୍ଭୁକ୍ତ। ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୫୧ ଟଙ୍କା ହ୍ରାସ ପାଇଛି । ଆଜିଠୁ ଏହି ନୂଆ ଦର ଲାଗୁହେବ । କିନ୍ତୁ, ଏହି ହ୍ରାସ କେବଳ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରରେ କରାଯାଇଛି । ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮୦ ଟଙ୍କା ହେବ । ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୬୩୧.୫୦ ଟଙ୍କା ରହିଛି । ଆଜିଠାରୁ ନୂଆ ସିଲିଣ୍ଡର ଦାମ୍ ସେପ୍ଟେମ୍ବର ୧ ରୁ ଲାଗୁ ହେବ । ଗତମାସରେ ଏଲପିଜି ଗ୍ୟାସ୍ ଦର ସ୍ଥିର ରହିଥିଲା ।
ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି । ପର୍ଯ୍ୟଟକମାନେ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳର ଝରଣା, ଜଙ୍ଗଲ, ବଣ, ପାହାଡ଼, ଜଳପ୍ରପାତ ହେଉକି ଐତିହାସିକ ସ୍ଥଳ ଦେଖିଲା ପରେ ପୁଣି ହୋଟେଲରେ ଆସି ରୁହନ୍ତି l ଏଭଳି ପରିସ୍ଥିତିରେ ସେମାନେ ସ୍ଥାନୀୟ କଳା, ସଂସ୍କୃତି, ଖାଦ୍ୟ ପେୟ, ଚଳଣି ବିଷୟରେ ସମ୍ପୂର୍ଣ୍ଣ ରୂପେ ଅବଗତ ହୋଇ ପାରନ୍ତି ନାହିଁ l ତେଣୁ ଏବେ ପର୍ଯ୍ୟଟକ ମାନଙ୍କୁ ଏହି ସବୁ ଜଣେଇବା ଉଦ୍ଦେଶ୍ୟ ରେ ରାଜ୍ୟ ପର୍ଯ୍ୟଟନ ବିଭାଗ “ହୋମ ଷ୍ଟେ” ପଲିସି ର ଆରମ୍ଭ କରିବାକୁ ଯାଉଛି lପର୍ଯ୍ୟଟନ ସ୍ଥଳୀ ଆଖପାଖ ଗାଁ ଗୁଡିକରେ କୌଣସି ବ୍ୟକ୍ତି ନିଜ ଘରେ ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେବାର ବ୍ୟବସ୍ଥା କଲେ ତାଙ୍କୁ ପର୍ଯ୍ୟଟନ ବିଭାଗ 30% ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ l ଜଣେ ବ୍ୟକ୍ତି ଯଦି ନିଜ ଘରକୁ ଲାଗି ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେବା ଉଦ୍ଦେଶ୍ୟରେ ହୋଟେଲ ଷ୍ଟାଇଲରେ କିଛି କୋଠରୀ…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟକୁ ସାର ଯୋଗାଣସ୍ଥିତି ତ୍ୱରାନ୍ୱିତ କରାଯାଇଛି । ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଅଛି । କିନ୍ତୁ ରାଜ୍ୟରେ ସାରର କୃତ୍ରିମ ଅଭାବ ଦର୍ଶାଇ ଚାଷୀ ଭାଇ ଭଉଣୀଙ୍କୁ କୌଣସି ପ୍ରକାର ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରି ଭୟଭୀତ ନ କରିବାକୁ ବିଭାଗ ତରଫରୁ ଅନୁରୋଧ କରାଯାଉଛି ।ଓଡ଼ିଶାରେ ଚାଷୀମାନଙ୍କୁ ସାର ଯୋଗାଣ ସମ୍ପର୍କିତ ସମସ୍ୟାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାର ୬୨ ଜଣ ଡିଲରଙ୍କ ଲାଇସେନ୍ସକୁ ବାତିଲ କରିବା ସହିତ ୩୦ ଟି ଦୋକାନରେ ସାର ବିକ୍ରୟ ବନ୍ଦ କରିଥିବା ସୂଚନା ମିଳିଛି। କଳାବଜାର/ଚୋରି/ନକଲି ସାର ବିକ୍ରୟକୁ ରୋକିବା ପାଇଁ, ରାଜ୍ୟ ସରକାର ଜିଲ୍ଲା ଏବଂ ବ୍ଲକସ୍ତରରେ କୃଷି, ରାଜସ୍ୱ ଏବଂ ପୋଲିସ ଅଧିକାରୀମାନଙ୍କୁ ନେଇ ପ୍ରବର୍ତ୍ତନ ଦଳ ଗଠନ କରିଛନ୍ତି । ଯେକୌଣସି ବେଆଇନ କାର୍ଯ୍ୟକଳାପ ପାଇଁ ରାଜ୍ୟ ସାରା ସାର ଖୁଚୁରା ଏବଂ ପାଇକାରୀ ପଏଣ୍ଟଗୁଡ଼ିକର…









