Author: sanitelevision

ରାଜସ୍ଥାନ ବିଧାନସଭାରେ ପେନସନ ପାଇଁ ଆବେଦନ କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ଧନଖଡ ୧୯୯୩ ମସିହାରେ କଂଗ୍ରେସ ଟିକେଟରେ ଆଜମେର ଜିଲ୍ଲାର କିଶନଗଡ଼ ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ବିଧାୟକ ହୋଇଥିବାରୁ ତାଙ୍କର ଏବେ ବିଧାନସଭାରୁ ପେନସନ ପାଇବାର ଅଧିକାର ଅଛି।ବିଧାନସଭା ସଚିବାଳୟ ଜଗଦୀପ ଧନଖଡଙ୍କ ଆବେଦନର ଅନୁମୋଦନ ପ୍ରକ୍ରିୟାକୁ ଆଗକୁ ବଢାଇଛି। ଧନଖଡ଼ ରାଜସ୍ଥାନର ଦଶମ ବିଧାନସଭାର ସଦସ୍ୟ ଥିଲେ।ବିଧାନସଭା ବାଚସ୍ପତି ବାସୁଦେବ ଦେବନାନୀ କହିଛନ୍ତି – ପୂର୍ବତନ ଉପରାଷ୍ଟ୍ରପତିଙ୍କ ପେନସନ ପାଇଁ ଆବେଦନ ଆସିଛି, କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚାଲିଛି। ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ, ଜଗଦୀପ ଧନଖଡ଼ଙ୍କ ଖବର ଏହି କାର୍ଯ୍ୟ ଜରିଆରେ ସାମ୍ନାକୁ ଆସିଛନ୍ତି। ଅନ୍ୟପକ୍ଷରେ, ସେ ଏପର୍ଯ୍ୟନ୍ତ ତାଙ୍କ ବାସସ୍ଥାନ ସମ୍ପର୍କରେ ବିଭାଗରେ ଆବେଦନ କରିନାହାଁନ୍ତି।ଧନଖଡଙ୍କୁ ବର୍ତ୍ତମାନ ୭୪ ବର୍ଷ। ନିୟମ ଅନୁଯାୟୀ, ସେ ରାଜସ୍ଥାନ ବିଧାନସଭାରୁ ପ୍ରାୟ ୪୨ ହଜାର ଟଙ୍କା ମାସିକ ପେନସନ ପାଇବେ। ରାଜସ୍ଥାନରେ…

Read More

ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ। ଭୁବନେଶ୍ବର ଷ୍ଟେସନ ନିକଟରେ ଟ୍ରେନ୍ ଶୌଚାଳୟରୁ ମିଳିଲା ମୃତଦେହ।ଶୌଚାଳୟ ସଫେଇ ବେଳେ ମିଳିଲା ମୃତଦେହ। ତେବେ ଏଯାଏଁ ଯୁବକଙ୍କ ପରିଚୟ ମିଳିନି। ସୂଚନାମୁତାବକ ଶୌଚାଳୟ ସଫେଇ ବେଳେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ସଫେଇ କର୍ମଚାରୀ। ଏ ଘଟଣା ସଂପର୍କରେ ଜିଆର୍‌ପି ଅଧିକାରୀଙ୍କୁ ସୂଚନା ଦେଇଥିଲେ। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଜିଆର୍‌ପି ପୁଲିସ। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ମୃତ ଯୁବକଙ୍କର ବୟସ ପାଖାପାଖି ୩୦ ବର୍ଷ ହେବା ନେଇ ଅନୁମାନ କରାଯାଉଛି ।

Read More

ଜଟଣୀ ଥାନା ଛକରେ ପଡିଥିଲା ପାର୍ବତୀ ଗଣନାନ୍ୟ । ଆଉ ଚାଲିଥିଲା ଅପେରା ।ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଡାନ୍ସରେ ମତୁଆଲା ଥିଲେ ଦର୍ଶକ। ଠିକ ସେହିସମାୟାରେ ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ଼ ହୋଥିଲା । ଆଗ ଧାଡ଼ିରେ ବସିଥିବା ଜଣେ ଯୁବକ ଠିଆ ହୋଇ ନିଶା ମହାରଣାଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ। ଏହି ଚେୟାର ମାଡ଼ରେ ନିଶାଙ୍କ ଦେହରେ ଆଘାତ ଲାଗିନଥିବା ଜଣାପଡ଼ିଛି। ନାଚ ବନ୍ଦ ହୋଇଯିବାରୁ କିଛି ଯୁବକ ଉତ୍ତ୍ୟକ୍ତ ହୋଇ ଚେୟାର ଫୋପାଡ଼ିଥିବା ଯୁବକଙ୍କୁ ନିସ୍ତୁକ ମାଡ଼ମାରି ଲାହୁଲୁହାଣ କରିଦେଇଥିଲେ । ପେଣ୍ଡାଲ ତଳେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ଏହି ଆକ୍ରମଣ ପଛରେ ରାଜନୈତିକ ଆକ୍ରୋଶ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ।

Read More

ଭାରତର ସଂସଦ ଭବନରେ ସ୍ଥାନ ପାଇବ ମହାପ୍ରଭୁଙ୍କ ତିନି ରଥର ଗୋଟିଏ ଲେଖାଏଁ ଚକ। ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦରେ ତିନି ରଥର ଗୋଟିଏ ଲେଖାଏଁ ଚକ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।ଏନେଇ ରହିଥିବା ସରକାରୀ ପ୍ରକ୍ରିୟା ଶେଷ ହେବା ପରେ ରଥଚକ ଯିବା ବ୍ୟବସ୍ଥା ହେବ। ଏହା ଅତ୍ୟନ୍ତ ସୌଭାଗ୍ୟର କଥା ବୋଲି କହିଛନ୍ତି ଅରବିନ୍ଦ ପାଢୀ। ଗତକାଲି ପୁରୀ ଗସ୍ତ କରିଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନେକ ମନ୍ତ୍ରୀ ଓ ସାଂସଦ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

Read More

ସାରା ରାଜ୍ୟ ରେ ସାର ଯୋଗାଣ ରେ ବ୍ୟାପକ ଅବ୍ୟବସ୍ଥା.କଳାବଜାର,ଅପମିଶ୍ରଣ ଏବଂ ବଜାର ରେ ୟୁରିଆ ମିଳୁ ନ ଥିବାରୁ ଚାଷୀ କୂଳ ହନ୍ତସନ୍ତ.ବିଭିନ୍ନ ସ୍ଥାନ ରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି. ସାର ପାଇଁ ଆଜି ରାସ୍ତା ରେ ଚାଷୀ.ଚାଷୀ କୂଳ ର ଏ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ. କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଜେ.ପି ନଡ୍ଡା ଙ୍କୁ ପତ୍ର ଲେଖି ସାର ଯୋଗାଣ ରେ ଅବ୍ୟବସ୍ଥା ସମ୍ପର୍କ ରେ ଅବଗତ କରାଇବାସହ ,ଓଡିଶା ଚାଷୀ କୂଳ ର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଆବଶ୍ୟକ ୟୁରିଆ ଯୋଗାଣ ସୁନିଶ୍ଚିତ କରିବାକୁ ଶ୍ରୀ ପଟନାୟକ ଦାବୀ କରିଛନ୍ତି.ଶ୍ରୀ ପଟନାୟକ କହିଛନ୍ତି ଯେ କୃଷି ଓଡିଶା ଅର୍ଥନୀତି ର ମୁଖ୍ୟ ଆଧାର ଓ ଆମର ୭୦ ଭାଗ ରୂ ଅଧିକ…

Read More

ଧାନ ବିକ୍ରି ପାଇଁ ଜାଲିଆତି କରି ପଞ୍ଜିକରଣ କରିଥିବା ଚାଷୀଙ୍କ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ଯେଉଁମାନେ ନିଜ ଜମି ବଦଳରେ ରାସ୍ତା, ଗୋଚର ଜମି, ଶ୍ମଶାନ ଓ ସରକାରୀ ଜମିକୁ ଦେଖାଇ ପଞ୍ଜିକରଣ କରିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ଖୁବ୍ ଶୀଘ୍ର ଚିଠି କରିବ ଯୋଗାଣ ବିଭାଗ । ଏହା କହିଛନ୍ତି ଯୋଗାଣ ମନ୍ତ୍ରୀ କୃ୍ଷ୍ଣ ଚନ୍ଦ୍ର ପାତ୍ର । ବର୍ତ୍ତମାନ ସୁଦ୍ଧାରେ ରାଜ୍ୟରେ ଚଳିତ ଖରିଫ ଧାନ ବିକ୍ରି ପାଇଁ ସର୍ବାଧିକ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି। ହେଲେ ଏ ଭିତରେ ସରକାରଙ୍କ ହାତରେ ଲାଗିଛି ଜାଲିଆତିର ଲମ୍ବା ତାଲିକା । ଏଥିରେ କେବଳ ଚାଷୀ ସମ୍ପୃକ୍ତ ନାହାନ୍ତି, କିଛି ସମବାୟ ଅଧିକାରୀ ମଧ୍ୟ ସାମିଲ ଥିବା ଜଣା ପଡିଛି। ତେଣୁ ଏ ସବୁର ଫିଜିକାଲ ଭେରିଫିକେସନ କରି ଜାଲିଆତିରେ ସମ୍ପୃକ୍ତ ଥିବା ଚାଷୀ ଓ ଅଧିକାରୀଙ୍କ ବିରୋଧରେ…

Read More

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା ଲାଗିଛି । ଆମେରିକା ସଂଘୀୟ ଅପିଲ ଅଦାଲତ ଟ୍ରମ୍ପଙ୍କ ଦ୍ବାରା ଲାଗୁ ହୋଇଥିବା ଅତିରିକ୍ତ ଟାରିଫକୁ ଅବୈଧ କରିଛନ୍ତି । ଆମେରିକା ଦ୍ବାରା ଲାଗୁ କରାଯାଇଥିବା ଅତିରିକ୍ତ ଶୁଳ୍କକୁ ବେଆଇନ ବୋଲି ଶୁକ୍ରବାର ଦିନ ଆମେରିକା ଫେଡେରାଲ ଆପିଲ କୋର୍ଟ ଟ୍ରମ୍ପଙ୍କୁ ରାୟ ଦେଇଛନ୍ତି ।ଫେଡେରାଲ୍ ସର୍କିଟ୍ ପାଇଁ ଆମେରିକାର ଆପିଲ୍ କୋର୍ଟ କହିଛି ଯେ ରାଷ୍ଟ୍ରପତିଙ୍କ ପାଖରେ ଜରୁରୀକାଳୀନ କ୍ଷମତା ଅଛି, କିନ୍ତୁ ସେଥିରେ ଶୁଳ୍କ କିମ୍ବା ଟିକସ ଲାଗୁ କରିବାର ଅଧିକାର ଅନ୍ତର୍ଭୁକ୍ତ ନାହିଁ । ଏହି ନିଷ୍ପତ୍ତିକୁ ଟ୍ରମ୍ପଙ୍କ ଅର୍ଥନୈତିକ ନୀତି ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି । ଏହି ରିପୋର୍ଟ ଅନୁଯାୟୀ, କୋର୍ଟ ଅକ୍ଟୋବର ୧୪ ପର୍ଯ୍ୟନ୍ତ ଶୁଳ୍କ ବଳବତ୍ତର ରଖିବାକୁ ଅନୁମତି ମଧ୍ୟ ଦେଇଛନ୍ତି, ଯାହା ଟ୍ରମ୍ପ ପ୍ରଶାସନକୁ ଏହି ମାମଲାକୁ ସୁପ୍ରିମକୋର୍ଟକୁ ନେବା ପାଇଁ ସୁଯୋଗ ଦେଇଛି । ଅନ୍ୟପକ୍ଷରେ,…

Read More

ଡାକ୍ତଖାନାରେ ନାହିଁ ଜେନେରେଟର । ଲାଇନ ଗଲେ ମୋବାଇଲ୍ ଫ୍ଲାସ୍‌ ମାରି ଚାଲୁଛି ରୋଗୀ ସେବା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ଏହି ଅଭାବନୀୟ ଦୃଶ୍ୟ ।ସୂଚନା ଥାଉକି, ପିଏଚସି ସେଣ୍ଟରରେ ନା ଅଛି ଇନଭେଟର ନା ଜେନେରେଟର ସୁବିଧା। ଯାହା ଫଳରେ ଲାଇନ ଚାଲିଗଲେ ହନ୍ତସନ୍ତ ରୋଗୀ । ସବୁଦିନ ଭଳି ହଠାତ ଲାଇଟ୍ ଚାଲିଯାଇଥିଲା । ଦୀର୍ଘ ସମୟ ଧରି ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା ପିଏଚସି ସେଣ୍ଟରରେ। ଫଳରେ ମୋବାଇଲ ଭରସାରେ ଚିକିତ୍ସାଧିନ ଥିବା ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା । ତେବେ ଜଣେ ବିଷ ପିଇ ଏଠାକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଆଉ ଜଣେ ରୋଗୀ ମଧ୍ୟ ଥିଲେ ହେଲେ ସେହି ସମୟରେ ହିଁ ଲାଇନ ନଥିଲା ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ରୋଗୀ ଙ୍କ ସମ୍ପର୍କୀୟ। ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ…

Read More

ଆଜି ଜିଲ୍ଲାପାଳ ଓ SPଙ୍କୁ ଭେଟିଲେ ମୃତ ବାଲେଶ୍ବର FM କଲେଜ ଛାତ୍ରୀଙ୍କ ବାପା। କଲେଜ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ୪ ଜଣ ଗିରଫ ହୋଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି ।ଝିଅକୁ ଉସୁକାଇଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନି । ତେବେ ଜିଲ୍ଲାପାଳ ଓ ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । କିନ୍ତୁ ବାଲେଶ୍ୱର ଛାତ୍ରୀଙ୍କ ସହ କଣ ଘଟିଥିଲା ? ନ୍ୟାୟ ଯୁଦ୍ଧ କେବେଠୁ ଆରମ୍ଭ ହୋଇଥିଲା ? କଠୋର ନିଷ୍ପତ୍ତି ନେବାକୁ କିଏ ଏବଂ କେଉଁ ପରିସ୍ଥିତି ବାଧ୍ୟ କରିଥିଲା ? ଗତ 8 ମାସ ଧରି ଏକୁଟିଆ ସଂଗ୍ରାମ କରୁଥିବା ସାହସୀ ଝିଅ ଶେଷଯାତ୍ରାରେ । ତେବେ ଏପର୍ଯ୍ୟନ୍ତ ସଠିକ ତଥ୍ୟ ମିଳିନି |

Read More

ପାଖେଇ ଆସୁଛି ପାର୍ବଣ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ କେତେକ ସ୍ଥାନରେ ପୂଜା ଉପରେ ନଜର ରଖିବ ସିସିଟିଭି ଓ ଡ୍ରୋନ । ଏଥର ଦୁର୍ଗାପୂଜା ସୁରକ୍ଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ପୂଜା ପାଇଁ ଜୋରଜବରଦସ୍ତ ଚାନ୍ଦା ଆଦାୟକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କହିଛନ୍ତି ଡିଜିପି । ଅଭିଯୋଗ ଆସିଲେ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ଡିଜିପି । ପୂଜା ସମୟରେ ସଜାଗ ରହିବାକୁ ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ପୋଲିସ ଅପରାଧିକ କାର୍ଯ୍ୟକଳାପ ଏବଂ ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖିଥିବା କହିଛନ୍ତି ଡିଜିପି ।

Read More