Author: sanitelevision

ଏନଆରଟିଏସ ପରୀକ୍ଷା ଘୁଞ୍ଚାଇଲା ମାଧ୍ୟମିକ ଶିକ୍ଷା ପରିଷଦ । ପୂର୍ବରୁ ସେପ୍ଟେମ୍ବର ୧୦ ତାରିଖରେ ହେବାକୁ ଥିଲା ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା । ଏହାକୁ ସେପ୍ଟେମ୍ବର ୧୯ ତାରିଖକୁ ଘୁଞ୍ଚାଇଲା ବୋର୍ଡ । ସକାଳ ୧୦ ଟାରୁ ୧୨ଟା ପର୍ଯ୍ୟନ୍ତ ହେବ ପରୀକ୍ଷା । ଏଥିପାଇଁ ଆଡ଼ମିଟ କାର୍ଡ www.bseodisha.ac.in ୱେବସାଇଟରୁ ଆସନ୍ତା ୧୦ ତାରିଖରୁ ଡାଉନଲୋଡ଼ କରି ହେବ ।

Read More

ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଐତିହାସିକ ପଦକ୍ଷେପ ନେଇଛି । ସେମିକନ ଇଣ୍ଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର । ସ୍ବଦେଶୀ ନିର୍ମିତ ୩୨ ବିଟ୍ ମାଇକ୍ରୋ ପ୍ରୋସେସର ଚିପ୍ ଉପହାର ଦେଲା ସେମିକଣ୍ଡକ୍ଟର ଲାବରୋଟୋରୀ ସଂସ୍ଥା ବା SCL । ଇସ୍ରୋ ଦ୍ବାରା ପରିଚାଳିତ SCL ପକ୍ଷରୁ ଏହି ଚିପକୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ବାରା ମୋଦିଙ୍କୁ ଉପହାର ଦିଆଯାଇଥିଲା ।ନୂଆ ଦିଲ୍ଲୀରେ ଆୟୋଜିତ ସେମିକନ୍‌ ଇଣ୍ଡିଆ ୨୦୨୫ରେ ଏହି ଚିପ୍ ପ୍ରଦାନ କରାଯାଇଛି । ଏନ୍‌ଆଇଟି ରାଉରକେଲାରେ ପ୍ରସ୍ତୁତ ୨ଟି ଓ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ପ୍ରସ୍ତୁତ ଚିପ ପ୍ରଦାନ କରିଛନ୍ତି ଅଶ୍ବିନୀ ବୈଷ୍ଣବ । ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି ଏହି ଚିପ୍ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଥିଲେ । ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଓଡିଶାରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ରହିଥିବାରୁ ଏଥିରେ ସାମିଲ ହୋଇ କିପରି ଓଡିଶା ଭାଗିଦାରୀ…

Read More

ଏନ୍‌ଏସି ପରେ ଏବେ ଓଡ଼ିଶାରେ ବଢିବ ଜିଲ୍ଲା ସଂଖ୍ୟା । ବିଭାଜିତ ହେବ ପଞ୍ଚାୟତ ଏବଂ ସବ୍‌ଡିଭିଜନ । ଏନେଇ ବଡ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଜିଲ୍ଲା ପାଇଁ ଅନେକ ଦାବି ରହିଛି । ମୟୁରଭଞ୍ଜ, ସୁନ୍ଦରଗଡ ବଡ ଜିଲ୍ଲା ରହିଛି । କେଉଁଟା ଆଗ କରିବୁ ତାହା ନିଷ୍ପତି ନିଆଯିବ । ୨୦୨୫ ଶେଷକୁ ଜନଗଣନା ଆରମ୍ଭ ହେବ । ଶୀଘ୍ର ଘୋଷଣା ହେବ ରାଜସ୍ୱ ଗାଁ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜଧାନୀରେ ପ୍ରତିଷ୍ଠା ହେବ ଡପଲର ରାଡାର ସିଷ୍ଟମ । ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଖୁବଶୀଘ୍ର ବାଲେଶ୍ଵର ଓ ସମ୍ବଲପୁରରେ ରାଡାର ସିଷ୍ଟମ କାର୍ଯ୍ୟକ୍ଷମ ହେବ ।ଭିତ୍ତିଭୂମି କାର୍ଯ୍ୟ ସରିଛି, ଖୁବ୍‌ କମ ଦିନରେ କାର୍ଯ୍ୟକ୍ଷମ ହେବ’ । ଯାହା ଦ୍ୱାରା ପାଣିପାଗର ନିଖୁଣ…

Read More

ଖୋଲିଲା ହୀରାକୁଦର ୨ଟି ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ୨ଟି ଗେଟ । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୬.୩୭ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୪.୪୭୨ କ୍ୟୁସେକ ଜଳ ।ଲଘୁଚାପ ଜନିତ ବର୍ଷାକୁ ନେଇ ଜଳସଂପଦ ସର୍ୱୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସୁବଣ୍ଣରେଖାରେ ୨୦.୯୭, ବୁଢାବଳଙ୍ଗରେ ୪୩.୦୭ ମିମି ବର୍ଷା ହୋଇଛି । ବୈତରଣୀରେ ୩୦.୬୫ ମିମି ବର୍ଷା ହୋଇଛି । ବୈତରଣୀ, ବୁଢାବଳଙ୍ଗ ଓ ସୁବଣ୍ଣରେଖାରେ ଜଳସ୍ତର ବଢିବ । ସତର୍କ ସଙ୍କେତ ଉପରକୁ ଯିବ , ଆଜି ବର୍ଷା ନହେଲେ ବିପଦ ସଂକେତ ଟପିବନି । ହୀରାକୁଦରେ ୬୨୬.୩୧ ଫୁଟ, ରେଙ୍ଗାଳିରେ ୧୨୨.୭୩ ମିଟର ଜଳ ଅଛି । ଅନ୍ୟପଟେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । କାଲି ପର୍ଯ୍ୟନ୍ତ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ…

Read More

ମୟୁରଭଞ୍ଜ ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ମଙ୍ଗଳବାର ଗିରଫ ହୋଇଛନ୍ତି । ଝାରସୁଗୁଡା ବେଲପାହାଡ ମ୍ୟୁନିସିପାଲିଟିରେ ନିର୍ବାହୀ ଅଧିକାରୀ ଥିବା ବେଳେ ୪ କୋଟି ଟଙ୍କାର ସରକାରୀ ଅର୍ଥକୁ ହେରଫେର କରିଥିଲେ । ଏହି ଘଟଣାରେ ପୂର୍ବରୁ ରାଜ୍ୟ ସରକାର ସସ୍ମିତା ସିଂଙ୍କୁ ନିଲମ୍ବିତ କରିଛନ୍ତି ।ବେଲପାହାଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ସେ ଟଙ୍କା ହେରଫେର୍‌ କରିଥିବା ଅଭିଯୋଗ ହୋଇଥିଲା । ଅର୍ଥନୈତିକ ଅପରାଧ ଶାଖା ମଧୁସ୍ମିତାଙ୍କୁ ଗିରଫ କରିଛି ।

Read More

ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଉପରେ ଚିଲ ବସିଲେ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ । ଦୀର୍ଘ ସମୟ ଧରି ଚିଲ ଟି ମନ୍ଦିର ଉପରେ ବସିବା ପରେ ଉଡି ଯାଇଥିବା ଦେଖିବାକୁ ମିଳିଛି। ସେପଟେ ଚିଲ ବସିବା ନେଇ ଅନେକ କଳ୍ପନା ଜଳ୍ପନା ଶୁଣିବାକୁ ମିଳିଛି । ସେହିପରି ଗତ କିଛି ମାସ ତଳେ ଅର୍ଥାତ୍ ଏପ୍ରିଲ୍ ମାସରେ ପୁରୀ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ । ଚିଲ ନେଇଯାଇଥିଲା ପତିତପାବନ ବାନା । ଏହି ଦୃଶ୍ୟ ଦେଖି ଭକ୍ତମାନେ କିଛି ସମୟ ପାଇଁ ଚିଲଟିକୁ ଚାହିଁ ରହିଥିଲେ । ତେବେ ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିଥିବାର ନଜିର ମଧ୍ୟ ଆସିଛି ।ସୂଚନା ଥାଉକି, ମଧ୍ୟାହ୍ନରେ…

Read More

କଟକ ଜିଲା କଂକ୍ରେଇଲୋ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।କୁହାଯାଉଛି ଯେ, କିରୋସିନ ଢାଳି ନିଜକୁ ମହିଳା ଜାଳିଦେଇଛନ୍ତି। ପାରିବାରିକ କଳହରୁ କିରୋସିନ ଢାଳି ପ୍ରାଣହାରିବାକୁ ଉଦ୍ୟମ କରୁଥିଲେ ଏହି ମହିଳା। ସୂଚନାମୁତାବକ କଟକ ଜିଲା କଂକ୍ରେଇଲୋ ଗାଁରେ ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ମହିଳା ଜଣକ ନିଜେ ଜଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନା ତାଙ୍କୁ କେହି ନିଆଁ ଲଗାଇ ଜାଳି ଦେବାକୁ ଉଦ୍ୟମ କରାଯାଇଛି ତାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Read More

ଆସନ୍ତା ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ୨୦୨୬ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମାନେ ଆଉ ଏକ ଚନ୍ଦ୍ରଗ୍ରହଣ ପଡୁଛି । ଯାହାକି ଭାରତରେ ଦେଖିବାକୁ ମିଳିବ । ଆସନ୍ତା ୬ ମାସ ଭିତରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଛି । ଯାହାକୁ ନେଇ ଶୁଭ-ଅଶୁଭର ଗଣନା କରୁଛନ୍ତି ଜ୍ୟୋତିର୍ବିଦ । ତେବେ ଚଳିତ ବର୍ଷ ସେପ୍ଟେମ୍ବର ୭ ତାରିଖ ରବିବାର ଭାଦ୍ରବ ପୂର୍ଣ୍ଣିମାରେ ଭାରତରେ ସବୁଠି ବିରଳ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ବହୁତ ଶକ୍ତିଶାଳୀ । ଏଭଳି ଗ୍ରହଣ ୧୦୦ ବର୍ଷରେ ଥରେ ଘଟେ । ଏହା ଭାରତ ତଥା ଓଡ଼ିଶା ସମେତ ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ନ୍ୟୁଜିଲ୍ୟାଣ୍ଡ, ଆଫ୍ରିକା, ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟ ମହାସାଗର ଆଦି ଅଞ୍ଚଳରେ ମଧ୍ୟ ଦୃଶ୍ୟମାନ ହେବାକୁ ଯାଉଛି । ରାତି ୯ଟା ୫୭ ମିନିଟରେ ଗ୍ରହଣ…

Read More

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୦୬,୦୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୭,୨୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୦୬,୦୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୯୭,୨୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧, ୦୬,୦୯୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୭ ହଜାର ୨୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୦୬,୨୪୦ ଟଙ୍କା ଓ ୨୨ କ୍ୟାରେଟ୍ ୯୭, ୪୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧, ୦୬,୦୯୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୭ ହଜାର ୨୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ…

Read More

ଟିଇଟି ପରୀକ୍ଷା ବାଧ୍ୟତାମୂଳକ ପ୍ରସଙ୍ଗରେ ବିଭାଗ ତର୍ଜମା କରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶିକ୍ଷକଙ୍କ ସ୍ୱାର୍ଥକୁ ଦେଖାଯିବ । ଅନ୍ୟ ରାଜ୍ୟଗୁଡିକ କଣ ବିଚାରବିମର୍ଶ କରୁଛନ୍ତି ନଜର ରଖାଯିବ । ପୂର୍ୱରୁ ଅନେକ ଶିକ୍ଷକ ବିନା ଓଟିଇଟିରେ ଶିକ୍ଷକତା କରୁଛନ୍ତି । ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ପରୀକ୍ଷା ବ୍ୟବସ୍ଥା ନଥିଲା । ଏବେ ଗାଇଡଲାଇନ ହୋଇଥିବାରୁ ବିଭାଗ ଆଲୋଚନା କରିବ । ସୂଚନାମୁତାବକ ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍‌)କୁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯେଉଁମାନେ ଶିକ୍ଷକ ହେବାପାଇଁ ଆଶାୟୀ ସେମାନେ ଟିଇଟି ଯୋଗ୍ୟତା ହାସଲ କରିବା ଅନିବାର୍ଯ୍ୟ। ଏଥିସହ ବର୍ତ୍ତମାନ ଶିକ୍ଷକତା କରୁଥିବା ଶିକ୍ଷକମାନେ ମଧ୍ୟ ପଦୋନ୍ନତି ପାଇବା ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ। ଶିକ୍ଷା ଅଧିକାର ଆଇନ ୨୦୦୯ ପ୍ରଚଳନ ପୂର୍ବରୁ ଯେଉଁ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ଏବଂ ଯେଉଁମାନଙ୍କର ଚାକିରିରୁ ଅବସର ଗ୍ରହଣ…

Read More