Author: sanitelevision

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ସେ ସାଂଘାଇ ସହଯୋଗ ସଂଗଠନ (SCO ସମ୍ମିଳନୀ) ସମୟରେ ପୁଟିନଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଏକ ବିଶେଷ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହାକୁ ନେଇ ଆମେରିକା ଅସୁବିଧାରେ ପଡ଼ିଛି। ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଏହି ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଭାରତ ରୁଷିଆ ସହିତ ନୁହେଁ, ଆମେରିକା ସହିତ ରହିବା ଉଚିତ। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି । ଏବେ ଟାରିଫକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଟ୍ରମ୍ପ କହିଛନ୍ତି, ‘ଭାରତ ଆମେରିକା ସହ ବହୁତ ବ୍ୟବସାୟ କରୁଛି, କିନ୍ତୁ ଆମେରିକା ଭାରତ ସହ କମ୍ ବ୍ୟବସାୟ…

Read More

ସମ୍ବଲପୁର ବୁର୍ଲା ଭିସୁଟ୍‌ର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ପିସି ବ୍ରିଜ ତଳୁ ମିଳିଛି ମୃତଦେହ । ମୃତ ଛାତ୍ର ଜଣକ ହେଉଛନ୍ତି ଅଞ୍ଜନେୟ ଦାସ। ଅଞ୍ଜନେୟ ମେକାନିକାଲ ଇଂଜିନିୟରିଂ ଶେଷ ବର୍ଷର ଛାତ୍ର ।ମୃତ ଛାତ୍ର ଜଣକ ହେଲେ ଯାଜପୁରର ଅଂଜନେୟ ଦାସ l ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି l ସେପଟେ ଅଞ୍ଜନେୟ ଏକା ଥିଲେ ନା ତାଙ୍କ ସହ ଆଉ କିଏ ଥିଲେ ତାହା ଜଣାପଡ଼ିନାହିଁ l ବହୁ ପୂର୍ବରୁ ଭିସୁଟ କର୍ତ୍ତୃପକ୍ଷ ରାତି 10 ଟା ପରେ କେହି ବାହାରକୁ ନଯିବା ପାଈଁ ନୋଟିସ ଜାରି କରିଛନ୍ତି l ଏହା ସତ୍ୱେ ସେ କାହିଁକି ଏତେ ରାତିରେ ବାହାରକୁ ଯାଇଥିଲେ ସେନେଇ ପ୍ରଶ୍ନ ଉଠୁଛି lବର୍ତ୍ତମାନ ଛାତ୍ରଙ୍କ ମାମୁଁ ହତ୍ୟା ଅଭିଯୋଗ ଆଣିଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ…

Read More

ବେଙ୍ଗାଲୁରୁରୁ ସାପ କାମୁଡ଼ିରେ ମୃତ୍ୟୁ ନେଇ ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୪୧ ବର୍ଷିୟ ସଫ୍ଟୱେୟାର ଇଞ୍ଜିନିୟରଙ୍କର ମୃତ୍ୟୁ ଏକ ବିଷାକ୍ତ ସାପ କାମୁଡ଼ିବାରେ ମୃତ୍ୟୁ ହୋଇଛି। ମଞ୍ଜୁ ଟିସିଏସ୍‌ରେ କାର୍ଯ୍ୟରତ ଥିଲେ ଓ ରଙ୍ଗନାଥ ଲେଆଉଟରେ ରହୁଥିଲେ। ପୋଲିସ ଓ ପରିବାର ସୂତ୍ରରୁ ଜଣାପଡ଼ିଛି, ମଞ୍ଜୁ ତାଙ୍କ କ୍ରକ୍ସ ଚପଲ ଘର ବାହାରେ ରଖିଥିଲେ। ନିକଟସ୍ଥ ଦୋକାନରୁ ଜୁସ୍ କିଣିବାକୁ ଯାଇ ଫେରିବା ପରେ ସେ ଚପଲ ପିନ୍ଧିଥିଲେ, କିନ୍ତୁ ତାଙ୍କ ଅନୁପସ୍ଥିତିରେ ଏକ ସାପ ଚପଲ ଭିତରେ ଲୁଚି ରହିଥିଲା।ଯେମିତି ସେ ଚପଲ ପିନ୍ଧିବାକୁ ଚେଷ୍ଟା କଲେ , ସାପ ତାଙ୍କ ଉପରେ ଆକ୍ରମଣ କରି ଥିଲା। ଗୋଟିଏ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇ ଥିଲା।ପ୍ରକାଶଙ୍କ ସହ ପୂର୍ବରୁ ମଧ୍ୟ ଏକ ଦୁର୍ଘଟଣା ଘଟିଥିଲା,ଯେଉଁଥି ପାଇଁ ତାଙ୍କ ପାଦରେ ଯନ୍ତ୍ରଣା ଅନୁଭବ ହେଉ ନଥିଲା। ଏହି କାରଣରୁ ତାଙ୍କୁ ସାପ କାମୁଡ଼ିବାର ଅନୁଭବ…

Read More

ଉତ୍ତର ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜିଠୁ ବଢିବ ବର୍ଷା ପରିମାଣ । କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ପ୍ରବଳ ବର୍ଷା ସମ୍ଭାବନା ଥିବା କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ ନୂଆପଡ଼ାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ।

Read More

ଓଡ଼ିଶା ଯାତ୍ରୀ ଆପ୍‌ର କଳେବର ବଢ଼ାଇଛି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଏଣିକି ଏହି ଆପ୍‌ ମାଧ୍ୟମରେ ଆମ ବସ୍‌ ଏବଂ ସାତପଡ଼ାରେ ଚିଲିକା ବୋଟିଂ ନିମନ୍ତେ ଟିକେଟ୍‌ କିଣିପାରିବେ । ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ଅନୁଭବକୁ ଅଧିକ ସୁଖକର ଏବଂ ସହଜ କରିବା ଉଦ୍ଦେଶ୍ୟରେ ଏହି ନୂତନ ସୁବିଧାକୁ ଆପ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି ।ସମସ୍ତ ଆଣ୍ଡରୋଏଡ୍‌ ପ୍ଳାଟଫର୍ମରେ ଏହି ଆପ୍‌ ଉପଲବ୍ଧ ହୋଇସାରିଥିବା ବେଳେ ଆଇଓଏସ୍‌ ରେ ନିକଟରେ ଭବିଷ୍ୟତରେ ଉପଲବ୍ଧ ହେବ । ଏହା ସହିତ ଯାତ୍ରୀଙ୍କ ମତାମତକୁ ଭିତ୍ତିକରି ଟିକେଟ୍‌ ବୁକିଂ ବ୍ୟବସ୍ଥାରେ ମଧ୍ୟ ଆବଶ୍ୟକ ସୁଧାର ଅଣାଯିବ । ଓଡ଼ିଶା ଯାତ୍ରୀ କେବଳ ଏକ ଡିଜିଟାଲ ସେବା ନୁହଁ, ଯାତ୍ରୀଙ୍କୁ ସାର୍ବଜନୀନ, ଟେକ୍ନୋଲୋଜି ଭିତ୍ତିକ, ତ୍ରୁଟିଶୂନ୍ୟ ସେବା ଯୋଗାଇ ଦେବାର ସଂକଳ୍ପ ବୋଲି କହିଛନ୍ତି ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ । ଏହି ଡିଜିଟାଲ ପ୍ଳାଟଫର୍ମ ସହାୟତାରେ ବସ୍‌ ସେବା ଏବଂ…

Read More

ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଏବଂ ପୁନଃ ପଞ୍ଜିକରଣ ସମୟ ଅବଧିକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଇଗ୍ନୋ କର୍ତ୍ତୃପକ୍ଷ ବୃଦ୍ଧି କରିଛନ୍ତି । ପୁନଃ ପଞ୍ଜିକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଦେୟ ଦେବାକୁ ହେବ । ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର ୱେବସାଇଟ www.ignou.ac.in କୁ ଅନୁସରଣ କରିପାରିବେ ।ନାମ ଲେଖାଇବା ପାଇଁ ଆବେଦନ କରିବା ଲିଙ୍କ ହେଲା https://ignouadmission.samarth.edu.in । ତେବେ ସାର୍ଟିଫିକେଟ ପ୍ରୋଗ୍ରାମରେ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମ ଲେଖା ଅବଧି ସମାପ୍ତ ହୋଇଯାଇଛି | ଅଣ୍ଡର ଗ୍ରାଜୁଏଟ (BSCM), (BCOMF), (BAM) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି ।

Read More

୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଯୁଦ୍ଧାର ହୋଇଛନ୍ତି। ମାଲକାନଗିରି ଜିଲ୍ଲା କତାମାଟେରୁ ନିକଟ ସବେରୀ ନଦୀରେ ଯୁବକ ଜଣକ ଫସିଥିଲେ । ୨୪ ଘଣ୍ଟା ଧରି ମଝି ନଈରେ ଥିଲେ। ଆଜି ସକାଳୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ନଦୀରେ ପ୍ରଖର ସ୍ରୋତ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଶେଷରେ ହେଲିକପ୍ଟର ଯୋଗେ ଯୁବକଙ୍କୁ ଉଦ୍ଧାର କରାଯାଇଛି ।ଗତ କିଛି ଦିନ ହେଲା ସମଗ୍ର ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ବିଶେଷ କରି କୋରାପୁଟ ଓ ମାଲକାନଗିରିରେ ଅତି ପ୍ରବଳ ବର୍ଷା ହେଉଥିବାରୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସୂଚନାମୁତାବକ ଗତକାଲି କତାମୋଟେରୁ ଗାଁ ଇର୍ମା ସୋଡି ଏକ ଦେଶୀ ଡଙ୍ଗା ନେଇ ଛତିଶଗଡ ସୁକମା ଜିଲ୍ଲାର ଏକ ଗାଁକୁ ଯାଇଥିଲେ । ଫେରିବା ସମୟରେ ସ୍ରୋତ ବଢିବାରୁ ଭାରସାମ୍ୟ ହରାଇ ଡଙ୍ଗା ବୁଡିଯାଇଥିଲା ।…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୀନ ଗସ୍ତ ବେଶ୍‌ ସ୍ଵତନ୍ତ୍ର ରହଥିଲା। ସାଂଘାଇ ସମନ୍ବୟ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗଦେବାକୁ ମୋଦୀ ଚୀନ ଯାଇଥିଲେ। କିନ୍ତୁ ଅନେକ କ୍ଷେତ୍ରରେ ତାଙ୍କର ଏହି ଯାତ୍ରା ଐତିହାସିକ ପାଲଟିଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ନିଜ ପ୍ରିୟ ବନ୍ଧୁ ଭ୍ଲାଦିମିର ପୁଟିନଙ୍କୁ ବି ଭେଟିଥିଲେ। ଦୁଇ ନେତାଙ୍କ ବନ୍ଧୁତା ଏବଂ ଆଲୋଚନା ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନ୍‌ କାର୍‌ରେ ୪୫ ମିନିଟ୍‌ ପାଇଁ କଥାବାର୍ତ୍ତା କରିଥିଲେ, ଯାହାର ଫଟୋ ପ୍ରଧାନମନ୍ତ୍ରୀ ମୋଦି ନିଜେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରିଛନ୍ତି।ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ତିଆନଜିନରେ SCO ସମୟରେ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ସାକ୍ଷାତ ବହୁତ ଭଲ ଥିଲା। ଆମେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ବାଣିଜ୍ୟ, ସାର, ମହାକାଶ, ସୁରକ୍ଷା ଏବଂ ସଂସ୍କୃତି…

Read More

ଦଳୀୟ ଭିତ୍ତିରେ ହୋଇଛି NAC ଚୟନ। ପୂର୍ବ ସରକାର ଘୋଷଣା କରିଥିବା ତାଲିକାକୁ ଜାଣିଶୁଣି ୪୨କୁ ଦିଆଯାଇଛି ବାଦ। ନୂଆ NAC ଘୋଷଣା ନେଇ ଏଭଳି କହିଛି ବିଜେଡି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬ଟି ଏନ୍‌ଏସି ଘୋଷଣା କରିଥିଲେ । ଜନସଂଖ୍ୟା ସହ ଯେଉଁ ପାରାମିଟର ରହିଛି ସେହି ଆଧାରରେ ଘୋଷଣା କରିଥିଲେ ନବୀନ । ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ ଘୋଷଣା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସରକାର ଯେଉଁ ଘୋଷଣା କରିଛନ୍ତି ୧୬ ଜିଲ୍ଲାର ୪୨ଟି ଏନ୍‌ଏସି ବାଦ ପଡ଼ିଛି । ଏବେ ସରକାର ଯେଉଁ ୨୮ଟି ଘୋଷଣା କରିଛନ୍ତି ସେଥିରେ ପୂର୍ବ ଘୋଷଣାର ମାତ୍ର ୧୨ଟି ଏନ୍‌ଏସି ସ୍ଥାନ ପାଇଛି । ପୂର୍ବରୁ ଘୋଷଣା ହୋଇଥିବା ୪୨ଟି ଏନ୍‌ଏସିକୁ ତୁରନ୍ତ ସରକାର ବିଚାରକୁ ନିଅନ୍ତୁ । ଏହା ସହ ପୁନଃ ଘୋଷଣା ହୋଇଥିବା ସମସ୍ତ ଏନ୍‌ଏସିର ତୁରନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଁ ବିଜେଡି ଦାବି କରିଛି…

Read More

ବିଡିଏ ଭାଇସ୍‌ ଚେୟାରମ୍ୟାନ ଡ.ଏନ୍‌ ତିରୁମାଲା ନାଏକ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ଦୋକାନ ବଣ୍ଟନ ହେବ ବୋଲି ସେ ସୂଚନା ଦେଇଛନ୍ତି।୧୦ ଦିନ ଭିତରେ ୧୨୦ ଦୋକାନୀଙ୍କୁ ଲଟେରୀ ମାଧ୍ୟମରେ ହେବ ଆବଣ୍ଟନ। ଦୋକାନୀଙ୍କ ମଧ୍ୟରେ ଟିକେ ଅନ୍ତର୍ଦ୍ବନ୍ଦ୍ବ ଥିଲା, ଯାହା ଏବେ ଦୂର ହୋଇଛି। ପୁରୁଣା ବସ୍ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦିଆଯିବ ଦୋକାନ।ବସ୍ ଟର୍ମିନାଲରେ ପାଖାପାଖି ଲକ୍ଷେ ବର୍ଗ ମିଟର କମର୍ସିଆଲ ସ୍ପେସ୍ ରହିଛି । ଏହାର ଉନ୍ନତି ପାଇଁ ପ୍ରତି ବର୍ଗ ମିଟରକୁ ୫୨ ଟଙ୍କା ହିସାବରେ ଗୋଟିଏ ଏଜେନ୍ସିକୁ ଦିଆଯାଇଛି । ଏଜେନ୍ସି ଉନ୍ନତିକରଣ କାମ କରିବ । ଖୁବ୍‌ଶୀଘ୍ର ସେହି ଏଜେନ୍ସିକୁ ଦିଆଯିବ ୱାର୍କ ଅର୍ଡର । କିଛି ଷ୍ଟ୍ରକଚରରେ ପରିବର୍ତ୍ତନ କରାଯିବ । ଭାଙ୍ଗିରୁଜି ଯାଇଥିବା କବାଟ କିମ୍ବା ଅନ୍ୟାନ୍ୟ ଷ୍ଟ୍ରକଚର ପାଇଁ ସମ୍ପୃକ୍ତ ଏଜେନ୍ସି ଦାୟୀ ରହିବ । ଯେଉଁ…

Read More