ସେପ୍ଟେମ୍ବର ମାସରେ ରାଜ୍ୟରେ ବର୍ଷା ପରିମାଣ ସ୍ୱାଭାବିକ ରହିବ । କେବଳ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା କମିପାରେ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଛି ।ତେବେ ଆସନ୍ତା ୨ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି। ଏହା ପ୍ରଭାବରେ ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମେଘୁଆ ପାଗ ସହ ପବନର ବେଗକୁ ନେଇ ସମୁଦ୍ର ଅଶାନ୍ତ ରହିବ। ତେଣୁ ସୁରକ୍ଷା ଦୃଷ୍ଟିରୁ ସେପ୍ଟେମ୍ବର ୨ରୁ ୪ ତାରିଖ ମଧ୍ୟରେ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।ସୋମବାର କଳାହାଣ୍ଡି, କନ୍ଧମାଳ, କୋରାପୁଟ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ୍ସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼,…
Author: sanitelevision
ଆଇନଜୀବୀ ଲାଇସେନ୍ସ ହାସଲ କରିଥିବା ବ୍ୟକ୍ତି ଏଣିକି ଅନ୍ୟ ବ୍ୟବସାୟ କରିପାରିବେନି।ଆଇନଜୀବୀ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ଅନ୍ୟ ପେଶାରେ କାର୍ଯ୍ୟ କରୁଥିବା ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରିଛି ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ।ଆଡଭୋକେଟ୍ ଆକ୍ଟ, ୧୯୬୧ ଅନୁଯାୟୀ; ଲାଇସେନ୍ସ ପାଇବା ପରେ ଜଣେ ଆଇନଜୀବୀ ଏହି ପେଶାରେ ପୂର୍ଣ୍ଣାଙ୍ଗ ରୂପେ କାର୍ଯ୍ୟ କରିବେ। ଅନ୍ୟ ପେଶାରେ କାର୍ଯ୍ୟ କରିବା ପେଶାଗତ ନୈତିକତାର ବିରୁଦ୍ଧାଚରଣ କରିବା।ଏହି ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏପ୍ରିଲ ୧୨ରେ ନିଷ୍ପତ୍ତି ନିଆଇଯାଇଥିଲା। ଯେଉଁ ଆଇନଜୀବୀ ଅନ୍ୟ ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ଲାଇସେନ୍ସ ସରେଣ୍ଡର ବା ସସ୍ପେଣ୍ଡ ହେବ ।ରାଜ୍ୟ ଆଇନଜୀବୀ ପରିଷଦ ଏପରି ଘଟଣା ରୋକିବା ପାଇଁ ରାଜ୍ୟର ସମସ୍ତ ବାର୍ ଆସୋସିଏସନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଆଇନଜୀବୀ ପରିଷଦ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହି ନିୟମକୁ ଯେଉଁ ଆଇନଜୀବୀ ଉଲ୍ଲଘଂନ କରୁଛନ୍ତି, ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା କରାଯିବ। ଏଥିସହ ସେମାନଙ୍କ…
ମାତ୍ର ୨ହଜାର ଟଙ୍କା ପାଇଁ ମଣିଷ ଭୁଲିଗଲା ହିତାହିତ ଜ୍ଞାନ। ମହିଳାଙ୍କ ବିଚ୍ ରାସ୍ତାରେ କଲେ ଦେଲେ ଲୋକଲଜ୍ଜା। ବେକରେ ପିନ୍ଧାଇଲେ ଚପଲ ମାଳ, ମୁହଁରେ କଳା ବୋଳି ପୁରା ଗାଁରେ ବୁଲାଇଲେ ।ତେବେ ଏହି ଅଭାବନୀୟ ଦୃଶ୍ୟ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ମହିଳା ଜଣଙ୍କ ଋଣ ସୁଝି ନ ପାରିବାରୁ ଗାଁରେ ବୈଠକ ହୋଇଥିଲା ଆଉ ତାଙ୍କ ବେକରେ ଚପଲ ମାଳ ପକାଇ ଗାଁରେ ବୁଲାଯାଇଛି। ମହିଳା ଜଣଙ୍କ ଗ୍ରାମ ପାଣ୍ଠିରୁ ୨ ହଜାର ଟଙ୍କା ଋଣ ନେଇଥିଲେ। ହେଲେ ସେହି ଟଙ୍କା ସୁଝି ପାରିଲେ ନାହିଁ। ଘଟଣାକୁ ନେଇ ୧୪ ତାରିଖ ଦିନ ଗ୍ରାମରେ ଏକ ବୈଠକ ହୋଇଥିଲା। ୨ ହଜାର ଟଙ୍କା ସହ ସୁଧ ମିଶାଇ ଫେରସ୍ତ କରିବାକୁ ମହିଳାଙ୍କୁ ତାଗିଦ୍ କରାଯାଇଥିଲା। ହେଲେ ମହିଳା ଜଣଙ୍କ ଗରିବ ଥି୍ବାରୁ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବା…
ସରିଲା ଜାପାନ ଗସ୍ତ । ଚୀନରେ ପହଞ୍ଚିଲେ ମୋଦୀ । ଦୁଇ ଦିନିଆ ଚୀନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ।ସେ ଏଠାରେ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ(SCO)ରେ ଯୋଗଦେବେ। ଶିଖର ସମ୍ମିଳନୀ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିବେ।୭ ବର୍ଷ ପରେ ମୋଦୀ ଚୀନ ଗସ୍ତରେ ଥିବା ବେଳେ ଗଲଓ୍ଵାନ ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଗସ୍ତ । ତେବେ ୨୦୧୯ ପରଠାରୁ ଆଉ ଚୀନ ଯାଇ ନାହାନ୍ତି ପ୍ରଧାନମନ୍ତ୍ରୀ ।ତେବେ ପ୍ରଧାନମନ୍ତ୍ରୀଙ୍କ ଚୀନ ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଧ୍ୟାରେ ଜାପାନ ଗସ୍ତ ଶେଷ କରି ଚୀନର ତିଆନଜିନ୍ ସହରରେ ପହଞ୍ଚିଛନ୍ତି। ଏଠାରେ ବିମାନବନ୍ଦରରେ ରେଡ୍ କାର୍ପେଟ ବିଛାଇ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ଶ୍ରୀଜଗନ୍ନାଥ ସେବା ନାମରେ ସାଇବର ଠକେଇ l ଶ୍ରୀଜଗନ୍ନାଥଙ୍କ ନାମରେ ଫେକ ୱେବସାଇଟ କରି ପୂଜା ପାଇଁ ବିଜ୍ଞପ୍ତି l ଏମିତି ଖବର ଏବେ ଭାଇରଲ ହୋଇଛି ସୋସିଆଲ ମିଡିଆରେ l ଅନଲାଇନରେ ବିଭିନ୍ନ ପୂଜାର ଦର ଦିଆଯାଇଛି l ସାଧାରଣ ଦର୍ଶନ ପୂଜା ପାଇଁ ୨୫୦୦ ଟଙ୍କା, ଚତୁର୍ଦ୍ଧା ବିଗ୍ରହଙ୍କ ପୂଜା ପାଇଁ ୪ ହଜାର ୭୫୦ ଟଙ୍କା, ସ୍ଵତନ୍ତ୍ର ଅଭିଷେକ ପୂଜା ପାଇଁ ୭ ହଜାର ୫୦୦ ଟଙ୍କା, ତୁଳସୀ ଦାନ ପୂଜା ପାଇଁ ୫ ହଜାର ୫୦୧ ଟଙ୍କା ଦେୟ ଦେବାକୁ ପଡ଼ିବ । କେବଳ ଭାରତୀୟ ମୁଦ୍ରା ନୁହେଁ ଡଲାରରେ ମଧ୍ୟ ଦେୟ ଦେବା ଲାଗି ୱେବସାଇଟ୍ରେ ବିକଳ୍ପ ରହିଛି । ସମ୍ପୃକ୍ତ ସଂସ୍ଥାର ସ୍ଵୀକୃତିପ୍ରାପ୍ତ ପୂଜାରୀ ଶ୍ରୀମନ୍ଦିରରେ ପୂଜା କରିବେ । ଏନେଇ ୱେବସାଇଟ୍ରେ ଦାବି କରାଯାଇଛି ।’ପୂଜା ପରିସେବା’ ନାମକ ଏକ ଆପ୍ ମାଧ୍ୟମରେ ଏଭଳି ବିଜ୍ଞାପନ ଦିଆଯାଇଛି। ଚାରି ପ୍ରକାରର ପୂଜା…
ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସଆଇ ପଦବୀ ପାଇଁ ଆଜି ପରୀକ୍ଷା ତାରିଖ ପ୍ରକାଶ ପାଇଛି । ଏସ୍ଆଇ ପଦବୀ ପାଇଁ ଓଏମ୍ଆର୍ ଆଧାରିତ ନିଯୁକ୍ତି ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ୪ ଏବଂ ୫ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ପୋଲିସ ପରୀକ୍ଷା । ପୂର୍ବରୁ ଏହି ପରୀକ୍ଷା ଦୁଇଥର ଘୁଞ୍ଚିଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଜାରି କରାଯାଇଛି ବିଜ୍ଞପ୍ତି । ଆଶାୟୀ ପରୀକ୍ଷାର୍ଥୀ ସେପ୍ଟେମ୍ବର ୨୦ ଠାରୁ ଡାଉନ୍ଲୋଡ୍ କରିପାରିବେ ଆଡମିଟ୍ କାର୍ଡ । odishapolice.gov.in ରୁ ଡାଉନ୍ଲୋଡ୍ କରିପାରିବେ ଆଡମିଟ୍ କାର୍ଡ ।
ରାଜ୍ୟରେ ଆହୁରି ୫ ଦିନ ପ୍ରବଳ ବର୍ଷା ଜାରି ରହିବ । କାଲିଠୁ ପୁଣି ବର୍ଷାର ପରିମାଣ ବଢିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗ ଅନୁଯାୟୀ, ଉପକୂଳ, ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଜି ପ୍ରବଳ ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି ପାଇଁ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା, ଗଞ୍ଜାମ, ଗଜପତି ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।ଆସନ୍ତା ସପ୍ତାହ ଆରମ୍ଭରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ…
ସେପ୍ଟେମ୍ବରରେ ସୋମବାରରୁ ଆରମ୍ଭ ହେବ । ତେବେ ସେପ୍ଟେମ୍ବରରେ ବ୍ୟାଙ୍କ କେତେ ଦିନ ଛୁଟି ରହିବ ସେନେଇ ଆରବିଆଇ ଏକ ତାଲିକା ପ୍ରକାଶ କରିଛି ।ସେପ୍ଟେମ୍ବର ୩ ରୁ ୫ କର୍ମ ପୂଜା ଯୋଗୁଁ ରାଞ୍ଚି ଏବଂ ପାଟନାରେ ବ୍ୟାଙ୍କଗୁଡ଼ିକ ୩ ସେପ୍ଟେମ୍ବରରେ ବନ୍ଦ ରହିବ। ପ୍ରଥମ ଓନମ ଯୋଗୁଁ ତ୍ରିଭେନ୍ଦ୍ରମ ଏବଂ କୋଚିରେ ବ୍ୟାଙ୍କଗୁଡ଼ିକ ୪ ସେପ୍ଟେମ୍ବରରେ ବନ୍ଦ ରହିବ। ସେପ୍ଟେମ୍ବର ୫ ତାରିଖରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ ଏବଂ ଅନ୍ୟାନ୍ୟ ସହରରେ ଈଦ୍-ଏ-ମିଲାଦ/ମିଲାଦ-ଉନ୍-ନବୀ/ଥିରୁଭୋନମ୍/ମିଲାଦ-ଏ-ଶରିଫ୍ ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।ସେପ୍ଟେମ୍ବର ୬ ରେ ସିକ୍କିମ ଓ ଛତିଶଗଡ଼ରେ ବ୍ୟାଙ୍କ ଛୁଟି ରହିବ | ସେପ୍ଟେମ୍ବର ୭ରେ ରବିବାର ଓ ସେପ୍ଟେମ୍ବର ୧୨ ରେ ଜମ୍ମୁ ଏବଂ ଶ୍ରୀନଗର ବ୍ୟାଙ୍କ ଛୁଟି ରହିବ |ସେପ୍ଟେମ୍ବର ୧୩ ରେ ପଡୁଛି ଦ୍ବିତୀୟ ଶନିବାର ଏହା ସହ ସେପ୍ଟେମ୍ବର ୧୪ ଓ ୨୧ ହେଉଛି ରବିବାର | ନବରାତ୍ରି ସ୍ଥାପନ ଯୋଗୁଁ ସେପ୍ଟେମ୍ବର ୨୨…
ଏବେ ପିଏମ୍ ମୋଦି ଜାପାନ ଗସ୍ତରେ ଅଛନ୍ତି । ଆଜି ତାଙ୍କ ଗସ୍ତର ଦ୍ବିତୀୟ ଦିନ । ଏହି ସମୟରେ ସେ ଜାପାନ ପ୍ରଧାନମନ୍ତ୍ରୀ ଶିଙ୍ଗେରୁ ଇଶିବାଙ୍କ ସହିତ ଏକ ବୁଲେଟ୍ ଟ୍ରେନରେ ଯାତ୍ରା କରିଥିଲେ ।। ଉନ୍ନତ ବୁଲେଟ୍ ଟ୍ରେନ୍ ଇ-୧୦ ଦେଖିବା ପାଇଁ ମିଆଗି ପ୍ରଦେଶର ସେଣ୍ଡାଇରେ ପହଞ୍ଚିଥିଲେ ମୋଦୀ । ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଏହି ସମୟରେ ଭାରତୀୟ ଡ୍ରାଇଭରମାନଙ୍କୁ ମଧ୍ୟ ଭେଟିଥିଲେ । ଜାପାନର ପୂର୍ବ ରେଳବାଇ ସେମାନଙ୍କୁ ତାଲିମ ଦେଉଛି । ସେମାନେ ଭାରତରେ ଚାଲିବାକୁ ଥିବା ବୁଲେଟ୍ ଟ୍ରେନ୍ ଚଲାଇବେ । ଆଉ ଏବେ ଭାରତରେ ମଧ୍ୟ ବୁଲେଟ୍ ଟ୍ରେନ୍ ଟ୍ରାକ୍ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାପରେ ମୋଦି ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିବେ ।ପ୍ରଧାନମନ୍ତ୍ରୀ ଯେଉଁ ଟ୍ରେନ୍ ରେ ଯାତ୍ରା କରିଛନ୍ତି ତାହା ଜାପାନର…
ପୁଣି ପୁରୀ ଶ୍ରୀମନ୍ଦିର ଭିତର ବେଢା ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଶୁକ୍ରବାର ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ଲଭିଥିବା ବେଳେ ଶ୍ରୀମନ୍ଦିର ପରିସରରୁ ଉଠାଯାଇଥିବା ତାଙ୍କ ଫଟୋ ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ସେୟାର କରାଯାଇଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ବର୍ତ୍ତମାନ ସେ ଏହି ପୋଷ୍ଟଟିକୁ ଡିଲିଟ୍ କରିଦେଇଛନ୍ତି । ତଥାପି ଏହି ପ୍ରସଙ୍ଗ ପୁଣି ଥରେ ଶ୍ରୀମନ୍ଦିର ନିୟମ ପାଳନ ନେଇ ପ୍ରଶ୍ନ ସୃଷ୍ଠି କରିଛି ।ତେବେ ମୁଖ୍ୟମନ୍ତ୍ରୀ ତମାଙ୍ଗ ଶୁକ୍ରବାର ଦିନ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବା ପାଇଁ ମନ୍ଦିର ପରିଦର୍ଶନ କରିଥିଲେ। ତାଙ୍କ ଗସ୍ତ ସମୟରେ, ଭିତର ବେଢାରେ ଉଠାଯାଇଥିବା ଫଟୋଗ୍ରାଫ୍ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଅଭିଯୋଗ ହୋଇଛି। ଫଟୋଗୁଡ଼ିକ ମନ୍ଦିର ପରିସରରେ ଥିବା ମା ମଙ୍ଗଳା ମନ୍ଦିର ନିକଟରେ ନିଆଯାଇଥିବା କୁହାଯାଉଛି…









