Author: sanitelevision

ବାଙ୍କୀ ମହାନଦୀରେ ନିଖୋଜ ମହିଳା ଘଟଣା ନୂଆ ଟୁଇଷ୍ଟ । ମହିଳା ଜଣକ ପୁରୀରୁ ଉଦ୍ଧାର ହୋଇଛନ୍ତି । ପୁରୀ ଟାଉନ ଥାନା ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ସଖି ଗୃହରେ ରଖାଯାଇଛି । ସୂଚନା ଅନୁସାରେ ଦୁଇଟି ପିଲାର ମାଆ ପ୍ରେମିକ ସହ ଖସି ପଳାଇବାକୁ ପ୍ଲାନ କରିଥିଲେ । ସେ ସତରେ ନଦୀରେ ବୁଡ଼ଇ ନାହାନ୍ତି ।ଗତ ଦୁଇ ଦିନ ହେଲା ନଦୀରେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ମହିଳାଙ୍କୁ ଖୋଜୁଛି । ହେଲେ ଏବେ ଜଣାପଡ଼ିଛି ପ୍ରକୃତ କାରଣ। ମହାନଦୀରେ ଭାସିଯିବାର ମିଛି ନାଟକ ରଚିଥିଲେ ମହିଳା। ଖୁଦୁରୁକୁଣୀ ବିସର୍ଜନ ବେଳେ ନଦୀରେ ସିନା ପଶିଲେ ହେଲେ ଲୋକ ଜାଣିବାକୁ ସେ ବୁଡ଼ିଗଲେ । ପ୍ରକୃତରେ କିନ୍ତୁ ସେ ପହଁରି ପହଁରି ଯାଇ ପ୍ରେମିକ ସହ ଚମ୍ପଟ ମାରିଥିବା ଜଣାପଡ଼ିଛି । ଗତ ଦୁଇଦିନ ଧରି ମହାନଦୀରେ ଖୋଜାଖୋଜି କରିଥିଲେ ବି ମହିଳାଙ୍କର କୌଣସି ସନ୍ଧାନ…

Read More

ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରିବା ସମୟରେ ବୁଡ଼ି ଗଲେ ପର୍ଯ୍ୟଟକ। ଉଚ୍ଚ ଲହଡି ଓ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଭାସି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ।ସୂଚନାଯୋଗ୍ୟ ଯେ, ବୁଧବାର ପରିବାର ସହ ପ୍ରିୟବ୍ରତ ପୁରୀ ବୁଲିବାକୁ ଆସିଥିବା ବେଳେ ସମୁଦ୍ରରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ଗଭୀର ସମୁଦ୍ର ଭିତରୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ସମୁଦ୍ର କୂଳ ସେକ୍ଟର ୧୨ ହୋଟେଲ ବଙ୍ଗଲକ୍ଷ୍ମୀ ସମ୍ମୁଖ ବେଳାଭୂମିରେ ଏଭଳି ଘଟଣା ଘଟିଥିଲା । ତେବେ ଉଦ୍ଧାର ପର୍ଯ୍ୟଟକଙ୍କୁ ଲାଇଫ ଗାର୍ଡ ମାନେ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ ।

Read More

କଣ୍ଟାବାଞ୍ଜିଠାରେ ମଙ୍ଗଳବାର ରାତି ପ୍ରାୟ ୯ଘଣ୍ଟା ୩୦ ମିନିଟ ସମୟରେ ଜଣେ ଅଜଣା ବ୍ୟକ୍ତି ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ ଭୁଜା ଠେଲାରେ ଭୁଜା ଖାଉଥିବା କିଛି ଲୋକଙ୍କୁ ମାଡ ମାରିଥିବା ଓ ପୋଲିସ ଗାଡି ଡକାଇ ଥାନାକୁ ଜବରଦସ୍ତି ନେଉଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଜଣେ ମହିଳା ପୋଲିସ ଅଧିକାରୀଙ୍କ ସ୍ବାମୀ ବୋଲି ଜଣାପଡିବା ପରେ କଣ୍ଟାବାଞ୍ଜିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ଏନେଇ ଥାନାରେ ଅଭିଯୋଗ କରାଯାଇଥିଲେ ବି ମାମଲା ରୁଜୁ ହୋଇନଥିବା ଅଭିଯୋଗ ହୋଇଥିଲା। ଯାହା ପରେ ଥାନାରେ ପହଞ୍ଚିଥିଲେ ଯୁବକଙ୍କ ସହ କିଛି ଲୋକେ। ରାତି ଅଧରେ ଥାନାରେ ଏସଡିପିଓ ଓ ଆଇଆଇସି ମ୍ୟାଡମଙ୍କୁ ଘେରିଥିଲେ ଉତ୍ୟକ୍ତ ଲୋକେ। ତେବେ ବିବାଦ ଅଧିକ ଘନେଇବାରୁ ଶେଷରେ ସର୍ବସାଧାରଣରେ ଭୁଲ୍‌ ମାଗିଥିଲେ ଆଇଆଇସିଙ୍କ ସ୍ବାମୀ।

Read More

ସେପ୍ଟେମ୍ବର ୯ ତାରିଖରେ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ହେଲେ ଏଯାଏଁ ନିର୍ବାଚନକୁ ନେଇ ନବୀନ ନୀରବ । ବିଜେଡି ଏଥର ଉପରାଷ୍ଟ୍ରପତି ନିର୍ବାଚନରେ କାହାକୁ ସପୋର୍ଟ କରିବ ଆଉ କାହାକୁ ବିରୋଧ କରିବ, ତା ଏଯାଏଁ ସ୍ପଷ୍ଟ ହେଇନି । ଦଳର କୌଣସି ନେତା ଏ ନେଇ କିଛି କହିପାରୁନାହାନ୍ତି । ସାଂସଦମାନେ ବି ମୁହଁ ଖୋଲୁନାହାନ୍ତି । ଯାହାକୁ ପଚାରିଲେ, ସମାନ ଉତ୍ତର-ଠିକ୍‌ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ । ସମ୍ଭବତଃ ଶେଷ ମୂହୂର୍ତ୍ତରେ ଦଳ ଏ ନେଇ କିଛି ଘୋଷଣା କରିପାରେ । ରାଜନୈତିକ ବିଶ୍ଳେଷକଙ୍କ ମତରେ ନବୀନଙ୍କ ପାଇଁ ଏଥର ନିଷ୍ପତ୍ତି ଏତେ ସହଜ ନୁହେଁ । ପୂର୍ବରୁ ଅନେକ ପ୍ରସଙ୍ଗରେ ନବୀନ ବିଜେପିକୁ ସମର୍ଥନ ଦେଇଛନ୍ତି । ହେଲେ ଏବେ କିନ୍ତୁ ବିଜେପିକୁ ସମର୍ଥନ ଦେବା ଦଳ ପାଇଁ ଅସୁବିଧାର କାରଣ ହେଇପାରେ । କାହିଁକି ନା ବିଜେପି…

Read More

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲଗାଇବା ସହ ରୁଷରୁ ତେଲ କିଣିବା ଏବଂ ପରୋକ୍ଷ ଭାବରେ ୟୁକ୍ରେନ ଯୁଦ୍ଧରେ ଅଂଶଗ୍ରହଣ କରିବାର ଅଭିଯୋଗ ଆଣିଛନ୍ତି। ଭାରତ ଟ୍ରମ୍ପଙ୍କ ଶୁଳ୍କ ଧମକର ଉଚିତ ଜବାବ ଦେଇଛି ଏବଂ ତାଙ୍କ ଧମକକୁ ଅଣଦେଖା କରି ଭାରତ ରୁଷରୁ ତେଲ କିଣିବା ଜାରି ରଖିଛି। ତେବେ ଭାରତ ଖୁବଶୀଘ୍ର ରୁଷିଆରୁ ଶସ୍ତା ତେଲ ଆମଦାନୀ କରିପାରେ। ରୁଷିଆ ଭାରତକୁ ବ୍ରେଣ୍ଟ ତୁଳନାରେ Urals ଅଶୋଧିତ ତୈଳ ଉପରେ ପ୍ରତି ବ୍ୟାରେଲ ପିଛା ୩ ରୁ ୪ ଡଲାର ରିହାତି ପ୍ରଦାନ କରିଛି। ଗତ ସପ୍ତାହରେ ଏହି ରିହାତି ପ୍ରାୟ ୨.୫ ଡଲାର ଏବଂ ଜୁଲାଇରେ ପ୍ରାୟ ୧ ଡଲାର ଥିଲା। ସେପ୍ଟେମ୍ବର ଶେଷ ଏବଂ ଅକ୍ଟୋବରରେ ଲୋଡ ହେବାକୁ ଥିବା କାର୍ଗୋ ପାଇଁ ଏହି ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ, S-400 କ୍ଷେପଣାସ୍ତ୍ର ପ୍ରଣାଳୀର ଅତିରିକ୍ତ ଯୋଗାଣ ସମ୍ପର୍କରେ ଭାରତ ଏବଂ…

Read More

ସୁରକ୍ଷା କର୍ମୀଙ୍କ ଅପରେସନ ବେଳେ ଧରା ପଡିଲେ ୧୬ ଜଣ ହାର୍ଡକୋର ମାଓବାଦୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାର ୩ଟି ଭିନ୍ନ ଭିନ୍ନ ଜଙ୍ଗଲରୁ ଯବାନ ମାନେ ଏହି ୧୬ ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଖବର ଅନୁଯାୟୀ, ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାଲକାନଗିରି ସୀମାନ୍ତ ଛତିଶଗଡର ଗାଙ୍ଗାଲୁର, ବାସାଗୁଡ଼ା, ଜାଙ୍ଗଲାରେ ସର୍ଚ୍ଚ ଅପରେସନ ଚାଲିଛି । STF, DRG ଏବଂ CRPF ଜବାନଙ୍କ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ ବେଳେ ୧୬ ଜଣ ମାଓବାଦୀ ଗିରଫ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍‌ପି । ତେବେ ଏମାନେ ମାଓ ସଙ୍ଗଠନରେ ଦୀର୍ଘ ବର୍ଷ ଧରି ରହିବା ସହ ଅନେକ ହିଂସା କାଣ୍ଡରେ ସାମିଲ୍ ଅଛନ୍ତି । । ଗିରଫ ପରେ ସେମାନଙ୍କ ନିକଟରୁ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଯାହା ମଧ୍ୟରେ ଆଇଇଡି, ପ୍ରେସର କୁକର ବୋମା, ଟିଫିନ ବୋମା, କୋଡେକ୍ସ…

Read More

ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅର୍ଚ୍ଚନା ନାଗ । ଚର୍ଚ୍ଚାର କାରଣ ହେଉଛି ନିଜ ତଥା ତାଙ୍କ ପୁଅ ଉପରେ ହୋଇଥିବା ଆକ୍ରମଣ । ଅର୍ଚ୍ଚନା ନାଗଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସେ । ତେବେ ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇଛି। ଏହା ସହ ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ ହୋଇଥିବା ସୂଚନା ମିଳିଛି। ରାତିରେ ଜୋରଜବରଦସ୍ତ ଘରେ ପଶିବାକୁ ଚେଷ୍ଟା କରୁଥିଲେ ସ୍ବାମୀ। ସେହି ସମୟରେ ଅର୍ଚ୍ଚନା ତାଙ୍କୁ ଏଠାକୁ କାହିିଁକି ଆସିଲ ବୋଲି ପଚାରିଥିଲେ। ଏପିରିକି ପିସିଆର୍‌କୁ ଡାକିବାକୁ ଧମକ ଦେଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ପ୍ରକାଶଥାଉ ଯେ, ଏବେ ବହୁ ଚର୍ଚ୍ଚିତ ସ୍ୱାମୀ-ସ୍ତ୍ରୀ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଛାଡ଼ପତ୍ର ମାମଲା ମଧ୍ଯ ଚାଲିଛି । ତେବେ କାହିଁକି ଏ ଆକ୍ରମଣ ସହ ହତ୍ୟା…

Read More

ଅନୁଗୋଳ ଜିଲ୍ଲାର ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ଏବଂ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରକାରୀ ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ ଲେଖାଁଏ ଏମବିବିଏସ ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଦ୍ୱାରା ସୂଚନା ଅନୁଯାୟୀ, NMC ଫୁଲବାଣୀ ମେଡିକାଲ କଲେଜ ଏବଂ ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ପ୍ରତ୍ୟେକ ୧୦୦ ଟି MBBS ସିଟ୍ ଅନୁମୋଦନ କରିଛି। ଏହି ୨୦୨୫ -୨୬ ଶିକ୍ଷାବର୍ଷରୁ ଶୈକ୍ଷିକ ଅଧିବେଶନ ଆରମ୍ଭ ହେବ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୦ MBBS ସିଟ୍ ଅନୁମୋଦନକୁ ସ୍ୱାଗତ କରି କହିଛନ୍ତି ଯେ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଗୋଟିଏ ବର୍ଷ ମଧ୍ୟରେ, ଚଳିତ ଶିକ୍ଷାବର୍ଷରୁ ଆଉ ୨୦୦ ଓଡ଼ିଆ ଛାତ୍ରଛାତ୍ରୀ ଡାକ୍ତରୀ ଶିକ୍ଷା ଗ୍ରହଣ କରିପାରିବେ।

Read More

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ ଟିକସ ସ୍ଲାବର ସଂଶୋଧନ ଉପରେ ଆଲୋଚନା କରିବା ପାଇଁ ଆଜିଠାରୁ ଦୁଇ ଦିନିଆ ବୈଠକ ଆରମ୍ଭ ହେବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ GST ଢାଞ୍ଚାରେ ଏକ ବ୍ୟାପକ ସଂସ୍କାର ଆଣିବାକୁ ଘୋଷଣା କରିଥିଲେ। ତାହାକୁ ଦୃଷ୍ଟିରେ ରଖି, GST ପରିଷଦର ଏହି ବୈଠକ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ବୈଠକରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ GST ହ୍ରାସ କରିବାର ନିଷ୍ପତ୍ତି ନିଆଯାଇପାରେ। ଘିଅ, ବଟର, ଟୁଥପେଷ୍ଟ, ସାମ୍ପୁ, ପନିର, କ୍ଷୀର ପାଉଡର, ସିମେଣ୍ଟ ଏବଂ କାର ସମେତ ସାଧାରଣ ଲୋକଙ୍କ ଦ୍ୱାରା ବ୍ୟବହୃତ ଅନେକ ସାମଗ୍ରୀ ଉପରେ ମଧ୍ୟ GST ହ୍ରାସ କରାଯାଇପାରେ। ସାଧାରଣ ଗ୍ରାହକ ଏବଂ ଛୋଟ ବ୍ୟବସାୟୀମାନେ ଏହାର ସିଧାସଳଖ ଲାଭ ପାଇବେ।କେନ୍ଦ୍ର ସରକାର ବିଶେଷ ଭାବେ ସ୍ବାସ୍ଥ୍ୟ ପାଇଁ ଅହିତକର ସାମଗ୍ରୀ ପାଇଁ ୪୦ ପ୍ରତିଶତ ସ୍ୱତନ୍ତ୍ର ଟିକସ ହାର ସହିତ ୫, ୧୨, ୧୮…

Read More

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ସୁଦ୍ଧା ଉପକୂଳ ଓଡ଼ିଶା ଅତିକ୍ରମ କରିବ । ଏହାର ପ୍ରଭାବରେ ବୁଧବାର ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଉପକୂଳ ଓଡ଼ିଶା ଅତିକ୍ରମ କରିବ। ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଲଘୁଚାପ ପ୍ରଭାବରେ ଆସନ୍ତା ୬ ତାରିଖ ଯାଏ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Read More