Author: sanitelevision

ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଏମ୍ସକୁ ସ୍ଥାନାନ୍ତର । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ କିଛି ଦିନ ହେବ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ କଟକର ସିଡିଏରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଦୀର୍ଘ ଦିନ ହେବ ଲିଭର୍ ଜନିତ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି । ଅଭିଜିତଙ୍କ ଶରୀରରେ ପୋଟାସିୟମ କମି ଯିବାରୁ ଗୁରୁତର ହୋଇପଡ଼ିଥିଲେ । ତେଣୁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଅଭିଜିତ ମଜୁମଦାରଙ୍କ ଅସୁସ୍ଥତା ଖବର ସଙ୍ଗୀତ ଜଗତରେ ଏକ ଦୁଃଖ ଖେଳାଇ ଦେଇଥିବା ବେଳେ ବିଭିନ୍ନ କଳାକାର, ସଂଗୀତ ପ୍ରେମୀ, କଣ୍ଠଶିଳ୍ପୀ କଟକ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ ।

Read More

କୋରାପୁଟଜିଲ୍ଲା ଗୁପ୍ତେଶ୍ୱର ବନାଞ୍ଚଳ ଅଧିନସ୍ଥ ରାମଗିରିସ୍ଥିତ ବିଏସଏଫ୍‌ କ୍ୟାମ୍ପ ପଛପଟୁ ଥିବା ଜଙ୍ଗଲରୁ ଉଡନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର ହୋଇଛି । ରାମଗିରି ଠାରେ ଅବସ୍ଥାପିତ ୧୮୦ ବିଏନ ବିଏସଏଫ ଯବାନମାନେ ପାଟ୍ରୋଲିଂ ପାଇଁ ବାହାରିଥିବା ବେଳେ ଏହି ସମୟରେ କ୍ୟାମ୍ପ ନିକଟରେ ଉଡନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର କରିଥିଲେ।ଗୁଣ୍ଡୁଚି ମୂଷା ଅସୁସ୍ଥ ଥିବା ଅନୁଭବ କରି ଯବାନମାନେ ତାକୁ ପ୍ରାଥମିକ ଚିକିତ୍ସା କରିବା ସହ ପାଣି ଦେଇ ଟିକେ ସୁସ୍ଥ କରିଥିଲେ। ପରେ ରାମଗିରି ବିଏସଏଫ କମ୍ପାନି କୋମାଣ୍ଡର ଅମିତ କୁମାର ସିଂ ଏବଂ ଯବାନ ଲମ୍ବଧର ପରିଡା ଉଦ୍ଧାର ଉଡନ୍ତା ଗୁଣ୍ଡୁଚି ମୂଷାକୁ ନିକଟସ୍ଥ ଗୁପ୍ତେଶ୍ୱର ବନାଞ୍ଚଳ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ବନବିଭାଗ ପକ୍ଷରୁ ଏହାର ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇଛିଲ ତେବେ ଜଙ୍ଗଲ କ୍ଷୟ ସାଙ୍ଗକୁ ଏମାନଙ୍କ ବାସସ୍ଥାନ ନଷ୍ଟ ହେଉଥିବା କାରଣରୁ ଏମାନଙ୍କ ସଂଖ୍ୟା ଦିନକୁ ଦିନ ଖସିବାରେ ଲାଗିଛି । ଏମାନଙ୍କ ବାସସ୍ଥାନ ସହିତ ଜଙ୍ଗଲର…

Read More

ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର ଓଡ଼ିଶା ଓ ତତ୍ ସଂଲଗ୍ନ ଝାଡଖଣ୍ଡ ଓ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି । ଆଜି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରକୁୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହାସହ ୩୦ ରୁ ୪୦ କିଲୋମିଟର୍ ପ୍ରତି ଘଣ୍ଟା ବେଗରେ ପବନ ବୋହିବା ସହ ବିଜୁଳି ଘଡଘଡି ର ପ୍ରଭାବ ଦେଖିବାକୁ ମିଳିବ । କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଲଘୁଚାପ ପ୍ରଭାବରେ ଆସନ୍ତା ୭ ତାରିଖ ଯାଏ ପ୍ରବଳ…

Read More

ବସ୍ତୁ ଓ ସେବା କର (ଜିଏସ୍‌ଟି)ର ଚାରୋଟି ସ୍ଲାବ ହ୍ରାସ ପାଇ ଏବେ ଦୁଇଟି ସ୍ଲାବ ୫ ପ୍ରତିଶତ ଓ ୧୮ ପ୍ରତିଶତରେ ସୀମିତ ହୋଇଛି। ବୁଧବାର ରାତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ, ୨୨ ସେପ୍ଟେମ୍ବରଠାରୁ ଏହି ଦୁଇଟି ସ୍ଲାବ ଲାଗୁ ହେବ।ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “ମଧ୍ୟମ ବର୍ଗ ଦ୍ୱାରା ବ୍ୟବହୃତ ଅନେକ ସାମଗ୍ରୀ ଯଥା ଟିଭି, ଏୟାର କଣ୍ଡିସନର ଓ ୩୫୦ ସିସିରୁ କମ୍‌ ମୋଟରସାଇକେଲ ଏବେ ୧୮% ଜିଏସ୍‌ଟି ସ୍ଲାବ୍‌ରେ ଆସିବ।” ଯାହା ଦ୍ଵାରା ଲୋକମାନେ କମ୍ ଦାମରେ ବାଇକ୍ କିଣି ପାରିବେ। ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, “ଏହି ସଂସ୍କାରରେ ବହୁମୁଖୀ ଓ ବହୁବିଧ ଲକ୍ଷ୍ୟ ରହିଛି, ଯାହା ସମସ୍ତ ନାଗରିକଙ୍କ ପାଇଁ ଜୀବନଯାତ୍ରା ସହଜ ଏବଂ ବ୍ୟବସାୟ ପାଇଁ ସୁବିଧା ନିଶ୍ଚିତ କରିବ।”

Read More

ପିଲାଙ୍କ ଶୈଶବ ଯତ୍ନ ଓ ଶିକ୍ଷାକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।ବିଦ୍ୟାଳୟ ସହିତ ମିଶିବ ଅଙ୍ଗନବାଡ଼ି କେନ୍ଦ୍ର। ଏନେଇ ସରକାରଙ୍କ ପ୍ରକ୍ରିୟା ଆରମ୍ଭ ହୋଇଛି।ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ମିଶ୍ରଣ ନୀତିର ନିର୍ଦ୍ଦେଶାବଳୀର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପଦକ୍ଷେପ ଜରିଆରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବିଦ୍ୟାଳୟ ସହ ସଂଯୋଗ କରି ପିଲାମାନଙ୍କୁ ପୂର୍ବ ଶୈଶବ ଶିକ୍ଷା ଓ ଯତ୍ନର ଏକ ସୁଗଠିତ ପରିବେଶ ଯୋଗାଇ ଦିଆଯିବ।

Read More

ବାଲେଶ୍ୱରରେ ଲଗାଣ ବର୍ଷା ଯୋଗୁଁ ପାଣିରେ ରାସ୍ତା ଘାଟ ବୁଡିଯାଇଛି। ରାସ୍ତା ବର୍ତ୍ତମାନ ନଦୀର ଭ୍ରମ ସୃଷ୍ଟି କରିଛି।ଏପରିକି ପ୍ରବଳ ବର୍ଷାଯୋଗୁ ବାଲେଶ୍ବର ସହରରେ ପୋଷ୍ଟ ଅଫିସ୍ ଭିତରେ ପାଣି ପଶି ଯାଇଛି । ଫଳରେ ପାଣିରେ ଭାସୁଛି ୫ ଶହ ଟଙ୍କିଆ ନୋଟ୍‌ ଓ ଲୋକଙ୍କ ପାସବୁକ୍ । ଏହାସହିତ କମ୍ପ୍ୟୁଟର ପ୍ରିଣ୍ଟର ମେସିନ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ପାଣିରେ ଭାସୁଛି ।ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାର ଅନ୍ୟ ସ୍ଥାନରେ ବି ଅଧିକ ବର୍ଷିବ। କିଛି ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷିପାରେ ବୋଲି ପାଣିପାଗ ବିଭାଗ କହିଛି ।

Read More

ଜୀବନ ହାରିବା ରୋକିବାକୁ ସରକାରଙ୍କ ଉଦ୍ୟମ । ଜୀବନ ଜିନ୍ଦାବାଦ ନାମରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର ।ଏଭଳି ଘଟଣା ରୋକିବାକୁ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ବୈଠକରେ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଉଚ୍ଚଶିକ୍ଷା ବିଭାଗର ସଚିବ ଓ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ଏଭଳି ଅଭାବନୀୟ ଘଟଣା ରୋକିବାକୁ ଜିଲା ହେଡକ୍ବାଟରରେ ‘ଜୀବନ ଜିନ୍ଦାବାଦ’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସେପ୍ଟେମ୍ବର ୧୦ ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ କଲେଜ, ସ୍କୁଲ ଛାତ୍ରଛାତ୍ରୀ ଓ ଯୁବବର୍ଗମାନେ ସାମିଲ ହେବେ। ୭୦ରୁ ଅଧିକ କଳାକାର ଏଥିରେ ସାମିଲ ହେବେ। ମହିଳା ଶିଶୁ ବିକାଶ ବିଭାଗ, ଗୃହ ଓ ଉଚ୍ଚ ଶିକ୍ଷା ବିଭାଗ ବିଭାଗ ପକ୍ଷରୁ ଏହା ଆୟୋଜିତ ହେବ।

Read More

ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ। ନୂତନ ସଦସ୍ୟ ମାନଙ୍କୁ ସ୍ୱାଗତ କରାଗଲା। ଗତ ଉଚ୍ଚସ୍ତରୀୟ କମିଟି ବୈଠକର ବିବରଣୀ ପଠନ ଓ ଦୃଢୀକରଣ କରାଗଲା। ନୂତନ ସବକମିଟି ଗଠନ କରାଗଲା। ୧୪ଟି ସବକମିଟି ଗଠନ ହୋଇଛି। ଅର୍ଥନୀତି,ରତ୍ନଭଣ୍ଡାର, ଅପିଲ୍ ସବକମିଟି ଗଠନ କରାଗଲା। ପ୍ରଥମଥର ପାଇଁ ଶ୍ରୀମନ୍ଦିର ସୁରକ୍ଷା ନେଇ ନୂତନ ସବକମିଟି ଗଠନ। ଗିରିଶ୍ ମୁର୍ମୁ ଅଧକ୍ଷ,ଜିଲ୍ଲାପାଳ, ଏସପି,ସେବାୟତ ମାନେ ସଦସ୍ୟ ରହିବେ। ପ୍ରତ୍ୟକ କମିଟିରେ ପରିଚାଳନା କମିଟିର ସଭ୍ୟ ରହିଛନ୍ତି।ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ସବ୍‌କମିଟି ଗଠନ ହୋଇଛି । ସେବକ କଲ୍ୟାଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସବ୍‌କମିଟି ଗଠନ ହୋଇଛି । ସେହିପରି ମୁଖ୍ୟପ୍ରଶାସକଙ୍କ ଅଧ୍ୟକ୍ଷତାରେ ବିଧି ସବ୍‌କମିଟି ଗଠନ କରାଯାଇଛି । ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀତି ସମନ୍ୱୟ ସବ୍‌କମିଟି ଗଠନ କରାଯାଇଛି । ଅନ୍ୟପଟେ ଶ୍ରୀମନ୍ଦିରରେ ଖୁବଶୀଘ୍ର ଧାଡି ଦର୍ଶନ ଆରମ୍ଭ ହେବ । ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ବୋଲି…

Read More

ହୁଣ୍ଡି ସ୍ଥାନାନ୍ତର ପରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ହୋଇଛି ଆଲୋଚନା । ଏ ନେଇ ପରିଚାଳନା କମିଟି ସରକାରଙ୍କୁ ପ୍ରସ୍ତାବ ଦେବେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ହୁଣ୍ଡି ସ୍ଥାନାନ୍ତର ହେବ। ସେପ୍ଟେମ୍ବର ୧୫ସୁଦ୍ଧା ସବୁ ପ୍ରକ୍ରିୟା ସାରି ଧାଡ଼ି ଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।ଅନ୍ୟପଟେ ଦୁର୍ଗାପୂଜା ପୂର୍ବରୁ ରାଜ୍ୟର ସମସ୍ତ ସହରର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ ହେବ । ଏ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଆସନ୍ତା ୨୦ ତାରିଖ ପୂର୍ବରୁ ଟ୍ୱିନ୍‌ସିଟି ସମେତ ସବୁ ସହରାଞ୍ଚଳ ରାସ୍ତା ମରାମତି ଶେଷ ହେବ । ଏହାସହ ଆସନ୍ତା ୬ରେ ଋଓଉଙ୍କ ଅଫିସ୍‌ରେ ବସିବ ସମନ୍ୱୟ ବୈଠକ । ଏହି ବୈଠକରେ ବିଭାଗୀୟ…

Read More

ମୋବାଇଲ ଆପରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ ରହିଛି। ଏନେଇ ୧ ସେପ୍ଟେମ୍ବର ଠାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶ ଜାରି କରିଛି।ସମସ୍ତ କର୍ମଚାରୀ ମୋବାଇଲ ଆପ୍ ମାଧ୍ୟମରେ ଉପସ୍ଥାନ ଦେବେ। ଆପରୁ ଅନୁପସ୍ଥିତି ବିବରଣୀ ଆଧାରରେ ପରମର୍ତ୍ତୀ ଦରମା ମିଳିବ। ଲଗ ଇନ୍ ଲଗ ଆଉଟ୍ ସମସ୍ୟା ହେଲେ ରିପୋର୍ଟ କରିବାକୁ ହେବ। ଅଫିସରେ କର୍ମଚାରୀଙ୍କ ଉପସ୍ଥାପନାରେ ସ୍ୱଛତା ପାଇଁ ବିଭାଗ ପକ୍ଷରୁ ଆପ୍ ବ୍ୟବହାର କରାଯାଉଛି ବୋଲି କୁହାଯାଇଛି।

Read More