ସ୍କୁଲ୍ରେ ଅଙ୍ଗନବାଡି ସାମିଲ ନେଇ ଗୁରୁବାର ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶିଶୁ ବାଟିକା ୩କୁ ସ୍କୁଲରେ ସାମିଲ କରାଯାଇଛି। ଏବେ ମଧ୍ୟ ଶିଶୁ ବାଟିକା ୧ ଓ ୨ ଅଙ୍ଗନବାଡି କେନ୍ଦ୍ରରେ ଅଛି । ବର୍ତ୍ତମାନ ସବୁ ଅଙ୍ଗନବାଡି ବନ୍ଦ କରି ସ୍କୁଲ୍ରେ ସାମିଲ ସମ୍ଭବ ନୁହେଁ । ୪୫ ହଜାର ସ୍କୁଲରେ ଶିଶୁବାଟିକା ୩ ଖୋଲାଯାଇଛି । ପରବର୍ତ୍ତୀ ମୂହୁର୍ତ୍ତରେ ନିର୍ଦ୍ଦେଶ ଆସିଲେ ଶିଶୁବାଟିକା ୧ ଓ ୨ ସାମିଲ ହେବ ।୫ ବର୍ଷ ପରେ ପିଲା ଶିଶୁ ବାଟିକା ୩ରେ ନାମ ଲେଖାଇବେ । ୪୫ ହଜାର ସ୍କୁଲ୍ରେ ଶିଶୁ ବାଟିକା ୩ ଖୋଲାଯାଇଛି ।
Author: sanitelevision
ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସ ରେଡ କରିଛି । ଭୁବନେଶ୍ୱରରେ ଆତ୍ମଗୋପନ କରିଥିବା ସୂଚନା ପରେ ରେଡ କରାଯଇଛି । ଏହି ଚଢ଼ାଉ ସମୟରେ ଆସାମ ପୁଲିସକୁ ସାହାୟତା କରୁଛି କମିଶନରେଟ୍ ପୁଲିସ। ଆତ୍ମ ଗୋପନ କରିଥିବା ମୋଷ୍ଟ ୱାଣ୍ଟେଡ ହେଲେ ସମୀର ପଟ୍ଟନାୟକ । କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ଖୋଜୁଛି ଆସାମ ପୋଲିସ । ଆପାର୍ଟଣ୍ଟେ ଫ୍ଲାଟ୍ ଭିତରେ ମୋଷ୍ଟ ୱାଣ୍ଟେଡ ଲୁଚି ରହିଥିବା ସନ୍ଦେହ ଚଢ଼ାଉ କରାଯାଇଥିଲା। ଫ୍ଲାଟ୍ କବାଟ ଭିତର ପଟୁ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ପୁଲିସ ଡାକିଲେ ସୁଦ୍ଧା କେହି ଶୁଣି ନଥିଲେ। ଦୀର୍ଘ ୬ ଘଣ୍ଟାର ଉଦ୍ୟମ ପରେ ଶେଷରେ ତାଲା ଭାଙ୍ଗିବା ସହ କବାଟ ଖୋଲିଥିଲା ଆସାମ ପୁଲିସ। ରୁମ୍ ଭିିତରେ ଜଣେ ମହିଳା ଥିବା ଦେଖିବାକୁ ମିଳିଥିଲା।
ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ବଳିଆପଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। କୋକେଇରେ ଏକ ପ୍ରତୀକାତ୍ମକ ଶବ ରଖି ପରିବାର ଓ ପରିଜନ ଲୋକେ ଯେବେ ଏଭଳି ଏକ କାମ କରିଥିଲେ ରାସ୍ତାରେ ଦେଖୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଏହି ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏପରିକି ଗାଁ ଦାଣ୍ଡରେ ଅନୁରୂପ ଭାବରେ କୋକେଇ କାନ୍ଧରେ ବୋହି ନେଇଥିଲେ ଜନ୍ମକଲା ବାପା । ଶେଷରେ ଗାଁ ଶ୍ମଶାନରେ ତାହାକୁ ଦାହ ମଧ୍ୟ କରାଯାଇଥିଲା । ହେଲେ ଏହା ସତସତିକା ମୃତଦେହକୁ ନେଇ ଅନ୍ତିମ ସତ୍କାର କରାଯାଇ ନଥିଲା କି କୌଣସି ଚଳଚିତ୍ର ପାଇଁ ସୁଟିଂ ହୋଇନଥିଲା । ବରଂ ନିଜର ଜନ୍ମକଲା ଝିଅ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବାରୁ ପରିବାର ବର୍ଗ କରିଥିଲେ ଏଭଳି ପ୍ରତୀକାତ୍ମକ ଶବସତ୍କାର ଏବଂ ସାମିଲ ହୋଇଥିଲେ ଶୁଦ୍ଧିକାର୍ଯ୍ୟରେ । ଶେଷରେ କନ୍ୟାର ପରିବାର ବର୍ଗ ଝିଅ ବଞ୍ଚି ଥାଉ ଥାଉ ଗାଁ…
ଅକ୍ଟୋବର ୭ରୁ ହବିଷ ବ୍ରତ। ମାସେ ଧରି ବ୍ରତ ପାଳନ କରିବେ ହବିଷ୍ଯାଳୀ । ସୁଚାରୁ ରୂପେ ପରିଚାଳନା ପାଇଁ ପୁରୀ ସର୍କିଟ୍ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ହବିଷ୍ୟାଳୀମାନେ ମାସେ ଧରି ଶ୍ରୀକ୍ଷେତ୍ରରେ ରହିବାକୁ ଆସୁଥିବାରୁ ସେମାନଙ୍କ ସମସ୍ତ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରାଯିବ ।ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କୁ ପୁରୀରେ ରହଣି, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ପ୍ରଭୃତିର ମାଗଣା ସୁବିଧା ଯୋଗାଇ ଦିଆଯିବ । ସନ୍ଧ୍ୟାରେ ପ୍ରବଚନ, ଭଜନ, ପାଲା ପରିବେଷଣ ହେବ । ଏ ନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ହବିଷ୍ୟାଳିଙ୍କ ନିମନ୍ତେ ସୁରକ୍ଷିତ ରହଣି, ଦର୍ଶନ ବ୍ୟବସ୍ଥା, ମହାପ୍ରସାଦ ସେବନ, ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାତାୟାତ ଏବଂ ଚିକିତ୍ସା ବ୍ୟବସ୍ଥା ଇତ୍ୟାଦି କରିବା ନିମନ୍ତେ ବିଭାଗୀୟ…
ମହାପ୍ରଭୁଙ୍କ ପାଖକୁ ଫେରିବ ଓଡ଼ିଶା ବାହାରେ ପଡ଼ିରହିଥିବା ଭୂ-ସମ୍ପତ୍ତି।ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସଂପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ମହାପ୍ରଭୁଙ୍କର ୫୮ ହଜାର ଏକର ଜମି ରାଜ୍ୟ ଓ ରାଜ୍ୟ ବାହାରେ ଅଛି। ସେଥିମଧ୍ୟରୁ ୩୬ ହଜାରରୁ ୩୭ ହଜାର ଏକର ଜମିର କାଗଜ ପ୍ରସ୍ତୁତ କରିସାରିଛୁ । ବାକି ଜମିର କାଗଜପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ଜାରି ରହିଛି । ସରକାର ବହୁତ ତ୍ୱରିତ ଏହି କାଯ୍ୟ ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କର ଭୂସଂପତ୍ତି ସଠିକ ଆକଳନ ପାଇଁ କାମ ଚାଲିଛି ।
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବାରମ୍ଵାର ତ୍ରୁଟି। ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଫଟୋ ଉଠାଇ ଭାଇରାଲ୍ କଲେ ମହାରାଷ୍ଟ୍ରର ଯୁବକ। ଭକ୍ତ ବୈଭବ ଦୂରେ ପାଟିଲ ନାମକ ଜଣେ ଯୁବକ ଶ୍ରୀମନ୍ଦିର ପରିସରର ଫଟୋକୁ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଛନ୍ତି। ତେବେ କେମିତି ଓ କିପରି ମୋବାଇଲ କିମ୍ବା କ୍ୟାମେରା ନେଇ ଶ୍ରୀମନ୍ଦିରରେ ପ୍ରବେଶ କଲେ ଯୁବକ ଜଣଙ୍କ, ତାକୁ ନେଇ ଉଠିଲା ପ୍ରଶ୍ନ । ବାରମ୍ବାର ବାରଣ ସତ୍ୱେ ଏପରି ତ୍ରୁଟି କିପରି ହେଉଛି, ତାକୁ ନେଇ ଉଠୁଛି ପ୍ରଶ୍ନ । ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି ।
ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାହେଲା । ମୋଟ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେବ । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୬.୨୩ ଫୁଟ। ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୧୫ ହଜାର ୬୪୪ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୧ ଲକ୍ଷ ୩୩ ହଜାର ୫୩ କ୍ୟୁସେକ ଜଳ । ଅନ୍ୟପଟେ, କୌଣସି ନଦୀରେ ବନ୍ୟା ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ଆଖୁଆପଦାରେ ବୈତରଣୀ ସତର୍କ ସଂକେତ ଉପରେ ଅଛି । ହେଲେ ଏହା ବିପଦ ସଂକେତକୁ ଯିବନି । ୧୬ ବ୍ଲକ ମୁଖ୍ୟାଳୟରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ଜଳସ୍ତର ତଳକୁ ରହିଥିବାରୁ ବନ୍ୟାନାହିଁ ।
ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଶିଖର ଧଓ୍ବନ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ) ସ୍କାନରରେ ରହିଛନ୍ତି। ଗୁରୁବାର ଇଡି ପକ୍ଷରୁ ଧଓ୍ବନଙ୍କୁ ପଚରାଉଚରା କରାଯିବା ଲାଗି ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଛି। ଅନଲାଇନ ବେଟିଂ ଆପ୍ ସହିତ ମାମଲା ଜଡ଼ିତ ରହିଛି। ଧଓ୍ବନ 1XBet ଆପ୍ ପ୍ରମୋସନ କରିଥିବାରୁ ଇଡି ତାଙ୍କୁ ଯାଞ୍ଚ ତାଲିକାରେ ସାମିଲ କରିତିଲା। ପୂର୍ବରୁ କ୍ରିକେଟର ସୁରେଶ ରାଇନାଙ୍କୁ ବି ଇଡି ପକ୍ଷରୁ ଜେରା କରାଯାଇଥିଲା।ଇଡି ନିକଟ ଅତୀତରେ ଅବୈଧ ଅନଲାଇନ୍ ବେଟିଂ ପ୍ଲାଟଫର୍ମ ବିରୋଧରେ ତଦନ୍ତକୁ ତୀବ୍ର କରିଛି । ତଦନ୍ତକାରୀ ସଂସ୍ଥା ଏହିପରି ବେଟିଂ ପ୍ଲାଟଫର୍ମ ପାଇଁ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଏବଂ କ୍ରିକେଟରମାନଙ୍କ ଦ୍ୱାରା କରାଯାଉଥିବା ବିଜ୍ଞାପନ ଉପରେ ଧ୍ୟାନ ଦେଉଛି । ନିଷିଦ୍ଧ ବେଟିଂ ପ୍ଲାଟଫର୍ମ 1xBet, FairPlay, Parimatch ଏବଂ Lotus365 ପାଇଁ ବିଜ୍ଞାପନରେ ଏହି ମାମଲା ଚାଲିଛି ।
ଜାତୀୟ ବନ୍ୟପ୍ରାଣୀ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୪ରେ ପାଳିତ ହୋଇଆସୁଛି। ଏହି ଦିବସ ପାଳନ ଅବସରରେ ଜଙ୍ଗଲ କ୍ଷୟ ଏବଂ ଅବୈଧ ଶିକାରରୁ ବନ୍ୟ ପ୍ରାଣୀ, ପକ୍ଷୀ ଓ ସେମାନଙ୍କ ବାସସ୍ଥାନକୁ ସୁରକ୍ଷା ଦେବାର ଗୁରୁତ୍ୱ ବିଷୟରେ ସଚେତନ କରାଯାଏ। ଏଥିସହିତ ପ୍ରକୃତି ସହିତ ସେମାନଙ୍କ ସ୍ଥାୟୀ ସହାବସ୍ଥାନକୁ ପ୍ରୋତ୍ସାହନ ଗୁରୁତ୍ୱ ଦିଆଯାଇଥାଏ।। ଭାରତରେ ବନ୍ୟଜନ୍ତୁ ସଂରକ୍ଷଣ ଓ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପ୍ରାକୃତିକ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ଉଦ୍ଦେଶ୍ୟରେ ଦୃଢ଼ ନୀତି ଏବଂ ଅନେକ ଗୁଡ଼ିଏ ଆଇନଗତ ଢ଼ାଞ୍ଚା ସ୍ଥାପନ କରିଛନ୍ତି । ଭାରତ ଏହାର ସମୃଦ୍ଧ ଏବଂ ବିବିଧ ବନ୍ୟଜନ୍ତୁ ପ୍ରାକୃତିକ ସ୍ଥଳୀ ପାଇଁ ବିଶ୍ୱରେ ସ୍ୱୀକୃତି ଲାଭ କରିଛି । ଦେଶରେ ୧ ହଜାରରୁ ଅଧିକ ସୁରକ୍ଷିତ ପ୍ରାକୃତିକ ବାସସ୍ଥାନ ମଧ୍ୟରେ ୧୦୬ଟି ଜାତୀୟ ଉଦ୍ୟାନ, ୫୭୩ଟି…
ଜିଏସଟି ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ପ୍ରେସମିଟ କରିଛନ୍ତି । କହିଛନ୍ତି, କେନ୍ଦୁପତ୍ର ଉପରେ ୫ ପ୍ରତିଶତକୁ ହ୍ରାସ ହୋଇଛି । କେନ୍ଦୁପତ୍ର ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୋଇଛି । ଏ ନିଷ୍ପତ୍ତିରେ ଓଡ଼ିଶାର କେନ୍ଦୁପତ୍ର ତେଳାଳି ଉପକୃତ ହେବେ । କେନ୍ଦୁପତ୍ର ବିକ୍ରି ବଢ଼ିବ ।ଅନ୍ୟପଟେ କୃଷି ଉପକରଣରେ ଜିଏସଟି ହ୍ରାସ ପାଇବ । କୃଷକଙ୍କ ଖର୍ଚ୍ଚ କମିବ । ସେସ୍ କମିବା ଓଡ଼ିଶା ପାଇଁ ସ୍ୱାଗତଯୋଗ୍ୟ ପଦକ୍ଷେପ ।କୋଇଲା କ୍ଷେତ୍ରରେ ଓଡ଼ିଶା ଅଧିକ ଲାଭାନ୍ୱିତ ହେବ । ବ୍ୟବସାୟୀଙ୍କୁ ୩ରୁ ୪ ଗୁଣା ଅଧିକ ଲାଭ ମିଳିବ ।ଜିଏସଟିରେ ସଂସ୍କାର ଦ୍ୱାରା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ । ଜିଏସଟି ଛାଡ ଯୋଗୁଁ ଅଧିକ ଲୋକେ ସ୍ୱାସ୍ଥ୍ୟବୀମା କରିବେ । ସିମେଣ୍ଟରୁ ଜିଏସଟି ହ୍ରାସ ଏକ ମାଇଲଖୁଣ୍ଟ ସଦୃଶ ।









