ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ପାରାଦୀପ ବନ୍ଦରରରେ ଏକ ଜାହାଜରୁ ଦୁଇ ଜଣ କ୍ରିୟୁ ସଦସ୍ୟ ଖସିପଡିଥିବା ସୂଚନା ମିଳିଛି । ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି, ଅନ୍ୟ ଜଣେ ନିଖୋଜ । ବନ୍ଦରର ୫ ନମ୍ବର ଗେଟ୍ ନିକଟରେ ଥିବା ପିଆଇସିଟି ବର୍ଥରେ ଅଘଟଣ ଘଟିଛି । ଉଦ୍ଧାର କାର୍ଯ୍ୟରେ CISF, ମେରାଇନ ପୋଲିସ, ସ୍କୁବା ଡ୍ରାଇଭର ଓ କୋଷ୍ଟଗାର୍ଡ ନିୟୋଜିତ ଅଛନ୍ତି । ଜାହାଜ ବର୍ଥ ଛାଡ଼ିବା ପରେ ସିଡ଼ି କାଢୁଥିଲେ ଜାହାଜ କର୍ମଚାରୀ । ଫଳରେ ଅସାବଧାନତା ଯୋଗୁଁ ଖସି ପଡ଼ିଥିବା ସୂଚନା ମିଳିଛି ।
Author: sanitelevision
ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ନକଲି ସୁନା ବିସ୍କୁଟ କାରବାର ଅଭିଯୋଗ । ଏହାର ଚେର ଗଞ୍ଜାମ, କେନ୍ଦ୍ରାପଡା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲମ୍ବିଛି।ନକଲି ସୁନା ଦେଖାଇ ଫସାଇଲେ । ବିଶ୍ବାସ ଜନ୍ମାଇ ଗଞ୍ଜାମର ଜଣେ ବେପାରୀଙ୍କଠାରୁ ୧୬ଲକ୍ଷ ଲୁଟିଲେ । ଅଭିଯୋଗ ପରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ନିକଟରୁ ୬୮ ହଜାର ଟଙ୍କା ଓ ୨ଟି ବାଇକ୍ ଜବତ କରାଯାଇଛି ।ସୂଚନା ମୁତାବକ, ନୀଳଗିରି ଏନଏସିରେ ଜଣେ ଯୁବକ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ବେପାର ବଢାଇଛନ୍ତି । ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଧିନ ସେବକନଗର ଗାଁର କୃଷ୍ଣ ନାୟକ ଲୋଭରେ ପଡି ଧାର କରଜ କରି ବଡ଼ ଲୋକ ହେବା ଆଶାରେ ଶସ୍ତାରେ ସୁନା ବିସ୍କୁଟ ନେବାକୁ ନୀଳଗିରି ଆସିଥିଲେ । ବାଣପୁର ଅଞ୍ଚଳର ବିଷ୍ଣୁ ମହାନ୍ତି ନାମକ ଯୁବକ ତାଙ୍କୁ ନକଲି ବିସ୍କୁଟ ଦେଖାଇ କିଛି ସ୍ଥାନରୁ ଡ୍ରିଲ…
ଆସନ୍ତା ୮ ତାରିଖବେଳକୁ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଆସନ୍ତା ୧୩ ତାରିଖବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବ ନେଇ ଏବେଠାରୁ କୌଣସି ଆକଳନ କରାଯାଇନି ।ଗତ ୨୪ ଘଣ୍ଟାରେ ୧୮ଟି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବାବେଳେ ଆଉ ୪ଦିନ ରାଜ୍ୟକୁ ବିଜୁଳି ଘଡ଼ଘଡି ସହ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଶୁକ୍ରବାରଠାରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୨୦ଟି ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଶନିବାରଠାରୁ…
ମହାନଦୀରେ ବନ୍ୟା ଆଶଙ୍କା । ହୀରାକୁଦ ପାଣି ଛାଡିବା ପରେ ନଦୀରେ ଅଢେଇ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେଥିପାଇଁ ୧୦ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ସ୍ଥିତିକୁ ନଜର ରଖି ଆଜି ସକାଳେ ପୁଣି ଚାରିଟି ଗେଟ୍ ଖୋଲି ଦିଆଯାଇଛି। ହୀରାକୁଦ ଜଳଭଣ୍ଡାର ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଏହାଫଳରେ ଏବେ ମୋଟ୍ ୨୦ଟି ଗେଟ୍ ଖୋଲାଯାଇଛି। ଏଥିମଧ୍ୟରୁ ବାମପଟେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଖୋଲାରହିଛି।ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୬.୩୩ ଫୁଟ। ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୯୪ ହଜାର ୮୫୮ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୨ଲକ୍ଷ ୯୪ ହଜାର ୮୫୮ କ୍ୟୁସେକ ଜଳ ।
ଆଜି ସେପ୍ଟେମ୍ବର ୫ ତାରିଖ। ଗୁରୁ ଦିବସ। ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନ। ତାଙ୍କର ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଉଛି।ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷାବିତ୍, ଦାର୍ଶନୀକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ତଥା ଅଧ୍ୟାପକ ମାନଙ୍କୁ ପୂଜା କରାଯାଇଥାଏ । ଗୁରୁମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି ଛାତ୍ରଛାତ୍ରୀ । ଆଜି ଗୁରୁ ଦିବସ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁପୂଜାର ପରମ୍ପରା ଅନୁଷ୍ଠିତ ହୋଇଥାଏ ।ଶିକ୍ଷାଦାନ ବୃତ୍ତିରୁ ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ହୋଇ ପରେ ‘ଭାରତ ରତ୍ନ’ ପାଇଥିବା ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କର ଭାରତୀୟ ଶିକ୍ଷା କ୍ଷେତ୍ରକୁ ସ୍ମରଣୀୟ ଅବଦାନ ରହିଛି। ସ୍ୱାଧୀନ ଭାରତର ପ୍ରଥମ…
ଭାରତୀୟ କ୍ରିକେଟ ପ୍ରେମୀଙ୍କ ଲାଗି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) କେବଳ ଏକ ଟୁର୍ଣ୍ଣାମେଣ୍ଟ ନୁହେଁ ବରଂ କ୍ରିକେଟର ମହୋତ୍ସବ।କୋଟି କୋଟି ଟଙ୍କାରେ ଖେଳାଳିଙ୍କ ନିଲାମ, ବିଜ୍ଞାପନ ଓ ପ୍ରସାରଣ ଅଧିକାର ଏହି ଖେଳକୁ ବିଶ୍ୱରେ ଏକ ଅଲଗା ପରିଚୟ ଦେଇଛି। ହେଲେ ଏବେ ଏହି ଭବ୍ୟ ଆୟୋଜନକୁ ଏକ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି। କେନ୍ଦ୍ର ସରକାର ଆଇପିଏଲକୁ ୪୦% ଜିଏସଟିରେ ସାମିଲ କରିଦେଇଛନ୍ତି, ଯାହା ଭାରତର ସବୁଠୁ ଉଚ୍ଚତମ କର ହାର।ପୂର୍ବରୁ IPL ଟିକେଟ୍ ଉପରେ 28 ପ୍ରତିଶତ GST ଲାଗୁ ହେଉଥିଲା। ଏବେ IPL ଟିକେଟ୍ ସର୍ବୋଚ୍ଚ ଟିକସ ସ୍ଲାବ୍ (40 ପ୍ରତିଶତ) ରେ ଅନ୍ତର୍ଭୁକ୍ତ ହୋଇଛି, ଯେଉଁଥିରେ କାସିନୋ, ରେସ୍ କ୍ଲବ୍ ଏବଂ ଲଗଜରୀ ଉତ୍ପାଦ ମଧ୍ୟ ଅନ୍ତର୍ଭୁକ୍ତ । ଏହି ନିଷ୍ପତ୍ତି ପରେ, IPL ଟିକେଟ୍ ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ।୪୦% ଜିଏସଟି ହାର ଲାଗୁ ହେବା ପରେ ଆୟୋଜକ ଓ…
ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଦିଆଗଲା ସୂଚନା । ତେବେ ଆଜି କଟକରୁ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି ଅଭିଜିତ ମଜୁମଦାର ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଲିଭର ଜନିତ ରୋଗରେ ପୀଡିତ ହୋଇ ଗତ ସପ୍ତାହରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ। ମାତ୍ର ସ୍ୱାସ୍ଥ୍ୟରେ ଉନ୍ନତି ନହେବାରୁ ଆଜି ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରି ଭର୍ତ୍ତି କରାଯାଇଛି ।ତେବେ ସଙ୍ଗୀତ ଜଗତରେ ଅଭିଜିତ ମଜୁମଦାର ଜଣେ ସୁପରିଚିତ ନାଁ। ଅନେକ ଆଲବମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସେ। ୨୦୦୦ ମସିହାରେ କାଶିଆ କପିଳା ଜରିଆରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ…
ଆସନ୍ତା ସେପ୍ଟେମ୍ବର ୮ ତାରିଖ ସୋମବାର,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ଅନିବାର୍ଯ୍ୟ କାରଣ ବଶତଃ ସ୍ଥଗିତ ରହିବ।ୟୁନିଟ–୨, ଅଶୋକନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ କରିଥିବାଜନସାଧାରଣଙ୍କ ଆପତ୍ତି ଅଭିଯୋଗ, ପରବର୍ତ୍ତୀ ଜନଶୁଣାଣି ଶିବିରରେ ଗ୍ରହଣ କରାଯିବ ପରବର୍ତ୍ତୀ ଜନଶୁଣାଣିର ସମୟ ଓ ତାରିଖ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜଣାଇଦିଆଯିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ।
କେନ୍ଦ୍ର ସରକାର ଜିଏସଟିରେ ବଡ଼ ସଂସ୍କାର ଆଣିଛନ୍ତି। ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ସ୍ଲାବ କରାଯାଇଛି। ଓଡ଼ିଶାର ୩୦ ଜିଲ୍ଲାରୁ ୨୨ ଜିଲ୍ଲାରେ କେନ୍ଦୁ ପତ୍ର ତୋଳାଯାଉଛି। ଗରିବ ଲୋକ ଏହା ଉପରେ ନିର୍ଭରଶୀଳ। ୨୦୧୭ ଜୁଲାଇ ୧ରେ କେନ୍ଦୁ ପତ୍ର ଉପରେ ୧୮% GST ଲାଗୁ ହେଲା । ତେବେଠାରୁ ବିଜେଡି ଏହା ବିରୋଧରେ ପ୍ରତିବାଦ କରିଛି। ୨୦୨୨ ନିର୍ମଳା ସୀତାରମଣ ଥିବା ସମୟରେ ନବୀନ ପଟ୍ଟନାୟକ ଏହାକୁ ୦% କରିବାକୁ ଚିଠି ଲେଖିଥଲେ। ୨୦୨୩ ରେ ଦାବି ହୋଇଥିଲା। ଯାହା ହେଉ ଏବେ ଏହାକୁ ୫% କରାଯାଇଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ର। ନୂତନ ସ୍ଲାବ ଜିଏସ୍ଟି ଯୋଗୁଁ, ଓଡିଶା ସରକାରଙ୍କୁ ପ୍ରତି ମାସରେ ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱହାନୀ ହେବାର ଆଶଙ୍କା ସୃଷ୍ଟି ହୋଇଛି, ଯାହାକୁ କେନ୍ଦ୍ର ସରକାର ଭରଣା…
ଦୁର୍ଗାପୂଜା ପାଇଁ BMCର ପ୍ରସ୍ତୁତି । ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଏମସି କମିଶନର,ମେୟର, ୱାର୍ଡରକର୍ପୋରେଟର,ପୋଲିସ, ୱାଟକୋ, ଫାୟାର, ସବୁ ବିଭାଗର ଅଧିକାରୀ ସାମିଲ ଥିଲେ। ବୈଠକରେ ପୂଜାକୁ ନେଇ ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ପୂଜା ମେଲୋଡିରେ ଏଥର ଅଶ୍ଳୀଳ ନୃତ୍ୟକୁ ବାରଣ କରାଯାଇଛି। ତେବେ ପାର୍କିଙ୍ଗ ନଥିଲେ ପଡିପାରିବନି ମୀନା ବଜାର । ମିଳିବନି ରାବଣ ପୋଡିପାଇଁ ଅନୁମତି । ମୁଖ୍ୟରାସ୍ତାରେ ଲାଗିପାରିବନି ତୋରଣ । ପ୍ଲାଷ୍ଟିକ ମୁକ୍ତ ହେବ ପୂଜା । ପୂଜା କମିଟି ଭସାଣି ସ୍ଥାନରେ ଖୋଲିବେ କଣ୍ଟ୍ରୋଲ ରୁମ । ପେଣ୍ଡାଲ ନିକଟରୁ ହଟାଯିବ ବୁଲାକୁକୁର । ବୈଠକ ପରେ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ଗୁରୁତ୍ୱ ଦିଆଯାଇଛି। ଏମିତି କି ରାସ୍ତା ଖରାପ ନେଇ PWDର ବିଭାଗୀୟ ଅଧିକାରୀଙ୍କୁ କମିଶନର ତାଗିଦ କରିଛନ୍ତି। ପୂଜା…









