Author: sanitelevision

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ପ୍ରଦାନ । ଝାରସୁଗୁଡା, ଖୋର୍ଦ୍ଧା ଓ ଜଗତସିଂହପୁରକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର । ୩ ଜଣ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ସୋନପୁରରର ଲକ୍ଷ୍‌ମଣ ଭୋଇ, ସୁନ୍ଦରଗଡର ଅମୁଲ୍ୟ ପ୍ରଧାନ ପୁରସ୍କୃତ ହୋଇଛନ୍ତି । ବଲାଙ୍ଗୀର ଧ୍ରୁବ ଚରଣ ବେହେରା ପୁରସ୍କୃତ ହୋଇଛନ୍ତି । ଢେଙ୍କାନାଳ , ଜଗତସିଂହପୁର ଓ ଅନୁଗୁଳକୁ ପୁରସ୍କୃତ ହୋଇଛନ୍ତି । ୧୦ ବ୍ଲକ ଶିକ୍ଷାଧିକାରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଅନ୍ୟପଟେ ଚୁକ୍ତିଭିତ୍ତିକ ନୁହେଁ, ରେଗୁଲାର ଭିତ୍ତିରେ ନିଯୁକ୍ତି ଦିଆଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ। ଶିକ୍ଷା କ୍ଷେତ୍ରରେ ୨ଟି ବଡ ଆହ୍ୱାନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଡ୍ରପ ଆଉଟ ହାର ଓ ହ୍ରାସ ଗୁଣାତ୍ମକ ଶିକ୍ଷା ପ୍ରଦାନ ୨ଟି ବଡ ଆହ୍ୱାନ ଦେଇଛନ୍ତି । ତଥ୍ୟ ଅନୁସାରେ ୨୪ ପ୍ରତିଶତ ଆଦିବାସୀ ପିଲା ଅଧାରୁ ପାଠ ଛାଡୁଛନ୍ତି । ତେଣୁ ଆମେ ମାଧୋ ସିଂ ହାତଖର୍ଚ୍ଚ…

Read More

ଶାରଦୀୟ ପୂଜା ମଣ୍ଡପ ଓ ଗେଟ ଅନୁମତି ପାଇଁ କଟକ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର ଏସଓପି ଜାରି କରିଛି କଟକ ଜିଲ୍ଲା ପ୍ରଶାସନ । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ମଣ୍ଡପ ଓ ଗେଟ ପାଇଁ ଆବେଦନ କରିବେ ସମସ୍ତ ପୂଜା ମଣ୍ଡପ । ଗେଟ୍, ପେଣ୍ଡାଲ, ବିଦ୍ୟୁତ ସବୁ ପାଇଁ ଆଜିଠୁ ପୂଜା କମିଟି ଆବେଦନ କରିବେ । ଆବେଦନର ୩ ଦିନ ପରେ ଯାଞ୍ଚ କରି ପ୍ରାଥମିକ ରିପୋର୍ଟ କମିଟିକୁ ଦିଆଯିବ।କଟକ ସହରରେ ନିରାପଦ ଏବଂ ସୁଗମ ଭାବେ ଦୁର୍ଗାପୂଜା ପାଳନ ସୁନିଶ୍ଚିତ କରିବା ପାଇଁ ସାଂସ୍କୃତିକ ପରମ୍ପରା, ସୁରକ୍ଷା ନିୟମ ଏବଂ ଟ୍ରାଫିକ୍ ପରିଚାଳନାକୁ ବିଚାରକୁ ନେଇ ଜିଲ୍ଲାପାଳଙ୍କ ମାନକ କାର୍ଯ୍ୟ ପଦ୍ଧତି ଜାରି ହୋଇଛି। ଏହା କଟକ ସହରରେ ଦୁର୍ଗାପୂଜା ଉତ୍ସବ ସହିତ ଜଡିତ ସମସ୍ତ ପୂଜା କମିଟି, ଅଂଶୀଦାର ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ।…

Read More

ଶାରଦୀୟ ପୂଜା ମଣ୍ଡପ ଓ ଗେଟ ଅନୁମତି ପାଇଁ କଟକ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର ଏସଓପି ଜାରି କରିଛି କଟକ ଜିଲ୍ଲା ପ୍ରଶାସନ । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ମଣ୍ଡପ ଓ ଗେଟ ପାଇଁ ଆବେଦନ କରିବେ ସମସ୍ତ ପୂଜା ମଣ୍ଡପ । ଗେଟ୍, ପେଣ୍ଡାଲ, ବିଦ୍ୟୁତ ସବୁ ପାଇଁ ଆଜିଠୁ ପୂଜା କମିଟି ଆବେଦନ କରିବେ । ଆବେଦନର ୩ ଦିନ ପରେ ଯାଞ୍ଚ କରି ପ୍ରାଥମିକ ରିପୋର୍ଟ କମିଟିକୁ ଦିଆଯିବ।କଟକ ସହରରେ ନିରାପଦ ଏବଂ ସୁଗମ ଭାବେ ଦୁର୍ଗାପୂଜା ପାଳନ ସୁନିଶ୍ଚିତ କରିବା ପାଇଁ ସାଂସ୍କୃତିକ ପରମ୍ପରା, ସୁରକ୍ଷା ନିୟମ ଏବଂ ଟ୍ରାଫିକ୍ ପରିଚାଳନାକୁ ବିଚାରକୁ ନେଇ ଜିଲ୍ଲାପାଳଙ୍କ ମାନକ କାର୍ଯ୍ୟ ପଦ୍ଧତି ଜାରି ହୋଇଛି। ଏହା କଟକ ସହରରେ ଦୁର୍ଗାପୂଜା ଉତ୍ସବ ସହିତ ଜଡିତ ସମସ୍ତ ପୂଜା କମିଟି, ଅଂଶୀଦାର ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ।…

Read More

ବୟସ ଜାଲିଆତି ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ବୟସ ଜାଲିଆତି କଲେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଜର ଭୋଟର କାର୍ଡ ଜାଲିଆତି କରି ବୟସ ବଢାଉଛନ୍ତି । ଭୋଟର କାର୍ଡ ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଯୋଗ୍ୟ ଆବେଦନକାରୀଙ୍କୁ ରେକିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯିଏ ଭତ୍ତା ପାଇବାକୁ ଯୋଗ୍ୟ ତାଙ୍କୁ ଚିହ୍ନଟ କରାଯାଇ ଭତ୍ତା ଦିଆଯିବ। ଅଯୋଗ୍ୟ ହିତାଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Read More

ଚୀନ୍ ପାକିସ୍ତାନର ସବୁଠାରୁ ଭଲ ବନ୍ଧୁ। କିନ୍ତୁ, ଆଜିକାଲି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ମନେ ହେଉନାହିଁ। କାରଣ ପାକିସ୍ତାନ ତାର ପୁରୁଣା ରେଳ ନେଟୱାର୍କର ଉନ୍ନତି ପାଇଁ ଚୀନ୍ ପରିବର୍ତ୍ତେ ଏସୀୟ ବିକାଶ ବ୍ୟାଙ୍କ (ADB) ଠାରୁ ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଇଛି।କରାଚୀ-ରୋହରୀ ରେଳ ସେକ୍ସନକୁ ଉନ୍ନତ କରିବା ପାଇଁ ପାକିସ୍ତାନ ADB ଠାରୁ ୨ ବିଲିୟନ ଡଲାର ଋଣ ମାଗିଛି ଏହା ସେହି ML-1 ପ୍ରକଳ୍ପ, ଯାହାକୁ ଥରେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (CPEC) ର ସବୁଠାରୁ ବଡ଼ ଏବଂ ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଭାବରେ ବିବେଚନା କରାଯାଉଥିଲା । ଚୀନ୍ ପ୍ରକଳ୍ପରୁ ଓହରିଯିବା ପାକିସ୍ତାନର ଆର୍ଥିକ ପରିସ୍ଥିତି ବିଷୟରେ ଚିନ୍ତାକୁ ଉଜ୍ଜ୍ୱଳ କରିଛି । ପାକିସ୍ତାନ ପ୍ରକଳ୍ପରୁ ଚୀନ୍ କାହିଁକି ଓହରିଗଲା ସେ ବିଷୟରେ ଅନେକ କଳ୍ପନାଜଳ୍ପନା ରହିଛି। ତଥାପି, ଚୀନ୍ ହଠାତ୍ ପ୍ରକଳ୍ପରୁ ଓହରିଯିବାର ନିଷ୍ପତ୍ତି ନେଇନାହିଁ । ଏହା ବିଶ୍ୱାସ କରାଯାଏ ଯେ…

Read More

ପରିବେଶ ସୁରକ୍ଷା ପାଇଁ ଆଗକୁ ଇ-ବସ୍‌କୁ ଅଧିକ ପ୍ରଚଳନ କରିବାକୁ ସରକାର ଯୋଜନା କରୁଛନ୍ତି । ରାଜ୍ୟରେ ହଜାରେ ଇ-ବସ୍‌ର ଆବଶ୍ୟକତା ରହିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଆଗକୁ ରାଜ୍ୟ ସରକାର ୨୦୦ଟି ଇ- ବସ ଆଣିବେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓଡିଶାକୁ ୪୦୦ ଇ-ବସ ପ୍ରଦାନ କରିବେ । ଏବେ ୨୫ଟି ଇ- ବସ ଆସୁଛି, ଯାହା ସମ୍ବଲପୁର କୁ ପ୍ରଦାନ କରାଯିବ । ପରେ ଅନ୍ୟ ଜିଲ୍ଲାକୁ ମଧ୍ୟ ଇ- ବସ ପ୍ରଦାନ କରାଯିବ । ବର୍ତ୍ତମାନ ରାଜ୍ୟରେ ୪୦୦ ଇ-ବସ ଚାଲୁଛି ।ସୂଚନା ଥାଉକି ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି। ସମଗ୍ର ଦେଶରେ ବର୍ତ୍ତମାନ ୧୪୩୨୯ ଟି ଇ-ବସ୍ ଚଳାଚଳ କରୁଛି। କେନ୍ଦ୍ର ସରକାର ପିଏମ-ଇ ବସ୍ ସେବା ଏବଂ…

Read More

ଜାଲରେ ପଡ଼ିଲା ଦୁଇ କୁଇଣ୍ଟାଲ ଓଜନର ସାର୍କ ମାଛ । ମାଛ ଦେଖିଵାକୁ ପର୍ଯ୍ୟଟକଙ୍କ ଭିଡ଼ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ମୋହନା ଆନ୍ତର୍ଜାତିକ ମତ୍ସ୍ୟ ଅବତରଣ କେନ୍ଦ୍ର ଠାରେ ୨ କୁଇଣ୍ଟାଲ ଓଜନର ଏକ ସାର୍କ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ଧରା ପଡିଥିବା ଦେଖିଵାକୁ ମିଳିଛି ।ଏହି ସାର୍କ ମାଛର ଓଜନ ୨ କୁଇଣ୍ଟାଲ ଓଜନର ହେବ ବୋଲି କୁହାଯାଉଛି । ଦୀଘା ସଲଗ୍ନ ସମୁଦ୍ରରେ ମତ୍ସ୍ୟଜୀବୀ ମାନଙ୍କ ଟ୍ରଲର ଜାଲରେ ଏହି ମାଛଟି ପଡିଥିଲା । ପରେ ମୋହନାର ମତ୍ସ୍ୟ ଅବତରଣ କେନ୍ଦ୍ରକୁ ବିକ୍ରି ପାଇଁ ଅଣାଯାଇଥିଲା । ତେବେ ମାଛଟିର ବିଭିନ୍ନ ଅଂଶ ଔଷଧ କାର୍ଯ୍ୟରେ ବ୍ୟବହାର କରାଯାଉଥିବାରୁ ମାଛଟିର ଅଧିକ ଚାହିଦା ରହିଥାଏ ।

Read More

ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହୋଇଛି। ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ମାଲକାନଗିରିର ବସନ୍ତ ରଣା ଓ କୋରାପୁଟର ତରୁଣ ଦାଶ ହେଲେ ସମ୍ମାନିତ। ରାଷ୍ଟ୍ରପତି ଶିକ୍ଷକ ତରୁଣ କୁମାର ଦାସଙ୍କ ସମେତ ମୋଟ ୪୫ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରଷ୍କାର, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି। ଏହି ଖବର ପରେ କୋରାପୁଟ ଜିଲ୍ଲାରେ ଶିକ୍ଷାବିତ୍ତ ମହଲରେ ଏକ ପ୍ରକାର ଉତ୍ସାହ ଦେଖାଦେଇଛି।

Read More

ସୁଭଦ୍ରା ହିତାଧିକାରୀଙ୍କୁ ନେଇ ବଡ଼ ଖୋଳତାଡ଼। କଟିଥିବା ହିତାଧିକାରୀଙ୍କୁ ସାମିଲ ପାଇଁ ବଡ଼ ପଦକ୍ଷେପ।ଯୋଗ୍ୟଙ୍କୁ ସାମିଲ୍ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେବାକୁ ତତ୍ପରତା ପ୍ରକାଶ ପାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏ ନେଇ ଚିଠି ଦିଆଯାଇଛି।ଚାରି ଚକିଆ ଥିବା ହିତାଧିକାରୀଙ୍କ ତଥ୍ୟ ପାଇଁ ପରିବହନ ବିଭାଗକୁ ଚିଠି। ଖାଦ୍ୟ ଯୋଗାଣ ବିଭାଗକୁ ମୃତ ହିତାଧିକାରୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜୀକରଣ କରି ଧାନ ବିକିଥିବା ମହିଳାଙ୍କ ତଥ୍ୟକୁ ଆଉ ଥରେ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି।ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାରେ ରାଜ୍ୟର ପାଖାପାଖି ଏକ କୋଟି ମହିଳାହିଧିକାରୀ ତୃତୀୟ କିସ୍ତିର ଟଙ୍କା ପାଇଛନ୍ତି। ତେବେ ତୃତୀୟ କିସ୍ତି ସମୟରେ ବି ଅନେକ ହିତାଧିକାରୀ ବାଦ୍ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏପରିକି ଯେଉଁମାନେ ପ୍ରଥମ ଦୁଇଟି କିସ୍ତିର ଟଙ୍କା ପାଇଛନ୍ତି ସେମାନଙ୍କ ମଧ୍ୟରୁ ତୃତୀୟ କିସ୍ତିରେ ସୁଭଦ୍ରା ଟଙ୍କା ପାଇ ନ ଥିଲେ। ଏ ନେଇ ଅସନ୍ତୋଷ ମଧ୍ୟ…

Read More

ଅନୁଗୋଳ କୋର୍ଟରେ ଜଣେ ମହିଳା ସ୍ବାମୀ ଓ ତାର ଦୁଇ ସନ୍ତାନକୁ ଛାଡି ତାଙ୍କ ପ୍ରେମିକଙ୍କ ସହ ବିବାହ କରି ପ୍ରେମିକ ଘରକୁ ଚାଲି ଯାଇଛନ୍ତି । ସୂଚନା ଅନୁସାରେ, କିଶୋରନଗର ଥାନା ଅଞ୍ଚଳର ଜଣେ ମହିଳା ୧୩ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ସେମାନଙ୍କ ବୈବାହିକ ଜୀବନ ଠିକ୍‌ଠାକ୍‌ରେ ଚାଲିଥିଲା। ସେମାନଙ୍କର ଦୁଇଟି ସନ୍ତାନ ରହିଛି। ଏପଟେ ପ୍ରାୟ ୫ ବର୍ଷ ତଳେ ନିଜ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ମହିଳାଙ୍କ ସ୍ବାମୀ ଜାଣିବା ପରେ ଏହାକୁ ବାରଣ କରିଥିଲେ। କିନ୍ତୁ ମହିଳା କିଛି ଶୁଣି ନ ଥିଲେ। ବରଂ, ପ୍ରେମିକଙ୍କ ସହ ନିୟମିତ ସଂପର୍କରେ ରହିଥିଲେ। ତେବେ କିଛି ଦିନ ପୂର୍ବରୁ ମହିଳା ଓ ତାଙ୍କ ପ୍ରେମିକକୁ ଗୋଟେ ହୋଟେଲ୍ ଭିତରେ ଦେଖିଥିଲେ ସ୍ଵାମୀ। ସେଠୁ ବାହାରି ଘରକୁ ଆସିଥିଲେ ଆଉ ନିଷ୍ପତ୍ତି ନେଇଥିଲେ ଯେ ସେ…

Read More