ଆନ୍ଦୋଳନରୁ ନିବୃତ୍ତ ରହିବ ପାଇଁ ଶିକ୍ଷକଙ୍କୁ ଏଭଳି ପରାମର୍ଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସରକାର, ଶିକ୍ଷକଙ୍କ ସମସ୍ୟା ପ୍ରତି ଅବଗତ ଓ ସଚେତନ ଅଛନ୍ତି ।ସବୁ ସମୟରେ ଶିକ୍ଷକ ମାନେ ରାଜରାସ୍ତାକୁ ଆସିବା ଠିକ ନୁହେଁ। ଏଭଳି କଲେ ଛାତ୍ରଛାତ୍ରୀଙ୍କ ପାଠ ପଢା ବ୍ୟାଘାତ ହେବ । ଆମ ସରକାର ମାତ୍ର ୧୪ ମାସର ସରକାର । ଏତେ କମ ସମୟ ମଧ୍ୟରେ ସମସ୍ତ କଥା ଜାଣିବା ବୁଝିବାକୁ ସମୟ ଆବଶ୍ୟକ। ଶିକ୍ଷକ ମାନଙ୍କର ଏହି ସମସ୍ୟା ହେଉଛି ଦୀର୍ଘ ଦିନର । ସରକାର ପରିବର୍ତ୍ତନ ପରେ ୯ହଜାରରୁ ଅଧିକ ଶିକ୍ଷକଙ୍କୁ ରେଗୁଲାର କରାଯାଇଛି । ବହୁ ଶିକ୍ଷକଙ୍କ କୋର୍ଟ କଚେରୀରେ ସମସ୍ୟା ପଡିରହିଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିବାରୁ ସରକାର ଚାହିଁଲେ ବି କିଛି କରିପାରୁନାହାନ୍ତି । ମୋହନ ସରକାର ଶିକ୍ଷକଙ୍କ ସମସ୍ୟା ପ୍ରତି ଅବଗତ ଓ ସଚେତନ ଅଛନ୍ତି । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ…
Author: sanitelevision
କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ବୁଢାବଳଙ୍ଗ ବୈତରଣୀ ସମେତ ପ୍ରମୁଖ ନଦୀ ବିପଦ ସଙ୍କେତ ତଳେ । କେବଳ ଜଳକା ନଦୀ ବିପଦ ସଙ୍କେତ ଉପରେ ଅଛି, କିନ୍ତୁ କମୁଛି । ଆଗାମୀ ଦିନ ଯାଏଁ ବର୍ଷା ନଥିବାରୁ ସ୍ଥିତିରେ ଆହୁରି ସୁଧାର ଆସିବ ।ହୀରାକୁଦ ଜଳସ୍ତର ୯ଟା ସୁଦ୍ଧା ୬୨୬.୩୫ ଫୁଟ୍ ଅଛି । ୪ଟି ଗେଟ୍ ବନ୍ଦ କରାଯାଇଛି, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ୩ ଲକ୍ଷ ୮୫ ହଜାର କ୍ୟୁସେକ ପ୍ରବେଶ, ୪ ଲକ୍ଷ ୨୪ ହଜାର କ୍ୟୁସେକ ନିଷ୍କାସିତ । କାଲି ମୁଣ୍ଡଳୀରେ ସଂଧ୍ୟା ୬ଟାରେ ୫ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ ।
ଭାରତ ସହିତ ସମ୍ପର୍କ ଖରାପ ହେବା ପରେ ଆମେରିକା ରାଷ୍ଟ୍ରପତି ଏବେ ବିଳାପ କରୁଛନ୍ତି। ଆମେରିକା ଭାରତ ଓ ରୁଷକୁ ହରାଇଛି ଏବଂ ଚୀନର ପକ୍ଷ ନେଇଛନ୍ତି ବୋଲି ଟ୍ରମ୍ପ ମନ୍ତବ୍ୟ ଦେବାର ୨୪ ଘଣ୍ଟା ନ ପୂରୁଣୁ ୟୁ-ଟର୍ଣ୍ଣ ମାରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ନିଜ ସମ୍ପର୍କକୁ ନେଇ ଭାବବିହ୍ବଳପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।ଟ୍ରମ୍ପ କହିଛନ୍ତି, ଭାରତ ଏବଂ ଆମେରିକାର ସମ୍ପର୍କ ବହୁତ ସ୍ଵତନ୍ତ୍ର। ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଟାରିଫ ବିବାଦ ସତ୍ବେ ସେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ବନ୍ଧୁ ହୋଇ ରହିବେ। ମୋଦୀ ଜଣେ ଅତି ଉତ୍ତମ ଏବଂ ମହାନ ପ୍ରଧାନମନ୍ତ୍ରୀ। କିନ୍ତୁ ବର୍ତ୍ତମାନ ସେ ଯାହା କରୁଛନ୍ତି, ତାହା ତାଙ୍କୁ ପସନ୍ଦ ନୁହେଁ। ତେବେ ଏହାକୁ ନେଇ ଚିନ୍ତା କରିବାର କୌଣସି ବିଷୟ ନାହିଁ। କାରଣୁ ଦୁଇ ଦେଶ ମଧ୍ୟରେ କେବେ କେବେ ଏଭଳି ସମୟ ଆସିଯାଏ।ଚାଇନାର ତିଆଞ୍ଜିନ୍ରେ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)…
କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ବନ୍ଦ ହେଲା ହୀରାକୁଦ ଡ୍ୟାମର ୪ ଗେଟ । ଏବେ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।ଏଥିଭିତରୁ ବାମ ପଟେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଖୋଲାଯାଇଛି।ସୂଚନାଯୋଗ୍ୟ, ଗତକାଲି ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ଶୁକ୍ରବାର ୨ଟି ପର୍ଯ୍ୟାୟରେ ହୀରାକୁଦର ୮ଟି ଗେଟ୍ ଖୋଲାଯାଇଥିଲା। ଏଥିସହିତ ମୋଟ ଖୋଲା ଯାଇଥିବା ଗେଟ୍ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିଲା। ଗତ ୩ ଦିନ ଧରି ଉପର ମୁଣ୍ଡରେ ବର୍ଷା ଫଳରେ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଥିଲା। ଶୁକ୍ରବାର ସକାଳ ୮ଟା ବେଳକୁ ହୀରାକୁଦକୁ ହାରାହାରି ୨ ଲକ୍ଷ ୯୩ ହଜାର ୫୧୨ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା। ତେଣୁ ଜଳସ୍ତର ବଜାୟ ରଖିବାକୁ ସକାଳ ୯ଟାରେ ୪ଟି ଓ ଦିନ ୨ଟାରେ ଆଉ ୪ଟି ଗେଟ୍ ଖୋଲା ଯାଇଥିଲା। ଫଳରେ ହୀରାକୁଦ ବାମପାର୍ଶ୍ବର ୧୬ ଓ ଡାହାଣ…
ଜଳିଗଲା ଗଞ୍ଜେଇ ଚାଲାଣ ହେଉଥିବା ଗାଡି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆବଜାର ଠାରେ ଗଞ୍ଜେଇ ଭର୍ତ୍ତି କାରରେ ଲାଗିଛି ନିଆଁ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଘଟଣାର ତଦନ୍ତ କରୁଛି ପୋଲିସ ।ବର୍ତ୍ତମାନ ଜିଲ୍ଲାରେ ଅପରେସନ ପ୍ରହାର ମାଧ୍ୟମରେ ଗଂଜେଇ ଧର ପଗଡ଼ ଚାଲୁଥିବା ବେଳେ ଧରା ପଡିବ ଭୟରେ ଡ୍ରାଇଭର ଗାଡ଼ିରେ ନିଆଁ ଲଗାଇ ଫେରାର ମାରିଛି ।
ପୂଜା ପୂର୍ବରୁ କଟକ ସହରରେ ଘଟିଛି ଅଭାବନୀୟ ଘଟଣା ।ସଦର ଅଞ୍ଚଳର ରାଜେନ୍ଦ୍ର ପ୍ରସାଦ ଗାଡିରେ ଯାଉଥିଲା ବେଳେ ଏହି ଘଟଣା ଘଟିଥିଲା। ବିଚ୍ ରାସ୍ତାରେ ମରଣାନ୍ତକ ଭାବେ ଆକ୍ରମଣ ହୋଇଛି । ଏପିରିକି ରାସ୍ତା ଉପରେ ଯୁବକଙ୍କ ଗୋଡ଼ ହାଣି ଛିଣ୍ଡାଇ ଦେଇଛନ୍ତି ଦୁର୍ବୃତ୍ତ । ଯାହାଫଳରେ ରାଜେନ୍ଦ୍ର ପ୍ରସାଦ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିରହିଥିଲେ ।ରାଜେନ୍ଦ୍ରଙ୍କ ଚିତ୍କାର ଶୁଣି ପୋଲିସ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ସଙ୍ଗେସଙ୍ଗେ ଭର୍ତ୍ତିି କରଯାଇଥିଲା ବେଳେ ଏହି ଘଟଣାକୁ ନେଇ ଏବେବି ସନ୍ଦେହ ଘେରରେ ରହିଛି ପୋଲିସ । ତେବେ ସାମାନ୍ୟ ବଚସାରୁ ଏପରି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।
ଆଜି ସମ୍ୱଲପୁରରେ ନୂଆଁଖାଇ ଭେଟ୍ଘାଟ୍ । ପ୍ରାଶାସନିକ ସ୍ତରରେ ସରିଛି ସମସ୍ତ ବ୍ୟବସ୍ଥା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ସାମିଲ ହେବେ। ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ହେଉଥିବା ଭେଟଘାଟ୍ କାର୍ଯ୍ୟକ୍ରମ ଇଷ୍ଟଦେବୀ ମା’ସମଲେଶ୍ୱରୀ ମନ୍ଦିର ପାର୍କିଂ ସ୍ଥଳରେ ଆୟୋଜିତ ହେବ।। ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଥିମ୍ ଡ୍ୟାନ୍ସରେ ବିମୋହିତ ହେବେ ଦର୍ଶକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମଲେଇ ମନ୍ଦିରରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନୂଆଁଖାଇ ଭେଟ୍ଘାଟ୍ରେ ସନ୍ଧ୍ୟା ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବେ ଦର୍ଶକ । ଆଜି ଅପରାହ୍ଣ ପ୍ରାୟ ୩ଟାରେ ଜମାଦାରପାଲି…
ରାଜ୍ୟରେ ଟ୍ରଫ୍ ଲାଇନ୍ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ତେବେ ଆଜି ସାରା ଓଡ଼ିଶା ଅର୍ଥାତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ଘଣ୍ଟାପ୍ରତି ଝଟକା ପବନର ବେଗ ୩୦-୪୦ କିଲୋମିଟର ରହିବ। କିନ୍ତୁ ଆଜିଠୁ ପ୍ରବଳ ବର୍ଷାର ପରିମାଣ ଧୀରେ ଧୀରେ ହ୍ରାସ ପାଇବ। ହେଲେ ଆସନ୍ତା ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ।
ରାଜ୍ୟ ସରକାର ଜାରି କରିଛନ୍ତି କଡ଼ା ନିର୍ଦ୍ଦେଶନାମା। ଏଣିକି ସମସ୍ତ ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ। ସବୁ ସରକାରୀ ପ୍ରତିଷ୍ଠାନରେ BSNL ଇଣ୍ଟରନେଟ୍ ବ୍ୟବହାର ହେବ।ଏନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଚିଠି ପ୍ରକାଶ ପାଇଛି । BSNL ବ୍ରଡ୍ବ୍ୟାଣ୍ଡ୍, ଲ୍ୟାଣ୍ଡଲାଇନ୍, ଲିଜ ଲାଇନ ସେବା ବ୍ୟବହାର ହେବ।ଭାରତ ସଂଚାର ନିଗମ ଲିମିଡେଟ୍ (ବିଏସ୍ଏନ୍ଏଲ୍)ର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାର ବିଏସ୍ଏନ୍ଏଲ୍ ନେଟ୍ୱର୍କକୁ ମଜବୁତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।
ଶୁକ୍ରବାର ପୁଣି ବଢିଛି ସୁନା ଦାମ୍ । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୭,୬୨୦ ଟଙ୍କା ରହିଛି । ଗତକାଲି ୧,୦୬,୮୬୦ ଟଙ୍କା ଥିଲା । ଏଥିରେ ୭୬୦ ଟଙ୍କା ବୃଦ୍ଧି ପାଇଛି ।୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୮,୬୫୦ ଟଙ୍କା ରହିଛି । ଗତକାଲି ୯୭,୯୫୦ ଟଙ୍କା ଥିଲା । ଏଥିରେ ୭୦୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୦,୭୨୦ ଟଙ୍କା ରହିଛି । ଗତକାଲି ୮୦,୧୪୦ ଟଙ୍କା ଥିଲା । ଏଥିରେ ୫୮୦ ଟଙ୍କା ବୃଦ୍ଧି ହୋଇଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୨୬,୦୦୦ ଟଙ୍କା ହୋଇଛି ।









