ଆସନ୍ତା ୧୩ ତାରିଖ ଯାଏ କାଁ ଭାଁ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।ମୌସୁମୀ ଟ୍ରପ୍ ବର୍ତ୍ତମାନ ପୂର୍ବ- ଦକ୍ଷିଣପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରୁଛି। ଏଥିସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଉପରେ ବାୟୁମଣ୍ଡଳୀୟ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ତୀବ୍ରତା ବଢ଼ିଛି। ଏହି କ୍ରମରେ ସୋମବାର ରାଜ୍ୟର ୪ଟି ଜିଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲାକୁ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପଟେ ମହାନଦୀର ନରାଜଠାରେ ଜଳସ୍ତର ବିପଦ ସଙ୍କେତ ପାଖାପାଖି ରହିଛି । ଏଠାରେ ବିପଦ ସଙ୍କେତ ସ୍ତର ୨୬.୪୧ ମିଟର ହୋଇଥିବା ବେଳେ ଜଳସ୍ତର ୨୫.୯୯ ମିଟର ଥିଲା । ତେବେ ମୁଣ୍ଡଳୀରେ ସେକେଣ୍ଡକୁ ୬ ଲକ୍ଷ ୨୦ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଧୀରେ ଧୀରେ ଏହି ଜଳସ୍ତର କମୁଛି। ହୀରାକୁଦ ଡ୍ୟାମ୍ର ଜଳସ୍ତର…
Author: sanitelevision
ଆଜିଠୁ ପିତୃପକ୍ଷ ଆରମ୍ଭ। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଛି ପିତୃପକ୍ଷ। ସେଥିପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଓ ସମୁଦ୍ର ବେଳାଭୂମିରେ ଗହଳି ଦେଖିବାକୁ ମିଳିଛି । ବହୁ ଲୋକ ନିଜନିଜ ପିତୃ ପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଛନ୍ତି । ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ ପିତୃପକ୍ଷ କୁହାଯାଏ। ପିତୃ ପୁରୁଷଙ୍କ ମୃତ୍ୟୁ ତିଥିରେ ତାଙ୍କ ଉତ୍ତର ପୁରୁଷ ତିଳତର୍ପଣ ସହ ମହାଳୟା ବିଧିରେ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ଯେଉଁମାନେ ତିଥିରେ ଶ୍ରାଦ୍ଧ କରିପାରନ୍ତି ନାହିଁ ସେମାନେ ମହାଳୟା ଦିନ ଶ୍ରାଦ୍ଧ ଦେଇଥାନ୍ତି। ତର୍ପଣ ଓ ଶ୍ରାଦ୍ଧ କରିବା ଦ୍ୱାରା ପିତୃଲୋକ ସନ୍ତୁଷ୍ଟ ହୋଇ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ବୃଦ୍ଧି କରିଥାନ୍ତି। ଅନେକ ବ୍ୟକ୍ତି ଯେଉଁମାନେ ଘରେ ଶ୍ରାଦ୍ଧ ଦେଇ ନ ପାରନ୍ତି ସେମାନେ ବାଇଶ ପାହାଚରେ ପିଣ୍ଡ ଦାନ କରିଥାନ୍ତି। ଏହି…
୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ପୋଲିସ ଏସଆଇ । ବାଙ୍କୀ ଥାନା ସୁବଣ୍ଣପୁର ପୋଲିସ ବିଟର ଏସଆଇ ପ୍ରସନ୍ନ ମାହାଳି ଧରାପଡିଲେ ।ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି ଘଟଣାରେ ପୂର୍ବରୁ ଏତଲା କରାଇବା ପାଇଁ ଟଙ୍କା ନେଇଥିଲେ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ମାହାଳି । ଆଜି କ୍ଷତିପୂରଣ ସହ ପାଞ୍ଚ ଲକ୍ଷ ଟଙ୍କାର ବୀମା ଟଙ୍କା କରାଇ ଦେବା ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଥାନାବାବୁ । DSP ସୁଶିଲ କୁମାର ସାହୁଙ୍କ ନେତୃତ୍ଵରେ କଟକ ଭିଜିଲାନ୍ସର ୧୧ ଜଣିଆ ଟିମ ଚଢ଼ାଉରେ ସାମିଲ ଥିଲେ । ଅଫିସ ଭିତରେ ଲାଞ୍ଚ ନେଇଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଧରାପଡିବା ପରେ ଅଫିସ ସମେତ ପୈତୃକ ଗାଁରେ ଭିଜିଲାନ୍ସ ରେଡ କରିଛି ।
ଏଣିକି ଏଫଏମ ରେଡିଓରେ ଶୁଣିବେ ଭୁବନେଶ୍ୱର ଟ୍ରାଫିକ ସମ୍ବନ୍ଧୀୟ ସୂଚନା । ଟ୍ରାଫିକ ସ୍ଥିତି ନେଇ ଅପଡେଟ ଦେବ କମିସନରେଟ ପୋଲିସ ।ଏଥିପାଇଁ ପୋଲିସ ସମସ୍ତ ଏଫଏମ ଚ୍ୟାନେଲ ସହିତ ସହଯୋଗ କରୁଛି । ଟ୍ରାଫିକ ପୋଲିସ ସହ ସେମାନେ ମିଶି କାମ କରିବେ । ଟ୍ରାଫିକ ପରିଚାଳନାକୁ ସୁଦୃଢ ପାଇଁ ଏଭଳି ପଦକ୍ଷେପ ନେଇଛି ପୋଲିସ । ଆଗକୁ ପାର୍ବଣ ଆସୁଥିବାରୁ ରାସ୍ତା ଜାମର ତଥ୍ୟ ଦେବ ଏଫଏମ ରେଡିଓ ।ପୂର୍ବରୁ ଟ୍ରାଫିକ୍ ସୂଚନା ପ୍ରଦାନ ପାଇଁ ଏହି ପଦ୍ଧତି ବ୍ୟବହାର କରାଯାଇଥିଲା କିନ୍ତୁ ଏହାକୁ ବନ୍ଦ କରିଦିଆଯାଇଥିଲା।କମିଶନରେଟ୍ ପୋଲିସ ଏହାକୁ ପୁଣି ଥରେ ଆରମ୍ଭ କରିବାକୁ ଯୋଜନା କରୁଛି ।
ଭୁବନେଶ୍ୱରରେ ହେବ ସାଇନ୍ସ ସିଟି । ଏଥିପାଇଁ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜୋରଦାର କସରତ ଚଳାଇଛନ୍ତି । ବିହାରର ପାଟନା ସାଇନ୍ସ ସିଟି ଦେଖି ଫେରିବା ପରେ ରାଜଧାନୀ ଭୁବନେଶ୍ବରରେ ଏପରି ଏକ ସାଇନ୍ସ ସିଟି ପ୍ରତିଷ୍ଠା କରିବା ପାଇଁ ମନ ବଳାଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେହିପରି ପୁରୀ ଠାରେ ଜିଲ୍ଲା ବିଜ୍ଞାନ ଓ ପ୍ଲାନେଟୋରିଅମ କେନ୍ଦ୍ର ପ୍ରତିଷ୍ଠା କରାଯିବ । ସେଠାରେ ଜଗନ୍ନାଥ ସଂସ୍କୃତି ର ସମସ୍ତ ତଥ୍ୟ ସ୍ଥାନ ପାଇବ । ଯାହାଫଳରେ ଦେଶ ବିଦେଶରୁ ଆସୁଥିବା ଜଗନ୍ନାଥ ଶ୍ରଦ୍ଧାଳୁ ଜଗନ୍ନାଥ ସଂସ୍କୃତୀ ବିଷୟରେ ଜାଣିପାରିବେ ।
ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ପକ୍ଷରୁ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ଆସନ୍ତାକାଲି ୭ ତାରିଖ ରାତି ୧ଟା ୨୦ରୁ ୨ଟା ୨୦ ପର୍ଯ୍ୟନ୍ତ ପ୍ରାୟ ୧ ଘଣ୍ଟା ସମସ୍ତ ଡିଜିଟାଲ ସେବା ବନ୍ଦ ରହିବ । ତେଣୁ ଏଥିପାଇଁ କୌଣସି ସେବା କାମ କରିବ ନାହିଁ । ସେବା ବନ୍ଦ ନେଇ ଗ୍ରାହକମାନେ ଭୋଗିବାକୁ ଥିବା ଅସୁବିଧାରୁ ବଞ୍ଚିତ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଥିବା କୁହାଯାଇଛି । । ଇଣ୍ଟରନେଟ୍ ବ୍ୟାଙ୍କିଂ, ରିଟେଲ୍, ମର୍ଚାଣ୍ଟ, ୟୋନୋଲାଇଟ୍ ସିଆଇଏନବି, ୟୋନୋ ବିଜନେସ୍, ୟୋନୋ ମୋବାଇଲ ଆପ ମଧ୍ୟ କାମ କରିବନି ।ଡିଜିଟାଲ ସେବାକୁ ଛାଡ଼ିଦେଲେ ଅନ୍ୟ ବ୍ୟାଙ୍କ ସମ୍ବନ୍ଧୀୟ କାମ ହୋଇପାରିବ । ତେବେ ବ୍ୟାଙ୍କର ସେବା ସେ ସମୟରେ ବନ୍ଦ ରହିବ, ଯେଉଁ ସମୟରେ କମ୍ ଗ୍ରାହକ ଏହାର ବ୍ୟବହାର କରନ୍ତି ।
ସିପିଏସଇ-୨୦୨୪ର ତୃତୀୟ ପେପର ପରୀକ୍ଷା ସୂଚୀ ବଦଳିଲା । ସିପିଏସଇ- କମ୍ବାଇଣ୍ଡ ପୋଲିସ ସର୍ଭିସ ଏକଜାମିନେସନ ଅକ୍ଟୋବର ୪ର ତୃତୀୟ ପେପର ପରୀକ୍ଷା ଅକ୍ଟୋବର ୬କୁ ଘୁଞ୍ଚିଲା । ତୃତୀୟ ପେପର ଫିଜିକ୍ସ, କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ରେ ହେବ ।ଅକ୍ଟୋବର ୬ ତାରିଖ ଦିନ ୧୦ଟାରୁ ଅପରାହ୍ନ ୧ଟା ଭିତରେ ହେବ। ପୂଜା ଭସାଣିକୁ ଦୃଷ୍ଟିରେ ରଖି ପରୀକ୍ଷା ସୂଚୀ ପରିବର୍ତ୍ତନ ନେଇ OPRB ସୂଚନା ଦେଇଛି। ମାତ୍ର ଅକ୍ଟୋବର ୫ର ଦୁଇଟି ପେପର ପରୀକ୍ଷା ପୂର୍ବ ସୂଚୀରେ ହେବ ବୋଲି ବିଜ୍ଞପ୍ତି ଜାରି ହୋଇଛି।
ସମ୍ବଲପୁରରେ ଫୁଟିଲା ଉତ୍ତର ଆମେରିକୀୟ ଫୁଲ ୟୁଷ୍ଟୋମା । ଅନେକ ଦେଶରେ ଏହି ଫୁଲର ରହିଛି ଡିମାଣ୍ଡ । ଏହା ଅଧିକ ଦିନ ଧରି ତାଜା ରହିବା ସହିତ ଆକର୍ଷଣୀୟ ଫୁଲ ମଧ୍ୟରେ ଅନ୍ୟତମ । ଜିଲ୍ଲାର ଯୁଯୁମୁରା ବ୍ଲକ ସନାତନପାଲିରେ ଏହି ବିଦେଶୀ ଫୁଲ ଫୁଟିଛି । ଅନ୍ତର୍ଜାତୀୟ ଫୁଲ ବଜାରରେ ଚାହିଦାରେ ଥିବା ଫୁଲ ଫୁଟିବା ପରେ ଚାଷୀଙ୍କ ମନରେ ଉତ୍ସାହ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହି ଚାଷକୁ ପ୍ରୋତ୍ସାହନ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ମୁଖ୍ୟତଃ ଗତ ଏପ୍ରିଲ ମାସରେ CSIR, National Botanical Research Institute, Lucknow ର ସହାୟତାରେ “ସବୁଜ ସନାତନପାଲି” ଏଫପିଓକୁ ୟୁଷ୍ଟୋମା ଫୁଲର 2000 ଚାରା ପ୍ରଦାନ କରାଯାଇଥିଲା ।ସବୁଜ ସନାତନପାଲି ଏଫପିଓ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି ଚାଷ ଆରମ୍ଭ ହୋଇଥିଲା । ଆଉ ଏହି ଚାଷ କରିବାକୁ ଜଣେ 25 ବର୍ଷୀୟ ଯୁବ…
ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୁନ୍ଦରପଦା ଠାରୁ ଜଟଣୀ ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଧାରଣ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ରାସ୍ତା ନିର୍ମାଣ କାର୍ଯ୍ୟ କିପରି ଶୀଘ୍ର ଶେଷ ହୋଇପାରିବ ସେନେଇ ବିଭାଗୀୟ ଅଧିକାରୀ, ମୁଖ୍ୟଯନ୍ତ୍ରୀ, ଠିକାସଂସ୍ଥା ଏବଂ ଅଞ୍ଚଳବାସୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ ।ମୋଟ ୧୩.୫ କିଲୋମିଟର ଦୀର୍ଘ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଚାରି ଲେନ କରିବା ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ନିର୍ମାଣଧୀନ ରାସ୍ତା ପ୍ରଶସ୍ତିକରଣ ସମୟରେ ଆସୁଥିବା ସମସ୍ୟା ଯେପରିକି ଡ୍ରେନଏଜ, ସ୍ଵରେଜ, ଇଲେକଟ୍ରିଫିକେସନ ୟୁଟିଲିଟି ଆଦିର କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କ ସହିତ ମନ୍ତ୍ରୀ ଆଲୋଚନା କରିଥିଲେ । ଏଥି ସହିତ ୨୦୨୫ ନଭେମ୍ବର ଶେଷ ସୁଦ୍ଧା ପୁରା ରାସ୍ତାର…
ତ୍ରିକୋଣୀୟ ପ୍ରେମକୁ ନେଇ ସନ୍ଦେହ ହେଲା କାଳ । ପ୍ରେମିକାକୁ ବୁଲାଇ ନେବାକୁ କହି ତଣ୍ଟି ଚିପି ହତ୍ୟା କଲା ପ୍ରେମିକ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ପଥର ଖଣିରେ ପୋତିଦେଲା । ଏଭଳି ଛାତିଥରା ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ନିଜିଗଡ଼ ତାପଙ୍ଗ ଅଞ୍ଚଳରେ । ତେବେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ଏ ନେଇ ଶନିବାର ପୋଲିସ କମିଶନର ଏସ. ଦେବଦତ୍ତ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦେବାଶିଷ ହିଁ ଯୁବତୀଙ୍କୁ ସେଠାକୁ ନେଇ ହତ୍ୟା କରି ଫିଙ୍ଗିଥିବା ପୁଲିସ ନିକଟରେ ସ୍ଵୀକାର କରିଛି । ମୃତ ଯୁବତୀ ଜଣକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ହରିପୁର ଅଞ୍ଚଳର ନିରୁପମା ପରିଡ଼ା । ୭ ମାସ ପରେ ଭରତପୁର ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତାପଙ୍ଗ ପଥର ଖଣିରୁ ଯୁବତୀଙ୍କ କଙ୍କାଳ ଜବତ ପରେ ଘଟଣା…









