ଆଜିଠୁ ରାଜ୍ୟପାଳଙ୍କ ୪ ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତ । ଜୟପୁର ବିମାନ ବନ୍ଦରରେ ପହଞ୍ଚି ସିଧା କୋରାପୁଟ ଯିବେ । କୋରାପୁଟ କଫି ବୋର୍ଡ ଯିବେ ରାଜ୍ୟପାଳ । କଫି ଚାଷୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ । ନାଲକୋ, ହାଲ ଅଧିକାରୀଙ୍କ ସହ ଆଲୋଚନା କରିବେ । କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଅଧିକାରୀଙ୍କ ସହ ଆଲୋଚନା କରିବେ । ସନ୍ଧ୍ୟାରେ ଶାବର ଶ୍ରୀକ୍ଷେତ୍ର ଗସ୍ତ କରି ଶ୍ରୀଜିଉଙ୍କ ଦର୍ଶ ନ କରିବେ ରାଦ୍ୟପାଳ ହରିବାବୁ କମ୍ଭମପାତି ।
Author: sanitelevision
ଆଇନ ନିର୍ମାଣକୁ ନେଇ କଠୋର ହେଲା ନଗର ଉନ୍ନୟନ ବିଭାଗ । ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ । ସୁପ୍ରିମକୋର୍ଟଙ୍କ ଉଦବେଗ ପରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ।ଏଣିକି କୋଠାବାଡ଼ି ପ୍ଲାନ୍ ଅନୁମୋଦନ ପୂର୍ବରୁ ବିଲ୍ଡର୍ସ କିମ୍ବା ବ୍ୟକ୍ତିଗତଙ୍କଠାରୁ ଅକୁପେସନ ସାର୍ଟିଫିକେଟ୍(ଓସି) ଦେବା ସଂକ୍ରାନ୍ତରେ ଅଣ୍ଡରଟେକିଂ ରଖାଯିବା ବାଧ୍ୟତାମୂଳକ ହେବ । ଏହା ସହ ନିର୍ମାଣାଧୀନ ସ୍ଥାନରେ ଅନୁମୋଦିତ ଯୋଜନା ତଥା ନିର୍ମାଣ ନକ୍ସା ବିଲଡର୍ସ ପ୍ରଦର୍ଶନ କରିବେ । ନିର୍ମାଣ ସମାପ୍ତି/ ଅଧିଗ୍ରହଣ ପ୍ରମାଣପତ୍ର କେବଳ ପରିଦର୍ଶନ ପରେ ପ୍ରାଧିକରଣ ଦ୍ୱାରା ଜାରି କରାଯିବ ।ଯଦି ଏକ୍ଷେତ୍ରରେ କୌଣସି ତ୍ରୁଟି ବିଚ୍ୟୁତି ଦେଖାଯାଏ, ତେବେ ତାହା ସଂଶୋଧନ ନ ହେବା ପର୍ଯ୍ୟନ୍ତ ସମାପ୍ତି/ଅଧିଗ୍ରହଣ ପ୍ରମାଣପତ୍ର ସ୍ଥଗିତ ରହିବ । ଏହି ବିଜ୍ଞପ୍ତି ଅନୁଯାୟୀ, ନିର୍ମାଣ କାର୍ଯ୍ୟ ଓଡ଼ିଶା ଡେଭଲପମେଣ୍ଟ ଅଥରିଟି ଆଇନ୍, ୧୯୮୨ ଏବଂ ଓଡ଼ିଶା ଟାଉନ…
ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବନି ବିଜେଡି । ମତଦାନରୁ ବିରତ ରହିବ ବିଜୁ ଜନତା ଦଳ ।ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏନଡିଏରୁ ସିପି ରାଧାକ୍ରିଷ୍ଣନ ଓ ଇଣ୍ଡିଆ ମେଣ୍ଟରୁ ବି. ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ଅଛନ୍ତି ।ଓଡ଼ିଶାରେ ଲୋକସଭାର ୨୦ ସାଂସଦ ବିଜେପିର। ତେଣୁ ଓଡ଼ିଶାରୁ ଏନ୍ଡିଏ ପ୍ରାର୍ଥୀ ଭୋଟ୍ ପାଇବାରେ ଅସୁବିଧା ନାହିଁ। ତେବେ ରାଜ୍ୟସଭାରେ ଏବେ ବି ବିଜେଡିର ସଂଖ୍ୟା ଅଧିକ। ବିଜେଡିର ୭ ଓ ବିଜେପିର ୩ ସଦସ୍ୟ ଅଛନ୍ତି। ଏନ୍ଡିଏ ପ୍ରାର୍ଥୀଙ୍କୁ ଜିତିବା ପାଇଁ ବିଜେଡିର ସମର୍ଥନ ସେତେଟା ଗୁରୁତ୍ବ ରଖୁନି। ତା’ ସତ୍ତ୍ବେ ଏନ୍ଡିଏ ପକ୍ଷରୁ ବିଜେଡିର ସମର୍ଥନ ଲୋଡ଼ାଯାଇଛି। ଅଧିକ ସଂଖ୍ୟାରେ ଭୋଟ୍ରେ ଏନ୍ଡିଏ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପି ରାଷ୍ଟ୍ରୀୟ ନେତୃତ୍ବ ଲାଗି ପଡ଼ିଛନ୍ତି।
ପରଲୋକରେ ପୂର୍ବତନ ମନ୍ତ୍ରୀ ରୋଜେନ୍ଦ୍ର ଢୋଲକିଆ । ୬୯ ବର୍ଷ ବୟସରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଛି । ଚେନ୍ନାଇ ସ୍ଥିତ ଘରୋଇ ହସ୍ପିଟାଲରେ ସେ ଆଜି ଆଖି ବୁଝିଛନ୍ତି । ୪ ଥରର ବିଧାୟକ ହୋଇଛନ୍ତି ରାଜେନ୍ଦ୍ର ଡ଼ୋଲକିଆ । ୧୯୫୬ ମସିହାର ନଭେମ୍ବର ୨୦ ତାରିଖରେ ରାଜେନ୍ଦ୍ର ଢୋଲକିଆଙ୍କ ଜନ୍ମ । ବାପାଙ୍କ ନାମ ରସିକଲାଲ ଢୋଲକିଆ ଓ ପତ୍ନୀଙ୍କ ନାମ କଳ୍ପନା ଢୋଲକିଆ । ୨୦୦୪, ୨୦୦୯ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୂଆପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ନବୀନଙ୍କ ୫ମ ପାଳିରେ ମନ୍ତ୍ରିମଣ୍ଡଳରେ ନୂଆପଡାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ କ୍ୟାବିନେଟରେ ସାମିଲ କରାଯାଇଥିଲା । ବିଜେଡି ବିଧାୟକଙ୍କ ଦେହାନ୍ତ ଖବର ଶୁଣି ଶୋକ ବ୍ୟକ୍ତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ…
ଦାମୀ କାର୍…ଆଉ କାର୍ରେ ସୁନ୍ଦରୀ ଯୁବତୀ । ସାଥିରେ ଥିଲେ ଦୁଇ ଜଣ ଯୁବକ।ଏକାଠି କରୁଥିଲେ ଗଞ୍ଜେଇ ଚାଲାଣ ।ସୁବର୍ଣ୍ଣପୁର ଜିଲ୍ଲାରେ ଅପରେସନ ପ୍ରହାରକୁ ସଫଳତା । କାର୍ରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ବିନିକା ପୁଲିସ । ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚେକିଙ୍ଗ୍ କରୁଥିଲା । ଏହି ସମୟରେ ଏକ ନମ୍ବର ବିହୀନ ଗାଡ଼ି ଉପରେ ସନ୍ଦେହ ହେବାରୁ ଗାଡି ଅଟକାଇବାକୁ କହିଥିଲା । କିନ୍ତୁ କାର୍ଟି ଦ୍ରୁତ ଗତିରେ ସେଠାରୁ ଚମ୍ପଟ୍ ମାରିଥିଲା । ପରେ ବିନିକା ପୁଲିସ ଗାଡ଼ି ପିଛା କରି ଗୁଲାପଡା ଛକ ନିକଟରେ ଗଞ୍ଜେଇ ଚାଲାଣ ହେଉଥିବା କାରକୁ ଧରିଥିଲା । ହେଲେ ଗିରଫ ଭୟରେ କାର ଛାଡ଼ି ଦୁଇଜଣ ଯୁବକ ଓ ଜଣେ ଯୁବତୀଙ୍କ ସମେତ ମୋଟ ତିନି ଜଣ ଗାଡ଼ି ଛାଡ଼ି ଫେରାର ମାରିଥିଲେ । ଚାଷ ଜମି ଭିତରେ…
ଦୁଇ ଦୁଇ ଥର ପରୀକ୍ଷା ସ୍ଥଗିତ ହେବା ପରେ ଏବେ ସେପ୍ଟେମ୍ବର ୨୭ରେ ହେବ ସ୍ପେଶାଲ୍ OTET ପରୀକ୍ଷା । ଦୁଇଟି ସିଟିଂରେ ହେବ ସ୍ପେଶାଲ୍ OTET ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ପରୀକ୍ଷାର୍ଥୀମାନେ ବିନା ଦ୍ବନ୍ଦ୍ବ ଓ ବିନା ଭୟରେ ପରୀକ୍ଷା ଦେବାକୁ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ଶ୍ରୀ ତରାଇ କହିଛନ୍ତି ଯେ, ପରୀକ୍ଷାରେ ବିଭ୍ରାଟ ରୋକିବାକୁ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ପ୍ରଧାନ୍ୟ ଦିଆଯାଇଛି। ଜିଲ୍ଲା ପ୍ରଶାସନ ନିଜ ଜିଲ୍ଲାରେ ଥିବା ପରୀକ୍ଷାକେନ୍ଦ୍ର ଓ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଗୁରୁତ୍ବ ଦେବେ।ଆସନ୍ତା ୧୭ରୁ www.bseodisha.ac.in ୱେବ୍ସାଇଟରେ ଉପଲବ୍ଧ ହେବ ଆଡ୍ମିଟ କାର୍ଡ । ପରୀକ୍ଷା କେନ୍ଦ୍ର ବଦଳି ନ ଥିବା BSE ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାମୁତାବକ, ସକାଳ ୯ଟାରୁ ୧୧.୩୦ ଯାଏଁ ପ୍ରଥମ ସିଟିଂ ଓ ଦିନ…
ବାଣୀବିହାର ହଷ୍ଟେଲ ହେବ ଅଣଛାତ୍ର ମୁକ୍ତ। ହଷ୍ଟେଲ ଖାଲି କରିବ କମିଶନରେଟ ପୋଲିସ। ହଷ୍ଟେଲ ଖାଲି ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ବାଣୀବିହାର କ୍ୟାମ୍ପସରେ ଚାପା ଉତ୍ତେଜନା । ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୦ ପ୍ଲାଟୁନ ଫୋର୍ସ ମୁତୟନ । ଦିନ ୧୦.୩୦ମିନିଟ୍ ପରଠୁ ବିଭିନ୍ନ ହଷ୍ଟେଲରେ ଛାପା ମାରିବା ଆରମ୍ଭ କରିଛି । ଉତ୍କଳ ୟୁନିଭର୍ସିଟି ହଷ୍ଟେଲ ୧, ୨, ୩ ଓ ୫ ହଷ୍ଟେଲରୁ ବିଦା ହେବେ ଅଣଛାତ୍ର । ପୁଲିସ ଅଧିକାରୀଙ୍କ ସହ ବିଶ୍ଵବିଦ୍ୟାଳୟର ବରିଷ୍ଠ ଅଧିକାରୀ ମଧ୍ୟ ରେଡ୍ରେ ସାମିଲ ରହିବେ । ଆଜି ଦିନ ୧.୩୦ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସକୁ ରଦ୍ଦ କରିଛନ୍ତି ପିଜି କାଉନ୍ସିଲ୍ । ଅଣଛାତ୍ରଙ୍କୁ ବାହାର କରିବାକୁ ୟୁନିଭର୍ସିଟି କ୍ୟାମ୍ପସ୍ ଭିତରେ ଏକକାଳୀନ ଭାବେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରତି ହଷ୍ଟେଲ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।…
ମାନବିକତା ଭୁଲିଗଲେ ବସ୍ କଣ୍ଡକ୍ଟର । ୧୦ ଟଙ୍କା ଭଡା ଦେଲେନି ବୋଲି ଦୁଇ ନାବାଳକ ଭାଇଙ୍କୁ ୨୫ କିଲୋମିଟର ବୁଲାଇଲା ଲକ୍ଷ୍ମୀ ବସ୍ । ୨ ଘଣ୍ଟା ପରେ ବସକୁ ଅଟକାଇ ଦୁଇ ଭାଇଙ୍କୁ ଉଦ୍ଧାର କଲେ ପରିବାରବର୍ଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ବେତନଟୀ ବ୍ଲକର ବୈଶିଙ୍ଗା ବଜାରରେ । ବୈଶିଙ୍ଗା ଗାଁର ସରୋଜ ପୁଥାଳଙ୍କ ନାବାଳକ ପୁଅ ପୀୟୂଷ ଓ ନଡ଼ପୁର ଗାଁର ବ୍ରଜମୋହନ ବେହେରାଙ୍କ ପୁଅ ରୋହିତ ରବିବାର ଅପରାହ୍ଣରେ ବୈଶିଙ୍ଗା ଆସିବା ପାଇଁ ଅପେକ୍ଷା କରିଥିଲେ । ନଡ଼ପୁର ଗାଁ ଛକରେ ଲକ୍ଷ୍ମୀ ବସ୍ରେ ଚଢ଼ିଥିଲେ । ତେବେ ଦୁଇ ଭାଇ ବସରେ ଉଠିବା ସମୟରେ କଣ୍ଡକ୍ଟର ପ୍ରତାପ ବଇଠାଙ୍କୁ କହିଥିଲେ କି ତାଙ୍କ ପାଖରେ ଭଡ଼ା ଦେବାପାଇଁ ୧୦ଟଙ୍କା ନାହିଁ । ବୈଶିଙ୍ଗା ବସଷ୍ଟାଣ୍ଡରେ ତାଙ୍କ ବାପା ସରୋଜ ଭଡ଼ା ଦେବେ ବୋଲି କହିଥିଲେ । କିନ୍ତୁ ବୈଶିଙ୍ଗା…
କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ । କ୍ଲିନିକାଲ ଟ୍ରାଏଲ୍ ରେ ସଫଳ ହେଲା ରୁଷ ଭ୍ୟାକ୍ସିିନ । ଏହି ଟିକା କୋଲୋରେକ୍ଟଲ୍, ଗ୍ଲିଓବ୍ଲାଷ୍ଟୋମା ଏବଂ ମେଲାନୋମା କର୍କଟ ଉପରେ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି । ୩ ବର୍ଷ ଧରି କରାଯାଇଥିବା ପରୀକ୍ଷଣଗୁଡ଼ିକ ଏହାର ସୁରକ୍ଷା ଏବଂ ପ୍ରଭାବକୁ ନିଶ୍ଚିତ କରିଛି । ଏହି ସୂଚନା ରୁଷିଆର ଫେଡେରାଲ୍ ମେଡିକାଲ୍ ଏବଂ ବାୟୋଲୋଜିକାଲ୍ ଏଜେନ୍ସିର ମୁଖ୍ୟ ଭେରୋନିକା ସ୍କୋଭର୍ଟସୋଭା ଦେଇଛନ୍ତି ।ଏହି ଟିକା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କ୍ୟାନସର କୋଷକୁ ଚିହ୍ନଟ କରି ନଷ୍ଟ କରିଦେବ । ଏହାଛଡା ଏହା ବାରମ୍ବାର ବ୍ୟବହାର ଉପଯୋଗୀ । ଏହି ଟିକା କ୍ୟାନସର ପ୍ରତିରୋଧ ନୁହେଁ, ବରଂ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେବ । ବିଶ୍ୱରେ ଅନ୍ୟାନ୍ୟ ଦେଶ ମଧ୍ୟ ଏମଆରଏନଏ ଆଧାରିତ କ୍ୟାନସର ଟିକା ଉପରେ ଗବେଷଣା କରୁଛନ୍ତି। ଆମେରିକା ଓ UKର ବାୟୋ…
ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ। ଏଥି ପାଇଁ ସାରା ଦେଶର ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଛି। ଠିକ୍ ଏହି ସମୟରେ ଓଡ଼ିଶାର ରାଜନୀତି ମଧ୍ୟ ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ବିଜେପି ରାଜ୍ୟ ସଭାପତି ସମସ୍ତେ ଦିଲ୍ଲୀମୁହାଁ ହୋଇଛନ୍ତି। ତେବେ ନବୀନ କହିଛନ୍ତି ଯେ ଉପ ରାଷ୍ଟ୍ରପତି ନିର୍ବାଚନ ସହ ତାଙ୍କ ଦିଲ୍ଲୀ ଗସ୍ତର କୌଣସି ସମ୍ପର୍କ ନାହିଁ। ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ। କୌଣସି ରାଜ୍ୟସଭା ସାଂସଦ ମାନଙ୍କୁ ମଧ୍ୟ ଭେଟିବାର ନାହିଁ। ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ନିଜେ ନବୀନ ପଟ୍ଟନାୟକ। ଗତକାଲି ଏକ୍ସରେ ବିରୋଧୀ ଦଳ ନେତା କହିଛନ୍ତି ମୁଁ କିଛିଦିନ ପାଇଁ ଦିଲ୍ଲୀ ଆସିଛି, କିଛି ସାମାଜିକ ପ୍ରତିବଦ୍ଧତା ପାଇଁ। ନବୀନଙ୍କ ଏହି ପ୍ରତିକ୍ରିୟା ଆସିବା ପରେ ନବୀନଙ୍କ ଦିଲ୍ଲୀ ଗସ୍ତ ସହ ଉପ ରାଷ୍ଟ୍ରପତି ନିର୍ବାଚନ ନେଇ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି…








