ଆସନ୍ତାକାଲି ଭୁବନେଶ୍ୱର ଷ୍ଟେସନରୁ ଅଯୋଧ୍ୟା ଓ ବାରଣାସୀକୁ ଆରଂଭ ହେବ ତୀର୍ଥଯାତ୍ରା । ଏନେଇ ସୂଚନା ଦେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଓଡିଶାର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ବରିଷ୍ଠ ନାଗରିକ ଯିବେ । ଭୀମଭୋଇ ଦୃଷ୍ଟିବାଧିତ ସ୍କୁଲ ଓ କ୍ୟାପିଟାଲ ହାଇସ୍କୁଲରେ ରହଣି ବ୍ୟବସ୍ଥା ରହିଛି । ସ୍କାଉଟ ଗାଇଡ କ୍ୟାମ୍ପସରେ ବରିଷ୍ଠ ନାଗରିକଙ୍କ ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।
Author: sanitelevision
ସୁଭଦ୍ରା ଯୋଜନାରେ ସାମିଲ ହୋଇପାରନ୍ତି ବାଦ୍ ପଡ଼ିଥିବା ହିତାଧିକାରୀ । ସୁଭଦ୍ରା ଯୋଜନାର ସମୀକ୍ଷା ବୈଠକରେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ସାମିଲ ନେଇ ଆଲୋଚନା ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।ସୁଭଦ୍ରା ପୋର୍ଟଲରେ ମୃତ ହିତାଧିକାରୀ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଥିଲେ ପ୍ରଭାତୀ ପରିଡ଼ା। ସମସ୍ତ ଜୀବିତ ଅଧିକାରୀ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ପାଇବେ। କେୱାଇସି ଡେଟା ଏଣ୍ଟ୍ରିରେ ସମସ୍ତଙ୍କ ପାଇଁ ଏହି ତ୍ରୁଟି ଉପୁଜିଥିବା ଦେଖିବାକୁ ମିଳିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ।ଭୁଲ ମୃତ ଦର୍ଶାଯାଇଥିବାରୁ ଦ୍ୱିତୀୟ କିସ୍ତି ଟଙ୍କାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି ।
ସାପ କାମୁଡ଼ାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରୁ ବଞ୍ଚିବାରେ ସହାୟକ ହେବ ସିପିଆର୍ (CPR)। ଏପରି କି ୩୦ ଘଣ୍ଟା ଯାଏଁ ବି ସିପିଆର ଦ୍ୱାରା ଲୋକଙ୍କୁ ବଞ୍ଚାଯାଇପାରିବ । ଏହାକୁ ନେଇ ବିଏମସି ଡାକ୍ତରଖାନା ତରଫରୁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟଙ୍କୁ ସିପିଆର ପ୍ରଶିକ୍ଷଣ ଦିଆଯାଇଛି । ଅନେକ ସମୟରେ ସାପ କାମୁଡ଼ିବା ପରେ ରୋଗୀଙ୍କୁ ନିଶ୍ବାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେବା ସହ ହାର୍ଟ ମଧ୍ୟ ବନ୍ଦ ହେବାରେ ଲାଗିଥାଏ । ଫଳରେ ବେଳେ ବେଳେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ହିଁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ । ସେହିଭଳି ପରିସ୍ଥିତିରେ କିଭଳି ବ୍ୟକ୍ତିଙ୍କ ଛାତିରେ ଚାପ ଦେଇ ହାର୍ଟକୁ କ୍ରିୟାଶୀଳ କରି ହେବ । ସେନେଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି । ଯଦି ଏହା କରାନଯାଏ ତେବେ, ସାପ କାମୁଡ଼ା ରୋଗୀଙ୍କ ଚିକିତ୍ସା ପୂର୍ବରୁ ମଧ୍ୟ ମୃତ୍ୟୁ ହେବା…
ବଲିଉଡ ଅଭିନେତା ତଥା ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ଆଜି ଜନ୍ମଦିନ । ତେବେ ତାଙ୍କ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଖାସ୍ ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ର କଳା କରି ଅକ୍ଷୟଙ୍କୁ ୫୮ ତମ ଜନ୍ମଦିନର ଶୁଭେଛା ଜଣାଇଛନ୍ତି । ବାଲୁକା କଳାରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ପ୍ରତିକୃତି କରିଛନ୍ତି ସୁଦର୍ଶନ । ଏଥିସହ ମହାପ୍ରଭୁଙ୍କ କୃପାରୁ ଅକ୍ଷୟ କୁମାର ଦୀର୍ଘାୟୁ ହୁଅନ୍ତୁ ବୋଲି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜ ଶୁଭେଛା ବାର୍ତ୍ତାରେ କହିଛନ୍ତି । ସୁଦର୍ଶନ କହିଛନ୍ତି, ” ତେବେ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ, ତାଙ୍କର ଫିଲ୍ମ ‘ଜଲି ଏଲଏଲବି’ ୩ ଚଳିତ ବର୍ଷ ସେପ୍ଟେମ୍ବରରେ ମୁକ୍ତିଲାଭ କରୁଛି, ଯେଉଁଥିରେ ସେ ପୁଣି ଥରେ ଅର୍ଶଦ ୱସୀଙ୍କ ସହ ସ୍କ୍ରିନ୍ ସେୟାର…
ପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଭୋଟ୍ ଦେଇଛନ୍ତି । ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନେ ସଂସଦ ଭବନ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଉପରାଷ୍ଟ୍ରପତି ରେସ୍ରେ ଏନ୍ଡିଏ ପକ୍ଷରୁ ସିପି ରାଧାକ୍ରିଷ୍ଣନ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି । ଏଥିପାଇଁ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ନେଇ ଇଲେକ୍ଟୋରାଲ କଲେଜ ଗଠିତ ହୋଇସାରିଛି । ଏହି ଇଲେକ୍ଟୋରାଲ କଲେଜରେ ଲୋକସଭାର ୫୪୨ ଓ ରାଜ୍ୟସଭାର ୨୩୯ ସାଂସଦଙ୍କୁ (ମୋଟ ୭୮୧) ସାମିଲ କରାଯାଇଛି । ତେବେ ବିଜେଡି (ବିଜୁ ଜନତା ଦଳ) ଓ ବିଆରଏସ (ଭାରତ ରାଷ୍ଟ୍ର ସମିତି) ଏହି ନିର୍ବାଚନରୁ ବିରତ ରହିବେ ବୋଲି ଘୋଷଣା କରିସାରିଛନ୍ତି । ବିଜୟୀ ପ୍ରାର୍ଥୀଙ୍କୁ ଅତିକମରେ ୩୮୬ଟି ଭୋଟ…
ରାସ୍ତାରେ ଠିଆ ହୋଇଥିବା ଏକ ଟ୍ୟାଙ୍କରକୁ ଧକା ଦେଲା ଆମ ବସ୍ । ୧୫ ଯାତ୍ରୀ ଆହତ । ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଚଟିଲୋ ଗଡ଼ା ଛକ ନିକଟରେ ଦୁର୍ଘଟଣା ଘଟିଛି । ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ, ଅଗ୍ନିଶମ ବାହିନୀ ଓ ଏନଏଚଆଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଛି। ଆହତ ଓ ଗୁରୁତରଙ୍କୁ ଟାଙ୍ଗୀ ଓ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଧକ୍କାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବସଟି କଟକରୁ ଟାଙ୍ଗୀ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା।ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଟାଙ୍ଗୀ ଥାନା ପୋଲିସ ।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଥିବା କ୍ଵାର୍ଟରରୁ ବାହାରିଲା ୨୦ ଫୁଟର ବିରାଟ ଅଜଗର। ସୂଚନାନୁଯାୟୀ, ଖଲ୍ଲିକୋଟ ମେଡିକାଲର କର୍ମଚାରୀ ପଦ୍ମନାଭ ରାଓ ନିଜ କ୍ଵାର୍ଟରରେ ଥିବା ବେଳେ ସୋମବାର ରାତିରେ ଏକ ବିରାଟ ଅଜଗର ସାପ କ୍ଵାର୍ଟର ପରିସରକୁ ପଶି ଯାଇଥିଲା। ପଦ୍ମନାଭ ସାପକୁ ଦେଖି ଭୟଭୀତ ହୋଇ ଘରେ କବାଟ ବନ୍ଦ କରି ରହିଥିଲେ। ସାପଟି ବାହାର ପଟୁ କବାଟକୁ ଲାଗି ଶୋଇ ରହିଥିଲା। ଏନେଇ ଖବର ପାଇବା ପରେ ବନ ବିଭାଗର ୪ ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ଉଦ୍ଧାର କରିଥିଲେ। ଅଜଗର ସାପଟିର ଲମ୍ଵ ୨୦ ଫୁଟ ହୋଇଥିବା ବେଳେ ଏହା ୪୦ କିଲୋ ଓଜନର ହେବ ବୋଲି ବନ କର୍ମଚାରୀ କହିଛନ୍ତି।
ଆସୁଛି ଆଉ ଏକ ଲଘୁଚାପ । ୧୦ରୁ ବଢିବ ବର୍ଷା । ୧୩-୧୪ ତାରିଖ ବେଳକୁ କେନ୍ଦ୍ରୀୟ ତଥା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ଅଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡିବ। ମାଲକାନଗିରି ଓ କୋରାପୁଟରେ ସବୁଠୁ ଅଧିକ ବର୍ଷା ଆଶଙ୍କା ରହିଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶା ଉପରେ ମୌସୁମୀ ଟ୍ରଫ୍ ସହିତ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ।ମଙ୍ଗଳବାର ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ କୌଣସି ଜିଲାକୁ ସତର୍କତା ଜାରି ହୋଇ ନ ଥିବାବେଳେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସମସ୍ତ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହିପରି ବୁଧବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼…
ଆଜି ଉପରାଷ୍ଟ୍ରପତି ନିର୍ବାଚନ । ୫୦ ଦିନ ପରେ ଜଗଦୀପ ଧନଖଡଙ୍କ ସ୍ଥାନରେ ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି । ସଂସଦ ଭବନ ପରିସରରେ ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳ ଘୋଷଣା କରାଯିବ। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍ ସେମାନଙ୍କ ଏମ୍ପିମାନଙ୍କୁ ସୋମବାର ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇବା ସହ ମକ୍ ପୋଲ୍ କରାଇଛନ୍ତି। ନିର୍ବାଚନ ନିୟମାବଳୀ ଅନୁଯାୟୀ, ଏମ୍ପିମାନଙ୍କୁ ୨ ପ୍ରାର୍ଥୀଙ୍କ ନାମ ଥିବା ବାଲଟ ପେପର ଦିଆଯିବ। ସେମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ନାମ ପାର୍ଶ୍ୱରେ ‘୧’ ଲେଖିବେ। ସେମାନେ ଭାରତୀୟ, ରୋମାନ୍ କିମ୍ବା ଅନ୍ୟ ଅନ୍ତର୍ଜାତୀୟ ଭାଷାରେ ଅଙ୍କରେ ଉକ୍ତ ସଂଖ୍ୟା ଲେଖିବେ, ଅକ୍ଷରରେ ନୁହେଁ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ କଲେଜର ମୋଟ ସଦସ୍ୟ ସଂଖ୍ୟା ୭୮୮।…
ବିହାରରେ ଏସଆଇଆର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ନିର୍ବାଚନ କମିସନଙ୍କ ନିଷ୍ପତ୍ତି ବିରୋଧରେ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆଧାର କାର୍ଡକୁ ନିର୍ବାଚନ ଅଧିକାରୀମାନେ ଦ୍ୱାଦଶ ଡକ୍ୟୁମେଣ୍ଟ ଭାବରେ ବିବେଚନା କରିବେ। ଅଧିକାରୀମାନଙ୍କୁ ଆଧାର କାର୍ଡର ପ୍ରାମାଣିକତା ଏବଂ ବାସ୍ତବତା ଯାଞ୍ଚ କରିବାର ଅଧିକାର ରହିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହାକୁ ନାଗରିକତାର ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ। ନିର୍ବାଚନ କମିଶନ ଏହି ନିର୍ଦ୍ଦେଶର ସୂଚନା ତାଙ୍କ ୱେବସାଇଟରେ ସାର୍ବଜନୀନ କରିବା ଉଚିତ।ସୁପ୍ରିମକୋର୍ଟରେ ଆରଜେଡି ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ଯୁକ୍ତି ଦେଇଥିଲେ । କପିଲ ସିବଲ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ, ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏବଂ ବିଏଲଓ ଆଧାରକୁ ଏକମାତ୍ର ଡକ୍ୟୁମେଣ୍ଟ ଭାବରେ ଗ୍ରହଣ କରୁନାହାଁନ୍ତି । ସିବଲ କୋର୍ଟରେ ସେହି ଭୋଟରମାନଙ୍କର ସତ୍ୟପାଠ ମଧ୍ୟ ଦାଖଲ କରିଥିଲେ ଯେଉଁମାନଙ୍କର ଆଧାର ଗ୍ରହଣ କରାଯାଇ ନଥିଲା…









